କ’ଣ ମର୍ଲିନ ମୁନରୋଙ୍କ ପରି ଦ୍ୱନ୍ଦ ଭିତରେ ରହିଯିବି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ? ଜାଣନ୍ତୁ ସଂଯୋଗ।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପାଖାପାଖି ୮୦ ଦିନ ବିତିଗଲାଣି। ପ୍ରଥମେ ମୁମ୍ବାଇ ପୋଲିସ ପରେ ବିହାରର ପୋଲିସ, ତାଙ୍କ ପରେ ସିବିଆଇଙ୍କୁ ଏହି ମାମଲା ହସ୍ତାନ୍ତର କରିଦିଆଯାଇଛି। ଏହି କେସର ଗଭୀରତାର ଅନୁମାନ ଏହି କଥାରୁ ଲଗାଯାଇ ପାରିବ ଯେ, ଏତେ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରି ନାହିଁ ଏବଂ ଯାଞ୍ଚ ଏଜେନ୍ସି ମଧ୍ୟ ଏପର୍ଯ୍ୟନ୍ତ ଏହି କେସର କୌଣସି ସମାଧାନର ପହଞ୍ଚି ପାରି ନାହାନ୍ତି। ଏହି କେସକୁ ସମାଧାନ କରିବା ପାଇଁ କେତେ ସମୟ ଲାଗିବ ତାହା କୁହାଯାଇ ପାରିବ ନାହିଁ। ସୁଶାନ୍ତଙ୍କ ମୃତ୍ୟୁ ଅବିକଳ ଆମେରିକୀୟ ଅଭିନେତ୍ରୀ ମର୍ଲିନ ମୁନରୋଙ୍କ ମୃତ୍ୟୁର ସ୍ମରଣ ଦେଉଛି। ଉଭୟଙ୍କ ମୃତ୍ୟୁରେ ଅନେକ ସମାନତା ରହିଛି।

୧୪ ଜୁନକୁ ସୁଶାନ୍ତଙ୍କ ଶବ ତାଙ୍କ ଫ୍ଲାଟରୁ ମିଳିଥିଲା। କିଛି ଦିନ ପର୍ଯ୍ୟନ୍ତ ମୁମ୍ବାଇ ପୋଲିସ ଏହାକୁ ଆତ୍ମହତ୍ୟା କହି ଆସିଥିଲା। କିନ୍ତୁ ଲୋକମାନେ ଏକଥା ମାନି ବେବାକୁ ପ୍ରସ୍ତୁତ ନଥିଲେ। ଏହାପରେ ସୁଶାନ୍ତଙ୍କ ପରିବାର ଏହି ମାମଲାରେ ଏକ FIR ଫାଇଲ କରାଇଥିଲେ ଏବଂ ଆରୋପୀ ହୋଇଥିଲେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ। ବର୍ତ୍ତମାନ ଏହା କୁହାଯାଉଛି ଯେ, ସୁଶାନ୍ତ ଡ୍ରଗ୍ସ ନେଉଥିଲା ଏବଂ ବୋଧ ହୁଏ ଏହି କାରଣରୁ ତାଙ୍କ ମୃତ୍ୟୁର ବାଟ ଖୋଲି ଯାଇଥିଲା।

ହଲିଉଡର ଏଭରଗ୍ରୀନ ସୁନ୍ଦରୀ ଅଭିନେତ୍ରୀ ମର୍ଲିନ ମୁନରୋଙ୍କ ମୃତ୍ୟୁ ମଧ୍ୟ ଏକ ରହସ୍ୟ ହୋଇ ରହିଗଲା। ୫ ଅଗଷ୍ଟ ୧୯୬୨କୁ ମର୍ଲିନଙ୍କ ଶବ ତାଙ୍କ ଘରୁ ମିଲଥିଲା। କିଛି ଲୋକ ମନୁଛନ୍ତି ଯେ, ତାଙ୍କର ମୃତ୍ୟୁ ମାତ୍ରାଧିକ ଡ୍ରଗ୍ସ ସେବନ ଦ୍ୱାରା ହୋଇଥିଲା କିନ୍ତୁ ଏହାକୁ କିଛି ଲୋକ ଆତ୍ମହତ୍ୟା ବୋଲି ମଧ୍ୟ କୁହନ୍ତି। ପୋଲିସ ଯେତେବେଳେ ପ୍ରଥମଥର ତାଙ୍କ ମୃତଦେହ ଦେଖିଥିଲା ସେତେବେଳେ ତାଙ୍କ ମାନିବା କଥା ରହିଥିଲା ଯେ ମାର୍ଲିନଙ୍କର ହତ୍ୟା କରାଯାଇଛି। ଅନେକ ବର୍ଷ ପର୍ଯ୍ୟନ୍ତ ଏହି ମାମଲାର ଯାଞ୍ଚ ଚାଲିଥିଲା କିନ୍ତୁ ମାର୍ଲିନ ମୁନରୋଙ୍କ ମୃତ୍ୟୁର ରହସ୍ୟ ଆଜି ପର୍ଯ୍ୟନ୍ତ ଖୋଲି ପାରିଲେ ନାହିଁ

ସୁଶାନ୍ତ ସିଂ ରାଜପୁତଙ୍କୁ ସମୟ ପୂର୍ବରୁ ଜଣେ ଅଭିନେତା କୁହାଯାଇପାରିବ। ତାଙ୍କ ଚିନ୍ତାଧାରା, ତାଙ୍କର ଉଦ୍ଦେଶ୍ୟ ଏବଂ ତାଙ୍କ କାର୍ଯ୍ୟ ଅନ୍ୟ କଳାକାରମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ବୋଧହୁଏ କେବେ କୌଣସି ଅଭିନେତା ଚନ୍ଦ୍ର ଉପରକୁ ଯିବାର ଇଚ୍ଛା ପ୍ରକଟ କରିଥିବେ କିନ୍ତୁ ସୁଶାନ୍ତ ଏପରି କରିବାକୁ ଚାହୁଁଥିଲେ। କେହି ଅଭଣେତା ନିଜ ଘରେ ଆକାଶକୁ ଦେଖିବା ମହଙ୍ଗା ବାଇନାକୁଲାର ରଖି ନଥିବେ, କିନ୍ତୁ ସୁଶାନ୍ତଙ୍କ ଜୀବନର ଏହା ଏକ ଅଂଶ ଥିଲା। ଦୁଃଖର ବିଷୟ ଯେ, ଲୋକମାନେ ସୁଶାନ୍ତଙ୍କ ଏପରି ଅଭ୍ୟାସକୁ ଜାଣି ତ ଥିଲେ କିନ୍ତୁ ସତ ବୋଲି ମାନୁ ନଥିଲେ।

ଭୂମିରୁ ଆକାଶ ପର୍ଯ୍ୟନ୍ତ “ମୁନରୋ”:

ମର୍ଲିନ ମୁନରୋଙ୍କ ନାମ ଆମେରିକୀୟ ରାଷ୍ଟ୍ରପତି ଜନ କେନେଡିଙ୍କ ଠାରୁ ନେଇ ଗାୟକ ଫ୍ରେକ ସିନାତ୍ରା ଏବଂ ବେସବଲ ଖେଳାଳି ଜୋ ଡିମେଗିୟୋ ପର୍ଯ୍ୟନ୍ତ ଯୋଡିଥିଲା। ସେ ନିଜ ଜୀବନକୁ ସବୁଠୁ ଉଚ୍ଚରୁ ମଧ୍ୟ ଦେଖିଥିଲେ ଏବଂ ବିଫଳତା ମଧ୍ୟ ତାଙ୍କ ସହିତ ଚାଲିଥିଲା। ତାଙ୍କ ଅଭାବର ଭରି ରହିଥିବା ପିଲାବେଳର କାହାଣୀ, ଅନାଥଆଶ୍ରମରେ ବଢିଥିବାର କଥା କିଛି ପୁସ୍ତକରେ ମଧ୍ୟ ଲିପିବଦ୍ଧ ହୋଇଛି।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *