ସୁଶାନ୍ତଙ୍କ କେସରେ ସିବିଆଇର ଲଗାତର ତଦନ୍ତ ଏବଂ ପଚରା ଉଚରା ପରେ ସୁଶାନ୍ତଙ୍କ ଫ୍ଲାଟରେ ରହୁଥିବା ଚାକର, ରୋଷେଆ ୮ ଜୁନ ବିଷୟରେ ବହୁତ କିଛି ଖୁଲାସା କରିଛନ୍ତି। ସେମାନଙ୍କ କହିବା ମୁତାବକ, ୮ ଜୁନ ଦିନ ସକାଳୁ ସବୁକିଛି ସାଧାରଣ ଥିଲା, କିନ୍ତୁ କିଛି ସମୟ ପରେ ରିୟା ଚକ୍ରବର୍ତ୍ତୀ ଏବଂ ସୁଶାନ୍ତଙ୍କ ମଧ୍ୟରେ ଝଗଡା ହୋଇଥିଲା। ଝଗଡା ଧୀରେ ଧୀରେ ବହୁତ ବଢିଗଲା।
ଏହାପରେ ରିୟା କୌଣସି ବ୍ୟକ୍ତିଙ୍କ ସହିତ ଫୋନରେ କଥା ହେବାକୁ ଲାଗିଲେ ଏବଂ ସୁଶାନ୍ତ ନିଜ ରୁମ ଭିତରକୁ ଚାଲିଗଲେ। କିଛି ସମୟ ପରେ ସୁଶାନ୍ତ କଫି ମାଗିଥିଲେ ଏବଂ ତାଙ୍କୁ କଫି ଆଣି ଦିଆଗଲା। ହୋଇଥାଇପରେ ସେଦିନ ମଧ୍ୟ ସୁଶାନ୍ତଙ୍କୁ କଫିରେ ୪ ବୁନ୍ଦା MD ମିଶାଇ ଦିଆଯାଇ ଥାଇପାରେ। କାରଣ କଫି ପିଇବା ପରେ ସୁଶାନ୍ତ ବେହୋସ ହୋଇଯାଇଥିଲେ। ସେପଟେ ରିୟା ଫୋନରେ କୌଣସି ବ୍ୟକ୍ତିଙ୍କ ସହିତ କଥା ହୋଇ ଘରର ଠିକଣା କହୁଥିଲେ।
ରିୟା ସିଦ୍ଧାର୍ଥ ପୀଠନିଙ୍କୁ ଆଇଟି ପ୍ରଫେସନାଲଙ୍କୁ ଡକାଇବାକୁ କହିଥିଲେ। ଯେତେବେଳେ ଆଇଟି ପ୍ରଫେସନାଲ ଆସିଥିଲେ ସେତେବେଳେ ରିୟା ତାଙ୍କ ପାଖକୁ ୮ ଗୋଟି ହାର୍ଡ ଡ୍ରାଇଭ ନେଇ ଆସିଥିଲେ ଏବଂ ଏସବୁକୁ ନଷ୍ଟ କରିଦେବାକୁ କହିଥିଲେ ଯେମିତି ଭବିଷ୍ୟତରେ ଏଥିରୁ କୌଣସି ଡାଟା ସଂଗ୍ରହ କରାଯାଇ ପାରିବ ନାହିଁ। ଏହିସମୟରେ ସେଠାରେ ରିୟାଙ୍କ ସହିତ ସିଦ୍ଧାର୍ଥ ପୀଠନି ଏବଂ ଦିପେଶ ସାୱନ୍ତ ମଧ୍ୟ ଉପସ୍ଥିତ ଥିଲେ।
ସନ୍ଦେହ କରାଯାଉଛି ଯେ, ୮ ଜୁନ ଦିନ ଝଗଡା ପରେ ରିୟା ଏହି ଡ୍ରଗ୍ସ ଡିଲରଙ୍କୁ କଲ କରିଥିଲେ ଏବଂ ତାଙ୍କର ହିଁ ଇଶାରାରେ ଏପରି କରିଥିଲେ। ଏମିତି ମଧ୍ୟ ହୋଇଥାଇପରେ ରିୟା ଆଇଟି ପ୍ରଫେସନାଲ ନାମରେ କିଛି ଗୁଣ୍ଡାଙ୍କୁ ଡକାଇଥିଲେ। ତେବେ ଏହି ହାର୍ଡ ଡ୍ରାଇଭ ଗୁଡିକ ସହିତ ସୁଶାନ୍ତଙ୍କ ପେଟେଣ୍ଟର ଡକ୍ୟୁମେଣ୍ଟ ମଧ୍ୟ ନଷ୍ଟ କରିଦିଆ ଯାଇଥିଲା, ଯେଉଁଥିରେ ସୁଶାନ୍ତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହିତ ଗେମିଙ୍ଗର ଏମିତି କିଛି ପେଟେଣ୍ଟ ନିଜ ନାମରେ କରୁଥିଲେ ଯାହା ଗେମିଙ୍ଗ ଦୁନିଆରେ ନୂତନ ଆନ୍ଦୋଳନ ସୃଷ୍ଟି କରିଦେଇଥାନ୍ତ। ଏସବୁ ଘଟଣା ପରେ ସେହି ୮ ଜୁନ ଦିନ ସୁଶାନ୍ତଙ୍କ ଘର ଛାଡ଼ି ଚାଲିଯାଇଥିଲେ ରିୟା।
କିଛିଦିନ ପୂର୍ବରୁ ଦେଶର ନାମିଦାମୀ ଓକିଲ ଶୁବ୍ରମନ୍ୟମ ସ୍ୱାମୀ କହିଥିଲେ ଯେ, ୧୪ ଜୁନ ଦିନ ସକାଳୁ ସୁଶାନ୍ତଙ୍କ ଘରକୁ ଦୁବାଇର ଜଣେ ବହୁତ ବଡ଼ ଡ୍ରଗ୍ସ ଡିଲର ଅୟାସ ଖାନ ଆସିଥିଲା। ତେବେ ରିୟା ଚକ୍ରବର୍ତ୍ତୀ ଏମିତି ଡିଲର ମାନଙ୍କ ସହିତ ଲଗାତର ସମ୍ପର୍କରେ ରହିଥିଲେ। ତେବେ ଏହା ଏକ ବଡ଼ ପ୍ରଶ୍ନ ଯେ ସୁଶାନ୍ତଙ୍କ ମୃତ୍ୟୁ ଦିନ ତାଙ୍କ ଘରକୁ ଜଣେ ଡ୍ରଗ୍ସ ଡିଲର କାହିଁକି ଆସିଥିଲେ? ଦିପେଶ, ନୀରଜ ଏବଂ ସିଦ୍ଧାର୍ଥ ପୀଠନି ପରେ ଆଜି ସିବିଆଇ ଟିମ ରିୟାଙ୍କୁ ପଚରା ଉଚରା କରିବାକୁ ଯାଉଛି।
ସୁଶାନ୍ତଙ୍କ ପିତା କେ କେ ସିଂ ଏକ ଭିଡ଼ିଓ ବନାଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯେଉଁଥିରେ ସୁଶାନ୍ତଙ୍କ ପିତା କହିଛନ୍ତି ରିୟା ଚକ୍ରବର୍ତ୍ତୀ ହିଁ ଅପରାଧୀ ଅଟନ୍ତି। ରିୟା ଏବଂ ତାଙ୍କ ବନ୍ଧୁ ମାନେ ମିଳିତ ଭାବରେ ସୁଶାନ୍ତଙ୍କୁ ମାରି ଦେଇଛନ୍ତି। ତାଙ୍କୁ ଶୀଘ୍ର ଗିରଫ କରାଯାଉ। ଗତକାଲି ରିୟା ଚକ୍ରବର୍ତ୍ତୀ ନିଜେ ଆଜତକ ଟିଭିରେ ଏକ ଇଣ୍ଟରଭ୍ୟୁରେ ଆସିଥିଲେ। ଆଜତକ ନ୍ୟୁଜ ଚ୍ୟାନେଲ ଏକ ସୁପର ଏକ୍ସପ୍ଲୋସିଭ ଇଣ୍ଟରଭ୍ୟୁରେ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିଥିଲା
ଯେଉଁଥିରେ ରିୟା ତାଙ୍କ ଉପରେ ଆଜି ପର୍ଯ୍ୟନ୍ତ ଲଗାଯାଇଥିବା ସମସ୍ତ ଆରୋପର ଉତ୍ତର ଦେଇଥିଲେ। ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେସାଇ, ରିୟାଙ୍କ ସହିତ ଏହି ବିଶେଷ ଇଣ୍ଟରଭ୍ୟୁରେ ତାଙ୍କୁ ବହୁତ ବଡ଼ ବଡ଼ ପ୍ରଶ୍ନ ପଚାରିଥିଲେ। ଏଠାରେ ମଧ୍ୟ ରିୟା ଏପରି ଉତ୍ତର ରଖିଥିଲେ ଯେପରି ସେ ପ୍ରମାଣିତ କରି ପାରିବେ ସୁଶାନ୍ତ ନିଜେ ଡ୍ରଗ୍ସ ନେଉଥିଲେ।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।