ସ୍ତ୍ରୀ ସହିତ ମିଶି ନିଜ ଶାଶୂ-ଶଶୁର ଏବଂ ଶାଳୀର ହତ୍ୟା କଲେ ଜ୍ୱାଇଁ।

ଉତ୍ତରାଖଣ୍ଡର ରୁଦ୍ରପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଘର ଏବଂ ଜମି ହଡ଼ପ କରିବା ଉଦ୍ଦେଶ୍ୟରେ ଝିଅ ଏବଂ ଜ୍ୱାଇଁ ନିଜର ଭଡା ନେଇ ରହୁଥିବା ବନ୍ଧୁଙ୍କ ସାହାଯ୍ୟରେ ଶାଶୂ-ଶଶୁର ଏବଂ ଦୁଇ ଶାଳୀଙ୍କୁ ହତ୍ୟା କରିଦେଇଥିଲେ। ହତ୍ୟାକାରୀ ଚାରୋଟି ଶବ ବା ମୃତଦେହକୁ ଘର ଭିତରେ ହିଁ ଗର୍ତ୍ତ ଖୋଳି ପୋତିଥିଲେ ଏବଂ ଏହା ଉପରେ ନୂତନ ଫ୍ଲୋର ପକାଇ ଦେଇଥିଲେ।

ଏହି ସମ୍ପୂର୍ଣ୍ଣ ଘଟଣା କ୍ରମର ଖୁଲାସା ସେତେବେଳେ ହୋଇଥିଲା ଯେତେବେଳେ ହତ୍ୟାର ୧୬ ମାସ ପରେ ଝିଅ ଏବଂ ଜ୍ୱାଇଁ ୟୁପିର ବରେଲି ଜନପଦର ମୀରଗଞ୍ଜରେ ହୀରାଲାଲଙ୍କ ମୃତ୍ୟୁ ପ୍ରମାଣ ପତ୍ର ବନାଇବା ପାଇଁ ପହଞ୍ଚି ଥିଲେ ଏବଂ ସମ୍ପତ୍ତିକୁ ନିଜ ନାମରେ କରାଇବା ପାଇଁ ଚେଷ୍ଟା କରିଥିଲେ ସେତେବେଳେ ନେରେନ୍ଦ୍ର ଗଙ୍ଗୱାରଙ୍କ ମୃତକ ଶଶୁର ହୀରାଲାଲଙ୍କ ଜମିର କେୟାର ଟେକରଙ୍କ ଦ୍ଵାରା ଯାଞ୍ଚ କରାଯିବା ପରେ ସମ୍ପୂର୍ଣ୍ଣ ମାମଲାକୁ ନେଇ ରୁଦ୍ରପୁର ପୋଲିସକୁ ନିଖୋଜର ଘଟଣା କହିଥିଲେ।

ଯାହାପରେ ପୋଲିସ ଶକ୍ତି ପ୍ରୟୋଗ କରି ନରେନ୍ଦ୍ର ଗଙ୍ଗୱର ଏବଂ ତାଙ୍କ ପତ୍ନୀଙ୍କୁ ହୀରାସତରେ ନେଇ ପଚରା ଉଚରା କରିବା ପରେ ଚାରି ଜଣ ଲୋକଙ୍କ ହତ୍ୟା କରି ତାଙ୍କ ଶବକୁ ଘର ଭିତରେ ପୋତି ଦେଇଥିବାର କଥା ସ୍ଵୀକାର କରିଥିଲେ। ସମ୍ପୂର୍ଣ୍ଣ ମାମଲାର ମଂଜିଷ୍ଟ୍ରେଟକୁ ଛାଡିଲେ ଫରେନସିକ ଏକ୍ସପର୍ଟ ମଧ୍ୟ ଏହି ମାମଲାର ଯାଞ୍ଚ କରିବାରେ ଲାଗି ପଡ଼ିଥିଲେ।

ପୋଲିସ ଘର ଭିତରେ ଚଟାଣର ସେହି ସ୍ଥାନକୁ ଖୋଳି ଥିଲେ ଯେଉଁଠାରେ ଶଶୁର ହୀରଲାଲ, ଶାଶୂ ହେମବତି, ଶାଳୀ ଦୁର୍ଗା ଏବଂ ପାର୍ବତୀଙ୍କ ଶବ ମିଳିଥିଲା। ଏହି ମାମଲାରେ ଆଇଜି ଅଜୟ ରୌତେଲ କହିଥିଲେ ଯେ, ୬୫ ବର୍ଷର ହୀରାଲାଲ ୨୦୦୬ ମସିହାରେ ପରିବାର ସହିତ ରାଜା କଲୋନୀ ଟ୍ରାଞ୍ଜିଟ କେଫରେ ରହୁଥିଲେ। ତାଙ୍କ ପାଖରେ ଗାଁର ୧୮ ବୀଘା ଜମି ଏବଂ ଘର ରହିଥିଲା। ଗାଁ ଛାଡିବା ପୂର୍ବରୁ ସେ ପାଞ୍ଚ ବୀଘା ଜମି ବିକ୍ରି କରିଦେଇଥିଲେ ଏବଂ ଏଥିରୁ ମିଳିଥିବା ଟଙ୍କାରେ ଏଠାରେ ଘର ବନାଇ ଥିଲେ।

ଥାନା ଟ୍ରାଞ୍ଜିଟ କେଫ ଇଂଚାର୍ଜ ଲଳିତ ମୋହନ ଜୋଶୀଙ୍କ କହିବା କଥା ଯେ, ୧୧୨ରେ ଦେଢ଼ ବର୍ଷରୁ ଚାରି ଜଣ ଲୋକଙ୍କ ଗାୟବ ହେବାର ସୂଚନା ମିଳିଥିଲା। ପୋଲିସ ଯାଞ୍ଚରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା। ଯେଉଁଠାରେ ଏକ ଘରର ଝିଅ ନିଜ ସ୍ୱାମୀଙ୍କ ସହିତ ମିଶି ନିଜ ପିତାମାତା ଏବଂ ନିଜର ରକ୍ତର ଭଉଣୀଙ୍କ ହତ୍ୟା କରିଦେଇଥିଲେ। ପୋଲିସ ସମସ୍ତ ଆରୋପିଙ୍କୁ ଗିରଫ କରି ନେଇଛି ଏବଂ ମାମଲାର ଭିତରକୁ ଯାଇ ଯାଞ୍ଚ କରିବାରେ ଲାଗି ପଡିଛି।

Leave a Reply

Your email address will not be published. Required fields are marked *