ଗୁଗୁଲ ସର୍ଚ୍ଚକୁ ଟକ୍କର ଦେବା ପାଇଁ ଆସୁଛି Apple ସର୍ଚ୍ଚ ଇଞ୍ଜିନ? ପଢନ୍ତୁ ଏହି ରିପୋର୍ଟ।

କଣ ଆଗାମୀ ସମୟରେ ଗୁଗୁଲ ସର୍ଚ୍ଚର ବିକଳ୍ପ ଭାବରେ ଏପଲର ସର୍ଚ୍ଚ ଇଞ୍ଜିନ ଆସିପାରେ କି? ବର୍ତ୍ତମାନ ପର୍ଯ୍ୟନ୍ତ ଏପଲର ଡିଭାଇସରେ ଗୁଗୁଲ ସର୍ଚ୍ଚକୁ କମ୍ପାନୀ ଡିଫଲ୍ଟ ରଖିଥାଏ।

ସର୍ଚ୍ଚ ଇଞ୍ଜିନ ସ୍ପେସରେ ଅନେକ ବର୍ଷଧରି ଲଗାତାର Google ସବୁଠୁ ଅଧିକ ଲୋକପ୍ରିୟ ରହିଛି। ଏକଦା ଗୋଟିଏ ସମୟରେ Yahoo ଏବଂ Bing ଥିଲା ଯାହା ଗୁଗୁଲକୁ ଟକ୍କର ଦେଉଥିଲା, କିନ୍ତୁ ବର୍ତ୍ତମାନ ଏହି ସ୍ଥିତି ଆଉ ନାହିଁ।

କଣ ଗୁଗୁଲର ଏହି ସ୍ପେସରେ ଏପଲ ଆସି ଟକ୍କର ଦେଇ ପାରିବ। ରିପୋର୍ଟ ମୁତାବକ, ଆମେରିକୀ ଟେକ୍ନୋଲୋଜି କମ୍ପାନୀ ଏପଲ ନିଜର ସର୍ଚ୍ଚ ଇଞ୍ଜିନ ଉପରେ କାମ କରୁଛି।

ଟେକ୍ନୋଲୋଜି ୱେବସାଇଟ Coywolfର ଏକ ରିପୋର୍ଟରେ କିଛି ପଏଣ୍ଟ ଗୁଡିକ କୁହାଯାଉଛି ଯେଉଁଥିରେ ଏହି ରିପୋର୍ଟକୁ ବଳ ମିଳୁଛି ଯେ କମ୍ପାନୀ ନିଜର ସର୍ଚ୍ଚ ଇଞ୍ଜିନ ଆଣି ପାରେ।

ରିପୋର୍ଟ ମୁତାବକ ଏପଲ ନିଜର ସ୍ପଟଲାଇଟ ସର୍ଚ୍ଚ ଇଞ୍ଜିନ ପାଇଁ ଇଞ୍ଜିନିୟର ମାନଙ୍କୁ ହାୟର କରୁଛି। ସ୍ପଟଲାଇଟ ମେକ ଓଏସରେ ଦିଆ ଯାଇଥିବା ଏକ ମହତ୍ତ୍ୱପୂର୍ଣ୍ଣ ସର୍ଚ୍ଚ ଫିଚର ଅଟେ ଯେଉଁଠାରୁ ଆପଣ ନିଜର ମେକବୁକ ଠାରୁ ନେଇ ୱେବ କଣ୍ଟେଣ୍ଟ ସର୍ଚ୍ଚ କରି ପାରିବ।

ଏପଲ ସର୍ଚ୍ଚ ଇଞ୍ଜିନ ପାଇଁ ବାହାର କରିଛି ଖାଲି ପଦବୀ: ଏକ ରିପୋର୍ଟ ରହିଛି ଯେ, ଏପଲ ନିଜର ନୂତନ iOS 14 ଭର୍ଜନରେ ଗୁଗୁଲ ସର୍ଚ୍ଚକୁ ବାଇପାସ କରାଇଛି।

ଏପଲ ସର୍ଚ୍ଚ ଇଞ୍ଜିନ ପାଇଁ ଖାଲି ପଦବୀ ବାହାର କରିଛି ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI), ମଶିନ ଲର୍ନିଙ୍ଗ(ML) ଏବଂ ନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଙ୍ଗ(NLP) ବିଷୟରେ ମଧ୍ୟ କୁହାଯାଇଛି। ବର୍ତ୍ତମାନ ଏଥିରେ ସାମ୍ନାକୁ ଆସୁଛି ଯେ କମ୍ପାନୀ ନିଜର ସର୍ଚ୍ଚ ଇଞ୍ଜିନରେ ଏସବୁକୁ ଇଂପ୍ଲିମେଣ୍ଟ କରିପାରେ।

ଏପଲ ଡିଭାଇସରେ ଡିଫଲ୍ଟ ଗୁଗୁଲ ସର୍ଚ୍ଚ ରହିବା Anti competitive? CoyWolfର ରିପୋର୍ଟ ମୁତାବକ ୟୁକେ କମପିଟିସନ ଏବଂ ମାର୍କେଟ ଅଥରିଟୀ, ଏପଲ ଏବଂ ଗୁଗୁଲର ସର୍ଚ୍ଚ ଇଞ୍ଜିନର ଏହି ଚୁକ୍ତିକୁ ନେଇ ଶକ୍ତ ନିୟମ ଆପଣାଇ ପାରେ।

ୟୁକେ କମପିଟିସନ ଏବଂ ମାର୍କେଟ ଅଥରିଟୀ ରିପୋର୍ଟରେ କୁହାଯାଇଥିଲା ଯେ, ଏପଲର ମାର୍କେଟ ସେୟାର ସମଗ୍ର ଦୁନିଆରେ ବହୁତ ଅଧିକ ରହିଛି। ଏମିତିରେ ଅଥରିଟୀଙ୍କ ମାନି ସାରିଛି ଯେ ଗୁଗୁଲ ସର୍ଚ୍ଚ ଡିଫଲ୍ଟ ଆଟେ। ଏଥିପାଇଁ ଅନ୍ୟ ସର୍ଚ୍ଚ ଇଞ୍ଜିନକୁ ମୋବାଇଲ ଫୋନରେ ଆସିବାର ସୁଯୋଗ ମିଳେନାହିଁ।

ଏପଲ ଡିଭାଇସରେ ଗୁଗୁଲକୁ ଡିଫଲ୍ଟ ରଖିବା ପାଇଁ ଏପଲକୁ ଟଙ୍କା ଦେଇଥାଏ ଗୁଗୁଲ: ଏପଲକୁ ପ୍ରତ୍ୟେକ ବର୍ଷ ଆଇଫୋନ, ଆଇପେଡ ଏବଂ macOSରେ ଡିଫଲ୍ଟ ସର୍ଚ୍ଚ ଇଞ୍ଜିନ ଗୁଗୁଲକୁ ରଖିବା ପାଇଁ ଗୁଗୁଲ କୋଟି କୋଟି ଟଙ୍କା ଦେଇଥାଏ। ରିପୋର୍ଟ ମୁତାବକ ଏହି ଚୁକ୍ତି ଶୀଘ୍ର ଶେଷ ହେବାକୁ ଯାଉଛି।

ଏହା ମଧ୍ୟ ସମ୍ଭାବନା ରହିଛି ଯେ, ବର୍ତ୍ତମାନ ଗୁଗୁଲ ସହିତ ସର୍ଚ୍ଚ ଇଞ୍ଜିନ ଭାଗିଦାରୀ ଶେଷ କରିଦେଇ ପାରେ ଏପଲ। କୁହାଯାଉଛି ଯେ, ଏପଲ ସର୍ଚ୍ଚରେ ଅଧିକ ନିବେଶ କରୁଛି ଏବଂ ରିସୋର୍ସସେସ ମଧ୍ୟ ଲଗାଉଛି।

iOS ଏବଂ iPadOS ୧୪ରେ ଗୁଗୁଲ ସର୍ଚ୍ଚକୁ ବାଇପାସ କରାଯାଉଛି। ଅର୍ଥାତ ଆପଣ ଡିଫଲ୍ଟ ସର୍ଚ୍ଚ ବକ୍ସରେ ଲେଖି ଏଣ୍ଟର କରିବା ଦ୍ୱାରା କ୍ୱେରୀ ଗୁଗୁଲ ସର୍ଚ୍ଚ ଯିବା ପରିବର୍ତ୍ତେ ଅନ୍ୟ ୱେବସାଇଟ ଖୋଲି ଯାଇଥାଏ।

ବର୍ତ୍ତମାନ ଯଦି ଆପଣ iOS କିମ୍ବା macOS ରେ କିଛି ସନ୍ଧାନ କରନ୍ତି, ତେବେ ଏହା ଡିଫଲ୍ଟ ଗୁଗୁଲ ସର୍ଚ୍ଚ ପେଜ ଉପରେ ରିଡାଇରେକ୍ଟ କରିଥାଏ। କିନ୍ତୁ ଆଗାମୀ ସମୟରେ ଏହା ବଦଳି ଯାଇପାରେ।

ଏସବୁକୁ ଦେଖିବା ପରେ ଅନୁମାନ ଲଗା ଯାଉଛି ଯେ, ଏପଲ ଏକ ସ୍ୱାଧୀନ ସର୍ଚ୍ଚ ଇଞ୍ଜିନ ଉପରେ କାମ କରୁଛି ଏବଂ ଏହାକୁ ଗୁଗୁଲର ବିକଳ୍ପ ଭାବରେ ପ୍ରଥମେ ନିଜର ଡିଭାଇସରେ ଏବଂ ପରେ ଜନସାଧାରଣ ପାଇଁ ଲଞ୍ଚ କରାଯାଇ ପାରେ।

Leave a Reply

Your email address will not be published. Required fields are marked *