କରୋନା ସଂକ୍ରମିତ ପତ୍ନୀଙ୍କୁ ଭେଟିବା ପାଇଁ ହସ୍ପିଟାଲ କବାଟ ଭାଙ୍ଗି ପହଞ୍ଚିଲେ ସ୍ୱାମୀ, ପାଖରେ ଯାଇ ବସିଗଲେ…

କରୋନା ଭାଇରସ ଏମିତି ଏକ ରୋଗ ଅଟେ ଯେଉଁଥିରେ ଘରଲୋକ ମାନେ ମଧ୍ୟ ରୋଗୀଙ୍କ ଠାରୁ ଦୂରେଇ ଯାଇଥାନ୍ତି, ଏମିତିକି ଜଣେ ମାଆ ମଧ୍ୟ ନିଜ ପୁଅ ପାଖରେ ରହି ପାରନ୍ତି ନାହିଁ। କିନ୍ତୁ ଛତିଶଗଡ଼ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବକ ନିଜର କରୋନା ପଜିଟିଭ ଥିବା ପତ୍ନୀଙ୍କ ସହିତ ହସ୍ପିଟାଲ କବାଟ ଭାଙ୍ଗି ଦେଖା କରିବାକୁ ପହଞ୍ଚି ଯାଇଥିଲେ। ପ୍ରେମକୁ କରୋନା କିମ୍ବା କୌଣସି ଅନ୍ୟ ବାଧା ବନ୍ଦନ ଅଟକାଇ ପାରି ନଥାଏ। ଏହାର ପ୍ରମାଣ ଦେଇଛନ୍ତି ଏହି କରୋନା ସଂକ୍ରମିତ ମହିଳାଙ୍କ ସ୍ୱାମୀ।

ପତ୍ନୀଙ୍କୁ ଦେଖା କରିବା ପାଇଁ କରି ଆସୁଥିଲେ ଜିଦ:

Strides Pharma develops Favipiravir antiviral tablets; drug shows positive outcome in COVID-19 treatment - The Economic Times

ବାସ୍ତବରେ ଏହି ବିରଳ ଘଟଣା ମଙ୍ଗଳବାର ରାତି ୧ ଘଣ୍ଟା ସମୟରେ ଛତିଶଗଡର ଜାଞ୍ଜଗିର ଜିଲ୍ଲାରେ ଥିବା କୋଭିଡ ହସ୍ପିଟାଲରେ ଦେଖିବାକୁ ମିଳିଛି। ଯେଉଁଠାରେ ଜଣେ ସ୍ୱାମୀ ମଦ ନିଶାରେ ନିଜ ପତ୍ନୀଙ୍କ ସହିତ ଭେଟ କରିବା ପାଇଁ ଆସି ପହଞ୍ଚିଥିଲେ। ଯେତେବେଳେ ମେଡ଼ିକାଲ କର୍ମଚାରୀ ତାଙ୍କୁ ଭିତରକୁ ଆସିବାକୁ ମନା କରିବାରୁ ସେ ଝଗଡା କରିବା ଆରମ୍ଭ କରିଦେଇଥିଲେ ଏବଂ ମେଡ଼ିକାଲର ଆସବାବପତ୍ରକୁ ଭାଙ୍ଗିବାକୁ ଲାଗିଥିଲେ। ସେ ବାରମ୍ବାର ନିଜର ପତ୍ନୀଙ୍କ ସହିତ ଭେଟ କରିବାର ଜିଦ କରୁଥିଲେ।

କରୋନା ପଜିଟିଭ ପତ୍ନୀଙ୍କ ପାଖରେ ଯାଇ ବସିଗଲେ ସ୍ଵାମୀ:

ଡାକ୍ତର ଯୁବକଙ୍କୁ ଅଟକାଇବା ପାଇଁ ବହୁତ ପ୍ରୟାସ କରିଥିଲେ କନ୍ତୁ ସେ ଗେଟ ଭାଙ୍ଗି ସିଧା ଯାଇ ତାଙ୍କ କରୋନା ସଂକ୍ରମିତ ରୋଗୀଙ୍କ ୱାର୍ଡରେ ପସିଯାଇଥିଲେ ଏବଂ ପତ୍ନୀଙ୍କ ପାଖରେ ଯାଇ ବସିପଡ଼ିଥିଲେ। ଯେତେବେଳେ ମେଡ଼ିକାଲ କର୍ମଚାରୀ ପୋଲିସଙ୍କୁ ଡକାଇବା ପାଇଁ ଫୋନ ଲଗାଇଲେ ସେତେବେଳେ ସେ ହସ୍ପିଟାଲ ପରିସରରୁ ବାହାରି ଯାଇଥିଲେ।

ଆଧା ରାତିରେ କରୋନା ୱାର୍ଡରେ କଲେ ହଙ୍ଗାମା:

ଘଟଣାର ସୂଚନା ଦେଇ ଡାକ୍ତର ପ୍ରଭାତ ପାଣ୍ଡେୟ କହିଥିଲେ ଯେ, ହଙ୍ଗାମା କରିଥିବା ମଦୁଆ ଯୁବକଙ୍କ ନାମ ଅମିତ ସୋନୀ, ସେ ଅଧା ରାତ୍ରିରେ ପତ୍ନୀଙ୍କୁ ଦେଖା କରିବା ନାଁରେ ହସ୍ପିଟାଲ ପରିସରରେ ଆସି ହଙ୍ଗାମା ସୃଷ୍ଟି କରିଦେଇଥିଲେ। ଅନେକଥର ତାଙ୍କୁ ବୁଝାଇବା ପରେ ମଧ୍ୟ ସେ ଗାଳି ଦେବା ସହିତ ମାରପିଟ କରିବାକୁ ଲାଗିଥିଲେ। ଯେମିତି ତାଙ୍କୁ ଜଣାପଡିଥିଲା ଯେ ବର୍ତ୍ତମାନ ପୋଲିସ ଆସିବ ସେତେବେଳେ ତାଙ୍କୁ ମେଡିକାଲରେ ପାଇଁ ନଥିଲେ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *