ସୋବିକଙ୍କୁ ଉଠାଇଲେ, ରିୟାଙ୍କୁ ଦିଆଗଲା ୨୪ ଘଣ୍ଟାର ସମୟ…ଜବତ କରାଗଲା ଡିଜିଟାଲ ଫୋନ ଉପକରଣ, କ୍ୟାମେରା, ଲାପଟପ।

ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ସବୁଠୁ ବଡ଼ ଖବର ଏବଂ ସବୁଠୁ ବଡ଼ ବିଜୟ ମିଳିଛି। ରିୟା ଚକ୍ରବର୍ତ୍ତୀଙ୍କ ଘରେ ଶୁକ୍ରବାର ଦିନ ସକାଳ ସାଢେ ୬ ସମୟରେ ଏନସିବିର ଟିମ ପହଞ୍ଚିଥିଲା। ଦୀର୍ଘ ଚାରି ଘଣ୍ଟା ଯାଞ୍ଚ ଏବଂ ପଚରାଉଚରା ପରେ ଏନସିବି ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୋବିକଙ୍କୁ ଉଠାଇ ନେଇଥିଲା। ସୋବିକଙ୍କୁ ଏନସିବି ନିଜ ବୋଲେରୋ ଗାଡ଼ିରେ ବସାଇ ନେଇ ଯାଇଥିଲା। ଏହାପୂର୍ବରୁ ହିଁ ସାମୁଏଲ ମିରାଣ୍ଡାଙ୍କୁ ଉଠାଇ ନେଇ ସାରିଥିଲେ। ଏଥିସହିତ ରିୟା ଚକ୍ରବର୍ତ୍ତୀଙ୍କ ଘରେ ସୁଶାନ୍ତଙ୍କ କେସକୁ ନେଇ ଅନେକ ପ୍ରମାଣ ମିଳିଛି, ଯେଉଁଥିରେ ଏମିତି ଏକ ଡିଜିଟାଲ ଉପକରଣ ମଧ୍ୟ ଶାମିଲ ରହିଛି ଯାହାଦ୍ୱାରା ନନଟ୍ରେସିଙ୍ଗ କଲ ମଧ୍ୟ କରାଯାଉଥିଲା। ଆସନ୍ତାକାଲି ଅର୍ଥାତ ଶନିବାର ଦିନ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରିୟା ଚକ୍ରବର୍ତ୍ତୀ ମଧ୍ୟ ଜେଲ ପହଞ୍ଚିଯାଇ ପାରନ୍ତି।

ଶୁକ୍ରବାର ଦିନ ସକାଳ ସାଢେ ୬ ସମୟରେ ଏନସିବିର ଟିମ ରିୟାଙ୍କ ଘରେ ପହଞ୍ଚି ଯାଇଥିଲା ଯେଉଁ ବିଷୟରେ ରିୟାଙ୍କ ପରିବାର ପାଖରେ କୌଣସି ପୂର୍ବ ସୂଚନା ନିଥିଲା। ଏନସିବିର ଗୋଟିଏ ଟିମ ରିୟାଙ୍କ ଘର ଭିତରେ ପହଞ୍ଚି ଯାଇଥିଲା ଏବଂ ଆଉ ଗୋଟିଏ ଟିମ ରିୟାଙ୍କ ପରିବାର ସଦସ୍ୟଙ୍କ ସମସ୍ତ ଗାଡିର ଛାନ ଭିନ୍ନ କରଥିଲେ। ଏନସିବିର ଟିମ ଘର ଭିତରକୁ ଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, ସିଧା ସଳଖ ଭାବରେ ସୋବିକଙ୍କୁ ଘର ଭିତରକୁ ନେଇଯାଇ ପଚରାଉଚରା ଆରମ୍ଭ କରିଦିଆ ଯାଇଥିଲା। ଆଶ୍ଚର୍ଯ୍ୟର ବିଷୟ ଥିଲା ଯେ, ଏହି ଅବସରରେ ଏନସିବି ରିୟା ଚକ୍ରବର୍ତ୍ତୀଙ୍କୁ କୌଣସି କିଛି ପଚରାଉଚରା କରି ନଥିଲେ। ଘରର ଯାଞ୍ଚ ସମୟରେ ଏପରି ଅନେକ ଜିନିଷ ମିଳିଲା

ଯାହା ସୁଶାନ୍ତଙ୍କ କେସ ପାଇଁ ବହୁତ ବଡ଼ ସାକ୍ଷ୍ୟ ଭାବରେ ପ୍ରମାଣିତ ହୋଇପାରେ। ଏନସିବିର ଟିମ ଉଭୟ ରିୟା ଏବଂ ସୋବିକଙ୍କ ଲାପଟପ ନିଜ ପାଖରେ ରଖି ନେଇଛି। ତେବେ ଖାଲି ଏତିକି ନୁହେଁ କିଛି ଇଲେଟ୍ରୋନିକ ଉପକରଣ ସହିତ ଡିଜିଟାଲ ଉପକରଣ ମଧ୍ୟ ରିୟାଙ୍କ ଘରୁ ମିଳିଛି। କୁହାଯାଉଛି ଯେ, ଏହି ଡିଜିଟାଲ ଉପକରଣ ଜରିଆରେ ରିୟା ନିଜ କଲ ଗୁଡିକ କରୁଥିଲେ, ଯାହାଦ୍ୱାରା ତାଙ୍କ ଫୋନ କଲ ଟ୍ରେସ୍ କରାଯାଇ ପାରିବ ନାହିଁ।

ଏହାଛଡା ଯେଉଁ କିଛି କାଗଜପତ୍ର ତଦନ୍ତକାରୀଙ୍କୁ ମିଳିଥିଲା ଏବଂ ଘରର ସିସିଟିଭି ଫୁଟେଜର ହାର୍ଡ ଡିସ୍କକୁ ମଧ୍ୟ ଏନସିବି ନିଜ ପାଖରେ ରାଖିନେଇଛି। ଯଦିଓ ରିୟା ଏହି ହାର୍ଡ ଡ୍ରାଇଭରୁ ସବୁକିଛି ଡିଲିଟ କରାଇଦେଇଥିବେ କିନ୍ତୁ ସିବିଆଇ ଏବଂ ଏନସିବିଙ୍କ ପାଖରେ ଏମିତି ସପ୍ଟୱେର ରହିଛି ଯାହା ଗତ ଦୁଇ ବର୍ଷ ମଧ୍ୟରେ ସମସ୍ତ ଡାଟାକୁ ରିକଭର କରି ପାରିବ। ସୋବିକ ଏବଂ ସାମୁଏଲ ମିରାଣ୍ଡାଙ୍କୁ ଧରି ନେବା ପରେ ବର୍ତ୍ତମାନ ଦୁଇଜଣଙ୍କୁ ସାମ୍ନା ସାମ୍ନି ବସାଇ ପଚରାଉଚରା କରାଯିବ। ଶନିବାର ଦିନ ରିୟାଙ୍କର ଗିରଫ ହେବାରେ ମଧ୍ୟ ବହୁତ ସମ୍ଭାବନା ରହିଛି।

୨୮ ଅଗଷ୍ଟ ସକାଳୁ ପ୍ରାୟ ୧୦ ଘଣ୍ଟା ୪୦ ମିନିଟ ସମୟରେ ରିୟା ଚକ୍ରବର୍ତ୍ତୀଙ୍କ ସହିତ ପ୍ରଥମ ରାଉଣ୍ଡର ପଚରାଉଚରା ଆରମ୍ଭ ହୋଇ ସାଢ଼େ ୧୦ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ତେବେ ପ୍ରଥମ ରାଉଣ୍ଡରେ ହିଁ ରିୟା ବହୁତ କିଛି କହି ପକାଇଥିଲେ। ରିୟା ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିବା କଥା , ତାଙ୍କର ସୁଶାନ୍ତଙ୍କ ସହିତ ୮ ଜୁନରେ ହୋଇଥିବା ଝଗଡା ଏବଂ ଦୁଇଜଣ ରିୟା ଓ ସୁଶାନ୍ତଙ୍କ ସମ୍ପର୍କ ଶେଷ ହୋଇଯାଇଥିବାର କହି ପକାଇଥିଲେ ରିୟା।

ସିବିଆଇ ବହୁତ କିଛି ରିୟାଙ୍କୁ ପଚାରିଥିଲା ଏବଂ ରିୟାଙ୍କ ପ୍ରତ୍ୟେକ ଉତ୍ତରରେ ଆଉ ଗୋଟିଏ ପ୍ରଶ୍ନ ପଚାରିଥିଲେ ସିବିଆଇ। ସିବିଆଇ ପ୍ରଥମେ ପଚାରିଲା, ୧୪ ଜୁନକୁ ସୁଶାନ୍ତଙ୍କ ମୃତ୍ୟୁ ଖବର ତୁମକୁ କିଏ ଦେଲା? ଉତ୍ତରରେ ରିୟା କହିଥିଲେ”ମୋର କିଛି ବନ୍ଧୁ ମୋତେ ମେସେଜ କରିଥିଲେ ଏବଂ କିଛି ବନ୍ଧୁଙ୍କର ଫୋନ କଲ ମଧ୍ୟ ଆସିଥିଲା। ପୁଣି ସିବିଆଇ ପଚାରିଥିଲେ ଯେତେବେଳେ ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ବେଳେ ତୁମେ କେଉଁଠି ଥିଲେ? ରିୟା କହିଥିଲେ,”ମୁଁ ସେତେବେଳେ ମୋ ଘରେ ଥିଲି”।

ସିବିଆଇ ପଚାରିଥିଲେ, “ସୁଶାନ୍ତଙ୍କ ମୃତ୍ୟୁ ଖବର ମିଳିବା ପରେ ତୁମେ ତାଙ୍କର ବାନ୍ଦ୍ରାସ୍ଥିତ ଘରକୁ ଯାଇଥିଲେ କି ?” ରିୟା ଉତ୍ତର ଦେଇଥିଲେ, “ମୁଁ ସୁଶାନ୍ତଙ୍କ ଘରକୁ ଯାଇ ନଥିଲି କାରଣ ଆମ ସମ୍ପର୍କ ଶେଷ ହୋଇଯାଇଥିଲା।” ପୁଣି ସିବିଆଇ ପଚାରିଥିଲେ,”ଜୁନ୍‌ ୮ରେ କାହିଁକି ସେ ସୁଶାନ୍ତଙ୍କ ଘରୁ ଚାଲି ଯାଇଥିଲେ?” ରିୟା ପ୍ରଥମେ ନିଜ ଉତ୍ତରରେ କହିଥିଲେ, ସୁଶାନ୍ତ ମୋତେ ନିଜେ ଘରୁ ଚାଲିଯିବାକୁ କହିଥିଲେ। ଏହି ଉତ୍ତରର ତୁରନ୍ତ ପରେ ସିବିଆଇ ପଚାରିଥିଲେ, “ତାହେଲେ କ’ଣ ପାଟିତୁଣ୍ଡ ପରେ ସୁଶାନ୍ତଙ୍କ ଘର ଛାଡ଼ିଥିଲେ ଆପଣ? କାରଣ ସିଦ୍ଧାର୍ଥ ପୀଠନି କହିଛନ୍ତି ସେଦିନ ତୁମର ସୁଶାନ୍ତଙ୍କ ସହିତ ଝଗଡା ହୋଇଥିଲା।” ରିୟା ଉତ୍ତରରେ କହିଥିଲେ,”ହଁ ଆମର ଝଗଡା ହୋଇଥିଲା ଏବଂ ଝଗଡା ପରେ ମୁଁ ନିଜେ ସୁଶାନ୍ତଙ୍କ ଘର ଛାଡ଼ି ଚାଲିଯାଇଥିଲେ।”

ଏହାପରେ ସିବିଆଇ ପଚାରିଥିଲେ, ‘ଆପଣଙ୍କର କେଉଁ କଥାକୁ ନେଇ ଝଗଡା ହୋଇଥିଲା ଏବଂ ତୁମେ ଲାପଟପରୁ କାହିଁକି କିଛି ଜିନିଷ ଡିଲିଟ କରିଥିଲ ଏବଂ ୮ଟି ହାର୍ଡ ଡିସ୍କକୁ କଣ ତୁମେ ନଷ୍ଟ କରିଥିଲ?” ଏହି ପ୍ରଶ୍ନର ଉତ୍ତର ଦେବା ସ୍ଥାନରେ ଚୁପ ରହିଥିଲେ ରିୟା। ଏହାପରେ ସିବିଆଇ ରିୟାଙ୍କୁ ଜୟା ଶାହା ଏବଂ ଡ୍ରଗ୍ସ ସମ୍ବନ୍ଧିତ କିଛି ଚାଟ ରିୟାଙ୍କୁ ଦେଖାଇ ଏବିଷୟରେ ପଚାରିଥିଲେ। ଏଥିରେ ରିୟା ସ୍ୱୀକାର କରି ନେଇଥିଲେ ଏବଂ କହିଥିଲେ,”ହଁ, ଏହି ଚାଟ ମୋ ଫୋନରୁ କରାଯାଇଛି ଏବଂ ରିୟା ଏହା ମଧ୍ୟ ମାନିଥିଲେ ଯେ ସବୁକିଛି ମୁଁ ହିଁ ଟାଇପ କରିଥିଲି। ମୁଁ ଏସବୁ କିଛି ସୁଶାନ୍ତଙ୍କ କହିବା ମୁତାବକ କରିଥିଲି।”

ସିବିଆଇ ଗୌରବ ଆରୟାଙ୍କ ସହିତ ରିୟାଙ୍କ ଚାଟ ଦେଖାଇ ପ୍ରଶ୍ନ ପଚାରିବାରୁ, ରିୟା ଏହିଥିଲେ,”ହଁ, ମୁଁ ଡ୍ରଗ୍ସ ନେଇଥିଲି ଏବଂ ସୁଶାନ୍ତଙ୍କୁ ମଧ୍ୟ ତାଙ୍କ କଫି ଏବଂ ଚା’ରେ ୪ ବୁନ୍ଦା ମିଶାଇ ଦେଉଥିଲି ଯେଉଁଥିରେ ସେ ବେହୋସ ହୋଇଯାଉଥିଲେ।” ପୁଣି ସିବିଆଇ ପଚାରିଥିଲେ, ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ କିଏ ଦେଖୁଥିଲେ ଏବଂ ତାଙ୍କ କ୍ରେଡିଟ କାର୍ଡ଼ ଆପଣ କାହିଁକି ବ୍ୟବହାର କରିଥିଲେ? ଏହାର ଉତ୍ତରରେ ରିୟା କହିଲେ, “ସୁଶାନ୍ତଙ୍କ ବ୍ୟାଙ୍କ ଅକାଉଣ୍ଟ ଦେଖୁଥିଲେ ସାମୁଏଲ ମିରାଣ୍ଡା। ଏବଂ ସେ ସୁଶାନ୍ତଙ୍କ Credit Cards ବ୍ୟବହାର କରିଥିଲେ, ମୋତେ ସୁଶାନ୍ତ ଦେଇଥିଲେ।”

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *