ଶୀତଦିନେ ଆସିବ ଭ୍ୟାକସିନ ନା ବଢିବ ଆହୁରି ସଙ୍କଟ ? କରୋନା ଫେରିବାକୁ ନେଇ ଏକ୍ସପୋର୍ଟ ଦେଲେ ବଡ ବୟାନ

ଚୀନରୁ ସୃଷ୍ଟି ହୋଇଥିବା କୋରୋନା ଭାଇରସ୍ ଏପର୍ଯ୍ୟନ୍ତ 213ଟି ଦେଶକୁ ଅକ୍ତିଆର କରିସାରିଛି l ହାରାହାରି 2କୋଟି 20ଲକ୍ଷରୁ ଉର୍ଦ୍ଧ ଲୋକ ଏହି ମାରାତ୍ମକ ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇ ସାରିଛନ୍ତି l ଏଥି ସହ 8ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଛି l କିନ୍ତୁ, ଭ୍ୟାକସିନ ନିର୍ମାତାଙ୍କ ନିମନ୍ତେ ଏହା ଏକ ସୁଖଦ ସମାଚାର ଯେ, ବର୍ତ୍ତମାନ ସ୍ଥିତିରେ ଭାଇରସ୍ ତୀବ୍ର ରୂପ ଧାରଣ କରୁନାହିଁ, ଯଦିଓ ସଂକ୍ରମଣର ଗତିରେ ସ୍ଥିରତା ଆସିପାରି ନାହିଁ l ଏହା ମଧ୍ୟରେ ଅନେକ ଏକ୍ସପର୍ଟ ଦାବି କରୁଛନ୍ତି ଯେ ଏହି ବର୍ଷ ଶୀତ ଋତୁ ପର୍ଯ୍ୟନ୍ତ covid-19 ର ଭ୍ୟାକସିନ୍ ଆସିଯିବ l

ଏଥି ସହ ଅନ୍ୟ କିଛି ଏକ୍ସପର୍ଟଙ୍କ ଅନୁସାରେ ଶୀତ ଋତୁ ରେ ହିଁ କୋରୋନାର ପ୍ରକୋପ ସର୍ବାଧିକ ରହିବ l ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଶୀତଋତୁରେ ଆସିବାକୁ ଥିବା କୋରୋନାର ଦ୍ୱିତୀୟ ଲହରୀ, ପ୍ରଥମ ବର୍ଷ ଅପେକ୍ଷା ଆହୁରି ଭୟଙ୍କର ହୋଇପାରେ l ଆମକୁ ଏହା ଦେଖିବାର ଅଛି ଯେ ଥଣ୍ଡା ବା କମ ତାପମାତ୍ରାରେ କୋରୋନା ଭାଇରସର ବ୍ୟବହାର କିପରି ରହିବ l

WHO ସାଥିରେ କମ କରି ସାରିଥିବା ଇନଫେକ୍ସିୟସ୍ ଡିସିଜ ଏକ୍ସପର୍ଟ କ୍ଲାଉଜ୍ ଷ୍ଟୋହର ଙ୍କର “ଦି ପ୍ରିଣ୍ଟ” ରେ ପ୍ରକାଶିତ ଏକ ରିପୋର୍ଟ ଏହା କୁହେ ଯେ, ଏହି ଭାଇରସର ଏପିଡେମାୟୋଲଜିକଲ ବିହେଭିୟର (ବ୍ୟବହାର) ଅନ୍ୟ ରେସ୍ପିରେଟରୀ ଡିସିଜଠାରୁ ବହୁତ ଅଲଗା ନୁହେଁ l ତାଙ୍କ ଦାବି ଅନୁସାରେ ଶିଥିଳ ପଡି ଯାଇଥିବା ଭାଇରସ୍ ଶୀତ ଋତୁରେ ପ୍ରତ୍ୟାବର୍ତ୍ତନ କରିପାରେ l

ଦୁନିଆକୁ ଏହି ମହାମାରୀର ଦ୍ଵିତୀୟ ପର୍ଯ୍ୟାୟ ସହ ଲଢ଼ିବା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିବାର ଅବଶ୍ୟକତା ରହିଛି l କୋରୋନାର ସମ୍ଭାବ୍ୟ ପ୍ରତ୍ୟାବର୍ତ୍ତନ ସାମ୍ପ୍ରତିକ ସ୍ଥିତିର ଗମ୍ଭୀରତାଠାରୁ ମଧ୍ୟ ଅଧିକ ଭୟଙ୍କର ହୋଇପାରେ l ବ୍ରିଟେନର “ଏକାଡେମୀ ଅଫ୍ ମେଡିକାଲ ସାଇନ୍ସ ” ର ମଧ୍ୟ କିଛି ଏହି ପ୍ରକାରର ମତ ରହିଛି l ଏକାଡେମୀ ଅଫ ମେଡିକାଲ ସାଇନ୍ସ ର କହିବା ଅନୁସାରେ 2021 ଜାନୁୟାରୀ-ଫେବୃଆରୀ ମାସରେ ସ୍ଥିତି ବିଲକୁଲ ସେପାରି ହିଁ ରହିବ, ଯେପରି 2020 ମସିହାର ପ୍ରାରମ୍ଭରେ କୋରୋନାର ପ୍ରଥମ ପର୍ଯ୍ୟାୟରେ ରହିଥିଲା l

ବ୍ରିଟେନର ଚିପ୍ ମେଡିକାଲ ଅଫିସର, କ୍ରିସ ବିହଟୀ ଙ୍କ ନାମ ସେହି ପ୍ରସିଦ୍ଧ ବୈଜ୍ଞାନିକଙ୍କ ନାମ ମଧ୍ୟରେ ରହିଛି ଯେଉଁମାନେ ଏହି ସମୟରେ କୋରୋନାକୁ ମାତ୍ ଦେବା ନିମନ୍ତେ ଭ୍ୟାକସିନ୍ ପ୍ରସ୍ତୁତରେ ଲାଗିଛନ୍ତି l “ନିୟୁ ସ୍କାଇ” କୁ ଦେଇଥିବା ଏକ ଇଣ୍ଟରଭିୟୁରେ ସେ କହିଛନ୍ତି ଯେ, ଆମେ କୌଣସି ଭ୍ୟାକସିନର ଭରସାରେ ବସି ରହି ପରିବା ନାହିଁ l ବିଶେଷ କରି ଯାହାର ଶୀତ ଋତୁ ରେ ଅଧିକ ମାତ୍ରାରେ ବଢିବାର ଦାବି କରା ଯାଉଛି l ଆମକୁ ଆଗାମୀ ଶୀତ ଋତୁ ପର୍ଯ୍ୟନ୍ତ ପ୍ରସ୍ତୁତ ରହିବାକୁ ପଡିବ l ଏହା ଭାବିକି ବସି ରହିବା ମୂର୍ଖତା ହେବ ଯେ ଏହି ବର୍ଷା ଶୀତ ଋତୁ ପର୍ଯ୍ୟନ୍ତ ଆମକୁ ଭ୍ୟାକସିନ୍ ମିଳିଯିବ l

ସେ କହିଛନ୍ତି ଯେ ତାଙ୍କ ଅନୁମାନ ଭୁଲ ମଧ୍ୟ ହୋଇପାରେ l ସାରା ଦୁନିଆର ଅଧିକାଂଶ ବୈଜ୍ଞାନିକ ଭ୍ୟାକସିନ ପ୍ରସ୍ତୁତ କରିବାର କାର୍ଯ୍ୟରେ ଲାଗିଛନ୍ତି, ଫଳରେ ଅତିଶୀଘ୍ର ଆସିବାକୁ ଥିବା ମହାମାରୀର ଚିକିତ୍ସା କରାଯାଇପାରିବ l ଆମକୁ ଏହାର ଯାଞ୍ଚ କରିବାର ଅବଶ୍ୟକତା ରହିଛି ଏବଂ ଏହା ସୁନିଶ୍ଚିତ କରିବାର ଅଛି ଯେ ଭ୍ୟାକସିନ୍ ସୁରକ୍ଷିତ କିମ୍ବା ନୁହେଁ l ଏହି ପ୍ରକ୍ରିୟାକୁ ପୂରା କରିବା ନିମନ୍ତେ ସମୟ ଅବଶ୍ୟକ l

ତାଙ୍କ ଉପଦେଶ ଏହା ଯେ ଲୋକମାନଙ୍କୁ ଏହି ଆଧାରରେ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ ଯେ ଆମକୁ ଶୀତ ଋତୁ ପର୍ଯ୍ୟନ୍ତ ଭ୍ୟାକସିନ୍ ମିଳିପାରେ ନାହିଁ l ଯଦି ଏହି ସମୟ ମଧ୍ୟରେ ଆମେ କୌଣସି ଭଲ ଔଷଧ ପ୍ରସ୍ତୁତ କରିବାରେ ସଫଳ ହୋଇପାରୁ ତେବେ ଆମେ ନିଶ୍ଚୟ ମଜବୁତ ସ୍ଥିତି ରେ ରହିପାରିବା l ଏହା ପରେ ଆମକୁ ତାର ସୁରକ୍ଷା ଏବଂ ପ୍ରଭାବ ବିଷୟରେ ଯାଞ୍ଚ କରିବାକୁ ହେବ l କିନ୍ତୁ ଯେପର୍ଯ୍ୟନ୍ତ ଏପରି କିଛି ହୋଇନାହିଁ ସେପର୍ଯ୍ୟନ୍ତ ଆମକୁ ଆସୁଥିବା ପରିସ୍ଥିତିର ହିସାବରେ ରଣନୀତି ପ୍ରସ୍ତୁତ କରିବାକୁ ହେବ l

ଯେପରିକି ବିଶ୍ୱର ଅଧିକାଂଶ ହେଲଥ ଏକ୍ସପର୍ଟ ଙ୍କର ସମାନ ବିଚାର ଅନୁସାରେ ଅନୁମାନ କରାଯାଉଛି ଯେ ଶୀତ ଋତୁ ସମୟରେ କୋରୋନାର ଦ୍ୱିତୀୟ ପର୍ଯ୍ୟାୟ ଆହୁରି ଗମ୍ଭୀର ହେବ l ସମସ୍ତ ଦେଶଙ୍କୁ ଏଥି ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ପଡିବ l covid -19 ର ଚିକିତ୍ସା ନିମନ୍ତେ ପ୍ରଭାବୀ ଭ୍ୟାକସିନ ଏବେ ମଧ୍ୟ ଅତିକମରେ 6ମାସର ଦୂରତାରେ ରହିଛି l ସେହି ସମୟରେ ମଧ୍ୟ ଏହି ମହାମାରୀର ୟୁମନାଇଜେସନ୍ କିପରି କରାଯିବ ଏହା ସବୁଠାରୁ ବଡ଼ ପ୍ରଶ୍ନ l

Leave a Reply

Your email address will not be published. Required fields are marked *