ଆଜି ପୁଣି ବଢିଲା ସୁନା ଏବଂ ଚାନ୍ଦି ଦର, ଜାଣନ୍ତୁ କେତେ ରହିଛି ମୂଲ୍ୟ।

ବିଶ୍ୱ ବଜାରରେ ସକରାତ୍ମକ ଧାରା ଚାଲୁଥିବାରୁ ଭାରତୀୟ ବଜାରରେ ଆଜି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଇଛି। MCXରେ ଅକ୍ଟୋବରର ସୁନା ଫ୍ୟୁଚର ମୂଲ୍ୟ ୦.୩ ପ୍ରତିଶତ ବଢି ୧୦ ଗ୍ରାମ ପ୍ରତି ୫୧,୬୦୦ ଟଙ୍କା ହୋଇଯାଇଛି। ରୂପା ବିଷୟରେ କହିବାକୁ ଗଲେ, MCX ଉପରେ ସେପ୍ଟେମ୍ବରର ରୂପା ଫ୍ୟୁଚର ମୂଲ୍ୟ ଦୁଇ ପ୍ରତିଶତ ବଢି କିଲୋଗ୍ରାମ ପ୍ରତି ୬୭,୩୫୦ ଟଙ୍କା ହୋଇଯାଇଛି।

ପୂର୍ବ ଅଧିବେଶନରେ ସୁନା ୧୦ ଗ୍ରାମ ପିଛା ୫୦୦ ଟଙ୍କା ବୃଦ୍ଧି ପାଇଥିବାବେଳେ ରୂପା କିଲୋଗ୍ରାମ ପ୍ରତି ପ୍ରାୟ ୧୦୦୦ ଟଙ୍କା ବୃଦ୍ଧି ପାଇଥିଲା। ଭାରତରେ ସୁନା ମୂଲ୍ୟ ୭ ଅଗଷ୍ଟକୁ ୫୬,୨୦୦ ଟଙ୍କାର ରେକର୍ଡ ସ୍ତରରେ ରହିଥିଲା ​​ଏବଂ ସେହି ଦିନଠାରୁ ବିଶ୍ୱ ହାରରେ ପରିବର୍ତ୍ତନ ସହିତ ମୂଲ୍ୟ ଅସ୍ଥିର ରହିଛି।

ବିଶ୍ୱ ବଜାରରେ ରହିଛି ଏତିକି ମୂଲ୍ୟ:

ବିଶ୍ୱ ବଜାରରେ ଆଜି ଦୁର୍ବଳ ଆମେରିକୀୟ ଡଲାର କାରଣରୁ ସୁନା ଦର ଦୁଇ ସପ୍ତାହର ଉଚ୍ଚ ସ୍ତରରେ ପହଞ୍ଚି ଯାଇଛି। ପ୍ରାରମ୍ଭିକ କାରବାରରେ ୧,୯୭୬ ଡଲାର (ଯାହା ୧୯ ଅଗଷ୍ଟ ପରେ ଉଚ୍ଚତମ ସ୍ତରରେ ରହିଛି)ର ବୃଦ୍ଧି ପରେ ବାଣିଜ୍ୟରେ ସୁନା ୦.୪ ପ୍ରତିଶତ ବଢି ଆଉଁସ ପ୍ରତି ୧,୯୭୧.୬୮ ଡଲାର ହୋଇଯାଇଛି। ଡଲାର ସୂଚକାଙ୍କ ୦.୨ ପ୍ରତିଶତ ହ୍ରାସ ପାଇଥିଲା।

ଅନ୍ୟ ମୂଲ୍ୟବାନ ଧାତୁ ଗୁଡିକରେ, ଚାନ୍ଦି ୧.୭ ପ୍ରତିଶତ ବଢି ଆଉଁସ ପ୍ରତି ୨୭.୯୪ ଡଲାରହୋଇଥିବା ବେଳେ ପ୍ଲାଣ୍ଟିନମ ୦.୪ ପ୍ରତିଶତ ବଢି ୯୩୫.୦୬ ଡଲାର ହୋଇଯାଇଛି।

ବିଶ୍ୱ ବଜାରରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସୁନା ମୂଲ୍ୟ ପ୍ରାୟ ୩୦ ପ୍ରତିଶତ ବଢି ଯାଇଛି। ନିବେଶକ ମାନଙ୍କୁ ଆଶା ରହିଛି ଯେ, ସରକାର ମାନଙ୍କୁ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକର ନୀତି ଗୁଡିକ ଦୀର୍ଘ ଅବଧି ପାଇଁ ସକାରାତ୍ମକ ରହିବ କାରଣ ଦୁନିଆରେ କରୋନା ଭାଇରସ ମାମଲା ରବିବାରକୁ ୨୫୦ ଲକ୍ଷରୁ ଅଧିକ ହୋଇଯାଇଛି।

