ସୁଶାନ୍ତ ସିଂ ରାଜପୁତଙ୍କ କେସକୁ ନେଇ ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି। ସୁଶାନ୍ତଙ୍କ ମ୍ୟାନେଜର ସୃତି ମୋଦୀ ମାର୍ଚ୍ଚ ୨୦୨୦କୁ ନେଇ ବହୁତ ବଡ଼ ଖୁଲାସା କରିଛନ୍ତି। ଏହା ମଧ୍ୟ କହିଛନ୍ତି ଜୁନ ନୁହେଁ ମାର୍ଚ୍ଚରେ ସୁଶାନ୍ତଙ୍କୁ ଶେଷ କରିବାର ଯୋଜନା ଥିଲା। ସୃତି ମୋଦୀଙ୍କୁ ରିୟାଙ୍କ ବିଷୟରେ ନିଜେ ସୁଶାନ୍ତ ବହୁତ କିଛି କହିଥିଲେ। ସିବିଆଇ ପଚରାଉଚରା ସମୟରେ ସୃତି ମୋଦୀ କାନ୍ଦି ପକାଇଥିଲେ ଏବଂ ସବୁକିଛି ସତ ମଧ୍ୟ ପ୍ରକାଶ କରିଥିଲେ। ସୃତି ମୋଦୀ ନିଜ ଭୁଲ ମଧ୍ୟ ସ୍ୱୀକାର କରିଥିଲେ।
ସୃତି ମୋଦୀଙ୍କୁ ଆଗରୁ ମଧ୍ୟ ସିବିଆଇ ପଚରାଉଚରା କରିଥିଲା। ସିବିଆଇ ସୂତ୍ରରୁ ଜଣାପଡିଛି ଯେ ବର୍ତ୍ତମାନର ପଚରାଉଚରା ସମୟରେ ସିବିଆଇ ସୃତି ମୋଦୀଙ୍କୁ କଥା କଥାରେ କହିଥିଲେ ଯେ, ସହଯୋଗ କରୁନଥିବା ଆରୋପ ଲଗାଇ ଆମେ ତୁମକୁ ଗିରଫ କରାଇଦେଲେ କିପରି ହେବ? ଏପର୍ଯ୍ୟନ୍ତ ଚୁପ ରହିଥିବା ସୃତି ମୋଦୀ ଏହା ଶୁଣିବା ପରେ ନିଜେ ଫସିଯିବା ଡରରେ କାନ୍ଦିବା ଆରମ୍ଭ କରିଦେଇଥିଲେ ଏବଂ ସେସବୁ କିଛି କହି ପକାଇଥିଲେ ଯାହା ମାର୍ଚ୍ଚ ୨୦୨୦ରେ ହୋଇଥିଲା। ଏମିତିକି ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ନିଜର ଭୁଲ ଏବଂ ସମ୍ପୃକ୍ତି ମଧ୍ୟ ପ୍ରକାଶ କରିଥିଲେ।
ସୃତି ମୋଦୀ ନିଜେ କହିଥିଲେ ଯେ, ମାର୍ଚ୍ଚ ୨୦୨୦ ରେ ସୃତିଙ୍କୁ ସୁଶାନ୍ତ ନିଜର ବ୍ୟାଙ୍କ ଆକାଉଣ୍ଟର ବିବରଣୀ ମାଗିଥିଲେ। ରିୟାଙ୍କ ଖର୍ଚ୍ଚକୁ ନେଇ ସୁଶାନ୍ତ ଏହି ବ୍ୟାଙ୍କ ବିବରଣୀ ମାଗିଥିଲେ। ସିବିଆଇକୁ ଏବିଷୟରେ ପୂର୍ବରୁ ଜଣା ଥିଲା କାରଣ ସୁଶାନ୍ତଙ୍କ ଅକାଉଣ୍ଟାଣ୍ଟ ରଜତ ମେୱାତି ଏବିଷୟରେ ଆଗରୁ ଖୁଲାସା କରି ସାରିଥିଲେ। କିନ୍ତୁ ସିବିଆଇ ଏହା ପଛରେ ଥିବା ସମସ୍ତ ସତ ଜାଣିବାକୁ ଚାହୁଁଥିଲା ଯେଉଁଥିପାଇଁ ସେ ସୃତି ମୋଦୀଙ୍କୁ ପୁଣିଥରେ ଏସବୁ ପଚାରିଥିଲେ। ସୃତି କହିଥିଲେ ଯେ, ସେ ମାର୍ଚ୍ଚ ୨୦୨୦କୁ ମଧ୍ୟ ସୁଶାନ୍ତଙ୍କୁ ଧୋକା ଦେଇଥିଲେ। ରିୟାଙ୍କ ଖର୍ଚ୍ଚର ବିବରଣୀ ସୁଶାନ୍ତ ମାଗିବା ମାତ୍ରେ ସୃତି ତାଙ୍କୁ ବିବରଣୀ ଦେବା ସ୍ଥାନରେ ରିୟାଙ୍କୁ ସବୁକିଛି ଜଣାଇ ଦେଇଥିଲେ। ସୃତି ଆହରି କହିଛନ୍ତି ଯେ, ମାର୍ଚ୍ଚ ୨୦୨୦ ବେଳକୁ ସୁଶାନ୍ତଙ୍କ ଘରେ ନଥିଲେ ରିୟା ଏବଂ ସୃତିଙ୍କ ପାଖରୁ ଏସବୁ ଜାଣିବା ପରେ ରିୟା ତୁରନ୍ତ ସୁଶାନ୍ତଙ୍କ ଘରକୁ ଆସିଯାଇଥିଲେ।
ସୃତି ଏହାମଧ୍ୟ କହିଛନ୍ତି, ରିୟା ତାଙ୍କୁ ଲଗାତର ଫୋନରେ କହୁଥିଲେ ଏବେ ସୁଶାନ୍ତଙ୍କର କିଛି କରିବାକୁ ପଡିବ। ଏବେ ସେ ବହୁତ ଅଧିକା ପ୍ରଶ୍ନ କରିବାକୁ ଲାଗିଲେଣି। ଖାଲି ଏତିକି ନୁହେଁ ସୃତି ଏହା ମଧ୍ୟ କହିଛନ୍ତି, ରିୟା କହୁଥିଲେ ବହୁତ ଶୀଘ୍ର ସୁଶାନ୍ତଙ୍କୁ ନେଇ କିଛି ବଡ଼ ପଦକ୍ଷେପ ନେବାକୁ ପଡିବ। ରିୟାଙ୍କର ସମସ୍ତ କଥାରେ ଚୁପ ରହିଥିଲେ ସୃତି ଏବଂ ତାଙ୍କ କଥାର ମୌନ ସମ୍ମତି ମଧ୍ୟ ଜଣାଇଥିଲେ। ସୃତି କହିଛନ୍ତି ଯେ ତାଙ୍କୁ ଦରମା ସୁଶାନ୍ତଙ୍କ ଆକାଉଣ୍ଟରୁ ମିଳୁଥିଲେ ମଧ୍ୟ ରିୟା ତାଙ୍କର ନିଯୁକ୍ତି କରାଇଥିଲେ। ରିୟା ତାଙ୍କୁ ଏହି ସର୍ତ୍ତରେ ରଖିଥିଲେ ଯେପରି ସୃତି, ସୁଶାନ୍ତଙ୍କୁ ନୁହେଁ ରିୟାଙ୍କୁ ସବୁକଥା ଜଣାଇବେ ଏବଂ ସୁଶାନ୍ତଙ୍କ ପାଖରେ ରହି ରିୟାଙ୍କ କାମ କରିବେ। ସୃତି ଏହି କାରଣରୁ ସୁଶାନ୍ତଙ୍କୁ ଧୋକା ଦେଉଥିଲେ ବୋଲି ସୃତି ନିଜେ ପ୍ରକାଶ କରିଥିଲେ।
ଆଗରୁ ମଧ୍ୟ ସୃତି ଖୁଲାସା କରିଥିଲେ ଯେ, ସୁଶାନ୍ତଙ୍କ ସମସ୍ତ ଆର୍ଥିକ ମାମଲା ରିୟା ଦେଖା ଶୁଣା କରୁଥିଲେ ଏଥିସହିତ କେଉଁ ଚୁକ୍ତି କରାଯିବ କେଉଁ ଚୁକ୍ତି କରାଯିବ ନାହିଁ ସେବିଷୟରେ ମଧ୍ୟ ରିୟା ନିଷ୍ପତ୍ତି ନେଉଥିଲେ। ଏହାଛଡା ସୁଶାନ୍ତଙ୍କ ଘରକୁ ଆସୁଥିବା ଡ୍ରଗ୍ସ ପାର୍ସଲ ମଧ୍ୟ ରିୟା ହିଁ ମଗାଉଥିଲେ। ସୃତି କହିଛନ୍ତି ଯେ, ସେ ମଧ୍ୟ କେତେଥର ରିୟାଙ୍କ ପାଇଁ ସେହି ଡ୍ରଗ୍ସ ପାର୍ସଲ ନେଇ ଆସିଥିଲେ କିନ୍ତୁ ସେ କେବଳ ସେସବୁ ଆଣି ରିୟାଙ୍କ ପାଖରେ ପହଞ୍ଚାଇ ଦେଇଥିଲେ।
ସୁଶାନ୍ତଙ୍କ ନିକଟବର୍ତ୍ତୀ ଲୋକଙ୍କ ଭିତରୁ ଜଣେ ଥିଲେ ସାମୁଏଲ ମିରାଣ୍ଡା। ମିରାଣ୍ଡା ହିଁ ସୁଶାନ୍ତଙ୍କ ସମସ୍ତ ଖର୍ଚ୍ଚ ଏବଂ ଆକାଉଣ୍ଟ ମ୍ୟାନେଜ କରୁଥିଲେ। ରିୟା ଚକ୍ରବର୍ତ୍ତୀଙ୍କୁ ଯଦି କୌଣସି ଜିନିଷର ଆବଶ୍ୟକତା ହେଉଥିଲା ତେବେ ରିୟା ମଧ୍ୟ ମିରାଣ୍ଡାଙ୍କ ମଞ୍ଜୁରୀ ପରେ ସେସବୁ ଜିନିଷ ନେଇପାରିଥାନ୍ତେ। ସିବିଆଇ ପଚରାଉଚରା ବେଳେ ସାମୁଏଲ କହିଛନ୍ତି ଯେ, ଗତ ବର୍ଷ ମଇ ୨୦୧୯ ପାଖାପାଖି ସୁଶାନ୍ତଙ୍କ ଘରକୁ ରିୟାଙ୍କର ଯିବା ଆସିବା ଆରମ୍ଭ ହୋଇଥିଲା।
ସେସମୟରେ ସେ କେବେ କେବେ ସୁଶାନ୍ତଙ୍କ ଘରକୁ ଆସୁଥିଲେ। ଜୁଲାଇ ୨୦୧୯ ବେଳକୁ ମିରାଣ୍ଡା ଗୋଆ ଯାଇଥିଲେ ଏବଂ ସେ ଫେରିବା ବେଳକୁ ସୁଶାନ୍ତଙ୍କ ଜୀବନରେ ବହୁତ କିଛି ବଦଳି ଯାଇଥିଲା। ସେ ଫେରିବା ବେଳକୁ ରିୟା ମଧ୍ୟ ସୁଶାନ୍ତଙ୍କ ଆପାର୍ଟମେଂଟରେ ରହିବାକୁ ଲାଗୁଥିଲେ। ରିୟାଙ୍କ ପିତା ନିଜେ ଆସି ତାଙ୍କୁ ସୁଶାନ୍ତଙ୍କ ଆପାର୍ଟମେଂଟରେ ଛାଡ଼ିଦେଇ ଯାଉଥିଲେ। ରିୟାଙ୍କ ପିତା ଇନ୍ଦ୍ରଜିତ ରିୟା ଏବଂ ସୁଶାନ୍ତଙ୍କ ସହିତ ପାର୍ଟି ମଧ୍ୟ କରୁଥିଲେ। ରିୟାଙ୍କ କହିବା ପରେ ହିଁ ସୃତି ମୋଦୀଙ୍କୁ ସୁଶାନ୍ତଙ୍କ ସେଲିବ୍ରେଟି ମ୍ୟାନେଜର ଭାବରେ ନିଯୁକ୍ତ କରାଯାଇଥିଲା।
ନଭେମ୍ବର ୨୦୧୯ରେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ଦେହ ଖରାପ ହୋଇଛି କହି ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଇ ଦେଇଥିଲେ କିନ୍ତୁ ୪ ଦିନ ପରେ ସୁଶାନ୍ତ ହସ୍ପିଟାଲରେ ରହିବାକୁ ମନା କରିବାରୁ ତାଙ୍କୁ ନିଜ ଘରକୁ ନେଇଯାଇଥିଲେ ରିୟା। ମିରାଣ୍ଡାଙ୍କ ମୁତାବକ ରିୟାଙ୍କ ଘରେ କଣ ହେଲା ତାଙ୍କୁ ଜଣା ନାହିଁ କିନ୍ତୁ ରିୟା କହୁଥିଲେ ତାଙ୍କ ପିତା ଜଣେ ଡାକ୍ତର ଅଟନ୍ତି ସେଥିପାଇଁ ଘରେ ହିଁ ସୁଶାନ୍ତଙ୍କ ଚିକିତ୍ସା କରାଯାଇ ପାରିବ।
ମିରାଣ୍ଡା କହିଥିଲେ ଯେ, ଜାନୁଆରୀ ୨୦୨୦ରେ ଦିପେଶ ସାୱନ୍ତଙ୍କୁ ନେଇକରି ଆସିଥିଲେ ରିୟା। ସିଦ୍ଧାର୍ଥ ପୀଠନି ମଧ୍ୟ ଆଉଥରେ ଆସି ସୁଶାନ୍ତଙ୍କ ଆପାର୍ଟମେଂଟରେ ରହିବାକୁ ଲାଗିଥିଲେ। ଜାନୁଆରୀ ୨୦୨୦ରେ ହିଁ ମିରାଣ୍ଡାଙ୍କୁ ସୁଶାନ୍ତ କହିଥିଲେ ଯେ, ଘରର ସମସ୍ତ ଜିନିଷ ବିକି ସମସ୍ତ ଟଙ୍କା ଆକାଉଣ୍ଟରେ ଜମା କରିଦିଅ କାରଣ ସେ ମୁମ୍ବାଇ ଛାଡି ଯିବାକୁ ଚାହୁଁଥିଲେ ଏବଂ ସବୁ ଜିନିଷ ବିକିଦେବାକୁ କହିଥିଲେ। ଏଥିମଧ୍ୟରେ ସୁଶାନ୍ତ ତାଙ୍କ ଭଉଣୀ ମୀତୁଙ୍କ ସହିତ ଦିଲ୍ଲୀ ଗଲାବେଳେ ରିୟା ତାଙ୍କ ସହିତ ସିଦ୍ଧାର୍ଥଙ୍କୁ ପଠାଇ ଦେଇଥିଲେ।
ମିରାଣ୍ଡାଙ୍କ ମୁତାବକ ରିୟା ଘରର କୌଣସି ଜିନିଷ ବିକିବାକୁ ଦେଇ ନଥିଲେ। ରିୟା ଚାହୁଁନଥିଲେ ଯେ, ସୁଶାନ୍ତ ମୁମ୍ବାଇ ଛାଡି ଅନ୍ୟ କେଉଁଆଡ଼େ ଯାଆନ୍ତୁ। ଏହାପରେ ଧୀରେ ଧୀରେ ସୁଶାନ୍ତଙ୍କ ଦେହ ଖରାପ ହେବାକୁ ଲାଗିଲା। ସେ ବହୁତ ସମୟ ଶୋଇବାକୁ ଲାଗୁଥିଲେ। ଏଥିସହିତ ରିୟା ନିଜର ସମସ୍ତ ଖର୍ଚ୍ଚ ସୁଶାନ୍ତଙ୍କ ଟଙ୍କାରେ କରୁଥିଲେ। ମାର୍ଚ୍ଚ ୨୦୨୦ରେ ମିରାଣ୍ଡାଙ୍କୁ ଚାକିରୀରୁ ବାହାର କରିଥିଲେ ସୁଶାନ୍ତ। ଟଙ୍କାକୁ ନେଇ ଗଡ଼ବଡ଼ ହୋଇଥିବାରୁ ସୁଶାନ୍ତ ତାଙ୍କୁ ଚାକିରୀରୁ ବାହାର କରିଥିଲେ କିନ୍ତୁ ଏହି ଗଡ଼ବଡ଼ ରିୟାଙ୍କ କାରଣରୁ ହୋଇଥିଲା। ତେବେ ମାର୍ଚ୍ଚ ମାସ ପରେ ମିରାଣ୍ଡା ଆଉ ସୁଶାନ୍ତଙ୍କ ଘରକୁ ଯାଇ ନଥିଲେ।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।