୯ ମାସ ଗର୍ଭବତୀ ରହିବା ପ୍ଲାଷ୍ଟିକ ପିଲାକୁ ଜନ୍ମ ଦେଇଥାନ୍ତି ଏହି ମହିଳା, ବର୍ତ୍ତମାନ ସୁଦ୍ଧା ହୋଇସାରିଲେଣି ୧୦ ଗୋଟି ପ୍ଲାଷ୍ଟିକ ପିଲାର ମାଆ।

ମାଆ ହେବାର ଅନୁଭୂତି ପ୍ରତ୍ୟେକ ମହିଳା ପାଇଁ ବହୁତ ବିଶେଷ ହୋଇଥାଏ। ୯ ମାସ ପର୍ଯ୍ୟନ୍ତ ପିଲାକୁ ନିଜ ଗର୍ଭରେ ଧାରଣ କରିବା ପରେ ଯେତେବେଳେ ପିଲାର ଜନ୍ମ ହୋଇଥାଏ ସେତେବେଳେ ମହିଳାଙ୍କ ଖୁସିର ଠିକଣା ରହିନଥାଏ। କିନ୍ତୁ ୨୫ ବର୍ଷର କେଥରିନ ବାର୍ନେସଙ୍କ ଚର୍ଚ୍ଚା ଅଜବ ପ୍ରକାରର କାରଣରୁ ହେଉଛି। କେଥରିନ ବର୍ତ୍ତମାନ ସୁଦ୍ଧା ୧୦ ଗୋଟି ପିଲାର ମାଆ ହୋଇସାରିଛନ୍ତି। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟ କଥା |

 

ଏହା ଯେ, ଏହି ମହିଳା ଜଣକ ପିଲାଙ୍କୁ ନୁହେଁ ବରଂ ପ୍ଲାଷ୍ଟିକର କଣ୍ଢେଇକୁ ଜନ୍ମ ଦେଇଥାନ୍ତି। ମହିଳା ଏହି ଖେଳନା ଗୁଡ଼ିକୁ ପ୍ରକୃତ ପିଲା ପରି ଲାଳନ ପାଳନ କରିଥାନ୍ତି ଏବଂ ତାଙ୍କୁ ବୁଲାଇବା ପାଇଁ ନେଇଯାଇଥାନ୍ତି। ଏହି ପିଲାଙ୍କ ସହିତ ମହିଳା ଜଣକ ନିଜର ଫୋଟୋ ଚିତ୍ର ସେୟାର କରନ୍ତି। ଲୋକମାନେ ମହିଳାଙ୍କ ଦ୍ୱାରା ଖେଳନା ଗୁଡ଼ିକୁ ଜନ୍ମ ଦେବା ଘଟଣାକୁ ଶୁଣି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ଏମାନଙ୍କର ଫୋଟୋ ଗୁଡିକ ଭାଇରାଲ ହେବାରେ ଲାଗିଛି।

<p>25 साल की कैथरीन अभी तक 10 बच्चों की मां बन चुकी है। लेकिन ये बच्चे असली नहीं है, ये खिलौने है। महिला इन खिलौनों को अपने बच्चों से भी ज्यादा प्यार करती है। <br />  </p>

୨୫ ବର୍ଷର କେଥରିନ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଗୋଟି ପିଲାଙ୍କର ମାଆ ହୋଇସାରିଲେଣି। କିନ୍ତୁ ପିଲା ଗୁଡିକ ପ୍ରକୃତ ହୋଇ ନୁହନ୍ତି ଖେଳନା ଅଟନ୍ତି। ମହିଳା ଏହି ଖେଳନା ଗୁଡ଼ିକୁ ପିଲା ଠାରୁ ମଧ୍ୟ ଅଧିକ ପ୍ରେମ ଏବଂ ସ୍ନେହ କରନ୍ତି।

ମହିଳା ପ୍ରତ୍ୟେକ ପିଲାର ଜନ୍ମ ପୂର୍ବରୁ ୯ ମାସ ଗର୍ଭବତୀ ରହିଥାନ୍ତି। ଏହି ସମୟରେ ସେ ସବୁ କାମ କରଥାନ୍ତି ଯାହା ଜଣେ ଗର୍ଭବତୀ ମହିଳା କରିଥାନ୍ତି। ଏଥିସହିତ ସେ ନିଜର ଅଲ୍ଟ୍ରାସାଉଣ୍ଡ ଫୋଟୋ ମଧ୍ୟ ସେୟାର କରିଥାନ୍ତି।

ତେବେ ବାସ୍ତବରେ କେଥରିନଙ୍କୁ ଲାଇଫ ଲାଇକ ଡଲ୍ସର ବହୁତ ସୌକ ରହିଛି। ସେ ଏମିତି ଡଲ୍ସ ଅର୍ଡର କରିଥାନ୍ତି। ସେମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ବନାଇବା ପାଇଁ ଏବଂ ନିକଟତର ହେବା ପାଇଁ ଅର୍ଡର କରିବାର ୯ ମାସ ପୂର୍ବରୁ କେଥରିନ ଗର୍ଭବତୀ ହେବାର ଅଭିନୟ କରିଥାନ୍ତି।

୯ ମାସ ପରେ ସେ ଏହି ନକଲି ପିଲାଙ୍କୁ ଦୁନିଆ ସାମ୍ନାରେ ପରିଚୟ ଦେଇଥାନ୍ତି। ମହିଳା ଜଣକ ସେମାନଙ୍କର ଫୋଟୋ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ଖାଲି ଏତିକି ନୁହେଁ କେଥରିନ ସେମାନଙ୍କ ନାମକରଣ ମଧ୍ୟ କରାଇଥାନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ କେଥରିନଙ୍କର ଏମିତି ୧୦ ଗୋଟି ପିଲା ରହିଛି। ଏମାନଙ୍କ ମଧ୍ୟରେ ଜେକ୍ସନ ଏବଂ ଆରୋରାଙ୍କୁ ଡାଉନ ସିଣ୍ଡ୍ରୋମ ସହିତ ଡିଜାଇନ କରାଯାଇଛି। କେଥେରିନ ଏମାନଙ୍କର ବିଶେଷ ଧ୍ୟାନ ରଖନ୍ତି।

 

କେଥରିନଙ୍କର ଏହି ଫୋଟୋ ଗୁଡିକ ଦେଖି ଅନେକ ଲୋକ କେଥରିନଙ୍କର ଉପହାସ ମଧ୍ୟ ଉଡାଇଛନ୍ତି। ଅନେକ ଲୋକ ତାଙ୍କୁ ପାଗଳ ମଧ୍ୟ କହିଛନ୍ତି କିନ୍ତୁ କେଥରିନଙ୍କୁ ଏସବୁ ଦ୍ୱାରା କୌଣସି ଫରକ୍ ପଡି ନାହିଁ। ତେବେ ମଝିରେ ତାଙ୍କୁ ନିଜର ଆକାଉଣ୍ଟ ବନ୍ଦ କରିବାକୁ ପଡିଥିଲା।

ଅନେକ ଲୋକ କେଥରିନଙ୍କୁ ବ୍ୟକ୍ତିଗତ ଭାବରେ ମେସେଜ କାରି ବହୁତ ଖରାପ କଥା ମଧ୍ୟ କହିଛନ୍ତି। କେଥରିନଙ୍କୁ ଏହି ଡଲ୍ସ ଗୁଡିକର ସୌକ ୨୦୦୨ ମସିହାରେ ଚଢିଥିଲା। ସେବେଠାରୁ ସେ ୧୦ ଥର ଗର୍ଭବତୀ ହୋଇସାରିଛନ୍ତି।

ଏହି ଡଲ୍ସର ପ୍ରାରମ୍ଭିକ ମୂଲ୍ୟ ୩୫ ହଜାର ଟଙ୍କା ରହିଥାଏ। ବର୍ତ୍ତମାନ ସୁଦ୍ଧା କେଥରିନଙ୍କ ପାଖରେ ଏମିତି ୧୦ଟି ଡଲ୍ସ ରହିଛି। କେଥରିନ ଏମାନଙ୍କ ସହିତ ପାର୍କ ମଧ୍ୟ ଯାଇଥାନ୍ତି ଏବଂ ତାଙ୍କ ସହିତ ଖେଳିଥାନ୍ତି।

କେଥରିନଙ୍କ ମୁତାବକ, ଏହି ପିଲା ମାନଙ୍କ ସହିତ ସେ ବହୁତ ମସ୍ତି କରିଥାନ୍ତି। ଏହି ଡଲ୍ସ ମାନଙ୍କୁ ସେ ଭାରି ପସନ୍ଦ କରନ୍ତି। ପ୍ରତ୍ୟେକ ପିଲା ତାଙ୍କ ପାଇଁ ବିଶେଷ ହୋଇଥାନ୍ତି। କେଥରିନଙ୍କ ଜେଜେମା ମଧ୍ୟ ତାଙ୍କ ଏହି ପିଲା ମାନଙ୍କୁ ବହୁତ ଭଲ ପାଇଥାନ୍ତି।

Leave a Reply

Your email address will not be published. Required fields are marked *