ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ସବୁଠୁ ବଡ଼ ସିବିଆଇ ପଚରା ଉଚରା ଚାଲିଛି। ୨୮ ଅଗଷ୍ଟକୁ ରିୟା ଚକ୍ରବର୍ତ୍ତୀଙ୍କ ସହିତ ପ୍ରଥମ ରାଉଣ୍ଡରେ ସାଢ଼େ ୧୦ ଘଣ୍ଟା ପର୍ଯ୍ୟନ୍ତ ପଚରା ଉଚରା ଚାଲିଥିଲା। ଆଗକୁ ମଧ୍ୟ ରିୟାଙ୍କୁ ପଚରା ଉଚରା କରାଯିବ। ତେବେ ପ୍ରଥମ ରାଉଣ୍ଡରେ ହିଁ ରିୟା ବହୁତ କିଛି କହି ପକାଇଥିଲେ। ରିୟା ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିବା କଥା , ତାଙ୍କର ସୁଶାନ୍ତଙ୍କ ସହିତ ୮ ଜୁନରେ ହୋଇଥିବା ଝଗଡା ଏବଂ ଦୁଇଜଣ ରିୟା ଓ ସୁଶାନ୍ତଙ୍କ ସମ୍ପର୍କ ଶେଷ ହୋଇଯାଇଥିବାର କହି ପକାଇଥିଲେ ରିୟା।
ସିବିଆଇ ବହୁତ କିଛି ରିୟାଙ୍କୁ ପଚାରିଥିଲା ଏବଂ ରିୟାଙ୍କ ପ୍ରତ୍ୟେକ ଉତ୍ତରରେ ଆଉ ଗୋଟିଏ ପ୍ରଶ୍ନ ପଚାରିଥିଲେ ସିବିଆଇ। ସିବିଆଇ ପ୍ରଥମେ ପଚାରିଲା, ୧୪ ଜୁନକୁ ସୁଶାନ୍ତଙ୍କ ମୃତ୍ୟୁ ଖବର ତୁମକୁ କିଏ ଦେଲା? ଉତ୍ତରରେ ରିୟା କହିଥିଲେ”ମୋର କିଛି ବନ୍ଧୁ ମୋତେ ମେସେଜ କରିଥିଲେ ଏବଂ କିଛି ବନ୍ଧୁଙ୍କର ଫୋନ କଲ ମଧ୍ୟ ଆସିଥିଲା। ପୁଣି ସିବିଆଇ ପଚାରିଥିଲେ ଯେତେବେଳେ ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ବେଳେ ତୁମେ କେଉଁଠି ଥିଲେ? ରିୟା କହିଥିଲେ,”ମୁଁ ସେତେବେଳେ ମୋ ଘରେ ଥିଲି”।
ସିବିଆଇ ପଚାରିଥିଲେ, “ସୁଶାନ୍ତଙ୍କ ମୃତ୍ୟୁ ଖବର ମିଳିବା ପରେ ତୁମେ ତାଙ୍କର ବାନ୍ଦ୍ରାସ୍ଥିତ ଘରକୁ ଯାଇଥିଲେ କି ?” ରିୟା ଉତ୍ତର ଦେଇଥିଲେ, “ମୁଁ ସୁଶାନ୍ତଙ୍କ ଘରକୁ ଯାଇ ନଥିଲି କାରଣ ଆମ ସମ୍ପର୍କ ଶେଷ ହୋଇଯାଇଥିଲା।” ପୁଣି ସିବିଆଇ ପଚାରିଥିଲେ,”ଜୁନ୍ ୮ରେ କାହିଁକି ସେ ସୁଶାନ୍ତଙ୍କ ଘରୁ ଚାଲି ଯାଇଥିଲେ?” ରିୟା ପ୍ରଥମେ ନିଜ ଉତ୍ତରରେ କହିଥିଲେ, ସୁଶାନ୍ତ ମୋତେ ନିଜେ ଘରୁ ଚାଲିଯିବାକୁ କହିଥିଲେ। ଏହି ଉତ୍ତରର ତୁରନ୍ତ ପରେ ସିବିଆଇ ପଚାରିଥିଲେ, “ତାହେଲେ କ’ଣ ପାଟିତୁଣ୍ଡ ପରେ ସୁଶାନ୍ତଙ୍କ ଘର ଛାଡ଼ିଥିଲେ ଆପଣ? କାରଣ ସିଦ୍ଧାର୍ଥ ପୀଠନି କହିଛନ୍ତି ସେଦିନ ତୁମର ସୁଶାନ୍ତଙ୍କ ସହିତ ଝଗଡା ହୋଇଥିଲା।” ରିୟା ଉତ୍ତରରେ କହିଥିଲେ,”ହଁ ଆମର ଝଗଡା ହୋଇଥିଲା ଏବଂ ଝଗଡା ପରେ ମୁଁ ନିଜେ ସୁଶାନ୍ତଙ୍କ ଘର ଛାଡ଼ି ଚାଲିଯାଇଥିଲେ।”
ଏହାପରେ ସିବିଆଇ ପଚାରିଥିଲେ, ‘ଆପଣଙ୍କର କେଉଁ କଥାକୁ ନେଇ ଝଗଡା ହୋଇଥିଲା ଏବଂ ତୁମେ ଲାପଟପରୁ କାହିଁକି କିଛି ଜିନିଷ ଡିଲିଟ କରିଥିଲ ଏବଂ ୮ଟି ହାର୍ଡ ଡିସ୍କକୁ କଣ ତୁମେ ନଷ୍ଟ କରିଥିଲ?” ଏହି ପ୍ରଶ୍ନର ଉତ୍ତର ଦେବା ସ୍ଥାନରେ ଚୁପ ରହିଥିଲେ ରିୟା। ଏହାପରେ ସିବିଆଇ ରିୟାଙ୍କୁ ଜୟା ଶାହା ଏବଂ ଡ୍ରଗ୍ସ ସମ୍ବନ୍ଧିତ କିଛି ଚାଟ ରିୟାଙ୍କୁ ଦେଖାଇ ଏବିଷୟରେ ପଚାରିଥିଲେ। ଏଥିରେ ରିୟା ସ୍ୱୀକାର କରି ନେଇଥିଲେ ଏବଂ କହିଥିଲେ,”ହଁ, ଏହି ଚାଟ ମୋ ଫୋନରୁ କରାଯାଇଛି ଏବଂ ରିୟା ଏହା ମଧ୍ୟ ମାନିଥିଲେ ଯେ ସବୁକିଛି ମୁଁ ହିଁ ଟାଇପ କରିଥିଲି। ମୁଁ ଏସବୁ କିଛି ସୁଶାନ୍ତଙ୍କ କହିବା ମୁତାବକ କରିଥିଲି।”
ସିବିଆଇ ଗୌରବ ଆରୟାଙ୍କ ସହିତ ରିୟାଙ୍କ ଚାଟ ଦେଖାଇ ପ୍ରଶ୍ନ ପଚାରିବାରୁ, ରିୟା ଏହିଥିଲେ,”ହଁ, ମୁଁ ଡ୍ରଗ୍ସ ନେଇଥିଲି ଏବଂ ସୁଶାନ୍ତଙ୍କୁ ମଧ୍ୟ ତାଙ୍କ କଫି ଏବଂ ଚା’ରେ ୪ ବୁନ୍ଦା ମିଶାଇ ଦେଉଥିଲି ଯେଉଁଥିରେ ସେ ବେହୋସ ହୋଇଯାଉଥିଲେ।” ପୁଣି ସିବିଆଇ ପଚାରିଥିଲେ, ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ କିଏ ଦେଖୁଥିଲେ ଏବଂ ତାଙ୍କ କ୍ରେଡିଟ କାର୍ଡ଼ ଆପଣ କାହିଁକି ବ୍ୟବହାର କରିଥିଲେ? ଏହାର ଉତ୍ତରରେ ରିୟା କହିଲେ, “ସୁଶାନ୍ତଙ୍କ ବ୍ୟାଙ୍କ ଅକାଉଣ୍ଟ ଦେଖୁଥିଲେ ସାମୁଏଲ ମିରାଣ୍ଡା। ଏବଂ ସେ ସୁଶାନ୍ତଙ୍କ Credit Cards ବ୍ୟବହାର କରିଥିଲେ, ମୋତେ ସୁଶାନ୍ତ ଦେଇଥିଲେ।”
ସୁଶାନ୍ତ ସିଂ ରାଜପୁତଙ୍କ ପଡୋଶୀରେ ରହିଥିବା ମହିଳା ପ୍ରଥମ ଥର ପାଇଁ ମିଡ଼ିଆ ସାମ୍ନାକୁ ଆସି କହିଥିଲେ ଯେ, ୧୩ ଜୁନକୁ ସୁଶାନ୍ତଙ୍କ ଘରେ କୌଣସି ପାର୍ଟି ହେଉନଥିଲା। ସେଦିନ ସୁଶାନ୍ତଙ୍କ ଘରର ଲାଇଟ ରାତି ୧୦:୩୦ରୁ ୧୧ତା ସମୟରେ ବନ୍ଦ ହୋଇଯାଇଥିଲା। କିନ୍ତୁ ସୁଶାନ୍ତଙ୍କ ଘରର ଲାଇଟ କେବେହେଲେ ଭୋର ୪ଟା ପୂର୍ବରୁ ବନ୍ଦ ହୋଇନଥାଏ। ଏହି ସମୟ ସେ ପଢୁଥାନ୍ତି, ଚାନ୍ଦ ତାରା ଦେଖୁଥାନ୍ତି କିଛି ନା କିଛି କାର୍ଯ୍ୟ କରୁଥାନ୍ତି।
ଡିସେମ୍ବର ୨୦୧୯ରେ ସୁଶାନ୍ତ ନିଜର ଯୋଗର୍ସ ପାର୍କ ଡୁପ୍ଲେକ୍ସକୁ ସ୍ଥାନାନ୍ତରିତ ହୋଇଥିଲେ। ସେବେଠାରୁ କେଉଁ ଦିନ ହେଲେ ସୁଶାନ୍ତଙ୍କ ଘରର ଲାଇଟ ରାତିରେ ଏତେ ଶୀଘ୍ର ବନ୍ଦ ହୋଇନଥିଲା। ପ୍ରତ୍ୟେକ ଦିନ ଭୋର ୪ଟା ପରେ ହିଁ ଲାଇଟ ବନ୍ଦ ହୋଇଥାଏ। ସୁଶାନ୍ତ ବିଳମ୍ବରେ ଶୋଇ ବିଳମ୍ବରେ ଉଠୁଥିଲେ। ୧୩ ଜୁନ ଦିନ ସୁଶାନ୍ତଙ୍କ ଘରର ସମସ୍ତ ଲାଇଟ ବନ୍ଦ ଥିବା ବେଳେ କେବଳ ରୋଷେଇ ଘରର ଲାଇଟ ଖୋଲା ରହିଥିଲା।
ଖାଲି ଏତିକି ନୁହେଁ ସୁଶାନ୍ତଙ୍କ ଚାକର ନୀରଜ ପଚରା ଉଚରା ସମୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ ସୁଶାନ୍ତଙ୍କ ଡୋପ୍(ବିଡ଼ର ସିଗାରେଟ) ନେଉଥିବାର ଦାବି କରିଛନ୍ତି। ମୁମ୍ବାଇ ପୋଲିସଙ୍କୁ ଦେଇଥିବା ବୟାନରେ ନୀରଜ କହିଛନ୍ତି ଯେ, ଆଭିନେତାଙ୍କ ମୃତ୍ୟୁ କିଛିଦିନ ପୂର୍ବରୁ ସେ ସୁଶାନ୍ତଙ୍କ ପାଇଁ ମରିଜୁଆନାର ସିଗାରେଟ ରୋଲ କରିଥିଲେ। ୧୩ ଜୁନକୁ ନୀରଜ ନିଜେ ତିନି ଦିନ ପାଇଁ ଡୋପ୍ ତିଆରି କରି ଏକ ପ୍ୟାକେଟରେ ରଖିଥିଲେ ଏବଂ ସୁଶାନ୍ତ ଏକାଥରକରେ ତିନି ଦିନର ଡୋପ୍ ନେଇ ଯାଇଥିଲେ।
କାରଣ ସୁଶାନ୍ତଙ୍କ ମୃତ୍ୟୁ ପରେ ଯେତେବେଳେ ସେହି ପ୍ୟାକେଟ ଦେଖିଥିଲେ ତାହା ସମ୍ପୂର୍ଣ୍ଣ ଖାଲି ଥିଲା। ରାତିରେ ଏହି ୫ଘଣ୍ଟା ଭିତରେ ସୁଶାନ୍ତଙ୍କ ସହିତ ବହୁତ କିଛି ହୋଇଥିଲା। ହୋଇଥାଇ ପରେ ସେହି ସମୟରେ ସୁଶାନ୍ତଙ୍କୁ ଔଷଧର ଓଭର ଡୋଜ କିମ୍ବା ଡୋପ୍ ମଧ୍ୟ ଦିଆଯାଇ ପାରିଥାଏ ତେବେ ଏବିଷୟରେ ନିଜେ ସୁଶାନ୍ତଙ୍କ ଚାକର ନୀରଜ ଖୁଲାସା କରିଥିଲେ।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।