ୟୁପିଆଇ ଆଧାରିତ ଡିଜିଟାଲ ପେମେଣ୍ଟ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ। Central Board of Direct Taxes(CBDT) ଏକ ବୟାନରେ ଏହି କଥା ପ୍ରକାଶ କରିଛି। CBDT ବ୍ୟାଙ୍କକୁ ଏହା ଆଦେଶ ଦେଇଛି ଯେ, ସେମାନେ ୧ ଜାନୁଆରୀ ୨୦୨୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୟୁପିଆଇ ଅଥବା ଅନ୍ୟ ଡିଜିଟାଲ ପେମେଣ୍ଟ ଉପରେ ଯେକୌଣସି ଶୁଳ୍କ ଆଦାୟ କରିଛନ୍ତି ସେସବୁକୁ ଫେରସ୍ତ କରି ଦିଅନ୍ତୁ।
CBDT ବୟାନରେ କୁହାଯାଇଛି ଯେ, ପେମେଣ୍ଟ ଏଣ୍ଡ ସେଟେଲମେଣ୍ଟ ସିଷ୍ଟମ୍ସ ଆକ୍ଟ ୨୦୦୭ ଅଧୀନରେ ନିର୍ଦ୍ଧାରିତ ଇଲେକ୍ଟ୍ରୋନିକ ପେମେଣ୍ଟ ଉପରେ ୧ ଜାନୁଆରୀ ୨୦୨୦ରୁ merchant discount rate (MDR) ସହିତ କୌଣସି ପ୍ରକାରର ଶୁଳ୍କ ଲାଗିବ ନାହିଁ। ନିର୍ଦ୍ଧାରିତ ଇଲେକ୍ଟ୍ରୋନିକ ପେମେଣ୍ଟରେ ଶାମିଲ ରହିଛି, ୧. RuPay ଡେବିଟ୍ କାର୍ଡ, ୨. ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (UPI), ୩. ୟୁପିଆଇ କ୍ୱିକ ରେସପନ୍ସ କୋଡ (UPI QR code) ଏବଂ ୪. ଭୀମ ୟୁପିଆଇ କ୍ୟୁଆର କୋଡ।
CBDT ପେମେଣ୍ଟ ଏଣ୍ଡ ସେଟେଲମେଣ୍ଟ ସିଷ୍ଟମ୍ସ ଆକ୍ଟ ୨୦୦୭ର ସେକ୍ସନ 10A ଅଧୀନରେ ଦେଇଛି ଆଦେଶ:
CBDT ପେମେଣ୍ଟ ଏଣ୍ଡ ସେଟେଲମେଣ୍ଟ ସିଷ୍ଟମ୍ସ ଆକ୍ଟ ୨୦୦୭ର ଧାରା 10A ଅଧୀନରେ କୌଣସି ମଧ୍ୟ ବ୍ୟାଙ୍କ ଅଥବା ସିଷ୍ଟମ ପ୍ରଭାଇଡର ଆଇଟି ଆକ୍ଟର ଧାରା 269SUରେ ନିର୍ଦ୍ଧାରିତ ଇଲେକ୍ଟ୍ରୋନିକ ମୋଡରେ ପେମେଣ୍ଟ କରୁଥିବା ଲୋକ କିମ୍ବା ପେମେଣ୍ଟ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ଠାରୁ କୌଣସି ପ୍ରକାରର ଶୁଳ୍କ ଆଦାୟ କରିପାରବେ ନାହିଁ।
ଏକ ନିଶ୍ଚିତ ସଂଖ୍ୟାରେ କାରବାର ପରେ ବ୍ୟାଙ୍କ ଆଦାୟ କରୁଥିଲା ଶୁଳ୍କ:
ନିୟାମକ ଜାଣିବାକୁ ପାଇଥିଲେ ଯେ, କିଛି ବ୍ୟାଙ୍କ ୟୁପିଆଇ ଦେୟ ଉପରେ ଶୁଳ୍କ ଆଦାୟ କରୁଛନ୍ତି। ଏକ ନିଶ୍ଚିତ ସଂଖ୍ୟା ପର୍ଯ୍ୟନ୍ତ କାରବାର ଉପରେ ଶୁଳ୍କ ଆଦାୟ କରାଯାଉ ନାହିଁ, କିନ୍ତୁ ଏହାପରେ ବ୍ୟାଙ୍କଗୁଡିକ ପ୍ରତ୍ୟେକ ୟୁପିଆଇ ଦେୟ ଉପରେ ଶୁଳ୍କ ଆଦାୟ କରୁଛନ୍ତି। CBDT ନିଜର ସର୍କୁଲାରରେ କହିଛନ୍ତି ଯେ, ବ୍ୟାଙ୍କର ଏହି କାର୍ଯ୍ୟ Payment and Settlement Systems Act, 2007 (PSS Act)ର ଧାରା 10A ଏବଂ ଆଇଟି ଆକ୍ଟର ଧାରା 269SUର ଉଲ୍ଲଙ୍ଘନ ଅଟେ। ଏଥିପାଇଁ ବ୍ୟାଙ୍କ ୟୁପିଆଇ କାରବାର ଉପରେ କୌଣସି ପ୍ରକାରର ଶୁଳ୍କ ଆଦାୟ କରିପାରିବେ ନାହିଁ।
ଶୁଳ୍କ ଆଦାୟ କରିଲେ ବ୍ୟାଙ୍କ ବିରୋଧରେ ଗ୍ରହଣ କରାଯିବ କାର୍ଯ୍ୟାନୁଷ୍ଠାନ:
CBDT କହିଛନ୍ତି ଯେ, ଏହି ଆଇନର ଉଲ୍ଲଙ୍ଘନ କରିଲେ ଆଇଟି ଆକ୍ଟର ଧାରା 271DB ଏବଂ PSS ଆକ୍ଟର ଧାରା 26 ଅଧୀନରେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ। ସର୍କୁଲାରରେ ବ୍ୟାଙ୍କ ଗୁଡ଼ିକୁ କୁହାଯାଇଛି ଯେ, ସେମାନେ ୧ ଜାନୁଆରୀ ୨୦୨୦କୁ ଅଥବା ତା’ପରେ ଧାରା ୨୬୯ ଏସୟୁ ଅଧୀନରେ ନିର୍ଦ୍ଧାରିତ ଡିଜିଟାଲ ମୋଡ ଦ୍ୱାରା କରାଯାଇଥିବା କାରବାର ଉପରେ ଗ୍ରାହକଙ୍କ ଠାରୁ ଆଦାୟ କରିଥିବା ଶୁଳ୍କକୁ ଫେରସ୍ତ କରି ଦିଅନ୍ତୁ।

ସର୍କୁଲାରରେ ବ୍ୟାଙ୍କକୁ ଏହା ମଧ୍ୟ କୁହାଯାଇଛି ଯେ, ସେ ଭବିଷ୍ୟତରେ ମଧ୍ୟ ଏହି ଡିଜିଟାଲ ମୋଡ ଦ୍ୱାରା କରାଯିବାକୁ ଥିବା ପେମେଣ୍ଟ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ମୁତାବକ ଜୁଲାଇରେ ୧.୪୯ ଆରବ ୟୁପିଆଇ ଡିଜିଟାଲ କାରବାର ହୋଇଛି। କରୋନା ଭାଇରସ ମହାମାରୀ ସଂକ୍ରମିତ ହେବା ପରେ ଡିଜିଟାଲ ପେମେଣ୍ଟ ଏକ ଆବଶ୍ୟକତା ହୋଇଯାଇଛି।