ସୁଶାନ୍ତଙ୍କ ମାମଲାରେ ସିବିଆଇ ଏବଂ EDର ଯାଞ୍ଚ ପରେ ବହୁତ ରହସ୍ୟ ସାମ୍ନାକୁ ଆସୁଛି। କିଛି ଦିନ ପୂର୍ବରୁ ଏକ ଟିଭି ଚ୍ୟାନେଲରେ ଇଣ୍ଟରଭ୍ୟୁ ସମୟରେ ରିୟା ନିଜର ରକ୍ତ ପରୀକ୍ଷଣ କରାଇ ସେ ଡ୍ରଗ୍ସ ନେଉଛନ୍ତି କି ନାହିଁ ସ୍ପଷ୍ଟ କରାଇବା ପାଇଁ ଚାହୁଁଥିଲେ। ରିୟା ଏହା ମଧ୍ୟ କହିଥିଲେ ସେ ଜୀବନରେ କେବେହେଲେ ଡ୍ରଗ୍ସ ନେଇ ନାହାନ୍ତି ଏବଂ ଏକଥାକୁ ସେ ପରୀକ୍ଷଣ କରାଇ ସ୍ପଷ୍ଟ କରି ପାରିବେ। କିନ୍ତୁ ରିୟାଙ୍କ ଡ୍ରଗ୍ସ ନେବା ଘଟଣାକୁ ନେଇ ସୃତି ମୋଦୀଙ୍କ ଓକିଲ କହିଛନ୍ତି ଯେ, ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ନେଉଥିଲେ। ସୃତି ମୋଦୀ ଯିଏକି ପ୍ରଥମରୁ ରିୟାଙ୍କ ପକ୍ଷରେ ରହିଆସିଛନ୍ତି। ଭଣ୍ଡାରୀ ବର୍ତ୍ତମାନ ଲାଏ ଡିଟେକ୍ଟର ଟେଷ୍ଟର ଦାବି କରିଛନ୍ତି। ତାଙ୍କ ମାନିବା କଥା ଯେ, ଲାଏ ଡିଟେକ୍ଟର ଟେଷ୍ଟ କରାଇବାର ଏହା ସମ୍ପୂର୍ଣ୍ଣ ସଠିକ ସମୟ।

ନୀରଜ ଏବଂ ଦିପେଶ ସିବିଆଇ ସାମ୍ନାରେ ଏକ ବଡ଼ ଖୁଲାସା କରିଛନ୍ତି। ନୀରଜ ଏବଂ ଦିପେଶ କହିଲେ ଯେ, ସେମାନେ ରିୟାଙ୍କ ଇଶାରାରେ ହିଁ ଏସବୁ କାମ କରିଥିଲେ। ରିୟା ଏବଂ ତାଙ୍କ ବନ୍ଧୁ ମାନଙ୍କ ପାଇଁ ଦିପେଶ ଏବଂ ନୀରଜ ଡ୍ରଗ୍ସ ନେଇକରି ଆସୁଥିଲେ। ତେବେ ପଚରାଉଚରା ସମୟରେ ନୀରଜ ଏବଂ ଦିପେଶ କହିଛନ୍ତି ଯେ, ଡ୍ରଗ୍ସ କାରବାର କରିବା ପାଇଁ ତାଙ୍କୁ ରିୟା ଚକ୍ରବର୍ତ୍ତୀ କହୁଥିଲେ, ରିୟାଙ୍କ କଥାରେ ସେମାନେ ସବୁକିଛି କରିଥିଲେ।
ବର୍ତ୍ତମାନ ସମୟରେ ଆବାସ ଏବଂ କରନ ନାମକ ଦୁଇଜଣ ବ୍ୟକ୍ତି ଗିରଫ ହୋଇଛନ୍ତି। ଏହି ଦୁଇଜଣ ଡ୍ରଗ୍ସ ଡିଲର ଥିଲେ। NCB ଏହି କେସରେ ଲଗାତର ତଦନ୍ତ କରୁଥିବା ବେଳେ ଗୋଆରୁ ନେଇ ମୁମ୍ବାଇ ପର୍ଯ୍ୟନ୍ତ ନିଜର ଯାଞ୍ଚ ଚଳାଇଛି ଏବଂ ଅପରାଧୀ ମାନଙ୍କୁ ଧରିବା ମଧ୍ୟ ଜାରି ରଖିଛି। ଏମିତିରେ ଦୁଇଜଣ ଗିରଫ ହୋଇଛନ୍ତି ଆବାସ ଏବଂ କରନ। NCB ଭୟରେ ମୁମ୍ବାଇରେ ବର୍ତ୍ତମାନ ଡ୍ରଗ୍ସ ଜଳାଇ ଦିଆଯାଉଛି କିମ୍ବା ରାସ୍ତାରେ ଏବଂ ସମୁଦ୍ରରେ ଫିଙ୍ଗି ଦିଆଯାଉଛି। ତେବେ ସିବିଆଇ ଏବଂ ED ସହିତ ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରେ NCB ମଧ୍ୟ ସୁଶାନ୍ତଙ୍କ କେସରେ ଯାଞ୍ଚ ଚଳାଇଛି।

ସୁଶାନ୍ତଙ୍କ କେସରେ ବର୍ତ୍ତମାନ ମିଡିଆରେ ଖବର ଆସୁଛି ସିଦ୍ଧାର୍ଥ ପୀଠନି କହିଛନ୍ତି ଯେ, ୮ ଜୁନକୁ ୧୧ଟା ସମୟରେ ସୁଶାନ୍ତଙ୍କ ଘର ଛାଡ଼ି ଚାଲି ଯାଇଥିଲେ ରିୟା ଚକ୍ରବର୍ତ୍ତୀ। ସୁଶାନ୍ତ ତାଙ୍କୁ ଆଲିଙ୍ଗନ କରି ବିଦାୟ ଦେଇଥିଲେ। ସୁଶାନ୍ତ ନିଜେ ସିଦ୍ଧାର୍ଥଙ୍କୁ ହାର୍ଡ ଡ୍ରାଇଭ ନଷ୍ଟ କରିଦେବାକୁ କହିଲେ। ଏଥିସହିତ ରିୟା ଯିବା ବେଳେ ପୀଠନିଙ୍କୁ ସୁଶାନ୍ତଙ୍କ ଯତ୍ନ ନେବା ପାଇଁ କହି ଯାଇଥିଲେ। ସିଦ୍ଧାର୍ଥ ପୀଠନି ପ୍ରତ୍ୟେକ ସମୟରେ ନିଜର ବୟାନ ବଦଳାଇ ଚାଲିଛନ୍ତି।
ତେବେ ଏଠାରେ ଏପରି ବୟାନ ପରେ ସିଦ୍ଧାର୍ଥ ପୀଠନିଙ୍କ ଉଦ୍ଦେଶ୍ୟ ଉପରେ ସନ୍ଦେହ ସୃଷ୍ଟି ହୋଇଯାଇଛି। କାରଣ ଦୁଇଦିନ ପୂର୍ବରୁ ହିଁ ସିଦ୍ଧାର୍ଥ ପୀଠନି କହିଥିଲେ ଯେ, ୮ ଜୁନ ଦିନ କିଛି ଲୋକ ଆସି ସୁଶାନ୍ତଙ୍କ ଘରେ ଜୋର ଜବରଦସ୍ତ ପାଶିଥିଲେ। ସିଦ୍ଧାର୍ଥ ଏବଂ ସୁଶାନ୍ତଙ୍କୁ ଅଟକାଇ ଧରି ହାର୍ଡ ଡ୍ରାଇଭ ନଷ୍ଟ କରିଦେଇଥିଲେ। ସେମାନଙ୍କର ବିରୋଧ କରିବାରୁ ହତ୍ୟାର ଧମକ ଦେଇଥିଲେ। ତେବେ ଆଜି ଏହାର ଠିକ ବିପରିତ ସୁଶାନ୍ତଙ୍କ କଥାରେ ହାର୍ଡ ଡ୍ରାଇଭ ନଷ୍ଟ ହୋଇଯାଇଥିବାର କଥା କହି ନିଜ ବୟାନ ବଦଳାଇ ଦେଇଛନ୍ତି ପୀଠନି।