ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର/Indian Space Research Organisation (ISRO) ଆସନ୍ତା ବର୍ଷ ଚନ୍ଦ୍ରୟାଣ-୩(Chandrayaan-3)ର ଲଞ୍ଚ କରିବ। ଏହି ଅଭିଯାନରେ ଲ୍ୟାଣ୍ଡର ଏବଂ ରୋଭର ଯିବେ। ଚନ୍ଦ୍ର ଚାରି ପାଖରେ ବୁଲୁଥିବା ଚନ୍ଦ୍ରୟାଣ-୨ର ଘୁରୁଥିବା କକ୍ଷପଥ ସହିତ ଲ୍ୟାଣ୍ଡର ଏବଂ ରୋଭରର ସମ୍ପର୍କ ସ୍ଥାପନ କରାଯିବ। ଚନ୍ଦ୍ରର ଗର୍ତ୍ତରେ ଚନ୍ଦ୍ରୟାଣ-୩ର ଲ୍ୟାଣ୍ଡର-ରୋଭର ଭଲ ଭାବରେ ଓଲ୍ହାଇ କାମ କରି ପାରିବେ, ଏଥିପାଇଁ ବେଙ୍ଗଲୁରୁରୁ ୨୧୫ କିଲୋମିଟର ଦୂରରେ ଛଲ୍ଲାକେରେ ପାଖରେ ଓଲ୍ଲାର୍ଥୀ କାବୁଲରେ ଏକ ନକଲି ଚନ୍ଦ୍ରର ଗର୍ତ୍ତ ପ୍ରସ୍ତୁତ କରାଯିବ।
ଟାଇମ୍ସ ଅଫ ଇଣ୍ଡିଆର ଖବର ମୁତାବକ ISROର ସୂତ୍ରରୁ କୁହାଯାଇଛି ଯେ, ଛଲ୍ଲାକେରେ ଅଞ୍ଚଳରେ ଚନ୍ଦ୍ରର ଗର୍ତ୍ତ ବନାଇବା ପାଇଁ ଆମେ ଏକ ଟେଣ୍ଡର ଜାରି କରିଛୁ। ଆମର ଆଶା ରହିଛି ଯେ,ସେପ୍ଟେମ୍ବର ମାସ ପ୍ରାରମ୍ଭ ସୁଦ୍ଧା ଆମକୁ ସେହି କମ୍ପାନୀ ମିଳିଯିବ ଯିଏ ଚନ୍ଦ୍ର ପରି ଗର୍ତ୍ତ କରିବାର କାର୍ଯ୍ୟ ପୂର୍ଣ୍ଣ କରିବେ। ଏହି ଗର୍ତ୍ତକୁ ପ୍ରସ୍ତୁତ କରିବା ପାଇଁ ୨୪.୨ ଲକ୍ଷ ଟଙ୍କା ଲାଗିବ।
ଏହି ଗର୍ତ୍ତ ୧୦ ମିଟର ବ୍ୟାସ ଏବଂ ୩ ମିଟର ଗଭୀର ରହିବ। ଏହା ଏଥିପାଇଁ ତିଆରି କରାଯାଉଛି ଯାହାଦ୍ୱାରା ଚନ୍ଦ୍ରାୟାଣ-୩ର ଲ୍ୟାଣ୍ଡର ଏବଂ ରୋଭର ମୁଭମେଣ୍ଟ ଅଭ୍ୟାସ କରାଯାଇ ପାରିବ।ଏଥିରେ ଲାଗିଥିବା ସେନ୍ସର୍ସ ମଧ୍ୟ ପରୀକ୍ଷଣ କରାଯାଇ ପାରିବ। ଲ୍ୟାଣ୍ଡର ସେନ୍ସର୍ସର କାର୍ଯ୍ୟ ଟେଷ୍ଟ କରାଯିବ। ଯାହାଦ୍ୱାରା ଆମକୁ ଲ୍ୟାଣ୍ଡରର କାର୍ଯ୍ୟଦକ୍ଷତା ଜଣାପଡିବ।
ଚନ୍ଦ୍ରୟାଣ-୨ ଭଳି ଚନ୍ଦ୍ରୟାଣ-୩ ଅଭିଯାନ ମଧ୍ୟ ଆସନ୍ତା ବର୍ଷ ଲଞ୍ଚ କରାଯିବ। ଏଥିରେ ବହୁତ ପ୍ରକାରର ପ୍ରୋଗ୍ରାମ ଆଗରୁ ସ୍ୱତଃ ରହିଥିବ। ଏଥିରେ ଅନେକ ସେନ୍ସର୍ସ ରହିବ ଯାହା ସବୁକାର୍ଯ୍ୟ ଠିକ ଭାବରେ କରିବା ପାଇଁ ସାହାଯ୍ୟ କରିବ। ଲ୍ୟାଣ୍ଡରର ଅବତରଣ ସମୟର ଉଚ୍ଚତା, ଅବତରଣର ସ୍ଥାନ, ଗତି, ପଥର ଠାରୁ ଲ୍ୟାଣ୍ଡରକୁ ଦୂରେଇ ରଖିବା ଆଦିରେ ଏହି ସେନ୍ସର୍ସ ଗୁଡିକ ସହାୟକ ହେବ।
ଏହି ଅପ୍ରାକୃତିକ ଚନ୍ଦ୍ରର ଗର୍ତ୍ତର୍ସ ଚନ୍ଦ୍ରୟାଣ-୩ର ଲ୍ୟାଣ୍ଡର ୭ କିଲୋମିଟର ଉଚ୍ଚତାରି ଓଲ୍ହାଇବ। ୨ କିଲୋମିଟର ଉଚ୍ଚତାରେ ଆସିବା ମାତ୍ରେ ହିଁ ଏହି ସେନ୍ସର୍ସ କାମ କରିବା ଆରମ୍ଭ କରିଦେବେ। ଏଗୁଡ଼ିକ ହିସାବରେ ହିଁ ଲ୍ୟାଣ୍ଡର ନିଜର ଦିଗ, ଗତି ଏବଂ ଅବତରଣ ନିର୍ଦ୍ଧାରଣ କରିବ। ISROର ବୈଜ୍ଞାନିକ ଏଥର କୌଣସି ଭୁଲ କରିବାକୁ ଚାହୁଁନାହାନ୍ତି ଏଥିପାଇଁ ଚନ୍ଦ୍ରୟାଣ-୩ର ସେନ୍ସର୍ସକୁ ନେଇ ବହୁତ ସତର୍କତା ସହିତ କାର୍ଯ୍ୟ କରାଯାଇଛି।
ISROର ଅନ୍ୟ ବୈଜ୍ଞାନିକ ମାନେ କହିଛନ୍ତି ଯେ, ଆମେ ସବୁ ପ୍ରକାରର ପ୍ରସ୍ତୁତ ଲ୍ୟାଣ୍ଡରର ପରୀକ୍ଷଣ ISRO ସେଟେଲାଇଟ ନେଭିଗେସନ ଏବଂ ଏଷ୍ଟାବ୍ଲିସମେଣ୍ଟରେ କରୁଛୁ। ତେବେ ଆମକୁ ଏହା ଜଣା ନାହିଁ ଯେ, ଏହା କେତେ ପରିମାଣରେ ଉପଯୁକ୍ତ ପରୀକ୍ଷଣ ହେବ ଏବଂ ଏହାର ଫଳାଫଳ କଣ ରହିବ। କିନ୍ତୁ ପରୀକ୍ଷଣ କରାଇବା ଜରୁରୀ ଅଟେ। ଯାହାଦ୍ୱାରା ଚନ୍ଦ୍ରାୟାଣ-୨ରେ ହୋଇଥିବା ଭୁଲ ପୁନରାବୃତ୍ତି ନହେଉ।
ISRO ଚନ୍ଦ୍ରୟାଣ-୨ ପାଇଁ ମଧ୍ୟ ଏମିତି ଏକ ଗର୍ତ୍ତ ବନାଇଥିଲା। ସେଥିରେ ପରୀକ୍ଷଣ ମଧ୍ୟ କରାଯାଇଥିଲା କିନ୍ତୁ ଚନ୍ଦ୍ରରେ ପହଞ୍ଚିବା ପରେ ବିକ୍ରମ ଲ୍ୟାଣ୍ଡର ସହିତ ଯେଉଁ ଦୁର୍ଘଟଣା ହୋଇଥିଲା, ସେବିଷୟରେ କିଛି କହିବା କଷ୍ଟସାଧ୍ୟ ଅଟେ। ଯେଉଁ ଟେକ୍ନୋଲୋଜି ତ୍ରୁଟି କାରଣରୁ ସେହି ଦୁର୍ଘଟଣା ହୋଇଥିଲା, ତାକୁ ଚନ୍ଦ୍ରୟାଣ-୩ର ଲ୍ୟାଣ୍ଡରରେ ଦୂର କରିନିଆ ଯାଇଛି।