୧ ସେପ୍ଟେମ୍ବରରୁ ଆପଣଙ୍କ ନିଜସ୍ୱ ଅର୍ଥ ପାଣ୍ଠି ଉପରେ ପଡିବ ଗଭୀର ପ୍ରଭାବ, ବଦଳିବ ଏହି ୭ ଗୋଟି ଜିନିଷ।

୧ ସେପ୍ଟେମ୍ବର ଠାରୁ ସାଧାରଣ ଲୋକଙ୍କ ଜୀବନରେ ଅନେକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ପରିବର୍ତ୍ତନ ପରେ ବହୁତ କିଛି ଜିନିଷ ବଦଳିଯିବ। ସୂଚନାଯୋଗ୍ୟ ଯେ, ଯେଉଁ ଜିନିଷ ଗୁଡିକରେ ପରିବର୍ତ୍ତନ ହେବାକୁ ଯାଉଛି ସେଥିରେ ମୁଖ୍ୟତଃ LPG, ଗୃହ ଋଣ, EMI, ଏୟାରଲାଇନ୍ସ ସହିତ ଆହୁରି ଅନ୍ୟ ଜିନିଷ ଶାମିଲ ରହିଛି। ଏହି ପରିବର୍ତ୍ତନ କାରଣରୁ ଆପଣଙ୍କ ଅର୍ଥ ପାଣ୍ଠି ଉପରେ ଗଭୀର ପ୍ରଭାବ ପଡ଼ିବାକୁ ଯାଉଛି। ତେବେ ଜାଣନ୍ତୁ ୧ ସେପ୍ଟେମ୍ବରରେ ହେବାକୁ ଥିବା ପରିବର୍ତ୍ତନର ସମ୍ପୂର୍ଣ୍ଣ ସୂଚନା-

LPG ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ:

ଦେଶରେ ବିଶ୍ୱ ମହାମାରୀ କରୋନା ପରେ ଯେତେବେଳେ ଗୋଟିଏ ପକ୍ଷରେ ଦରଦାମ ବୃଦ୍ଧି ହେଉଛି, ସେପଟେ ଅନ୍ୟ ପକ୍ଷରେ ସାଧାରଣ ଲୋକଙ୍କ ପାଇଁ ଏକ ଖୁସି ଖବର ଯେ, ବହୁତ ଶୀଘ୍ର ରୋଷେଇ ଗ୍ୟାସର ମୂଲ୍ୟ ହ୍ରାସ ପାଇପାରେ। ସୂଚନାଯୋଗ୍ୟ ଯେ, LPG, CNG ଏବଂ PNG ଶସ୍ତା ହୋଇପାରେ। ସୂଚନା ଥାଉ ଯେ, ପ୍ରତ୍ୟେକ ମାସ ୧ ତାରିଖକୁ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ଆସିଥାଏ। ତେବେ କୁହାଯାଉଛି ଯେ, ୧ ସେପ୍ଟେମ୍ବରକୁ ପେଟ୍ରୋଲିୟମ କମ୍ପାନୀ ଗୁଡିକ LPGର ମୂଲ୍ୟକୁ କମାଇ ଦେଇପାରେ।

ମହଙ୍ଗା ହେବ ଫ୍ଲାଇଟ ଯାତ୍ରା:

୧ ସେପ୍ଟେମ୍ବରରୁ ବିମାନର ଟିକେଟ ମହଙ୍ଗା ହୋଇପାରେ। ସୂଚନାଯୋଗ୍ୟ ଯେ, ନାଗରିକ ତଥା ବିମାନ ଚଳାଚଳ ମନ୍ତ୍ରାଳୟ ୧ ସେପ୍ଟେମ୍ବର ଠାରୁ ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ ଯାତ୍ରୀ ମାନଙ୍କ ଠାରୁ ଅଧିକ ବିମାନ ସୁରକ୍ଷା ଶୁଳ୍କ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ ବର୍ତ୍ତମାନ ଘରୋଇ ଯାତ୍ରୀ ମାନଙ୍କ ଠାରୁ ବିମାନ ସୁରକ୍ଷା ଶୁଳ୍କ ୧୫୦ ସ୍ଥାନରେ ୧୬୦ ଟଙ୍କା ଆଦାୟ କରାଯିବ। ସେହିପରି ଅନ୍ତରାଷ୍ଟ୍ରୀୟ ଯାତ୍ରୀ ମାନଙ୍କ ଠାରୁ ୪.୮୫ ଡଲାର ବଦଳରେ ୫.୨ ଡଲାର ଆଦାୟ କରାଯିବ।

ବଢ଼ିବ EMIର ବୋଝ ସମାପ୍ତ ହେବ EMI ଉପରେ ରୋକ:

EMI ପ୍ରଦାନ କରୁଥିବା ଗ୍ରାହକଙ୍କ ଉପରେ ବଡ଼ ଝଟକା ଲାଗି ପାରେ, କାରଣ କୋଭିଡ-୧୯ର ଯୋଗୁଁ ଗ୍ରାହକ ମାନଙ୍କ EMI ଉପରେ ଏହି ବର୍ଷ ମାର୍ଚ୍ଚ ମାସରୁ ଯେଉଁ ରୋକ ଲଗା ଯାଇଥିଲା ସେହି ରୋକ ୩୧ ଅଗଷ୍ଟକୁ ସମାପ୍ତ ହୋଇଯିବ। ଏବିଷୟରେ ଦେଶର ଦୁଇଟି ବଡ଼ ବ୍ୟାଙ୍କ SBI ଏବଂ PNB ଆସନ୍ତା ସପ୍ତାହରେ ନିଷ୍ପତ୍ତି ନେଇପାରେ। ତେବେ EMI ଉପରେ ଲାଗିଥିବା ରୋକକୁ ବ୍ୟାଙ୍କିଙ୍ଗ ସେକ୍ଟରରେ ଆଗକୁ ବଢ଼ାଇବା ପାଇଁ ସ୍ଥିତି ସ୍ପଷ୍ଟ ହୋଇପାରୁ ନାହିଁ। ଖୁଚରା ଋଣକୁ କିପରି ଜାରି ରଖାଯିବ ଏହାକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ।

ଆରମ୍ଭ ହୋଇପାରେ ଦିଲ୍ଲୀ ମେଟ୍ରୋ:

ଦେଶର ରାଜଧାନୀ ଦିଲ୍ଲୀରେ ମେଟ୍ରୋ ପୁଣିଥରେ ଆରମ୍ଭ ହୋଇପାରେ। କୁହାଯାଉଛି ଯେ, ୧ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ଅନଲକ୍ ୪.୦ରେ ମେଟ୍ରୋ ରେଳ ସେବା ଆରମ୍ଭ ହୋଇପାରେ। ସୂତ୍ରରୁ ମିଳିଥିବା ସୂଚନା।ମୁତାବକ ମେଟ୍ରୋ ରେଳ ସେବା ୧ ସେପ୍ଟେମ୍ବରରୁ ସାଧାରଣ ଲୋକଙ୍କ ପାଇଁ ଆରମ୍ଭ ହୋଇଯିବ।

ଆରମ୍ଭ ହେବ ଇଣ୍ଡିଗୋ ଏୟାର ଲାଇନ୍ସର ଉଡାଣ:

ବିମାନ କମ୍ପାନୀ ଇଣ୍ଡିଗୋ ନିଜର ବିମାନ ଉଡାଣ ସ୍ତର ପରେ ସ୍ତର କରି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି କ୍ରମରେ ସେପ୍ଟେମ୍ବର 1 ରୁ ପ୍ରୟାଗରାଜ, କୋଲକାତା ଏବଂ ସୁରଟ ପାଇଁ ବିମାନ ସେବା ଆରମ୍ଭ କରାଯିବ। ଏହାଛଡା ଭୋପାଳ-ଲାକ୍ଷ୍ନୌ ମାର୍ଗରେ ଇଣ୍ଡିଗୋ ୧୮୦ ଜଣିଆ ସିଟ ବିଶିଷ୍ଟ ଏୟାର ବସ୍-୩୨୦ ଚଲାଇବା। ଏହି ଉଡାଣ ସପ୍ତାହରେ ତିନି ଦିନ ସୋମବାର, ବୁଧବାର ଏବଂ ଶୁକ୍ରବାରକୁ ସଂଚାଳିତ ହେବ। ସୂଚନାଯୋଗ୍ୟ ଯେ, କମ୍ପାନୀ ସମର ଶେଡ୍ୟୁଲଡରେ ହିଁ ଭୋପାଳରୁ ପ୍ରୟାଗରାଜ, ଆଗ୍ରା, କୋଲକାତା, ସୁରତ, ଅହମଦାବାଦ ଏବଂ ଆଗ୍ରା ପାଇଁ ଉଡାଣ ଆରମ୍ଭ କରିବାର ଘୋଷଣା କରି ଦେଇଥିଲା। କିନ୍ତୁ କରୋନା ଭାଇରସ ବିସ୍ତାର କାରଣରୁ ଉଡାଣ ଆରମ୍ଭ ହୋଇପାରି ନଥିଲା।

Ola-Uber ଡ୍ରାଇଭର କରି ପାରନ୍ତି ଧର୍ମଘଟ:

ଆପ ଆଧାରିତ କ୍ୟାବ ସର୍ଭିସ କମ୍ପାନୀ ଓଲା ଏବଂ ଉବରର ଡ୍ରାଇଭରମାନେ ସେପ୍ଟେମ୍ବର ୧ ରୁ ଦିଲ୍ଲୀ ଏନସିଆରରେ ଧର୍ମଘଟ କରିବେ ବୋଲି ଧମକ ଦେଇଛନ୍ତି। କ୍ୟାବ ଡ୍ରାଇଭରମାନଙ୍କର ଅନେକ ଦାବି ରହିଛି, ଯାହାକୁ ନେଇ ଧର୍ମଘଟ ହୋଇପାରେ। ଏବିଷୟରେ ଦିଲ୍ଲୀର ସର୍ଭୋଦୟ ଡ୍ରାଇଭର ଆସୋସିଏସନର ଅଧ୍ୟକ୍ଷ କମଲଜୀତ ସିଂହ ଗିଲ କହିଛନ୍ତି ଯେ, ଯଦି ସରକାର ଆମର ଦାବି ପୂରଣ କରିବାରେ ବିଫଳ ରହିବେ ତେବେ ପାଖାପାଖି ୨ ଲକ୍ଷ କ୍ୟାବ ଡ୍ରାଇଭର ଧର୍ମଘଟରେ ଶାମିଲ ହେବେ।

GST ଦେବା ବିଳମ୍ବ ଉପରେ ଲାଗିବ ୧୮% ସୁଧ:

ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ, ଯଦି ବସ୍ତୁ ଏବଂ ସେବାର ଟିକସ ଦେବାରେ ବିଳମ୍ବ ହୁଏ, ତେବେ ସେପ୍ଟେମ୍ବର ୧ ରେ ବାକି ରହିଥିବା ମୋଟ ଟିକସ ଉପରେ ଲାଗିବ ସୁଧ। ସୂଚନାଯୋଗ୍ୟ ଯେ, ଶିଳ୍ପ GST ଦେବାରେ ବିଳମ୍ବ କଲେ ପାଖାପାଖି ୪୬,୦୦୦ କୋଟି ଟଙ୍କା ବାକି ସୁଧ ଆଦାୟ କରାଯିବାର ନିର୍ଦେଶ ଉପରେ ଚିନ୍ତା ପ୍ରକଟ କରିଥିଲା। ଏମିତିରେ ୧୮ ପ୍ରତିଶତ ସୁଧ ଲାଗିବ, ଯାହା ୧ ସେପ୍ଟେମ୍ବରରୁ ଲାଗୁ ହେବ।

Leave a Reply

Your email address will not be published. Required fields are marked *