ସିବିଆଇ ସମ୍ମୁଖରେ ସତ କହିଲେ ସିଦ୍ଧାର୍ଥ ପୀଠନି, ଖୋଲିଲେ ଦିଶାଙ୍କ ରହସ୍ୟ।

ସୁଶାନ୍ତ ସିଂ ରାଜପୁତଙ୍କ କେସରେ ସିବିଆଇ ନିଜର ତଦନ୍ତ ଜାରି ରଖିଛି। ସୁଶାନ୍ତଙ୍କ ରୋଷେଆ କେଶବ, ଚାକର ନୀରଜ ଏବଂ ଫ୍ଲାଟରେ ରହୁଥିବା ବନ୍ଧୁ ସିଦ୍ଧାର୍ଥ ପୀଠନିଙ୍କୁ ଲଗାତର ପଚରା ଉଚରା ଜାରି ରଖିଛି ସିବିଆଇ। ୬ ଦିନର ପଚରା ଉଚରା ପରେ ସୁଶାନ୍ତଙ୍କ ଫ୍ଲାଟରେ ରହୁଥିବା ସିଦ୍ଧାର୍ଥ ପୀଠନି ୮ ଜୁନ ଏବଂ ୧୪ ଜୁନର ଘଟଣା ସହିତ ଦିଶା ସାଲିୟାନ ବିଷୟରେ ବହୁତ କିଛି ଖୁଲାସା କରିଛନ୍ତି। ପୀଠନି କହିଥିଲେ, ସେଦିନ ବହୁତ ଝଗଡା ହୋଇଥିଲା ଲଗାତର ରାତି ୨ଟା ପର୍ଯ୍ୟନ୍ତ ହେଉଥିଲା ଝଗଡା।

ସିଦ୍ଧାର୍ଥ ପୀଠନିଙ୍କ କହିବା ମୁତାବକ,”୮ ଜୁନ ଦିନ ସକାଳୁ ସବୁକିଛି ସାଧାରଣ ଥିଲା, କିନ୍ତୁ କିଛି ସମୟ ପରେ ରିୟା ଚକ୍ରବର୍ତ୍ତୀ ଏବଂ ସୁଶାନ୍ତଙ୍କ ମଧ୍ୟରେ ଝଗଡା ହୋଇଥିଲା। ଝଗଡା ପ୍ରଥମେ ଲାପଟପକୁ ନେଇ ଆରମ୍ଭ ହୋଇଥିଲା। ଏହି ଲାପଟପରେ ସୁଶାନ୍ତଙ୍କର ଅନେକ ଫାଇନାନ୍ସିଆଲ ବିବରଣୀ ସହିତ ଆହୁରି ଅନେକ ଡକ୍ୟୁମେଣ୍ଟ ମଧ୍ୟ ରହିଥିଲା। ପୀଠନି କହିଥିଲେ ଯେ ରିୟା ଏହି ଲାପଟପରେ କିଛି ଡିଲିଟ କରିଥିଲେ ଯେଉଁଥିପାଇଁ ସୁଶାନ୍ତ ବହୁତ କ୍ରୋଧିତ ହୋଇଥିଲେ। ଏତେ ରାଗି ଥିଲେ ରିୟାଙ୍କୁ ଗାଳି ମଧ୍ୟ ଦେଇଥିଲେ ସୁଶାନ୍ତ। ଏହି ଝଗଡା ସମୟରେ ନୀରଜ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଝଗଡା ଧୀରେ ଧୀରେ ବହୁତ ବଢିଗଲା। ଏହାପରେ ସେହିଦିନ ସୁଶାନ୍ତଙ୍କ ଘର ଛାଡ଼ି ଚାଲି ଯାଇଥିଲେ ରିୟା।

ସିଦ୍ଧାର୍ଥଙ୍କ କହିବା ମୁତାବକ ଯେଉଁ ଲାପଟପକୁ ନେଇ ସୁଶାନ୍ତ ଏବଂ ରିୟାଙ୍କ ମଧ୍ୟରେ ଝଗଡା ହୋଇଥିଲା ସେଥିରେ ଦିଶା ସାଲିୟାନଙ୍କ ସହିତ ଜଡିତ କିଛି ଜିନିଷ ଥିଲା ଯେଉଁ ବିଷୟରେ ସୁଶାନ୍ତ କହୁଥିଲେ ମଧ୍ୟ ସମ୍ପୂର୍ଣ୍ଣ କିଛି କହୁ ନଥିଲେ। ସେହି ଲାପଟପରେ ପ୍ରାୟତଃ ସୁଶାନ୍ତ କାମ କରିଥାନ୍ତି କିନ୍ତୁ ପାସୱାର୍ଡ଼ ରିୟା ଚକ୍ରବର୍ତ୍ତୀଙ୍କ ପାଖରେ ମଧ୍ୟ ରହିଥିଲା। ସିଦ୍ଧାର୍ଥ ଏହା ମଧ୍ୟ କହିଛନ୍ତି ଯେ, ୮ ଜୁନକୁ ରିୟା ଘରୁ ଚାଲିଯିବା ପରେ ମଧ୍ୟ ତାଙ୍କର ସୁଶାନ୍ତଙ୍କ ସହିତ ଫୋନରେ ଝଗଡା ହୋଇଥିଲା। ଦିଶା ସାଲିୟାନଙ୍କ ଖବର ଆସିବା ପରେ ଝଗଡା ଆହୁରି ଅଧିକ ଭୟଙ୍କର ହୋଇଯାଇଥିଲା। ରାତି ୨ଟା ପର୍ଯ୍ୟନ୍ତ ସୁଶାନ୍ତ ଓ ରିୟାଙ୍କ ମଧ୍ୟରେ ଫୋନରେ ଝଗଡା ହେଉଥିଲା।

ରିୟା ଚକ୍ରବର୍ତ୍ତୀ ଆଜତକ ଚ୍ୟାନେଲରେ ଏକ ଇଣ୍ଟରଭ୍ୟୁ ସମୟରେ କହିଛନ୍ତି ଯେ, ସୁଶାନ୍ତ ତାଙ୍କୁ ଘରୁ ଚାଲିଯିବାକୁ କହିଲେ ଯେଉଁଥିପାଇଁ ସୁଶାନ୍ତଙ୍କ ଘର ଛାଡ଼ି ଚାଲିଯାଇଥିଲେ ରିୟା। ଏହାଛଡା ସୁଶାନ୍ତଙ୍କୁ ନକହି ତାଙ୍କର ୮ ଗୋଟି ହାର୍ଡ ଡ୍ରାଇଭକୁ ନଷ୍ଟ କରି ଦେଇଥିଲେ ରିୟା।

ତେବେ ୧୪ ଜୁନ ଦିନ ଘଟଣାକୁ ନେଇ ପୁଣିଥରେ ପୀଠନି କହିଛନ୍ତି ଯେ,ସେ ନିଜେ ତଳ ଫ୍ଲୋରରେ ଥିଲେ। କିନ୍ତୁ ଦିପେଶ ଉପର ଫ୍ଲୋରର ରୁମରେ ଥିଲା। ଯେତେବେଳେ ଆମକୁ ରୋଷେଆ କେଶବ କହିଥିଲେ ସୁଶାନ୍ତ ସର୍ କବାଟ ଖୋଲୁ ନାହାନ୍ତି ସେତେବେଳେ ସେ ଉପରକୁ ଯାଇ ଚାବି କାରିଗରଙ୍କୁ ଡକାଇ ତାଲା ଖୋଲିଥିଲେ। କିନ୍ତୁ ଚାକର ନୀରଜର ବୟାନ ମୁତାବକ, ସିଦ୍ଧାର୍ଥ ପୀଠନି ଏବଂ ଦିପେଶ ସାୱନ୍ତ ଦୁଇଜଣ ଉପର ଫ୍ଲୋରରେ ଥିଲେ। ତେବେ ଏପରି ସ୍ଥିତିରେ ୧୪ ଜୁନକୁ ନେଇ ସିଦ୍ଧାର୍ଥ ମିଛ କହୁଛନ୍ତି କିମ୍ବା ନୀରଜ ମିଛ କହୁଛନ୍ତି କାରଣ ଦୁଇଟି ତଥ୍ୟରୁ କୌଣସି ଗୋଟିଏ ହିଁ ସତ ହୋଇପାରିବ।

ଆଗରୁ ଦିଶା ଏବଂ ସୁଶାନ୍ତ କେବଳ ଗୋଟିଏ ଥର ଦେଖା ହୋଇଥିବାର ଶୁଣିବାକୁ ମିଳିଥିବା ବେଳେ ବର୍ତ୍ତମାନ ଦୁଇଜଣ ଲଗାତର ସମ୍ପର୍କରେ ଥିବାର କଥା ସାମ୍ନାକୁ ଆସିଛି। ଦିଶା ଏବଂ ସୁଶାନ୍ତଙ୍କ ଚାଟ ମଧ୍ୟ ସାମ୍ନାକୁ ଆସିଯାଇଛି ଯାହା ଏକ ବହୁତ ବଡ଼ ଖୁଲାସା କରୁଛି। ପ୍ରଥମ ଚାଟ ୧ ଅପ୍ରେଲ ୨୦୨୦ର ରହିଛି ଯେଉଁଥିରେ ଦିଶା ଏବଂ ସୁଶାନ୍ତଙ୍କର ୱାଟସଆପରେ କଥାବାର୍ତ୍ତା ହୋଇଛି ଯେଉଁଥିରେ ଦିଶା ଏକ ତେଲ କମ୍ପାନୀ ବିଷୟରେ କଥା ହେଉଥିଲେ।

ଦିଶା କହିଥିଲେ,” ଖାଇବାରେ ବ୍ୟବହୃତ ହେଉଥିବା ତେଲ କମ୍ପାନୀରେ ଏକ ବର୍ଷ ପାଇଁ ବ୍ରାଣ୍ଡ ଆମ୍ବାସେଡର ରହିବାକୁ ପଡିବ। ଗୋଟିଏ ଦିନ ପାଇଁ ସୁଟିଙ୍ଗ କରିବାକୁ ପଡିବ ଏବଂ ଅଧା ଦିନ ଟିବିସି ପାଇଁ ରେକାଁର୍ଡିଙ୍ଗ ହେବ। ବର୍ଷ ସାରା ପର୍ବପର୍ବାଣି ସମୟରେ ଡିଜିଟାଲ ପ୍ଲାଟଫର୍ମରେ ତିନୋଟି ତେଲ ସହିତ ଜଡିତ ପୋଷ୍ଟ କରିବାକୁ ପଡିବ। ଦୟାକରି କୁହ ମୋତେ କଣ ମୁଁ ଏଥିପାଇଁ ୬୦ ଲକ୍ଷ ଟଙ୍କା କହିବି କି ନାହିଁ ଏବଂ ମୋତେ ପରାମର୍ଶ ଦିଅ।” ଏହାପରେ ସୁଶାନ୍ତ ଦିଶାଙ୍କୁ ବ୍ରାଣ୍ଡର ନାମ ପଚାରିଥିଲେ।

ରିୟା ନିଜର ପ୍ରତିଉତ୍ତରରେ କହିଥିଲେ, ସେମାନେ ବର୍ତ୍ତମାନ ନିଜର ବ୍ରାଣ୍ଡର ନାମ ପ୍ରଘଟ କରିବାକୁ ଚାହୁଁନାହାନ୍ତି। ଏହି ବ୍ରାଣ୍ଡ କେଉଁପ୍ରକାରର ଦେଖିବା ପରେ ଆଗକୁ କଥା ହୋଇପାରିବା। ସୁଶାନ୍ତ ଏଥିରେ କହିଲେ, “OK କୁଲ, ଥାଙ୍କ ୟୁ”। ଅର୍ଥାତ ଦୁଇଜଣଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ପ୍ରଫେସନାଲ କଥାବାର୍ତ୍ତା ଥିଲା। ଏହାପରେ ୭ ଅପ୍ରେଲ ୨୦୨୦ରେ ଦୁଇଜଣଙ୍କ ମଧ୍ୟରେ କଥା ହୋଇଥିଲା ଯେଉଁଥିରେ ଦିଶା “ପବ ଜି” ଗେମ ପ୍ରମୋସନ ବିଷୟରେ କହିଥିଲେ। ଯେଉଁଥିରେ “ପବ ଜି” ଲୋକଙ୍କୁ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ପରି ପରାମର୍ଶ ଦେବାକୁ ଚାହୁଁଥିଲେ। ଏଥିରେ ସୁଶାନ୍ତ ନିଜର ମଞ୍ଜୁରୀ ଦେଇଥିଲେ। ତେବେ ଯଦି ସୁଶାନ୍ତଙ୍କ ମାନସିକ ସ୍ଥିତି ଠିକ ନଥିଲା ସେ କିପରି ଦିଶାଙ୍କ ସହିତ ବ୍ରାଣ୍ଡ ବିଷୟରେ କଥାବାର୍ତ୍ତା କରୁଥିଲେ।

୧୨ ଅପ୍ରେଲକୁ ସୁଶାନ୍ତଙ୍କୁ ଦିଶା କହିଥିଲେ Disney+Hotstar ଏକ ଶୋ’ କରିଛନ୍ତି ଯେଉଁଥିରେ କିଛି ସେଲିବ୍ରେଟି ଏବଂ ତାଙ୍କ ପରିବାରର କାର୍ଟୁନ ବନାଯିବ। ଏହାର ପ୍ରମୋସନ ପାଇଁ ପଚାରୁଛନ୍ତି କଣ ତୁମେ ଏବଂ ରିୟା ଏଥିପାଇଁ କାମ କରି ପାରିବ। ମୋତେ ଜଣେଇବ ଏହା କରାଯିବ କି ନାହିଁ ଏବଂ ଏଥିପାଇଁ କେତେ ଟଙ୍କା ତାଙ୍କୁ କହିବି। ଏହାର ଉତ୍ତରରେ ସୁଶାନ୍ତ କହିଲେ ମୁଁ ଏହା କରିବାକୁ ଚାହୁଁନାହିଁ। ଦିଶାଙ୍କ ସବୁ ଡିଲରେ ମଞ୍ଜୁରୀ ଦେଉଥିବା ସୁଶାନ୍ତ ଏହାକୁ ମନା କରିବାର କାରଣ କଣ ରିୟା ଥିଲେ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *