କରୋନା ଭାଇରସ ପରି ମହାମାରୀ ସମୟରେ ରୁଷ ଏକ ଏମିତି ଉପକରଣର ବିକଶିତ କରିଛି ଯାହା ପବନରେ ହିଁ ବ୍ୟାକ୍ଟେରିଆ, ବିଷାକ୍ତ ପଦାର୍ଥ ଏବଂ ଭାଇରସରୁ ହେଉଥିବା ରୋଗକୁ ଚିହ୍ନଟ କରିବାରେ ସକ୍ଷମ ରହିଛି। ଏହି ଉପକରଣ କରୋନାର ଭାଇରସକୁ ମଧ୍ୟ ଚିହ୍ନଟ କରିପାରେ। ବାୟୁବାହିତ ରୋଗକୁ ଚିହ୍ନଟ କରିବା ସହିତ ଏହି ବିଶେଷ ଉପକରଣ କିଛି ସେକେଣ୍ଡ ମଧ୍ୟରେ ସମ୍ଭାବିତ ବିପଦର ସୂଚନା ଦେଇଥାଏ ଏବଂ ଏହାର ସ୍ରୋତକୁ ଇଙ୍ଗିତ କରିଥାଏ।
ଶୁକ୍ରବାର ଦିନ ମସ୍କୋ ପାଖରେ ସାମରିକ-ଶିଳ୍ପ ଫୋରମ ୨୦୨୦ରେ ‘କେମେଷ୍ଟ୍ରି ବାୟୋ’ ନାମକ ଏକ ଉପକରଣ ପ୍ରଦର୍ଶିତ ହୋଇଥିଲା ଯାହା KMZ କାରଖାନା ଦ୍ୱାରା ନିର୍ମିତ କରାଯାଇଥିଲା। ଏହାର ବିକାଶକାରୀ ଦଳ ମସ୍କୋରେ ଗାମାଲେୟା ଇନଷ୍ଟିଚ୍ୟୁଟ ଅଫ ଏପିଡୋମିୟୋଲୋଜି ଏଣ୍ଡ ମାଇକ୍ରୋବାୟୋଲୋଜିରେ ମଧ୍ୟ ଶାମିଲ ରହିଛି। ଏହା ସେହି ଅନୁଷ୍ଠାନ ଯିଏକି ବିଶ୍ୱକୁ ପ୍ରଥମ କରୋନା ଭାଇରସ ଟିକା ଦେବାକୁ ଦାବି କରିଛି। ଏହି କମ୍ପାନୀ ଟିକାର ଉତ୍ପାଦନ ମଧ୍ୟ କରୁଛି।
ଡିଟେକ୍ଟର ବାୟୋ ଏକ ପୋକେଟ ଗ୍ୟାଜେଟ ନୁହେଁ, ଏବଂ ଏହା କିଛି ମାତ୍ରାରେ ରେଫ୍ରିଜରେଟର ପରି ଦେଖାଯାଇଥାଏ, ଏହାର ଆକୃତିକୁ ସ୍ତର କେକ୍ ଡିଜାଇନରେ ପ୍ରସ୍ତୁତ କରାଯାଇଛି ଯାହା ପ୍ରଭାବି ରୂପରେ ଛୋଟ ପ୍ରୟୋଗଶାଳାର ଏକ ଶୃଙ୍ଖଳା ପରି ହୋଇଥାଏ। ପ୍ରତ୍ୟେକ ସ୍ତର ନିଜର ପରୀକ୍ଷଣ ସ୍ୱୟଂ କରିଥାଏ।
ଛୋଟ ପ୍ରୟୋଗଶାଳା ଗୁଡିକର ଏକାଧିକ ସ୍ତର ବିଶିଷ୍ଟ ଏହି ଉପକରଣ ବାୟୁରେ କରୋନା କିମ୍ବା ଅନ୍ୟାନ୍ୟ ପ୍ରକାରର ଭାଇରସ ଚିହ୍ନଟ କରିପାରିଥାଏ। ଏହାକୁ ବିକଶିତ କରିଥିବା କମ୍ପାନୀର ଅଧିକାରୀ ମାନଙ୍କ ମୁତାବକ, ସ୍ପଷ୍ଟ ପରିଣାମ ଦେବା ପାଇଁ ଦୁଇଟି ପର୍ଯ୍ୟାୟରେ ବିଶ୍ଳେଷଣ କରାଯାଇଥାଏ।
ପ୍ରଥମ ପର୍ଯ୍ୟାୟରେ, ଏହା ଆଖପାଖ ବାୟୁର ନମୁନା ସଂଗ୍ରହ କରିଥାଏ ଏବଂ ୧୦-୧୫ ସେକେଣ୍ଡରେ ଭାଇରସ, ବ୍ୟାକ୍ଟେରିଆ ଅଥବା ବିଷାକ୍ତ ବ୍ୟାକ୍ଟେରିଆର କୌଣସି ସଙ୍କେତକୁ ନେଇ ସଚେତ କରିଥାଏ। ତେବେ ପ୍ରଥମ ପର୍ଯ୍ୟାୟରେ ପ୍ରାରମ୍ଭିକ ସ୍ତରରେ ବିଶିଷ୍ଟ ରୋଗଜନକ କାରଣର ଚିହ୍ନଟ କରି ପାରିବ ନାହିଁ। ଦ୍ୱିତୀୟ ପର୍ଯ୍ୟାୟରେ, ଉପକରଣ ଏହା ନିର୍ଦ୍ଧାରିତ କରିବା ପାଇଁ ପବନର ନମୁନାକୁ ଆଉଥରେ ପୁଣି ବିଶ୍ଳେଷଣ କରିଥାଏ କେଉଁ ପଦାର୍ଥ କିମ୍ବା ମାଇକ୍ରୋବ ଉପସ୍ଥିତ ଅଛି। ଏହି ପ୍ରକ୍ରିୟାରେ ଏକରୁ ଦୁଇ ଘଣ୍ଟାର ସମୟ ଲାଗିପାରେ।
ଏହି ଉପକରଣ ଦୁନିଆର ପ୍ରଥମଥର କରୋନା କେଉଁଠି ଏବଂ କିପରି ଆସିଥିଲା ଚିହ୍ନଟ କରିପାରିବ ନାହିଁ କିନ୍ତୁ ଏହାକୁ ଭିଡ଼ ଥିବା ସ୍ଥାନରେ ଲଗାଯିବ। ଏହା ମୁଖ୍ୟ ରୂପରେ ମେଟ୍ରୋ, ରେଳ ଷ୍ଟେସନ ଏବଂ ବିମାନବନ୍ଦର ପରି ସର୍ବସାଧାରଣ ସ୍ଥାନଗୁଡିକରେ ଲକ୍ଷ୍ୟ ରଖାଯାଇଛି।