ସିବିଆଇ ପଚରାଉଚରାରେ ସତ ପ୍ରକାଶ କଲା ଚାକର ନୀରଜ, ଆକାଉଣ୍ଟ ସହିତ ଖୋଲିଲା ସେହି ୧ ଘଣ୍ଟାର ରହସ୍ୟ।

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇର ୫ ଗୋଟି ଟିମ ନିଜର ତଦନ୍ତ ଚାଲିଥିବା ବେଳେ ପ୍ରତ୍ୟକ ଦିନ ଏହାକୁ ନେଇ ନୂତନ ଖୁଲାସା ହେଉଛି। ସୁଶାନ୍ତଙ୍କ ଚାକର ନୀରଜକୁ ଲଗାତର ୫ ଦିନ ହେବ ପଚରାଉଚରା କରୁଛି ସିବିଆଇ। ସୁଶାନ୍ତଙ୍କ ଚାକର ନୀରଜ, ରୋଷେଆ କେଶବ ଏବଂ ଫ୍ଲାଟରେ ରହୁଥିବା ବନ୍ଧୁ ସିଦ୍ଧାର୍ଥ ପୀଠନିଙ୍କ ବୟାନ ମଧ୍ୟରେ ବହୁତ ଅନ୍ତର ରହିଛି। ପୀଠନି ଗୋଟିଏ ଘଟଣାକୁ ପ୍ରତ୍ୟେକ ଥର ଏକ ଭିନ୍ନ ରୂପ ଦେଇ କହିଛନ୍ତି। କିନ୍ତୁ ନୀରଜ ସିବିଆଇ ପଚରାଉଚରା ସମୟରେ ସବୁକିଛି କହିବଦେଇଛନ୍ତି।

Siddharth Pithani: I was with Sushant Singh Rajput the night before his death, I didn't know Rhea - Movies News

ନୀରଜ ୧୪ ଜୁନ ଦିନ କଣ ହୋଇଥିଲା କହିବାକୁ ଯାଇ ସିଦ୍ଧାର୍ଥ ପୀଠନି ଏବଂ ଦିପେଶ ସାୱନ୍ତ ବିଷୟରେ ବହୁତ କିଛି କହିଥିଲେ। ନୀରଜ କହିଥିଲେ ଯେ ତାଙ୍କ ନିଜ ନାମରେ କୋଟାକ ମହିନ୍ଦ୍ରା ବ୍ୟାଙ୍କରେ ଏକ ଆକାଉଣ୍ଟ ରହିଛି, ଏହି ଆକାଉଣ୍ଟକୁ ରିୟା ଚକ୍ରବର୍ତ୍ତୀ, ସିଦ୍ଧାର୍ଥ ପୀଠନି ଏବଂ ଦିପେଶ ସାୱନ୍ତ ହ୍ୟାଣ୍ଡେଲ କରୁଥିଲେ। ନୀରଜଙ୍କ ମୁତାବକ ଏହି ଆକାଉଣ୍ଟରେ ସୁଶାନ୍ତଙ୍କ ଟଙ୍କା ରହୁଥିଲା। ତେବେ ନୀରଜଙ୍କ ଏହି ଆକାଉଣ୍ଟକୁ ସୁଶାନ୍ତଙ୍କ କୋଟାକ ଆକାଉଣ୍ଟରୁ ବହୁତ ବଡ଼ ଅର୍ଥ ରାଶି ମଧ୍ୟ ଅଣାଯାଇଥିଲା।

ଚାକର ନୀରଜକୁ ସିବିଆଇ ପଚାରିଲା ଭଲ ଭାବରେ ମନେ ପକାଇ କୁହ ୧୪ ଜୁନକୁ କଣ ହୋଇଥିଲା, ସେଦିନ ସୁଶାନ୍ତଙ୍କୁ ଜୁସ ଦେବା ପରେ ସିଦ୍ଧାର୍ଥ ଏବଂ ଦିପେଶ କେଉଁଠି ବସିଥିଲେ। ନୀରଜ କହିଥିଲେ ଯେ, ରୋଷେଆ କେଶବ ସୁଶାନ୍ତଙ୍କୁ ନଡ଼ିଆ ପାଣି ଓ ଜୁସ ଦେଇଥିଲେ। ଏହାପରେ କେଶବ ତଳ ଫ୍ଲୋରକୁ ଆସିଯାଇଥିଲେ, ନୀରଜ ମଧ୍ୟ ତଳ ଫ୍ଲୋରରେ ଥିଲେ। ଜୁସ ଦେବା ପରେ ପାଖାପାଖି ୧ ଘଣ୍ଟା ପର୍ଯ୍ୟନ୍ତ ନୀରଜ ଏବଂ କେଶବ ତଳ ଫ୍ଲୋରରେ ହିଁ ରହିଥିଲେ। ଏହି ସମୟରେ କେଶବ ଓ ନୀରଜ ଜଳଖିଆ ଖାଇଲେ, ରୋଷେଇ ଘର ସହିତ ତଳ ଫ୍ଲୋର ସଫା କରିଥିଲେ। ଏହି ଏକ ଘଣ୍ଟା ସମୟରେ ସିଦ୍ଧାର୍ଥ ପୀଠନି ଓ ଦିପେଶ ଦୁଇଜଣ ଉପର ଫ୍ଲୋରରେ ଉପସ୍ଥିତ ଥିଲେ ଅର୍ଥାତ ସୁଶାନ୍ତ ଯେଉଁ ଫ୍ଲୋରରେ ଥିଲେ ସେହି ଫ୍ଲୋରର ସୁଶାନ୍ତଙ୍କ ରୁମ ସମ୍ମୁଖରେ ଥିବା ରୁମରେ ଥିଲେ ସିଦ୍ଧାର୍ଥ ଏବଂ ଦିପେଶ।

ନୀରଜ ଏହା ମଧ୍ୟ କହିଛନ୍ତି ଯେ, ସେ ସିଦ୍ଧାର୍ଥଙ୍କୁ କହିଥିଲେ ସୁଶାନ୍ତ ସର କବାଟ ଖୋଲୁ ନାହାନ୍ତି ତୁମେ ତାଙ୍କୁ କଲ କର। ନୀରଜଙ୍କ ବହୁତ ଥର କହିବା ପରେ ହିଁ ସିଦ୍ଧାର୍ଥ ତାଙ୍କୁ କଲ ଲଗାଇଥିଲେ। ସୁଶାନ୍ତ ଫୋନ ନଉଠାଇବାରୁ ତାଙ୍କୁ ଦ୍ଵିତୀୟ ଥର ପାଇଁ କଲ ମଧ୍ୟ କରି ନଥିଲେ ସିଦ୍ଧାର୍ଥ। କିନ୍ତୁ ଏହି ଏକ ଘଣ୍ଟା ମଧ୍ୟରେ ସିଦ୍ଧାର୍ଥ ଏବଂ ଦିପେଶ କଣ କଲେ ନୀରଜ ଜାଣି ନାହାନ୍ତି ବୋଲି ପ୍ରକାଶ କରିଛନ୍ତି। ତେବେ ସିଦ୍ଧାର୍ଥ ପୀଠନି ବାରମ୍ବାର ନିଜେ ତଳ ଫ୍ଲୋରରେ ଥିବା କଥା କହୁଥିବା ବେଳେ ନୀରଜ ବାରମ୍ବାର ସିଦ୍ଧାର୍ଥ ଉପର ଫ୍ଲୋରରେ ଥିବାର ବୟାନ ଦେଇଛନ୍ତି।

Riya Chakraborty arrives at Bandra police station, intensifying inquiry in Sushant Singh Rajput case; 5 personal diaries found in actor's house - News Crab | DailyHunt

ବର୍ତ୍ତମାନ ED ଖୁଲାସା କରିଛି ଯେ, ସୁଶାନ୍ତଙ୍କ ଆକାଉଣ୍ଟରୁ ଏକ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀକୁ ୬୨ ଲକ୍ଷ ଟଙ୍କା ଟ୍ରାନସଫର କରାଯାଇଛି। ଏହାପରେ ଏହି ଟ୍ୟାଲେଣ୍ଟ ଏଜେନ୍ସି ରିୟାଙ୍କ ଆକାଉଣ୍ଟରେ ୨୨ ଲକ୍ଷ ଟଙ୍କା ଜମା କରିଦେଇଛି। ଏହି ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ସହିତ ସୁଶାନ୍ତଙ୍କର ୨ କୋଟି ୫ ଲକ୍ଷ ଟଙ୍କାର କଣ୍ଟ୍ରାକ୍ଟ ଥିଲା। ଏହି କଣ୍ଟ୍ରାକ୍ଟ ମୁତାବକ ସୁଶାନ୍ତଙ୍କୁ ୨ କୋଟି ୫ ଲକ୍ଷ ଟଙ୍କା ମିଳିଥାନ୍ତା ଏବଂ ସୁଶାନ୍ତଙ୍କୁ ତାମିଲନାଡୁରୁ ନେଇ ଆସାମ ପର୍ଯ୍ୟନ୍ତ କିଛି ଇଭେଣ୍ଟରେ ଶାମିଲ ହେବାକୁ ପଡ଼ିଥାନ୍ତା। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ, ଡିଲ ହେବା ପୂର୍ବରୁ ରିୟା ଚକ୍ରବର୍ତ୍ତୀଙ୍କ ଆକାଉଣ୍ଟକୁ ୨୨ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲା ଏଜେନ୍ସି। ଏହାପରେ ସୁଶାନ୍ତଙ୍କୁ ଯେଉଁ ୨ କୋଟି ୫ ଲକ୍ଷ ଟଙ୍କା ମିଳିବାର ଥିଲା ତାକୁ ମଝିରେ ହିଁ ରିୟା ଚକ୍ରବର୍ତ୍ତୀ ନେଇଯାଇଥିଲେ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *