ବିବାହ ଭାଙ୍ଗିବା ପାଇଁ ଏଠାରେ ଲୋକମାନେ ହୋଇଥାନ୍ତି ନିଯୁକ୍ତ, ଏକ ଲକ୍ଷ ଟଙ୍କାରୁ ଅଧିକ ଦରମା।

ନିଜର ବିବାହ ଯୋଡୁଥିବା ଏଜେନ୍ସି କିମ୍ବା ଲୋକମାନଙ୍କ ନାମ ତ ଆପଣ ଶୁଣିଥିବେ। କିନ୍ତୁ କେବେ ବିବାହ ଭାଙ୍ଗୁଥିବା ଏଜେନ୍ସିର ନାମ ଶୁଣିଛନ୍ତି କି? ଏମିତି ଏକ ଦେଶ ରହିଛି ଯେଉଁଠାରେ ଏହା ବହୁତ ପ୍ରଖ୍ୟାତ ରୋଜଗାର ଅଟେ। ଏହି ଏଜେଣ୍ଟଙ୍କ ଜରିଆରେ ଲୋକମାନେ ବିବାହ ଭାଙ୍ଗୁଛନ୍ତି। କରୋନା କାରଣରୁ ଏହି ରୋଜଗାରରେ କିଛି ହ୍ରାସ ଆସିଛି କିନ୍ତୁ ଯଦି କୌଣସି ବ୍ୟକ୍ତିଙ୍କୁ ନିଜ ସାଥୀଙ୍କ ଉପରେ ସନ୍ଦେହ ରହିଛି ତେବେ ଏହି ଏଜେଣ୍ଟ ମାନଙ୍କ ଠାରୁ ସାହାଯ୍ୟ ନେଇ ଆଗାମୀ ରଣନୀତି ବନାଇ ପାରିବେ।

ଏହି ଏଜେଣ୍ଟ ମାନଙ୍କୁ ୱାକରେସାସେୟା କୁହାଯାଇଥାଏ। ଏମାନଙ୍କର କାମ ହୋଇଥାଏ ସାଥୀଙ୍କର ଗୁପ୍ତଚର କାମ କରିବା। ତାଙ୍କର ଅବୈଧ ସମ୍ପର୍କର ପ୍ରମାଣ ଏକଜୁଟ କରିବା। ତା’ପରେ ନିଜେ ସମ୍ବନ୍ଧ ନିର୍ମିତ କରି ସମ୍ପର୍କ ଭାଙ୍ଗିବା। ଏମାନେ କୌଣସି ପ୍ରକାରର ହୋଇପାରନ୍ତି। ଏମାନଙ୍କ ପୋଷାକ ଆପଣଙ୍କ ଅନୁସାରେ ବଦଳି ଯାଇପାରେ। ଅନେକଥର ଏହି ସମ୍ପର୍କ ଭାଙ୍ଗିବା ପାଇଁ ଆପଣଙ୍କ ସହିତ ସ୍ୱାଭାବିକ ସମ୍ପର୍କ ବନାଇଥାନ୍ତି। ସମ୍ପର୍କ ଭାଙ୍ଗିବା ପରେ ଏମାନେ ମଧ୍ୟ ଆପଣଙ୍କୁ ଛାଡି ଚାଲି ଯାଇଥାନ୍ତି।

ବିବାହ ଭାଙ୍ଗୁଥିବା ଏଜେନ୍ସିର ଏହି ରୋଜଗାର ସବୁଠୁ ଅଧିକ ଜାପାନରେ ବୃଦ୍ଧି ପାଉଛି। କାରଣ ଯେତେବେଳେ ଆପଣଙ୍କ ସାଥି ଆପଣଙ୍କ ପଛରେ ୱାକରେସାସେୟା ଅର୍ଥାତ ବିବାହ ଭାଙ୍ଗୁଥିବା ଏଜେନ୍ସି ଲଗାଇଥାଏ ସେତେବେଳେ ଆପଣଙ୍କ ସାଥି ଆପଣଙ୍କ ଗତିବିଧି ଦ୍ୱାରା ଏକଜୁଟ କରାଯାଇଥିବା ପ୍ରମାଣ ଆଧାରରେ ଆପଣଙ୍କୁ ଡିଭୋର୍ସ ଦେଇ ପାରିବ। ଜାପାନରେ ନିଜ ସାଥି ଉପରେ ସନ୍ଦେହ କରିବା ଏକ ସହଜ କଥା। ଏଥିପାଇଁ ଲୋଲ ଏପରି କରିଥାନ୍ତି।

ୱାକରେସାସେୟା ଏଜେଣ୍ଟ ମାନଙ୍କ ସେବା ବହୁତ ମହଙ୍ଗା ହୋଇଥାଏ। ଏଥିପାଇଁ ସବୁ ଲୋକ ମଧ୍ୟ ଏହାକୁ ଦେଇ ପାରିବେ ନାହିଁ। ନିକଟରେ ହିଁ ଏକ ୱାକରେସାସେୟା ଏଜେଣ୍ଟଙ୍କର ହତ୍ୟା କରିଦିଆ ଯାଇଥିଲା। ଯାହାପରେ ୱାକରେସାସେୟା ଇଣ୍ଡଷ୍ଟ୍ରିକୁ ଏକ ବଡ଼ ଝଟକା ଲାଗିଥିଲା। ନକଲି ମାମଲା ବ୍ୟତୀତ ଏହି ଘଟଣା ଇଣ୍ଡଷ୍ଟ୍ରିରେ କିଛି ସୁଧାରକୁ ମଧ୍ୟ ପ୍ରଶ୍ରୟ ଦେଇଛି। ଏଥିରେ ବ୍ୟକ୍ତିଗତ ଗୁପ୍ତଚର ଏଜେନ୍ସିଗୁଡ଼ିକ ପାଇଁ ଲାଇସେନ୍ସ କରିବାର ଆବଶ୍ୟକତା ମଧ୍ୟ ଶାମିଲ ରହିଥିଲା।

ୱାକରେସାସେୟା ଏଜେଣ୍ଟ ୟୁସୁକେ ମୋଚିଜୁକୀଙ୍କ କହିବା କଥା ଯେ, ଏହି ଦୁର୍ଘଟଣା ପରେ ୱାକରେସାସେୟା ସେବା ଗୁଡିକର ଅନଲାଇନ ବିଜ୍ଞାପନ ଗୁଡିକୁ କଡକାଢ଼ି କରିଦିଆ ଯାଇଥିଲା। ସାଧାରଣ ଲୋକ ମାନଙ୍କ ଭିତରେ ମଧ୍ୟ ପରସ୍ପର ସନ୍ଦେହ ବଢିଗଲା, ଯାହାଦ୍ୱାରା ୱାକରେସାସେୟା ଏଜେଣ୍ଟ ମାନଙ୍କ ପାଇଁ କାର୍ଯ୍ୟ କରିବା କଷ୍ଟସାଧ୍ୟ ହୋଇଯାଇଥିଲା। କିନ୍ତୁ ବର୍ତ୍ତମାନ ପୁଣି ସେହି ବିଜ୍ଞାପନ ଗୁଡିକ ଫେରି ଆସିଛି। ଉଚ୍ଚ ଦର ଏବଂ ବିବାଦ ଗୁଡିକ ପରେ ମଧ୍ୟ ଏହି ବ୍ୟବସାୟ ଆଗକୁ ବଢୁଛି।

ଧନୀ ଲୋକମାନଙ୍କ ପାଖରେ ଏହି ଇଣ୍ଡଷ୍ଟ୍ରିର ଚାହିଦା ଆଜି ମଧ୍ୟ ରହିଛି। ଜାପାନରେ ପାଖାପାଖି ୨୭୦ ୱାକରେସାସେୟା ଏଜେନ୍ସି ଅନଲାଇନ ବିଜ୍ଞାପନ ଦେଉଛନ୍ତି। ୱାକରେସାସେୟା ସେବା ବହୁତ ମହଙ୍ଗା ଅଟେ। ସେଥିପାଇଁ ଏହାର ଗରାଖ ମଧ୍ୟ ସାଧାରଣତଃ ଧନୀ ଲୋକମାନେ ହୋଇଥାନ୍ତି। ଗୋଟିଏ କାମ ପାଇଁ ଅନେକଥର ଅତି କମରେ ୩୮୦୦ ଡଲାର କିମ୍ବା କାମ ବଡ଼ ହୋଇଥିଲେ ୧.୯୦ ଲକ୍ଷ ଡଲାର ପର୍ଯ୍ୟନ୍ତ ନେଇଥାନ୍ତି।

କାର୍ଯ୍ୟର ଆଧାରରେ ଟଙ୍କାର ନିର୍ଦ୍ଧାରଣ କରାଯାଇଥାଏ। କାମରେ ଯେତେ ଅଧିକ ସମୟ ଏବଂ ପରିଶ୍ରମ ଲାଗିଥାଏ ସେତେ ଅଧିକ ଟଙ୍କା ମଗାଯାଇଥାଏ। ସିଧା କଥା ହେଉଛି ଯେ, ଯେତେ ଅଧିକ ସୂଚନା ଆବଶ୍ୟକ, ସେତେ ଅଧିକ ଦେୟ ଆଦାୟ କରାଯାଇଥାଏ। ତେବେ ଆମ ଇଣ୍ଡଷ୍ଟ୍ରିର ଦାବି ଉପରେ ଲୋକମାନେ ସହଜରେ ବିଶ୍ୱାସ କରି ନଥାନ୍ତି। ଅନେକଥର ଆମ କାର୍ଯ୍ୟ ପରେ ଅପରାଧ ମଧ୍ୟ ହୋଇଯାଇଥାଏ। ପତି-ପତ୍ନୀ ପରସ୍ପର ମଧ୍ୟରେ ଅପରାଧ କରିଥାନ୍ତି ଅଥବା ଡିଭୋର୍ସ ନେଇଥାନ୍ତି।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *