କୋଲକାତାରେ ଏକ ମେରିଟ ଲିଷ୍ଟରେ ଆସିଲେ ସନୀ ଲିଓନୀ!ଏହାକୁ ନେଇ ବୋବାଲ ହେବାରୁ ଟ୍ୱିଟ କଲେ ଅଭିନେତ୍ରୀ।

କୋଲକାତାର ଏକ କଲେଜରେ ଅନଲାଇନ ଦାଖିଲା ପ୍ରକ୍ରିୟାରେ ସେତେବେଳେ ପ୍ରଶ୍ନ ଉଠିଥିଲା ଯେତେବେଳେ ବିଏରେ ଦାଖିଲା ପାଇଁ ଜାରି ହୋଇଥିବା ମେରିଟ ତାଲିକାରେ ସବୁଠୁ ଶିର୍ଷରେ ଅଭିନେତ୍ରୀ ସନୀ ଲିଓନୀଙ୍କ ନାମ ଦେଖିବାକୁ ମିଳିଥିଲା। ଏହି ମାମଲା କୋଲକାତାର ଆଶୁତୋଷ କଲେଜର ବିଏ ପଢିବାକୁ ପ୍ରବେଶ କରିବା ପାଇଁ ଜାରି କରାଯାଇଥିବା ମେରିଟ ତାଲିକାରେ ହୋଇଥିଲା, ଯାହା ୱେବସାଇଟରେ ଦେଖିବାକୁ ମିଲଥିଲା।

ୱେବସାଇଟରେ ସେୟାର କରାଯାଇଥିବା ଏହି ମେରିଟ ତାଲିକାରେ ନାମ ସହିତ ଆବେଦନ ପତ୍ରର ଆଇଡି ଏବଂ ରୋଲ ନମ୍ବର ମଧ୍ୟ ରହିଥିଲା। ଏହି ତାଲିକାରେ ସନୀ ଲିଓନୀଙ୍କୁ ଦ୍ଵାଦଶ ବୋର୍ଡ ପରୀକ୍ଷାର ସର୍ବଶ୍ରେଷ୍ଠ ୪ ଗୋଟି ବିଷୟରେ ୪୦୦ ନମ୍ବର ଦିଆଯାଇଥିଲା।

ଏହି ସମ୍ପୂର୍ଣ୍ଣ ମାମଲାରେ ସନୀ ଲିଓନୀ ମଧ୍ୟ ଟ୍ୱିଟ କରିଥିଲେ। ସନୀ କୋଲକାତାରୁ ଆସିଥିବା ଏହି ଖବରକୁ ମଜା କରି ଲେଖିଥିଲେ,”ଆପଣ ସମସ୍ତଙ୍କୁ କଲେଜର ନୂତନ ସେମିଷ୍ଟରରେ ଭେଟ କରିବି!!! ଆଶା କରୁଛି ଆପଣ ମୋ କ୍ଲାସରେ ଉପସ୍ଥିତ ରହିଥିବେ!!!”

ବାସ୍ତବରେ କୋଲକାତାର ଆଶୁତୋଷ ଜଲେଜ ସ୍ନାତକୋତ୍ତର ଇଂରାଜୀ ବିଷୟରେ ଦାଖିଲା ପାଇଁ ଗୁରୁବାର ଦିନ ଏକ ମେରିଟ ତାଲିକା ଜାରି କରିଥିଲେ। ଏଥିରେ ଟପ୍ପର ସ୍ଥାନରେ ସନୀ ଲିଓନୀଙ୍କ ନାମ ଲେଖା ଥିଲା। କଲେଜର ୱେବସାଇଟରେ ମେରିଟ ତାଲିକାରେ ଟପ୍ପରର ନାମ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ କଲେଜର ମେରିଟ ତାଲିକାକୁ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା।

Sunny Leone channels out her bold diva avatar and mops her house floor in  this Tik Tok video!

ଏହି ମାମଲାରେ କଲେଜର ଜଣେ ଅଧିକାରୀଙ୍କ କହିବା କଥା ଯେ, ଏହା କାହାର ଉପହାସ ଅଟେ। ସେ କହିଥିଲେ ଯେ, ଏହା ଏକ ଉପହାସ ଜନିତ କାର୍ଯ୍ୟ ଅଟେ। କାରଣ କେହି ଜଣେ ଜାଣିଶୁଣି ସନୀ ଲିଓନୀଙ୍କ ନାମ ଟାଇପ କରାଇବା ପାଇଁ ଏପରି ଭୁଲ ଆବେଦନ କରିଛନ୍ତି। ଆମେ ଏହି ସମ୍ବନ୍ଧିତ ବିଭାଗକୁ ଏସବୁ ଠିକ କରିବାକୁ କୁହା ଯାଇଛି। ଆମେ ଏହି ଘଟଣାର ଯାଞ୍ଚ ମଧ୍ୟ କରିବୁ। ସୂଚନାଯୋଗ୍ୟ ଯେ ସନୀ ଲିଓନୀଙ୍କ ଆବେଦନ ପତ୍ରର ଆଇଡି ୯୫୧୩୦୦୦୮୭୦୪ ଏବଂ ରୋଲ ନମ୍ବର ୨୦୭୭୭୭-୬୬୬୬ ରହିଛି ବୋଲି ଦର୍ଶା ଯାଇଛି।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *