୧୨ ଜୁନ ଦିନ ସୁଶାନ୍ତଙ୍କ ଘରକୁ ଯାଇଥିଲେ ରିୟା, କେକ, ଫୋଟୋ ଏବଂ ଲକ୍ଷ ଲକ୍ଷ ଟଙ୍କାର ଡିଲ।

ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ସବୁଠୁ ବଡ଼ ଖୁଲାସା ଯେଉଁ ରିୟା ଚକ୍ରବର୍ତ୍ତୀ ୮ ଜୁନକୁ ସୁଶାନ୍ତଙ୍କ ଘର ଛାଡ଼ି ଚାଲି ଯାଇଥିଲେ ଏବଂ ୯ ଜୁନକୁ ସୁଶାନ୍ତଙ୍କ ନମ୍ବର ବ୍ଲକ କରିଦେଇଥିଲେ ସେହି ରିୟା ୧୨ ଜୁନକୁ ସୁଶାନ୍ତଙ୍କ ଘରକୁ ଯାଉଥିଲେ। ଏହାର ଫୋଟୋ ଚିତ୍ର ମଧ୍ୟ ସାମ୍ନାକୁ ଆସି ଯାଇଛି। ରିୟା ଚକ୍ରବର୍ତ୍ତୀ ନିଜର ଇଣ୍ଟରଭ୍ୟୁ କହିଥିଲେ ଯେ, ୮ଜୁନକୁ ସେ ସୁଶାନ୍ତଙ୍କ ଘର ଛାଡ଼ି ଚାଲି ଯାଇଥିଲେ ଏବଂ ୯ ଜୁନକୁ ସୁଶାନ୍ତଙ୍କ ନମ୍ବର ବ୍ଲକ କରିଦେଇଥିଲେ। ସୁଶାନ୍ତଙ୍କ ଘରେ ରହୁଥିବା ଲୋକ ଏବଂ ଚାକର ମଧ୍ୟ ଏହା କହିଥିଲେ ଯେ, ୮ ଜୁନକୁ ରିୟା ନିଜର ସମସ୍ତ ଜିନିଷ ନେଇ ଚାଲିଯାଇଥିଲେ ଆଉ କେବେ ଫେରି ନଥିଲେ।

୧୨ ଜୁନକୁ ସୁଶାନ୍ତଙ୍କ ଭଉଣୀ ମୀତୁ ମଧ୍ୟ ନିଜ ଘରକୁ ଚାଲି ଯାଇଥିଲେ, ଏହାର କାରଣ ମଧ୍ୟ ଖୋଦ ରିୟା ଥିଲେ। ୮ ଜୁନକୁ ରିୟା ସୁଶାନ୍ତଙ୍କୁ ଛାଡି ଯିବାପରେ ଭାବିଥିଲେ ଆଉ ତାଙ୍କ ଜୀବନରେ ସୁଶାନ୍ତଙ୍କର କୌଣସି ଆବଶ୍ୟକତା ନାହିଁ କିନ୍ତୁ ମାତ୍ର ୪ ଦିନ ପରେ ରିୟାଙ୍କୁ ସୁଶାନ୍ତଙ୍କର ଆବଶ୍ୟକତା ପଡିଯାଇଥିଲା, ସେ ପୁଣି ଥରେ ସୁଶାନ୍ତଙ୍କ ପାଖକୁ ଫେରି ଆସିଥିଲେ। ରିୟା ନିଜ କଥାରେ ସୁଶାନ୍ତଙ୍କୁ ଫସାଇ ମୀତୁଙ୍କୁ ଚାଲିଯିବା ପାଇଁ ସୁଶାନ୍ତଙ୍କ ମୁହଁରୁ କୁହାଇଥିଲେ। ଯେଉଁଥିପାଇଁ ମୀତୁଙ୍କୁ ସୁଶାନ୍ତ କହିଥିଲେ ତୁମ ପିଲା ମାନଙ୍କର ପରୀକ୍ଷା ଅଛି ତୁମେ ନିଜ ଘରକୁ ଚାଲିଯାଅ। ଏଥିରେ ମଧ୍ୟ ରିୟାଙ୍କ ନାମ ଉଠାଇ ନଥିଲେ ସୁଶାନ୍ତ।

୧୨ ଜୁନ ଦିନ ସୁଶାନ୍ତଙ୍କ ଘରକୁ କେକ ମଗାଇଥିଲେ ରିୟା ଚକ୍ରବର୍ତ୍ତୀ। ସେହି କେକ କମ୍ପାନୀ ସହିତ ରିୟାଙ୍କର ଡିଲ ହୋଇଥିଲା। ସେହି କେକ କମ୍ପାନୀର ଇନଷ୍ଟାଗ୍ରାମ ଆଇଡିରୁ ଏହି ଫୋଟୋ ମିଳିଛି। ୧୨ ଜୁନର ଏହି ଫୋଟୋ ସୁଶାନ୍ତଙ୍କ ଘରେ ହିଁ ଉଠାଯାଇଥିଲା। ଫୋଟୋର ପଛରେ ଆପଣ ଭଲ ଭାବରେ ସୁଶାନ୍ତଙ୍କ ଲିଭିଙ୍ଗ ରୁମ ଦେଖି ପାରିବେ, ଜଣେ ଏଷ୍ଟ୍ରୋନଟଙ୍କ ଫୋଟୋ ମଧ୍ୟ ନଜରକୁ ଆସୁଛି। ଯଦି ୧୨ ଜୁନ ଦିନ ସୁଶାନ୍ତଙ୍କ ଘରକୁ ରିୟା ଆସିଥିଲେ ତେବେ ସେହି ସମୟରେ ଚାକର ଏବଂ ଅନ୍ୟ ଲୋକମାନେ କେଉଁଠାରେ ଥିଲେ।

୨୮ ଅଗଷ୍ଟ ସକାଳୁ ପ୍ରାୟ ୧୦ ଘଣ୍ଟା ୪୦ ମିନିଟ ସମୟରେ ରିୟା ଚକ୍ରବର୍ତ୍ତୀଙ୍କ ସହିତ ପ୍ରଥମ ରାଉଣ୍ଡର ପଚରାଉଚରା ଆରମ୍ଭ ହୋଇ ସାଢ଼େ ୧୦ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ତେବେ ପ୍ରଥମ ରାଉଣ୍ଡରେ ହିଁ ରିୟା ବହୁତ କିଛି କହି ପକାଇଥିଲେ। ରିୟା ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିବା କଥା , ତାଙ୍କର ସୁଶାନ୍ତଙ୍କ ସହିତ ୮ ଜୁନରେ ହୋଇଥିବା ଝଗଡା ଏବଂ ଦୁଇଜଣ ରିୟା ଓ ସୁଶାନ୍ତଙ୍କ ସମ୍ପର୍କ ଶେଷ ହୋଇଯାଇଥିବାର କହି ପକାଇଥିଲେ ରିୟା।

ସିବିଆଇ ବହୁତ କିଛି ରିୟାଙ୍କୁ ପଚାରିଥିଲା ଏବଂ ରିୟାଙ୍କ ପ୍ରତ୍ୟେକ ଉତ୍ତରରେ ଆଉ ଗୋଟିଏ ପ୍ରଶ୍ନ ପଚାରିଥିଲେ ସିବିଆଇ। ସିବିଆଇ ପ୍ରଥମେ ପଚାରିଲା, ୧୪ ଜୁନକୁ ସୁଶାନ୍ତଙ୍କ ମୃତ୍ୟୁ ଖବର ତୁମକୁ କିଏ ଦେଲା? ଉତ୍ତରରେ ରିୟା କହିଥିଲେ”ମୋର କିଛି ବନ୍ଧୁ ମୋତେ ମେସେଜ କରିଥିଲେ ଏବଂ କିଛି ବନ୍ଧୁଙ୍କର ଫୋନ କଲ ମଧ୍ୟ ଆସିଥିଲା। ପୁଣି ସିବିଆଇ ପଚାରିଥିଲେ ଯେତେବେଳେ ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ବେଳେ ତୁମେ କେଉଁଠି ଥିଲେ? ରିୟା କହିଥିଲେ,”ମୁଁ ସେତେବେଳେ ମୋ ଘରେ ଥିଲି”।

ସିବିଆଇ ପଚାରିଥିଲେ, “ସୁଶାନ୍ତଙ୍କ ମୃତ୍ୟୁ ଖବର ମିଳିବା ପରେ ତୁମେ ତାଙ୍କର ବାନ୍ଦ୍ରାସ୍ଥିତ ଘରକୁ ଯାଇଥିଲେ କି ?” ରିୟା ଉତ୍ତର ଦେଇଥିଲେ, “ମୁଁ ସୁଶାନ୍ତଙ୍କ ଘରକୁ ଯାଇ ନଥିଲି କାରଣ ଆମ ସମ୍ପର୍କ ଶେଷ ହୋଇଯାଇଥିଲା।” ପୁଣି ସିବିଆଇ ପଚାରିଥିଲେ,”ଜୁନ୍‌ ୮ରେ କାହିଁକି ସେ ସୁଶାନ୍ତଙ୍କ ଘରୁ ଚାଲି ଯାଇଥିଲେ?” ରିୟା ପ୍ରଥମେ ନିଜ ଉତ୍ତରରେ କହିଥିଲେ, ସୁଶାନ୍ତ ମୋତେ ନିଜେ ଘରୁ ଚାଲିଯିବାକୁ କହିଥିଲେ। ଏହି ଉତ୍ତରର ତୁରନ୍ତ ପରେ ସିବିଆଇ ପଚାରିଥିଲେ, “ତାହେଲେ କ’ଣ ପାଟିତୁଣ୍ଡ ପରେ ସୁଶାନ୍ତଙ୍କ ଘର ଛାଡ଼ିଥିଲେ ଆପଣ? କାରଣ ସିଦ୍ଧାର୍ଥ ପୀଠନି କହିଛନ୍ତି ସେଦିନ ତୁମର ସୁଶାନ୍ତଙ୍କ ସହିତ ଝଗଡା ହୋଇଥିଲା।” ରିୟା ଉତ୍ତରରେ କହିଥିଲେ,”ହଁ ଆମର ଝଗଡା ହୋଇଥିଲା ଏବଂ ଝଗଡା ପରେ ମୁଁ ନିଜେ ସୁଶାନ୍ତଙ୍କ ଘର ଛାଡ଼ି ଚାଲିଯାଇଥିଲେ।”

ଏହାପରେ ସିବିଆଇ ପଚାରିଥିଲେ, ‘ଆପଣଙ୍କର କେଉଁ କଥାକୁ ନେଇ ଝଗଡା ହୋଇଥିଲା ଏବଂ ତୁମେ ଲାପଟପରୁ କାହିଁକି କିଛି ଜିନିଷ ଡିଲିଟ କରିଥିଲ ଏବଂ ୮ଟି ହାର୍ଡ ଡିସ୍କକୁ କଣ ତୁମେ ନଷ୍ଟ କରିଥିଲ?” ଏହି ପ୍ରଶ୍ନର ଉତ୍ତର ଦେବା ସ୍ଥାନରେ ଚୁପ ରହିଥିଲେ ରିୟା। ଏହାପରେ ସିବିଆଇ ରିୟାଙ୍କୁ ଜୟା ଶାହା ଏବଂ ଡ୍ରଗ୍ସ ସମ୍ବନ୍ଧିତ କିଛି ଚାଟ ରିୟାଙ୍କୁ ଦେଖାଇ ଏବିଷୟରେ ପଚାରିଥିଲେ। ଏଥିରେ ରିୟା ସ୍ୱୀକାର କରି ନେଇଥିଲେ ଏବଂ କହିଥିଲେ,”ହଁ, ଏହି ଚାଟ ମୋ ଫୋନରୁ କରାଯାଇଛି ଏବଂ ରିୟା ଏହା ମଧ୍ୟ ମାନିଥିଲେ ଯେ ସବୁକିଛି ମୁଁ ହିଁ ଟାଇପ କରିଥିଲି। ମୁଁ ଏସବୁ କିଛି ସୁଶାନ୍ତଙ୍କ କହିବା ମୁତାବକ କରିଥିଲି।”

ସିବିଆଇ ଗୌରବ ଆରୟାଙ୍କ ସହିତ ରିୟାଙ୍କ ଚାଟ ଦେଖାଇ ପ୍ରଶ୍ନ ପଚାରିବାରୁ, ରିୟା ଏହିଥିଲେ,”ହଁ, ମୁଁ ଡ୍ରଗ୍ସ ନେଇଥିଲି ଏବଂ ସୁଶାନ୍ତଙ୍କୁ ମଧ୍ୟ ତାଙ୍କ କଫି ଏବଂ ଚା’ରେ ୪ ବୁନ୍ଦା ମିଶାଇ ଦେଉଥିଲି ଯେଉଁଥିରେ ସେ ବେହୋସ ହୋଇଯାଉଥିଲେ।” ପୁଣି ସିବିଆଇ ପଚାରିଥିଲେ, ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ କିଏ ଦେଖୁଥିଲେ ଏବଂ ତାଙ୍କ କ୍ରେଡିଟ କାର୍ଡ଼ ଆପଣ କାହିଁକି ବ୍ୟବହାର କରିଥିଲେ? ଏହାର ଉତ୍ତରରେ ରିୟା କହିଲେ, “ସୁଶାନ୍ତଙ୍କ ବ୍ୟାଙ୍କ ଅକାଉଣ୍ଟ ଦେଖୁଥିଲେ ସାମୁଏଲ ମିରାଣ୍ଡା। ଏବଂ ସେ ସୁଶାନ୍ତଙ୍କ Credit Cards ବ୍ୟବହାର କରିଥିଲେ, ମୋତେ ସୁଶାନ୍ତ ଦେଇଥିଲେ।”

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *