ଯଦି ମନର ଇଚ୍ଛା ଏବଂ ସାହସ ରହିଥାଏ ତେବେ କୌଣସି ଚ୍ୟାଲେଞ୍ଜ ହେଲେ ମଧ୍ୟ ତାହା ଛୋଟ ଲାଗିଥାଏ। ଏହି ସାହସିକତାର କାହାଣୀ ଝାଡ଼ଖଣ୍ଡରେ ଦେଖିବାକୁ ମିଳିଥିଲା। ଯେଉଁଠାରେ ଧନଞ୍ଜୟ ମାଝୀ ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ହୋଇଛନ୍ତି। ବାସ୍ତବରେ, ଧନଞ୍ଜୟ ମାଝୀ ଗୋଡାରୁ ୧୧୭୬ କିଲୋମିଟରର ଯାତ୍ରା କରି ନିଜର ପତ୍ନୀଙ୍କୁ ପରୀକ୍ଷା ଦିଆ କରାଇବା ପାଇଁ ଗ୍ୱାଲିୟର ପହଞ୍ଚିଥିଲେ। ପତ୍ନୀ ସୋନୀ ହେମ୍ବ୍ରମ ଡିଲେଡ ଦ୍ଵିତୀୟ ବର୍ଷର ପରୀକ୍ଷା ଦେଉଥିଲେ।
ସୂଚନା ମୁତାବକ ଧନଞ୍ଜୟ ନିଜ ୭ ମାସର ଗର୍ଭବତୀ ପତ୍ନୀଙ୍କୁ ପରୀକ୍ଷା ଦିଆ କରାଇବା ପାଇଁ ସ୍କୁଟିରେ ବସାଇ ଗ୍ୱାଲିୟର ନେଇ ପହଞ୍ଚିଥିଲେ। ତାଙ୍କ କହିବା କଥା ଯେ, ଟ୍ରେନ ବର୍ତ୍ତମାନ ସୁଦ୍ଧା ଚାଲି ନାହିଁ ଏବଂ ନା ତାଙ୍କ ପାଖରେ ଅନ୍ୟ କୌଣସି ସାଧନ ଥିଲା। ସେହିପରି ତାଙ୍କ ଆର୍ଥିକ ସ୍ଥିତି ମଧ୍ୟ ଉନ୍ନତ ନହୋଇଥିବା କାରଣରୁ ଗାଡିର ସୁବିଧା ମଧ୍ୟ ସେ ଉଠାଇ ପାରିବେ ନାହିଁ।
ଏସବୁ ପରିସ୍ଥିତି କାରଣରୁ ସ୍କୁଟି ସାହାଯ୍ୟରେ ହିଁ ସେ ଗୋଡାରୁ ୧୧୭୬ କିଲୋମିଟରର ଯାତ୍ରା ପୁରା କରି ଗ୍ୱାଲିୟର ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ଧନଞ୍ଜୟଙ୍କ କହିବା କଥା ଯେ, ତାଙ୍କ ପତ୍ନୀ ଚାହୁଁ ନଥିଲେ ଯେ ତାଙ୍କର ପରୀକ୍ଷା ହାତ ଛଡା ହେଉ। ସେ ଡିଲେଡ କରି ଶିକ୍ଷକ ହେବାକୁ ଚାହୁଁଛନ୍ତି। ଧନଞ୍ଜୟ ଗୁଜୁରାଟର ଏକ କମ୍ପାନୀରେ ରୋଷେଆ କାମ କରିଥାନ୍ତି। ତାଲାବନ୍ଦ କାରଣରୁ ତାଙ୍କର ଚାକିରୀ ଚାଲି ଯାଇଛି। ୩ ମାସରୁ ଧନଞ୍ଜୟ ଘରେ ହିଁ ରହିଛନ୍ତି। ତାଙ୍କ କହିବା କଥା ଯେ ଯାହା ବଳକା ଟଙ୍କା ରହିଥିଲା ତାହା ଖର୍ଚ୍ଚ ହୋଇ ସରିଲାଣି।
ତାଲାବନ୍ଦରେ ଚାକିରୀ ଯିବାରୁ ଧନଞ୍ଜୟଙ୍କ ପାଖରେ ସ୍କୁଟିରେ ପେଟ୍ରୋଲ ଭରିବା ପାଇଁ ଟଙ୍କା ମଧ୍ୟ ନଥିଲା। ଏମିତିରେ ଧନଞ୍ଜୟଙ୍କ ପତ୍ନୀ ସୋନୀ ନିଜର ଗହଣା ୧୦ ହଜାରରେ ବନ୍ଧା ରଖି ଦେଇଥିଲେ। ଏହା ବଦଳରେ ତାଙ୍କୁ ପ୍ରତ୍ୟେକ ମାସ ୩୦୦ ଟଙ୍କା ସୁଧ ଦେବାକୁ ପଡିବ। ସ୍ଵାମୀ ସ୍ତ୍ରୀଙ୍କ ମୁତାବକ, ଗ୍ୱାଲିୟର ପହଞ୍ଚିବା ପାଇଁ ମୋଟ ୩୫୦୦ଟଙ୍କା ଖର୍ଚ୍ଚ ହୋଇ ସାରିଛି। ଏଠାରେ ରହିବା ପାଇଁ ୧୫୦୦ ଟଙ୍କାର ଭଡା ଦେଇ ଏକ କୋଠରୀ ନେଇଛନ୍ତି।
ଧନଞ୍ଜୟ ଏବଂ ତାଙ୍କ ପତ୍ନୀଙ୍କୁ ରାସ୍ତାରେ ଅନେକ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିଥିଲା କିନ୍ତୁ ସେ ପରାଜୟ ସ୍ୱୀକାର କରି ନଥିଲେ। ଧନଞ୍ଜୟ ନିଜେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ କରି ନାହାନ୍ତି କିନ୍ତୁ ଶିକ୍ଷାର ମୂଲ୍ୟ ବୁଝିପାରି ନିଜ ପତ୍ନୀଙ୍କ ସ୍ୱପ୍ନ ସତ କରିବା ପାଇଁ ସ୍କୁଟିରେ ଗ୍ୱାଲିୟର ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ଧନଞ୍ଜୟ ଗ୍ୱାଲିୟର ପହଞ୍ଚିବା ପାଇଁ ବିହାର, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ପାହାଡ଼ ଏବଂ ବିଲ ରାସ୍ତା ଦେଇ ଯାତ୍ରା କରିବାକୁ ପଡିଥିଲା।
ଧନଞ୍ଜୟଙ୍କ କହିବା କଥା ଯେ, ଗ୍ୱାଲିୟର ଯିବା ପାଇଁ ସେ କିଛି ଘରୋଇ ବସ ସହିତ କଥା ହୋଇଥିଲେ କିନ୍ତୁ ସେମାନେ ଗୋଡାରୁ ଗ୍ୱାଲିୟର ଯିବା ପାଇଁ ୧୫ ହଜାର ଟଙ୍କା ପ୍ରତି ବ୍ୟକ୍ତି ଭଡା ମାଗିଥିଲେ। ଏମିତିରେ ତାଙ୍କ ପାଖରେ ଦୁଇଜଣଙ୍କ ପାଇଁ ୩୦ ହଜାର ଟଙ୍କା ଭଡା ଦେବାକୁ ତାଙ୍କ ପାଖରେ ଏତେ ରାଶି ନଥିଲା। ଯାହାପରେ ସେ ରେଳ ଟିକେଟ ମଧ୍ୟ ବୁକ କରାଇଥିଲେ କିନ୍ତୁ ପରେ ଟ୍ରେନ ବାତିଲ ହୋଇଯାଇଥିଲା। ସେତେବେଳେ ଯାଇ ପତ୍ନୀଙ୍କୁ ନେଇ ଧନଞ୍ଜୟ ୨୮ ଅଗଷ୍ଟକୁ ଗୋଡାରୁ ବାହାରିଲେ ଏବଂ ବାଟରେ ଅନେକ ସ୍ଥାନରେ ରହି ରହି ୩୦ ଅଗଷ୍ଟକୁ ଗ୍ୱାଲିୟର ପହଞ୍ଚି ଯାଇଥିଲେ।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |