ତ୍ଵଚାକୁ ଯୁବା ରଖିବା ପାଇଁ ଆପଣ ନିଜର ରୋଷେଇ ଘରେ ରଖିଥିବା ମସଲା ଅସାନି ଫୁଲର ବ୍ୟବହାର କରି ପାରିବେ। ଏଥିରେ ଅନେକ ଏପରି ଔଷଧୀୟ ଗୁଣ ରହିଛି, ଯେଉଁଥିରେ ଆପଣଙ୍କ ତ୍ଵଚାରେ କୁଞ୍ଚନ ଏବଂ କଳା ଦଗ ସବୁକିଛି ଗାୟବ ହୋଇଯିବ।
ଅସାନି ଫୁଲ ଏକ ମସଲା ଅଟେ ଯାହା ତାରା ଆକୃତିର ଏକ ଇଞ୍ଚ ଲମ୍ବା ଏବଂ ୮ ଖଣ୍ଡ ବିଶିଷ୍ଟ ରହିଥାଏ। ଏହା ଆପଣଙ୍କୁ କୌଣସି ଖାଦ୍ୟ ଦୋକାନରୁ ସହଜରେ ପ୍ରାପ୍ତ ହୋଇଯିବ। ଅସାନି ଫୁଲର ବ୍ୟବହାର ଅଧିକାଂଶ ସମୟରେ ପଲାଉ, ବିରିୟାନୀ କିମ୍ବା କୌଣସି ତରକାରୀ ଆଦି ପ୍ରସ୍ତୁତ କରିବାରେ ମଧ୍ୟ ପ୍ରୟୋଗ କରାଯାଇଥାଏ। ଏଥିରେ ହାଲକା ମିଠା ଏବଂ ରାଗ ରହିଥାଏ ଯେଉଁଥିପାଇଁ ଏହାକୁ ମିଠା ଏବଂ ଜାମ ଆଦି ବନାଇବାରେ ପ୍ରୟୋଗ କରାଯାଇଥାଏ।
ଅସାନି ଫୁଲର ପ୍ରୟୋଗ କେବଳ ଖାଦ୍ୟ ପ୍ରସ୍ତୁତରେ ସୀମିତ ରହି ନଥାଏ ବରଂ ଏଥିରେ ଥିବା ଔଷଧୀୟ ଗୁଣ ମୁହଁର ଅନେକ ସମସ୍ୟା ଗୁଡିକ ଦୂର କରିଦେଇଥାଏ। ଏହା ମୁହଁରେ ଥିବା କଳା ଦାଗ ଏବଂ କୁଞ୍ଚନକୁ ଦୂର କରିଥାଏ। ଆଜି ଆମେ ଆପଣଙ୍କୁ କହିବୁ ଏହାକୁ ଆଣ୍ଟି ଏଜିଙ୍ଗ ସ୍ପ୍ରେ ଭାବରେ କିପରି ପ୍ରୟୋଗ କରାଯାଇଥାଏ-
୧. ଅସାନି ଫୁଲର ପାଣି:-
ସାମଗ୍ରୀ: * ୪ ଗୋଟି ଅସାନି ଫୁଲ * ୫୦୦ ମିଲି ପାଣି
ପ୍ରସ୍ତୁତିର ଉପାୟ: ଅସାନି ଫୁଲକୁ ୫ ମିନିଟ ପାଇଁ ଧୀର ଆଞ୍ଚରେ ପାଣି ସହିତ ଫୁଟାନ୍ତୁ ଏବଂ ଏହାକୁ କିଛି ଘଣ୍ଟା ପାଇଁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ। * ତୁଳା ବଲ ନେଇ ଅଥବା ସ୍ପ୍ରେ ବୋତଲ ଦ୍ୱାରା ମୁହଁରେ ଲଗାନ୍ତୁ କିମ୍ବା ସ୍ପ୍ରେ କରନ୍ତୁ। * ଏହାକୁ ନିୟମିତ ରାତିରେ ଶୋଇବା ପୂର୍ବରୁ ସ୍ପ୍ରେ କରନ୍ତୁ, ଯାହାଦ୍ୱାରା ଅଧିକ ଲାଭ ମିଳିବ।
୨. ଅସାନି ଫୁଲ ଏବଂ ଡାଳଚୀନୀ:-
ସାମଗ୍ରୀ: ତିନୋଟି ଅସାନି ଫୁଲ * ଏକ ଇଞ୍ଚ ଡାଲଚୀନୀ ଖଣ୍ଡ * ୫୦୦ ମିଲି ପାଣି
ପ୍ରସ୍ତୁତିର ଉପାୟ: ଅସାନି ଫୁଲ ଏବଂ ଡାଳଚୀନୀକୁ ଏକ ସାଙ୍ଗରେ ପାଣିରେ ପକାଇ ୫ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ। * ଏହାକୁ ରାତି ସାରା ଥଣ୍ଡା ହେବାକୁ ଛାଡି ଦିଅନ୍ତୁ। * ଶୋଇବା ପୂର୍ବରୁ ନିୟମିତ ଏହାକୁ ତ୍ୱଚାରେ ଲଗାନ୍ତୁ।
୩. କୁଞ୍ଚନ ପାଇଁ ଉପଚାର:- ଯଦି ଆପଣଙ୍କ ମୁହଁରେ କିଛି ଅଂଶରେ କୁଞ୍ଚନ ଦେଖାଯାଉଛି ତେବେ ଏହି ଉପଚାର ନିଶ୍ଚିନ୍ତ ଭାବରେ ପ୍ରୟୋଗ କରନ୍ତୁ।
ସାମଗ୍ରୀ: * ୧୦ ଗୋଟି ଅସାନି ଫୁଲ * ଏକ ଗ୍ଲାସ ପାଣି
ପ୍ରସ୍ତୁତିର ଉପାୟ: ୧୦ ମିନିଟ ପାଇଁ ଅସାନି ଫୁଲ ପାଣିରେ ପକାଇ ଫୁଟାନ୍ତୁ ଏବଂ ଥଣ୍ଡାକରି ଏକ ସ୍ପ୍ରେ ବୋତଲରେ ଭରି ରଖି ଦିଅନ୍ତୁ * ଶୋଇବା ପୂର୍ବରୁ ଏହାକୁ ତୁଳା ସାହାଯ୍ୟରେ ମୁହଁର ସେହି ଅଂଶରେ ଲଗାନ୍ତୁ ଯେଉଁଠାରେ କୁଞ୍ଚନ ସବୁଠୁ ଅଧିକ ଦେଖା ଦେଉଛି।
୪. ଚାଉଳ ପାଣି ସହିତ ଅସାନି ଫୁଲ:-
ସାମଗ୍ରୀ: * ୫ ଗୋଟି ଅସାନି ଫୁଲ * ଏକ ଲିଟର ପାଣି * ଅଧା ଗ୍ଲାସ ମୋଗ୍ରା ଚାଉଳ
ପ୍ରସ୍ତୁତିର ଉପାୟ: ଅସାନି ଫୁଲକୁ ଅଧା ଲିଟର ପାଣି ସହିତ ମିଶାନ୍ତୁ ଏବଂ ୫ ମିନିଟ ପାଇଁ ଫୁଟାନ୍ତୁ। * ଅନ୍ୟ ପଟେ ଚାଉଳକୁ ଅଧା ଲିଟର ପାଣିରେ କିଛି ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ଦିଅନ୍ତୁ।
* ବର୍ତ୍ତମାନ ଚାଉଳକୁ ପାଣିରୁ ଛାଣି ଏବଂ ତାକୁ ଅଲଗା ରଖି ଦିଅନ୍ତୁ * ଅସାନି ଫୁଲର ପାଣିକୁ ଚାଉଳ ପାଣି ସହିତ ମିଶାନ୍ତୁ ଏବଂ ଏହାକୁ ନିୟମିତ ଭାବରେ ସକାଳୁ ଏବଂ ରାତିରେ ଏହି ଉପଚାର ଦ୍ୱାରା ନିଜ ମୁହଁ ଧୋଇ ନିଅନ୍ତୁ।
୫. ଅସାନି ଫୁଲର ତେଲ:-
ସାମଗ୍ରୀ: * ଏକ ବୁନ୍ଦା ଅସାନି ଫୁଲର ତେଲ * ଏକ ବଡ଼ ଚାମଚ ଅର୍ଗାନ ତେଲ
ପ୍ରସ୍ତୁତିର ଉପାୟ: ପ୍ରଥମ ଉପାୟ ଏହା ରହିଛି ଯେ, ଆପଣ ସିଧା ସଳଖ ଷ୍ଟୋରକୁ ଯାଇ ଏହାକୁ କିଣି ନିଅନ୍ତୁ। * ଦ୍ଵିତୀୟ ଉପାୟରେ ଏହା ଯେ, ଅସାନି ଫୁଲକୁ ପେଶି ଫୁଟୁଥିବା ଅର୍ଗାନ କିମ୍ବା ବାଦାମ ତେଲରେ କିଛି ମିନିଟ ପାଇଁ ମିଶାନ୍ତୁ ଏବଂ ଥଣ୍ଡା ହେବା ପରେ ଏହାକୁ ଭଲ ଭବରେ ମିଶାଇ ଦିଅନ୍ତୁ। * ଶେଷ ଉପାୟ ଏହା ଯେ, ଅସାନି ଫୁଲକୁ ନିଜର ପସନ୍ଦ ତେଲ ସହିତ ମିଶାଇ ଦୁଅନ୍ତୁ ଏବଂ ଏହାକୁ କିଛି ଦିନ ପାଇଁ ଏହାକୁ ଭିଜାଇ ଛାଡ଼ି ଦିଅନ୍ତୁ। ୭ ଦିନ ପରେ ଯେତେବେଳେ ତେଲ ସୁଗନ୍ଧିତ ହୋଇଯିବ ସେତେବେଳେ ଏହାର ଉପଯୋଗ କରନ୍ତୁ।
ଏହି ତେଲକୁ ଯେଉଁଠାରେ ଆବଶ୍ୟକ ସେଠାରେ ନିଜ ତ୍ଵଚା ଉପରେ ମାଲିଶ କରନ୍ତୁ। ୩୦ ମିନିଟ ପାଇଁ ଲଗାଇ ରଖନ୍ତୁ ଏବଂ ପୁଣି ଗୋଲାପ ଜଳରେ ସଫା କାରି ଦିଅନ୍ତୁ। ଏପରି ସପ୍ତାହରେ କେବଳ ଗୋଟିଏ କିମ୍ବା ଦୁଇଥର ଲଗାନ୍ତୁ।