ଝିଅମାନେ ଦେଶର ଭବିଷ୍ୟତ ହୋଇଥାନ୍ତି। ଏହି କଥା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବୁଝିବା ଆବଶ୍ୟକ ରହିଛି। ଏଥିପାଇଁ ଝିଅର ଶିକ୍ଷାରେ ମଧ୍ୟ କୌଣସି ବାଧା ଆସିବାକୁ ଦେବା ଉଚିତ ନୁହେଁ। ପୁଅ ମାନଙ୍କ ପରି ଝିଅଙ୍କୁ ମଧ୍ୟ ନିଜର ସ୍ୱପ୍ନକୁ ପୁରା କରିବାର ଅଧିକାର ରହିଥାଏ। ଏହି କଥା ପ୍ରାୟତଃ ଛତିଶଗଡ଼ର ଆମ୍ବିକାପୁର ପାଖରେ ରହିଥିବା Aamdarha ଗାଁରେ ରହୁଥିବା ଆନନ୍ଦ ନାଘେଶିୟା ମଧ୍ୟ ବୁଝି ପାରିଥିଲେ। ଏହା କାରଣ ରହିଥିଲା ଯେ, ସେ ଦ୍ଵାଦଶ ଶ୍ରେଣୀରେ ପଢ଼ୁଥିବା ନିଜ ଝିଅ ପାଇଁ ନିଜର ୧୫ ବର୍ଷର ପରିଶ୍ରମର ଉପାର୍ଜନ ଖର୍ଚ୍ଚ କରିଦେଇଥିଲେ।
୧୫ ବର୍ଷ ଜେଲରେ ବିତାଇ ଘରକୁ ଫେରିଥିଲେ ପିତା:
ବାସ୍ତବରେ ଆନନ୍ଦ ନାଘେଶିୟା ଗତ ୧୫ ବର୍ଷ ହେବ ଏକ ହତ୍ୟାର ଅପରାଧ କରି ଜେଲରେ ସଜା କଟୁଥିଲେ। ନିକଟରେ ହିଁ ଯେତେବେଳେ ସେ ଘରକୁ ଫେରିଥିଲେ ସେତେବେଳେ ସେ ବହୁତ ଖୁସି ଥିଲେ। ତେବେ ତାଙ୍କ ଖୁସି ସେତେବେଳେ ଦୁଃଖରେ ବଦଳି ଯାଇଥିଲା ଯେତେବେଳେ ତାଙ୍କୁ ଜଣାପଡିଥିଲା ଯେ ତାଙ୍କ ଝିଅଙ୍କୁ ପ୍ରତ୍ୟେକଦିନ ଅନଲାଇନ କ୍ଲାସ ଆଟେଣ୍ଡ କରିବା ପାଇଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। କାରଣ ତାଙ୍କ ଝିଅ ୟମିନୀଙ୍କ ପାଖରେ କୌଣସି ସ୍ମାର୍ଟଫୋନ ନାହିଁ।
ଜେଲର ଉପାର୍ଜନରୁ ଝିଅଙ୍କ ପାଇଁ କିଣିଥିଲେ ଫୋନ:
ଆନନ୍ଦ ଜେଲରେ ୧୫ ବର୍ଷ ନିଜର ପରିଶ୍ରମରେ ଯେଉଁ ଟଙ୍କା ଉପାର୍ଜନ କରିଥିଲେ, ତାକୁ ନିଜ ଝିଅଙ୍କୁ ଏକ ନୂତନ ସ୍ମାର୍ଟଫୋନ ନେଇ ଦେଇଛନ୍ତି। ସ୍ମାର୍ଟଫୋନ ଆସିଯିବା ପରେ ତାଙ୍କ ଝିଅଙ୍କୁ ଅନଲାଇନ କ୍ଲାସ ଆଟେଣ୍ଡ କରିବା ପାଇଁ କୌଣସି ସମସ୍ୟା ହେଉନାହିଁ।
ଡାକ୍ତର ହେବାକୁ ଚାହୁଁଛନ୍ତି ଝିଅ:
ଆନନ୍ଦଙ୍କ ଝିଅ ବଡ଼ ହୋଇ ଡାକ୍ତର ହେବାକୁ ଚାହୁଁଛନ୍ତି। ସେ ଏମିତି କରି ନିଜର ସହଯୋଗ ମାନବତାର ନାଁ କରିବାକୁ ଚାହିଁଛନ୍ତି। ଆନନ୍ଦ କୁହନ୍ତି ଯେ, ଜେଲରେ ରହି ତାଙ୍କୁ ଏହା ଅନୁଭବ ହୋଇଥିଲା ଯେ ପଢା ଲେଖା ଜୀବନରେ କେତେ ଜରୁରୀ ହୋଇଥାଏ। ଏମିତିରେ ସେ ନିଷ୍ପତ୍ତି କରିଥିଲେ ଯେ ସେ ନିଜର ଝିଅର ପଢା ଲେଖାରେ କୌଣସି ବାଧା ଆସିବାକୁ ଦେବେ ନାହିଁ। କେବଳ ଏହା କାରଣ ରହିଥିଲା ଯେ, ଯେତେବେଳେ ତାଙ୍କୁ ଜଣାପଡିଥିଲା ଯେ ତାଙ୍କ ଝିଅଙ୍କୁ ସ୍ମାର୍ଟଫୋନ ନଥିବା କାରଣରୁ ସେ ଅନଲାଇନ କ୍ଲାସ ଆଟେଣ୍ଡ କରିବାରେ ସମସ୍ୟା ଆସୁଛି ତେବେ ତାଙ୍କୁ ନିଜର ଜେଲର ଉପାର୍ଜନରେ ନୂତନ ସ୍ମାର୍ଟଫୋନ ଆଣିଦେଇଥିଲେ।
ଜେଲରେ ରହିଥିଲା ଭଲ ବ୍ୟବହାର:
ଜେଲ ଅଧ୍ୟକ୍ଷକ ରାଜେନ୍ଦ୍ର ଗାୟକୱାର୍ଡଙ୍କ ଅନୁସାରେ ଜେଲରେ ଆନନ୍ଦଙ୍କ ବ୍ୟବହାର ଭଲ ରହିଥିଲା। ସେ ସେହି ହାତ ଗଣତି ୨୦ ଲୋକଙ୍କ ମଧ୍ୟରେ ରହିଥିଲେ ଯାହାଙ୍କୁ ଜେଲରେ ତାଙ୍କ ଭଲ ବ୍ୟବହାର ପାଇଁ ଜଣା ଯାଉଥିଲା।
ଆନନ୍ଦ ନିଜର ଝିଅଙ୍କ ପାଇଁ ଯାହା କରିଛନ୍ତି ସେଥିରୁ ଏକ ମିଶାଲ ପ୍ରମାଣିତ ହୋଇଯାଇଛି। ଶିକ୍ଷା ପ୍ରତ୍ୟେକ ଝିଅଙ୍କ ପାଇଁ ଜରୁରୀ ହୋଇଥାଏ। ଏହା ସେମାନଙ୍କର ଭବିଷ୍ୟତ ସଜାଡ଼ି ଥାଏ। ଝିଅ ନିଜ ଗୋଡ଼ରେ ଠିଆ ହୋଇଯାନ୍ତି ତେବେ ତାଙ୍କୁ ଟଙ୍କା ପାଇଁ ଆଉ କାହା ସାମ୍ନାରେ ହାତ ପତାଇବାକୁ ପଡି ନଥାଏ।