ଉତ୍ତର ପ୍ରଦେଶର ଗୋରଖପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି l 15 ବର୍ଷୀୟା ନାବାଳିକକୁ ଦୁଷ୍କର୍ମକରି ଫେରାର ହୋଇଯାଇଛି ଅପରାଧୀ l ଘଟଣାଟି ସାମ୍ନାକୁ ଆସିବା ପରେ ଗୋରଖପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି l
ସୂଚନା ଅନୁଯାୟୀ ଗୋଲା ଥାନା ଅନ୍ତର୍ଗତ ଏକ ଗ୍ରାମର ସପ୍ତମ ଶ୍ରେଣୀର ଛାତ୍ରୀ, 15ବର୍ଷୀୟା ନାବାଳିକକାଙ୍କ ପିତା ଅଭିଯୋଗ କରିଛନ୍ତି ଯେ, ଆରଏମ୍ ପବ୍ଲିକ ସ୍କୁଲର ପ୍ରବନ୍ଧକ ହରେନ୍ଦ୍ର ଯାଦବ (38) ତାଙ୍କ ଝିଅ (ପୀଡିତା)ଙ୍କୁ ଘରୁ ବିଦ୍ୟାଳୟକୁ ଡକାଇ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି l ଛାତ୍ରୀଙ୍କ ଅଭିଯୋଗ ମୁତାବକ ଦୁଷ୍କର୍ମ କରିଥିବା ସମୟର ଭିଡିଓ ପ୍ରସ୍ତୁତ କରି ସେ ତାଙ୍କୁ ଦୀର୍ଘ ଏକ ମାସରୁ ଅଧିକ ବ୍ଲାକ ମେଲ କରି ଆସୁଥିଲେ l ଏ ସମ୍ପର୍କରେ ଛାତ୍ରୀ ଜଣକ ତାଙ୍କ ପରିଜନ ବର୍ଗଙ୍କୁ ଜଣାଇ ଥିଲେ l ଘଟଣାଟିକୁ ଜାଣିବା ପରେ ପରିଜନ ବର୍ଗ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ହେଁ ସେଠାରୁ ସେମାନଙ୍କୁ ଧମକାଇ ଚମକାଇ ବିଦା କରିଦିଆ ଯାଇଥିଲା l
ପୀଡ଼ିତାଙ୍କ ପିତା ପ୍ରାୟ 20-22ଦିନ ଏଠିସେଠି ଗୁହାରି କରିବା ପରେ, ଉଚ୍ଚାଧିକାରୀ ଏସଏସପିଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରିବା ପରେ ମାମଲା ଦର୍ଜ କରାଯାଇଛି l କିନ୍ତୁ ଘଟଣାଟି 25ଦିନର ପୁରୁଣା ହୋଇଥିବାରୁ ଏହି ସମୟ ମଧ୍ୟରେ ଅଭିଯୁକ୍ତ ଫେରାର ହୋଇଯାଇଛି l ଏନେଇ ପୁଲିସ ଅଭିଯୁକ୍ତର ତଲାସ ଜାରି ରଖିଛି l
ଛାତ୍ରୀଙ୍କ କହିବା ଅନୁସାରେ ହରେନ୍ଦ୍ର ଦୁଷ୍କର୍ମ ସମ୍ପର୍କିତ ଘଟଣା ବାବଦରେ ପିତାଙ୍କୁ ନଜଣେଇବା ପାଇଁ ଚାପ ପକାଇ ଆସୁଥିଲେ, ଏଥି ସହ ଗ୍ରାମର ଘର ଛାଡି ସହରରେ ଥିବା ତାଙ୍କ ଘରେ ଯାଇ ସେଠାରେ ରହି ପାଠ ପଢିବା ନିମନ୍ତେ ତାଙ୍କୁ ପ୍ରବର୍ତ୍ତାଇ ଆସୁଥିଲେ l ଛାତ୍ରୀ ଜଣକ ଏହାକୁ ବିରୋଧ କରିବାରୁ ସେ ତାଙ୍କ ଅଶ୍ଳୀଳ ଭିଡିଓ ଇଣ୍ଟେର୍ନେଟରେ ଭାଇରଲ କରିଦେବାର ଧମକ ମଧ୍ୟ ଦେଉଥିଲେ l ଏନେଇ ସିଇଓ ଶ୍ୟାମଦେବ କହିଛନ୍ତିଯେ, ଏହି ଘଟଣା ସମ୍ବନ୍ଧୀୟ ମାମଲା ରୁଜ୍ଜୁ କରାଯାଇ ଅପରାଧୀର ସନ୍ଧାନ ଜାରି ରହିଛି l
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |