କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛି। PUBG ସମେତ ୧୧୮ ମୋବାଇଲ ଆପ ଉପରେ ପ୍ରତିବନ୍ଧ ଲଗାଇବାର ନିଷ୍ପତ୍ତି କରିଛନ୍ତି। ଇଲେକ୍ଟ୍ରୋନିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଧାରା 69A ଅନୁଯାୟୀ ଏହି ମୋବାଇଲ ଆପ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି। ମନ୍ତ୍ରାଳୟ ଅନେକ ଅଭିଯୋଗ ମିଳିବା ପରେ ପତିବନ୍ଧକ ଲଗାଇବା ପାଇଁ ଏହି ନିଷ୍ପତ୍ତି ନେଇଥିଲେ। ଜାରି ବୟାନରେ କୁହାଯାଇଛି ଯେ, ଏହି ଆପ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦଜନକ ଥିଲା।
ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଥିଲା ଯେ ଏହି ମୋବାଇଲ ଆପ ଭାରତର ସଂପ୍ରଭୁତା, ଅଖଣ୍ଡତା, ଭାରତର ରକ୍ଷା, ରାଜ୍ୟର ସୁରକ୍ଷା ଏବଂ ସାର୍ବଜନିକ ବ୍ୟବସ୍ଥା ପାଇଁ ବିପଦ ରହିଥିଲା।ମନ୍ତ୍ରାଳୟ କହିଥିଲା ଯେ, ଏମିତି ଅନେକ ଅଭିଯୋଗ ମିଳିଥିଲା ଯେଉଁଥିରେ କୁହାଯାଇଥିଲା ଯେ, ଏଣ୍ଡ୍ରୋଏଡ ଏବଂ ଆଇଓଏସ ଫ୍ଲାଟଫର୍ମରେ ଏମିତି ଅନେକ ମୋବାଇଲ ଆପ ରହିଛି ଯାହା ବ୍ୟବହାରକାରୀଙ୍କ ସୂଚନା ଚୋରାଇଥାଏ।
ମନ୍ତ୍ରାଳୟ କହିଥିଲେ ଯେ, ଏହି ଆପ ଗୁଡିକ ଅନଧିକୃତ ଉପାୟରେ ବ୍ୟବହାରକାରୀଙ୍କ ସୂଚନା ଏବଂ ଡାଟା ଚୋରୀ କରି ଭାରତ ବାହାରକୁ ପଠାଉଛନ୍ତି। ଏହି ଆପ ବ୍ୟବହାରକାରୀଙ୍କ ଡାଟାକୁ ଚୋରୀ କରୁଛି ଏବଂ ତାକୁ ଭାରତରୁ ବାହାରେ ସ୍ଥିତ ନିଜର ସର୍ବର ପର୍ଯ୍ୟନ୍ତ ବେଆଇନ ଉପାୟରେ ପହଞ୍ଚାଇ ଦେଉଛନ୍ତି। ଏହି ଡାଟାର ଚୋରୀ ଭାରତର ଅଖଣ୍ଡତା, ସଂପ୍ରଭୁତା ଏବଂ ସୁରକ୍ଷା ପାଇଁ ବିପଦ ଅଟେ। ସରକାର କହିଛନ୍ତି ଯେ ଡାଟାର ଚୋରୀ ଚିନ୍ତାର ବିଷୟ ଅଟେ1 ଏବଂ ଏହାଛଡା ଆପତ୍ତକାଳୀନ ପଦକ୍ଷେପ ଉଠାଯିବାର ଆବଶ୍ୟକତା ରହିଛି।
ସୂଚନାଯୋଗ୍ୟ ଯେ ଭାରତ ସରକାର ଏହା ପୂର୍ବରୁ ଟିକଟକ ସହିତ ଚୀନର ଅନେକ ଆପ ଉପରେ ପ୍ରତିବନ୍ଧ ଲଗାଇଥିଲେ। ଜୁନର ଅନ୍ତିମ ଦିନରେ ଭାରତ ଟିକଟକ, ହେଲୋ ସମେତ ଚୀନର ଆହୁରି ୫୯ ମୋବାଇଲ ଆପ ଉପରେ ପ୍ରତିବନ୍ଧ ଲଗାଇଥିଲେ। ଏହାପରେ ଜୁଲାଇର ଶେଷରେ ଆହୁରି ୪୭ ଚାଇନା ଆପ ଉପରେ ପାବନ୍ଧି ଲଗା ଯାଇଛି।
ଏଥର କେନ୍ଦ୍ର ସରକାର PUBGକୁ ଛାଡିଦେଲେ ଲିବିକ, ୱେଚାଟ ୱର୍କ ଏବଂ ୱେଚାଟ ରିଡିଙ୍ଗ, ଆପଲକ, କେରମ ଫ୍ରେଣ୍ଡସ ପରି ଆହୁରି ଅନେକ ଆପ ଉପରେ ପାବନ୍ଧି ଲଗାଇଛନ୍ତି। ଲଦାଖରେ ଚୀନ ସହିତ ପୁଣିଥରେ ତିକ୍ତତା ବଢୁଥିବା ସମୟରେ ଭାରତର ଏପରି ପଦକ୍ଷେପକୁ ଶକ୍ତିଶାଳୀ ମାନୁଛନ୍ତି। ଭାରତ ଏବଂ ଚୀନର ସୀମାରେ ସ୍ଥିତି ଲଗାତର ବିଗିଡିବାରେ ଲାଗିଛି। ଜୁନ ମାସ ୧୫ ପରେ ଏବେ ପୁଣି ଥରେ ଚୀନ ସେନା ସୀମା ଅତିକ୍ରମ କରିବା ପାଇଁ ଉଦ୍ୟମ କରିଛନ୍ତି। ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଅଗଷ୍ଟ ୩୦ ରାତିରେ ଉଭୟ ଦେଶର ସୈନିକମାନେ ମୁହାଁମୁହିଁ ହୋଇଥିଲେ। ଚୀନ ସେନା ସ୍ଥିତି ପରିବର୍ତ୍ତନ କରିବା ସହ ଉତ୍ତେଜକ ସାମରିକ ଗତିବିଧି ଆରମ୍ଭ କରିଥିଲା, ଯାହାକୁ ଭାରତୀୟ ସେନାର ଯବାନମାନେ ବିରୋଧ କରିଥିଲେ।