ଆସାମର ଡିବ୍ରୁଗଡର ମିଲନ ନଗର ଅଞ୍ଚଳ। ଆସାମ ମେଡ଼ିକାଲ କଲେଜ(AMCH)ର ଜଣେ ଡାକ୍ତର ଉପରେ ଆରୋପ ରହିଛି ଯେ, ସେ ୨୭ ଅଗଷ୍ଟ ରାତିରେ ଶୋଇଥିବା ନାବାଳକ ପିଲା ଉପରେ କଥିତ ସ୍ତରରେ ଫୁଟୁଥିବା ପାଣି ପକାଇ ଦେଇଥିଲେ। ୧୨ ବର୍ଷର ସେହି ପିଲା, ଡା. ସିନ୍ଧି ପ୍ରସାଦ ଦେବରୀ ଏବଂ ତାଙ୍କ ପତ୍ନୀ ମିତାଲୀ କୋଂବରଙ୍କ ଘର କାମ କରୁଥିଲେ। ସିନ୍ଧି AMCHରେ ଫିଜିକ୍ସିଆନ ଅଟନ୍ତି ଏବଂ ମିତାଲୀ ମୋରନ କଲେଜର ପ୍ରିନ୍ସିପାଲ ଅଛନ୍ତି।
“ଇଷ୍ଟ ମୋଜୋ”ର ରିପୋର୍ଟ ମୁତାବକ, ମାମଲାର ସୂଚନା ମିଳିବା ପରେ ଏକ ସୋସିଆଲ ୱେଲଫେୟାର କମିଟି ପୀଡିତ ପିଲାକୁ ଯତ୍ନରେ ରଖିଛନ୍ତି। ଡିବ୍ରୁଗଡର ଶିଶୁ କଲ୍ୟାଣ କମିଟିର ଜଣେ ସଦସ୍ୟ “ଇଷ୍ଟ ମୋଜୋ”କୁ କହିଥିଲା, “ଆମକୁ ୨୯ ଅଗଷ୍ଟର ରାତିରେ ସୂଚନା ମିଳିଥିଲା ଯେ ୧୨ ବର୍ଷର ଗୋଟିଏ ପିଲା ଉପରେ ଫୁଟୁଥିବା ପାଣି ପକାଇ ଦିଆଯାଇଛି। ଏହାପରେ ଆମ ଟିମ ଡାକ୍ତର ସିନ୍ଧିଙ୍କ ଘରକୁ ଯାଇ ପିଲାଟିକୁ ଉଦ୍ଧାର କରିଥିଲେ। ଆମେ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ। ନାବାଳକ ପିଲାଟି ଡାକ୍ତରଙ୍କ ଘରେ ଅପ୍ରେଲ,୨୦୧୯ରୁ ବାଳ ଶ୍ରମିକ ଭାବରେ କାମ କରୁଥିଲେ। ତାଙ୍କୁ ଅଧିକାଂଶ ସମୟରେ ମାର ଧର କରାଯାଉଥିଲା।
ଘଟଣାକୁ ନେଇ ଡିବ୍ରୁଗଡର ଶିଶୁ କଲ୍ୟାଣ କମିଟି ଡିବ୍ରୁଗଡର ପୋଲିସ ଷ୍ଟେସନରେ ଏକ FIR ଫାଇଲ କରାଇଥିଲେ। ଶରୀର ଉପରେ ଫୁଟୁଥିବା ପାଣି ପଡିବାରୁ ପିଲାଟିର ଚମଡା ଅନେକ ସ୍ଥାନରେ ଜଳି ଯାଇଥିଲା। ତାଙ୍କର ଚିକିତ୍ସା ଜାରି ରହିଛି।
କଣ କହିଲେ ପୀଡିତ ନାବାଳକ?:
ଶିଶୁ କଲ୍ୟାଣ କମିଟିର ଲୋକମାନେ ‘ଉତ୍ତର-ପୂର୍ବ ବର୍ତ୍ତମାନ’ କୁ କହିଛନ୍ତି ଯେ, ଯେତେବେଳେ ସେମାନେ ଡାକ୍ତର ସିନ୍ଧିଙ୍କୁ ପିଲାଟିକୁ ନେଇ ପ୍ରଶ୍ନ ପଚାରିଲେ, ସେତେବେଳେ ସେ କୌଣସି ସୂଚନା ଦେବାକୁ ମନା କରିଦେଇଥିଲେ। ସେ କେବଳ ଏତିକି କହିଥିଲେ ଯେ, ସେହି ପିଲାଟି ତାଙ୍କର କୌଣସି ସମ୍ପର୍କୀୟଙ୍କ ପୁଅ ଅଟନ୍ତି। ପରେ ଜଣାପଡିଥିଲା ଯେ ପିଲାଟି ଜୋରହାଟର ଅଟନ୍ତି ଏବଂ ଭୂଇଁୟା ସମାଜ ସହିତ ତଲୁକ ରଖିଥାନ୍ତି।
ମିଡିଆ ସହିତ କଥା ହେଉଥିବା ସମୟରେ ପିଲାଟି କହିଥିଲା ଯେ, ସେ ଦେଢ଼ ବର୍ଷ ହେବ ଡାକ୍ତର ସିନ୍ଧିଙ୍କ ଘରେ କାମ କରୁଛନ୍ତି। ସେ ଘରର ସମସ୍ତ କାମ କରିଥାନ୍ତି। ରାତିରେ ଯେତେବେଳେ ସେ ଫ୍ଲୋର ଉପରେ ଶୋଇଥିଲେ, ସେତେବେଳେ ଡାକ୍ତର ସିନ୍ଧି ତା’ଉପରେ ଗରମ ପାଣି ପକାଇ ଦେଇଥିଲେ। ପିଲାଟି ଏହିସବୁ ଆରୋପ ଲଗାଇଥିଲେ ଯେ, ଡାକ୍ତର ସିନ୍ଧି ତାଙ୍କୁ ନିଜ ଘର ଲୋକଙ୍କ ସହିତ କଥାବାର୍ତ୍ତା ହେବାକୁ ଦେଉ ନଥିଲେ।
କ’ଣ କରୁଛି ପୋଲିସ?:
ପୋଲିସ ଯେତେବେଳେ ଡାକ୍ତର ସିନ୍ଧିଙ୍କ ଘରେ ପହଞ୍ଚିଥିଲେ, ସେତେବେଳେ ସେ ସେଠାରେ ମିଳି ନଥିଲେ। “ଉତ୍ତର-ପୂର୍ବ ନାଉ”ରୁ କଥା ହେଉଥିବା ବେଳେ ଏସପି ପଦ୍ମନାଭ ବରୁଆ କହିଛନ୍ତି ଯେ,”ଆମେ ଡିବ୍ରୁଗଡ ପୋଲିସ ଷ୍ଟେସନରେ ଶିଶୁ ଲେବର ଆକ୍ଟ ଏବଂ ଜୁବେନାଇଲ ଜଷ୍ଟିସ ଆକ୍ଟ ଅଧୀନରେ ମାମଲା ଫାଇଲ କରିଛନ୍ତି। ଆମେ ଡାକ୍ତର ସିନ୍ଧିଙ୍କୁ ଖୋଜୁଛୁ ଏବଂ ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ କରିବେ।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |