ବଳାତ୍କାର ପରେ ଭଉଣୀଙ୍କୁ କରାଯାଇଥିଲା ହତ୍ୟା, ଦୀର୍ଘ ୧୯ ବର୍ଷ ପରେ ଭାଇ ନେଇଛନ୍ତି ଏହାର ପ୍ରତିଶୋଧ।

ଭାଇ ଜଣକ ପ୍ରଥମେ ସେହି ଯୁବକଙ୍କୁ ଅପହରଣ କରିଥିଲେ ଏବଂ ଏହାପରେ ତାଙ୍କର ହତ୍ୟା କରି ଦେଇଥିଲେ। ପୋଲିସ ହତ୍ୟା କରିଥିବା ଯୁବକ ଏବଂ ତାଙ୍କ ସାଥୀଙ୍କୁ ଗିରଫ କରି ଉଭୟଙ୍କ ଦେଇଥିବା ତଥ୍ୟ କ୍ରମେ ମୃତକଙ୍କ ଶବ ଉଦ୍ଧାର କରି ନେଇଛନ୍ତି।

ଉତ୍ତରପ୍ରଦେଶର ମୁରାଦାବାଦ ଜିଲ୍ଲାରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ଯୁବକ ନିଜର ସହକର୍ମୀଙ୍କ ସହିତ ମିଶି ୧୯ ବର୍ଷ ପୂର୍ବେ ତାଙ୍କ ଭଉଣୀଙ୍କ ସହିତ ହୋଇଥିବା ଅପରାଧର ପ୍ରତିଶୋଧ ହତ୍ୟା କରି ନେଇଥିଲେ। ସେ ନିଜ ଗାଁରେ ରହୁଥିବା ଯୁବକଙ୍କ ବେକ କାଟି ହତ୍ୟା କରି ଦେଇଥିଲେ। ତେବେ ବର୍ତ୍ତମାନ ପୋଲିସ ଅଭିଯୁକ୍ତକୁ ଗିରଫ କରି ନେଇଛି।

ବାସ୍ତବରେ, ଏହି ଘଟଣା ମୁରାଦାବାଦର ଛଜଲେଟ ଥାନା ଅନ୍ତର୍ଗତ ଚୌରା ରସୁଲପୁର ଗ୍ରାମର ଅଟେ, ଏଠାରେ ୧୯ ବର୍ଷ ପୂର୍ବେ ଗାଁର ଜଣେ ଯୁବକ, ଜଣେ ଯୁବତୀଙ୍କୁ ବଳାତ୍କାର କରିବା ପରେ ତାଙ୍କର ହତ୍ୟା କରିଦେଇଥିଲେ। ମୃତ ଯୁବତୀ ଜଣଙ୍କ ଭାଇ ପିଲାବେଳୁ ହିଁ ଭଉଣୀର ହତ୍ୟାର ପ୍ରତିଶୋଧ ନେବା କଥା ମନରେ ସ୍ଥିର କରିନେଇ ଥିଲେ ଏବଂ ସେ ୧୯ ବର୍ଷ ପରେ ନିଜର ସହକର୍ମୀ ମାନଙ୍କ ସହିତ ଏହି ପ୍ରତିଶୋଧ ନେଇଥିଲେ।

ଭାଇ ପ୍ରଥମେ ସେହି ଯୁବକଙ୍କର ଅପହରଣ କରିଥିଲେ ଏବଂ ପୁଣି ହତ୍ୟା କରିଦେଇଥିଲେ। ପୋଲିସ ହତ୍ୟା କରିଥିବା ଯୁବକ ଏବଂ ତାଙ୍କ ସହକର୍ମୀ ମାନଙ୍କୁ ଗିରଫ କରି ଦୁଇଜଣଙ୍କ ଦେଇଥିବା ତଥ୍ୟ ମୁତାବକ ମୄତକଙ୍କ ଶବ ମଧ୍ୟ ଜବତ କରିନେଇଛନ୍ତି।

ଥାନା ଅଧିକାରୀ କହିଥିଲେ ଯେ, ୧୯ ବର୍ଷ ପୂର୍ବରୁ ଇରଶାଦଙ୍କ ଭଉଣୀଙ୍କ ସହିତ ବଳାତ୍କାର କରି ତାଙ୍କର ହତ୍ୟା କରିଦେଇଥିଲେ ବରାସତ। ଏହାପରେ ଇରଶାଦ ପ୍ରତିଶୋଧ ନେବା ପାଇଁ ସ୍ଥିର କରି ନେଇଥିଲେ। ଇରଶାଦ କିଛି ଦିନ ପୂର୍ବରୁ ନିଜ ଗାଁର ରହୁଥିବା ଜବରୁ ଏବଂ ଫିରାସତଙ୍କ ସହିତ ମିଶି ପ୍ରଥମେ ବରାସତଙ୍କର ଅପହରଣ କରିଥିଲେ ଏବଂ ପରେ ତାଙ୍କର ହତ୍ୟା କରିଦେଇଥିଲେ। ପୋଲିସ ଇରଶାଦ ଏବଂ ଫିରାସତଙ୍କୁ ଗିରଫ କରି ନେଇଯାଇଥିଲେ ଯେତେବେଳେ ତୃତୀୟ ଆରୋପୀ ଜବରୁ କିଛିଦିନ ପୂର୍ବେ ଅନ୍ୟ ଏକ ମାମଲାରେ ଜେଲ ଯାଇ ସାରିଛନ୍ତି।

ମୁଖ୍ୟ ଅଭିଯୁକ୍ତ ଇରଶାଦ କହିଛନ୍ତି ଯେ, ବରାସତ ୧୯ ବର୍ଷ ପୂର୍ବେ ଇରଶାଦଙ୍କ ଭଉଣୀଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଦେଇଥିଲେ। ଏହାର ପ୍ରତିଶୋଧ ନେବାକୁ ସେ ତାଙ୍କର ଦୁଇ ସାଥୀଙ୍କ ସହ ୬ ଅଗଷ୍ଟରେ ବରାସତଙ୍କୁ ଅପହରଣ କରିଥିଲେ ଏବଂ ଏହାପରେ ତାଙ୍କର ହତ୍ୟା କରି ଦେଇଥିଲେ। ଇରଶାଦ ସେହି ଯୁବକଙ୍କ ମୃତଦେହକୁ ଆଖୁ କ୍ଷେତରେ ପକାଇ ଦେଇଥିଲେ। ଭଉଣୀର ହତ୍ୟାର ପ୍ରତିଶୋଧ ନେବା ପାଇଁ ସେ ନିଜର ଅନ୍ୟ ଦୁଇ ସାଥୀଙ୍କ ସହିତ ମିଶି ବରାସତଙ୍କୁ ହତ୍ୟା କରିଛନ୍ତି।

Leave a Reply

Your email address will not be published. Required fields are marked *