ଶସ୍ତାରେ ସୁନା କିଣିବାର ଅବସର, ପୁଣିଥରେ ଆରମ୍ଭ ହେଉଛି ମୋଦୀ ସରକାରଙ୍କର ଏହି ସ୍କିମ।

ବିଗତ କିଛି ବର୍ଷରୁ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଶାରୀରିକ ସୁନାର ଚାହିଦା ହ୍ରାସ କରିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଚଳାଇ ଆସୁଛନ୍ତି। ଏହାର ନାମ ଗୋଲ୍ଡ ବଣ୍ଡ ସ୍କିମ ଅଟେ। ଏହି ଯୋଜନା ଅଧୀନରେ ଆଉଥରେ ପୁଣି କେନ୍ଦ୍ରର ମୋଦୀ ସରକାର ସୁନା ବିକୁଛନ୍ତି।

ସୂଚନାଯୋଗ୍ୟ ଯେ, ସରକାର ବଣ୍ଡ ଆକାରରେ ସୁନାକୁ ବିକ୍ରି କରିଥାନ୍ତି। ଏହି ସୁନାର ମୂଲ୍ୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିଶ୍ଚିନ୍ତ କରାଯାଇଥାଏ। ରିଜର୍ଭ ବ୍ୟାଙ୍କ ସମୟ ସମୟରେ ଏହି ସୁନାର ମୂଲ୍ୟ ଜାରି କରିଥାଏ, ଯାହା ବଜାରରେ ଥିବା ଫିଜିକାଲ ଗୋଲ୍ଡ ତୁଳନାରେ ଶସ୍ତା ଏବଂ ସୁରକ୍ଷିତ ହୋଇଥାଏ। ତେବେ ଏହି ସ୍କିମ ଅଧୀନରେ ମିଳୁଥିବା ସୁନାର ନୂତନ ମୂଲ୍ୟ ବିଷୟରେ ଭଲ ଭାବରେ ଜାଣି ନିଅନ୍ତୁ।

ରିଜର୍ଭ ବ୍ୟାଙ୍କ ଏଥର ସୁନା ବଣ୍ଡର ମୂଲ୍ୟ ଗ୍ରାମ ପ୍ରତି ୫,୧୧୭ ଟଙ୍କା ରଖିଛି। ସୁନା ବଣ୍ଡକୁ କିଣିବା ପାଇଁ ଡିଜିଟାଲ ପେମେଣ୍ଟ କରିବା ଉପରେ ଗ୍ରାମ ପ୍ରତି ୫୦ ଟଙ୍କାର ରିହାତି ମିଳିବ। ଏମିତିରେ ନିବେଶକଙ୍କ ପାଇଁ ବଣ୍ଡର ମୂଲ୍ୟ ଗ୍ରାମ ପ୍ରତି ୫,୦୬୭ ଟଙ୍କା ରହିବ।

ଏହି ସ୍କିମ ୩୧ ଅଗଷ୍ଟକୁ ଖୋଲି ୪ ଅଗଷ୍ଟକୁ ବନ୍ଦ ହୋଇଯିବ। ଅର୍ଥାତ ଆପଣ ଏହି ଅବସରରେ ସୁନାର କ୍ରୟ କରି ପାରିବେ। ନ୍ୟୁନତମ ଏକ ଗ୍ରାମର କ୍ରୟ କରାଯାଇ ପାରିବ। ଏହାକୁ କିଣିବା ପାଇଁ ଆପଣଙ୍କୁ ନିଜର ବ୍ୟାଙ୍କ, ବିଏସଇ, ଏନଏସଇର ୱେବସାଇଟ ଅଥବା ଡାକଘର ସହିତ ସମ୍ପର୍କ କରିବାକୁ ପଡିବ।

ଏଠାରୁ ଏହାକୁ ଡିଜିଟାଲ ପ୍ରକ୍ରିୟାରେ କ୍ରୟ କରାଯାଇ ପାରିବ। ଏହା ଏକ ପ୍ରକାରର ନିରାପଦ ନିବେଶ ଅଟେ କାରଣ ଏଥିରେ ଶୁଦ୍ଧତା କିମ୍ବା ସୁରକ୍ଷାର ଚିନ୍ତା ରହି ନଥାଏ।

ସୂଚନା ରହିଛି ଯେ, ଗତ ବର୍ଷ ୨୦୧୯-୨୦୨୦ରେ ରିଜର୍ଭ ବ୍ୟାଙ୍କ ଦଶଟି କିସ୍ତିରେ ମୋଟ ୨,୩୧୬.୩୭ କୋଟି ଟଙ୍କା ଅର୍ଥାତ ୬.୧୩ ଟନ ସୁନା ବଣ୍ଡ ଜାରି କରିଥିଲେ। ସେହିପରି କରୋନା ସମୟରେ ଲଗାତର ୬ ମାସରୁ ବଣ୍ଡ ଜାରି କରାଯାଉଛି।

କହିବାର ଅର୍ଥ ଏହା ରହିଛି ଯେ, ଯଦି ଆପଣ ଏଥର ନିବେଶରୁ ବଞ୍ଚିତ ହୁଅନ୍ତି, ତେବେ ଆପଣଙ୍କୁ କିଛି ମାସ ଅପେକ୍ଷା କରିବାକୁ ପଡିପାରେ। ସରକାରଙ୍କର ଏହି ସ୍କିମ ଲଞ୍ଚ କରିବାର ଉଦ୍ଦେଶ୍ୟ ଆମଦାନୀ ଏବଂ ଫିଜିକାଲ ସୁନାର ଚାହିଦା ହ୍ରାସ କରିବା ରହିଥିଲା।

Leave a Reply

Your email address will not be published. Required fields are marked *