ସାଁବରେନ ଗୋଲ୍ଡ ବଣ୍ଡ ଯୋଜନାର ଷଷ୍ଠ କିସ୍ତି ଆରମ୍ଭ।:

ଗୋଟିଏ ପକ୍ଷରେ ଯେଉଁଠି ଦେଶରେ ସୁନା ଦର ବୃଦ୍ଧି ପାଉଛି, ସେପଟେ କେନ୍ଦ୍ର ସରକାର ଜନସାଧାରଣଙ୍କୁ ଶସ୍ତା ଦରରେ ସୁନା କିଣିବାର ସୁଯୋଗ ଦେଇଛନ୍ତି। ନିବେଶକ ସାଁବରେନ ଗୋଲ୍ଡ ବଣ୍ଡ ଯୋଜନା ଅଧୀନରେ ବଜାର ମୂଲ୍ୟରୁ ବହୁତ କମ ଦରରେ ସୁନା କ୍ରୟ କରିପାରିବେ। ଏହି ଯୋଜନା କେବଳ ପାଞ୍ଚ ଦିନ ପାଇଁ ରହିଛି। ଏଥିପାଇଁ ଯଦି ଆପଣ ଏହି ଯୋଜନା ଲର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ବିଳମ୍ବ କରନ୍ତୁ ନାହିଁ।

ଶସ୍ତା ସୁନା କିଣିବାର ଆଜି ପ୍ରଥମ ଦିନ:

Gold price down by Rs1000 per tola

ଏହି ଯୋଜନା ଅଧୀନରେ ନିବେଶ କରିବାର ଅବଧି ୩୧ ଅଗଷ୍ଟ ୨୦୨୦ ଅର୍ଥାତ ଆଜି ଠାରୁ ଆରମ୍ଭ ହୋଇଯାଇଛି ଏବଂ ୪ ସେପ୍ଟେମ୍ବର ୨୦୨୦ ଏହାର ଶେଷ ଦିନ ରହିଛି। ସରକାରଙ୍କ ପକ୍ଷରୁ ଯୋଜନାରେ ନିବେଶ କରିବା ପାଇଁ ପାଞ୍ଚ ଦିନ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ସରକାରଙ୍କ ତରଫରୁ ଗୋଲ୍ଡ ବଣ୍ଡରେ ନିବେଶ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷର ଷଷ୍ଠ ଶୃଙ୍ଖଳା ଅଟେ। ପ୍ରଥମ ଶୃଙ୍ଖଳା ୨୦ ଅପ୍ରେଲ ୨୦୨୦ରୁ ଆରମ୍ଭ ହୋଇ ୨୪ ଅପ୍ରେଲ ୨୦୨୦ରେ ସମାପ୍ତ ହୋଇଥିଲା।

ଏତିକି ରହିଛି ସୁନା ମୂଲ୍ୟ:

ଯୋଜନା ଅଧୀନରେ ରିଜର୍ଭ ବ୍ୟାଙ୍କ ଏଥର ସୁନା ବଣ୍ଡର ମୂଲ୍ୟ ଗ୍ରାମ ପ୍ରତି ୫,୧୧୭ ଟଙ୍କା ରଖିଛି। ଯଦି ଆପଣ ୧୦ ଗ୍ରାମ ସୁନା କିଣୁଛନ୍ତି ତେବେ ଆ0ଆପଣଙ୍କୁ ଏହାର ମୂଲ୍ୟ ୫୧,୧୭୦ ଟଙ୍କା ପଡିଯିବ। ସୁନା ବଣ୍ଡକୁ କିଣିବା ପାଇଁ ଡିଜିଟାଲ ପେମେଣ୍ଟ କରିବା ଉପରେ ଗ୍ରାମ ପ୍ରତି ୫୦ ଟଙ୍କାର ରିହାତି ମିଳିବ। ଏମିତିରେ ନିବେଶକଙ୍କ ପାଇଁ ବଣ୍ଡର ମୂଲ୍ୟ ଗ୍ରାମ ପ୍ରତି ୫,୦୬୭ ଟଙ୍କା ରହିବ।

Leave a Reply

Your email address will not be published. Required fields are marked *