ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ବର୍ତ୍ତମାନ ଚାରି ପାଖରୁ ଘେରି ରହିଥିବାର ନଜର ଆସୁଛନ୍ତି। ପ୍ରଥମେ ସିଦ୍ଧାର୍ଥ ପୀଠନି ରିୟଙ୍କର ସମସ୍ତ କଳା କାରନାମା ବିଷୟରେ ଖୁଲାସା କରିଥିବା ବେଳେ ପରେ ଦିପେଶ ସାୱନ୍ତ ମଧ୍ୟ ରିୟାଙ୍କ ବିରୁଦ୍ଧ ହୋଇଯାଇଥିଲେ। ସିଦ୍ଧାର୍ଥ ପୀଠନି ଏବଂ ଦିପେଶ ସାୱନ୍ତ ସରକାରୀ ସାକ୍ଷୀ ହୋଇ ସବୁକିଛି କହିବାକୁ ପ୍ରସ୍ତୁତ ହୋଇଥିବା ବେଳେ ବର୍ତ୍ତମାନ ସାମୁଏଲ ମିରାଣ୍ଡା ମଧ୍ୟ ସରକାରୀ ସାକ୍ଷୀ ହୋଇ ସବୁକିଛି କହିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି ଏବଂ ରିୟାଙ୍କୁ ନେଇ ଅନେକ ଖୁଲାସା କରିଛନ୍ତି। ମିରାଣ୍ଡା ସୁଶାନ୍ତଙ୍କ ଘରର ମ୍ୟାନେଜର ଥିଲେ, ମିରାଣ୍ଡାଙ୍କ ଜରିଆରେ ସୁଶାନ୍ତଙ୍କ ଟଙ୍କା ହଡ଼ପ କରିଥିଲେ ରିୟା।
ସୁଶାନ୍ତଙ୍କ ନିକଟବର୍ତ୍ତୀ ଲୋକଙ୍କ ଭିତରୁ ଜଣେ ଥିଲେ ସାମୁଏଲ ମିରାଣ୍ଡା। ମିରାଣ୍ଡା ହିଁ ସୁଶାନ୍ତଙ୍କ ସମସ୍ତ ଖର୍ଚ୍ଚ ଏବଂ ଆକାଉଣ୍ଟ ମ୍ୟାନେଜ କରୁଥିଲେ। ରିୟା ଚକ୍ରବର୍ତ୍ତୀଙ୍କୁ ଯଦି କୌଣସି ଜିନିଷର ଆବଶ୍ୟକତା ହେଉଥିଲା ତେବେ ରିୟା ମଧ୍ୟ ମିରାଣ୍ଡାଙ୍କ ମଞ୍ଜୁରୀ ପରେ ସେସବୁ ଜିନିଷ ନେଇପାରିଥାନ୍ତେ। ସିବିଆଇ ପଚରାଉଚରା ବେଳେ ସାମୁଏଲ କହିଛନ୍ତି ଯେ, ଗତ ବର୍ଷ ମଇ ୨୦୧୯ ପାଖାପାଖି ସୁଶାନ୍ତଙ୍କ ଘରକୁ ରିୟାଙ୍କର ଯିବା ଆସିବା ଆରମ୍ଭ ହୋଇଥିଲା। ସେସମୟରେ ସେ କେବେ କେବେ ସୁଶାନ୍ତଙ୍କ ଘରକୁ ଆସୁଥିଲେ।
ଜୁଲାଇ ୨୦୧୯ ବେଳକୁ ମିରାଣ୍ଡା ଗୋଆ ଯାଇଥିଲେ ଏବଂ ସେ ଫେରିବା ବେଳକୁ ସୁଶାନ୍ତଙ୍କ ଜୀବନରେ ବହୁତ କିଛି ବଦଳି ଯାଇଥିଲା। ସେ ଫେରିବା ବେଳକୁ ରିୟା ମଧ୍ୟ ସୁଶାନ୍ତଙ୍କ ଆପାର୍ଟମେଂଟରେ ରହିବାକୁ ଲାଗୁଥିଲେ। ରିୟାଙ୍କ ପିତା ନିଜେ ଆସି ତାଙ୍କୁ ସୁଶାନ୍ତଙ୍କ ଆପାର୍ଟମେଂଟରେ ଛାଡ଼ିଦେଇ ଯାଉଥିଲେ। ରିୟାଙ୍କ ପିତା ଇନ୍ଦ୍ରଜିତ ରିୟା ଏବଂ ସୁଶାନ୍ତଙ୍କ ସହିତ ପାର୍ଟି ମଧ୍ୟ କରୁଥିଲେ। ରିୟାଙ୍କ କହିବା ପରେ ହିଁ ସୃତି ମୋଦୀଙ୍କୁ ସୁଶାନ୍ତଙ୍କ ସେଲିବ୍ରେଟି ମ୍ୟାନେଜର ଭାବରେ ନିଯୁକ୍ତ କରାଯାଇଥିଲା।
ନଭେମ୍ବର ୨୦୧୯ରେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ଦେହ ଖରାପ ହୋଇଛି କହି ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଇ ଦେଇଥିଲେ କିନ୍ତୁ ୪ ଦିନ ପରେ ସୁଶାନ୍ତ ହସ୍ପିଟାଲରେ ରହିବାକୁ ମନା କରିବାରୁ ତାଙ୍କୁ ନିଜ ଘରକୁ ନେଇଯାଇଥିଲେ ରିୟା। ମିରାଣ୍ଡାଙ୍କ ମୁତାବକ ରିୟାଙ୍କ ଘରେ କଣ ହେଲା ତାଙ୍କୁ ଜଣା ନାହିଁ କିନ୍ତୁ ରିୟା କହୁଥିଲେ ତାଙ୍କ ପିତା ଜଣେ ଡାକ୍ତର ଅଟନ୍ତି ସେଥିପାଇଁ ଘରେ ହିଁ ସୁଶାନ୍ତଙ୍କ ଚିକିତ୍ସା କରାଯାଇ ପାରିବ। ମିରାଣ୍ଡା କହିଥିଲେ ଯେ, ଜାନୁଆରୀ ୨୦୨୦ରେ ଦିପେଶ ସାୱନ୍ତଙ୍କୁ ନେଇକରି ଆସିଥିଲେ ରିୟା।
ସିଦ୍ଧାର୍ଥ ପିଠାନି ମଧ୍ୟ ଆଉଥରେ ଆସି ସୁଶାନ୍ତଙ୍କ ଆପାର୍ଟମେଂଟରେ ରହିବାକୁ ଲାଗିଥିଲେ। ଜାନୁଆରୀ ୨୦୨୦ରେ ହିଁ ମିରାଣ୍ଡାଙ୍କୁ ସୁଶାନ୍ତ କହିଥିଲେ ଯେ, ଘରର ସମସ୍ତ ଜିନିଷ ବିକି ସମସ୍ତ ଟଙ୍କା ଆକାଉଣ୍ଟରେ ଜମା କରିଦିଅ କାରଣ ସେ ମୁମ୍ବାଇ ଛାଡି ଯିବାକୁ ଚାହୁଁଥିଲେ ଏବଂ ସବୁ ଜିନିଷ ବିକିଦେବାକୁ କହିଥିଲେ। ଏଥିମଧ୍ୟରେ ସୁଶାନ୍ତ ତାଙ୍କ ଭଉଣୀ ମୀତୁଙ୍କ ସହିତ ଦିଲ୍ଲୀ ଗଲାବେଳେ ରିୟା ତାଙ୍କ ସହିତ ସିଦ୍ଧାର୍ଥଙ୍କୁ ପଠାଇ ଦେଇଥିଲେ।
ମିରାଣ୍ଡାଙ୍କ ମୁତାବକ ରିୟା ଘରର କୌଣସି ଜିନିଷ ବିକିବାକୁ ଦେଇ ନଥିଲେ। ରିୟା ଚାହୁଁନଥିଲେ ଯେ, ସୁଶାନ୍ତ ମୁମ୍ବାଇ ଛାଡି ଅନ୍ୟ କେଉଁଆଡ଼େ ଯାଆନ୍ତୁ। ଏହାପରେ ଧୀରେ ଧୀରେ ସୁଶାନ୍ତଙ୍କ ଦେହ ଖରାପ ହେବାକୁ ଲାଗିଲା। ସେ ବହୁତ ସମୟ ଶୋଇବାକୁ ଲାଗୁଥିଲେ। ଏଥିସହିତ ରିୟା ନିଜର ସମସ୍ତ ଖର୍ଚ୍ଚ ସୁଶାନ୍ତଙ୍କ ଟଙ୍କାରେ କରୁଥିଲେ। ମାର୍ଚ୍ଚ ୨୦୨୦ରେ ମିରାଣ୍ଡାଙ୍କୁ ଚାକିରୀରୁ ବାହାର କରିଥିଲେ ସୁଶାନ୍ତ। ଟଙ୍କାକୁ ନେଇ ଗଡ଼ବଡ଼ ହୋଇଥିବାରୁ ସୁଶାନ୍ତ ତାଙ୍କୁ ଚାକିରୀରୁ ବାହାର କରିଥିଲେ କିନ୍ତୁ ଏହି ଗଡ଼ବଡ଼ ରିୟାଙ୍କ କାରଣରୁ ହୋଇଥିଲା। ତେବେ ମାର୍ଚ୍ଚ ମାସ ପରେ ମିରାଣ୍ଡା ଆଉ ସୁଶାନ୍ତଙ୍କ ଘରକୁ ଯାଇ ନଥିଲେ।
ସୁଶାନ୍ତଙ୍କ ସହିତ କଣ ହୋଇଥିଲା ସମସ୍ତେ ଜାଣିବାକୁ ଚାହୁଁଥିବା ବେଳେ ବର୍ତ୍ତମାନ ସିବିଆଇ ଦ୍ୱାରା ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ଚା’, କଫି ସହିତ ପାଣିରେ ମଧ୍ୟ ପ୍ରତ୍ୟେକ ଦିନ ୪ ବୁନ୍ଦା ଲେଖାଏ ଡ୍ରଗ୍ସ ମିଶାଇ ଦିଆଯାଉଥିଲା।ଏସବୁ ବିଷୟରେ ସୁଶାନ୍ତଙ୍କୁ କିଛି ହେଲେ ଜଣା ନଥିଲା। ଏପରି କିଛି ଖୁଲାସା ହୋଇଛି ରିୟାଙ୍କ ଡିଲିଟ କରଦେଇଥିବା ଚାଟ ମାଧ୍ୟମରେ, ଯେଉଁ ଚାଟକୁ ବର୍ତ୍ତମାନ ସିବିଆଇ ରିକଭରି କରିସାରିଛି। ଏହି ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ରରେ ୮ ଜଣ ଲୋକଙ୍କ ନାମ ସାମ୍ନାକୁ ଆସୁଛି।
ସୁଶାନ୍ତଙ୍କୁ ନଜଣାଇ ତାଙ୍କୁ ଲଗାତର ଭାବରେ ବହୁତ ପ୍ରଭାବଶାଳୀ ଏମଡି ଡ୍ରଗ୍ସ ଦିଆଯାଉଥିଲା। ଏହି କାର୍ଯ୍ୟରେ ରିୟାଙ୍କ ସହିତ ସୁଶାନ୍ତଙ୍କ ମ୍ୟାନେଜର ସୃତି ମୋଦୀ, ଜୟା ଶାହା, ଘରର ମ୍ୟାନେଜର ସାମୁଏଲ ମିରାଣ୍ଡା, ଦିପେଶ ସାୱନ୍ତ, ସିଦ୍ଧାର୍ଥ ପୀଠନି ଶାମିଲ ରହିଥିଲେ। ଏସବୁର ସବୁଠୁ ବଡ଼ ପ୍ରମାଣ ହୋଇଛି ରିୟାଙ୍କ ଫୋନ। ସିବିଆଇ ବର୍ତ୍ତମାନ ରିୟାଙ୍କ ୱାଟସଆପ ଚାଟ ରିକଭରି କରି ନେଇଛି ଯାହାକୁ ରିୟା ଡିଲିଟ କରିଦେଇଥିଲେ।
ରିୟା ପ୍ରଥମ ଚାଟ ଗୌରବ ଆରିୟନ ନାମକ ବ୍ୟକ୍ତିଙ୍କ ସହିତ କରିଥିଲେ, ଯିଏ ଡ୍ରଗ୍ସ ପରି ଜିନିଷ ବିକ୍ରି କରିବାରେ ବହୁତ ବଡ଼ ଡିଲର ଅଟନ୍ତି। ରିୟା ନିଜ ଚାଟରେ କହିଛନ୍ତି ଯେ,”ମୋତେ ଅଧିକ ମାତ୍ରାରେ ଡୋଜ ବିଷୟରେ ବିଶେଷ କିଛି ଜଣା ନାହିଁ ମୋତେ ଏବିଷୟରେ ଅଧିକ ସୂଚନା ଦିଅ। ଗୌରବ ଏବଂ ରିୟାଙ୍କ ଦ୍ଵିତୀୟ ଚାଟରେ ରିୟା ଗୌରବଙ୍କୁ ପଚାରୁଛନ୍ତି,”ତୁମ ପାଖରେ MD ଅଛି କି?” ତେବେ MD ଅର୍ଥ MDMA ହୋଇଥାଏ ଯାହା ସବୁଠୁ ଭୟାଙ୍କର ଅଧିକ ମାତ୍ରାର ଡ୍ରଗ୍ସ ଅଟେ। ଏହାକୁ ଗ୍ରହଣ କରିବା ଦ୍ୱାରା ମସ୍ତିଷ୍କ କାର୍ଯ୍ୟ କରିବା ବନ୍ଦ କରିଦେଇଥାଏ।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।