କୌଣସି ପେନଶନ୍ ଭୋଗୀଙ୍କ ପାଇଁ Pension Payment Order (PPO) ଏକ ବହୁତ ଜରୁରୀ ଦସ୍ତାବିଜ ହୋଇଥାଏ। ଏହା ଜରିଆରେ ଜଣେ ପେନଶନ୍ ଭୋଗୀ ନିଜର ପେନଶନର ବିବରଣୀ ବିଷୟରେ ଜାଣି ପରିଥାଏ। କିନ୍ତୁ ଏମିତି ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଲୋକମାନେ ଏହି ଜରୁରୀ ଦସ୍ତାବିଜର ମୂଳ କାଗଜକୁ କେଉଁଠାରେ ହଜାଇ ଦେଇଥାନ୍ତି ଏବଂ ପେନଶନ୍ ଉଠାଇବା ସମୟରେ କିମ୍ବା ପେନଶନ୍ ସମ୍ବନ୍ଧୀୟ କୌଣସି ଜରୁରୀ କାର୍ଯ୍ୟ ସମୟରେ ସମସ୍ୟାର ସାମ୍ନା କରିଥାନ୍ତି। ଏପରି ଦସ୍ତାବିଜ ହଜାଇ ଦେଉଥିବା କେନ୍ଦ୍ରୀୟ ପେନଶନ୍ ଭୋଗୀଙ୍କ ପାଇଁ ଏକ ଭଲ ଖବର ରହିଛି।
ବାସ୍ତବରେ କେନ୍ଦ୍ରୀୟ ନାଗରିକ ପେନଶନ୍ ଭୋଗୀ ବର୍ତ୍ତମାନ ନିଜ Pension Payment Order (PPO)କୁ “ଡିଜିଲକର”ରେ ସୁରକ୍ଷିତ ରଖି ପାରିବେ। ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବୟାନ ମୁତାବକ ପେନଶନ୍ ଏବଂ ପେନଶନ୍ ଭୋଗୀ କଲ୍ୟାଣ ବିଭାଗ ଏହା ଜାଣିବାକୁ ପାଇଛି ଯେ, ଅନେକ ପେନଶନ୍ ଭୋଗୀ ସମୟ ସହିତ ନିଜର ପିପିଓର ମୂଳ କାଗଜକୁ କେଉଁଠି ହଜାଇ ଦେଉଛନ୍ତି। ଏହା କାରଣ ରହିଛି ଯେ, ଏପ୍ରକାରର ନିଷ୍ପତ୍ତି ନିଆଗଲା।
ବୟାନରେ କୁହାଯାଇଛି ଯେ, ପିପିଓର ଅନୁପସ୍ଥିତିରେ ଏହି ପେନଶନ୍ ଭୋଗୀ ମାନଙ୍କୁ ନିଜର ଅବସର ଗ୍ରହଣ କରିବା ପରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ସେମାନଙ୍କୁ ବିଭିନ୍ନ ସରକାରୀ ଅଫିସକୁ ବାରମ୍ବାର ଯିବାକୁ ପଡିଥାଏ, ଏଥିପାଇଁ ଏହି ସୁବିଧା ପ୍ରଦାନ କରାଯାଉଛି।
ଏହାଛଡା ନିକଟରେ ହିଁ ଅବସର ଗ୍ରହଣ କରିଥିବା ଅଧିକାରୀ ମାନଙ୍କ ପାଇଁ କୋଭିଡ-୧୯ ମହାମାରୀ ଚାଲୁଥିବା ସମୟ ଦୃଷ୍ଟିରୁ ପିପିଓର କାଗଜପତ୍ର ପାଇବାରେ ମଧ୍ୟ ସମସ୍ୟା ରହିଥିଲା। ଏହି କଥା ଗୁଡିକ ପ୍ରତି ଧ୍ୟାନ ରଖି ସରକାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି।
ବର୍ତ୍ତମାନ ଏହି ସୁବିଧା ଅଧୀନରେ ଡିଜିଲକରରେ ପିପିଓକୁ ଗଚ୍ଛିତ କରି ରଖି ପାରିବେ ଏବଂ ଯେତେବେଳେ ଚାହିଁବେ ଏହାର ଏକ ନଗଦ ପ୍ରତିରୂପ ପ୍ରିଣ୍ଟଆଉଟ କରି ବାହାର କରି ପାରିବେ। ଏହା ପୂର୍ବରୁ ହିଁ ପେନଶନ୍ ପିପିଓର ଏକ ସ୍ଥାୟୀ ରେକର୍ଡ ଡିଜିଲକରରେ ସୁରକ୍ଷିତ ରଖି ଦିଆଯିବ।
ସୂଚନାଯୋଗ୍ୟ ଯେ, ଡିଜିଲକର ଏକ ଡିଜିଟାଲ ଡକ୍ୟୁମେଣ୍ଟ ୱାଲେଟ ଅଟେ। ଏହି ଡିଜିଲକରରେ ମହତ୍ତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟର ଡିଜିଟାଲ କପି ଷ୍ଟୋର କରି ଦିଆଯାଇଥାଏ, ଯାହାକୁ ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ମଧ୍ୟ ଏକ୍ସେସ କରାଯାଇ ପାରିବ।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |