ଅନଲକ୍-୪ର ନୂତନ ନିୟମାବଳୀ, ବଦଳି ଗଲା ଏହି ସବୁ ନିୟମ…

ଅଗଷ୍ଟ ୩୧ ତାରିଖ ପରେ ଦେଶରେ ଅନଲକ୍ ୪ ଲାଗୁ ହେବାକୁ ଯାଉଛି। କରୋନା ମହାମରୀକୁ ଦୃଷ୍ଟିରେ ରଖି ଏହି ପର୍ଯ୍ୟାୟରେ କେଉଁ ନିୟମ ରହିବ ସେଥିପ୍ରତି ସମଗ୍ର ଦେଶ ବାସୀଙ୍କର ନଜର ରହିଥିଲା। ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବର୍ତ୍ତମାନ ଅନଲକ୍-୪ ପାଇଁ ନିୟମାବଳୀ ଘୋଷଣା କରାଯାଇଛି। ଏହି ନିୟମାବଳୀ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଲାଗୁ ରହିବ। ନୂତନ ନିୟମାବଳୀ ମୁତାବକ ୭ ସେପ୍ଟେମ୍ବରରୁ ମେଟ୍ରୋ ରେଳ ଚଳାଇବା ପାଇଁ ମଞ୍ଜୁରୀ ଦିଆଯାଇଛି। ସେହିପରି ୨୧ ସେପ୍ଟେମ୍ବରରୁ ବିଭିନ୍ନ କ୍ଷେତ୍ରରେ ୧୦୦ ଲୋକଙ୍କ କ୍ଷମତା ସହିତ କାର୍ଯ୍ୟକାରୀ ହୋଇପାରିବ।

ଏହି ନିର୍ଦ୍ଦେଶନାମାରେ ଏହା ମଧ୍ୟ କୁହାଯାଇଛି ଯେ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳର ସରକାର ମାନେ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ କଣ୍ଟେନମେଣ୍ଟ ଜୋନକୁ ଛାଡି ଅନ୍ୟ କୌଣସି ସ୍ଥାନୀୟ ସ୍ଥରରେ ଲକଡାଉନ ଲଗାଇ ପାରବେ ନାହିଁ। ତେବେ ୨୧ ସେପ୍ଟେମ୍ବର ଠାରୁ ଏକାଡେମୀକ, ସାମାଜିକ, କ୍ରୀଡା ମନୋରଞ୍ଜନ ଏବଂ ରାଜନୈତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ପାରିବ, ମାତ୍ର ଏଥିରେ କେବଳ ୧୦୦ ଲୋକଙ୍କୁ ଶାମିଲ ରହିବାର ଅନୁମତି ରହିଛି।

ଅନଲକ୍-୪ର କେତେକ ପ୍ରମୁଖ ନିୟମ:

୧- ୭ ସେପ୍ଟେମ୍ବରରୁ ମେଟ୍ରୋ ରେଳ ସେବା ଆରମ୍ଭ ହୋଇଯିବ। ୨- ୨୧ ସେପ୍ଟେମ୍ବରରୁ ସାମାଜିକ ଏକାଡେମୀକ , କ୍ରୀଡା, ସାଂସ୍କୃତିକ, ଧାର୍ମିକ ଏବଂ ରାଜନୈତିକ ଆୟୋଜନ କରାଯାଇ ପାରିବ। କିନ୍ତୁ ସର୍ତ୍ତ ରହିବ ଯେ, ଏହି କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଲୋକ ଶାମିଲ ରହି ପାରିବେ ନାହିଁ। ୩- ୨୧ ସେପ୍ଟେମ୍ବରରୁ ନିଜର ଏୟାର ଥିଏଟର ଖୋଲା ଯାଇ ପାରିବ। ୪- ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍କୁଲ ଏବଂ କଲେଜ ବନ୍ଦ ରହିବ।

୫- ନବମ ଏବଂ ଦଶମ ଶ୍ରେଣୀର ଛାତ୍ର ଚାହିଁଲେ ସ୍କୁଲ ଯାଇ ପାରିବେ। କିନ୍ତୁ ଏହି ଅବସରରେ ସାମାଜିକ ଦୂରତା ପାଳନ କରିବା ଆବଶ୍ୟକ ରହିବ। ୬- କଣ୍ଟେନମେଣ୍ଟ ଜୋନରେ ସିନେମା ହଲ, ସ୍ୱିମିଙ୍ଗ ପୁଲ, ମନୋରଞ୍ଜନ ପାର୍କ ଏବଂ ଥିଏଟର କିଛି ହେଲେ ଖୋଲିବ ନାହିଁ। ଏହି ସ୍ଥାନ ଗୁଡିକରେ ୩୦ ସେପ୍ଟେମ୍ବର,୨୦୨୦ ପର୍ଯ୍ୟନ୍ତ ଲକଡାଉନ ରହିବ।

Leave a Reply

Your email address will not be published. Required fields are marked *