ଡେଙ୍ଗୁ ଜ୍ୱରରେ ଶରୀରର ପ୍ଲେଟଲେଟ୍ ବହୁତ ଶୀଘ୍ର ଖସିଯାଇଥାଏ। ମଶା ମାନଙ୍କ ଦ୍ୱାରା ବ୍ୟାପୁଥିବା ଏହି ସଂକ୍ରମଣରେ ରୋଗୀର ଗଣ୍ଠିରେ ପ୍ରବଳ ଯନ୍ତ୍ରଣା ହୋଇଥାଏ। ବାରମ୍ବାର ମୁଣ୍ଡ ବୁଲାଇଥାଏ। ଏହି ଭୟଙ୍କର ଜ୍ୱର ମଣିଷର ମୃତ୍ୟୁର କାରଣ ମଧ୍ୟ ହୋଇଥାଇ ପାରେ। ରୋଗୀକୁ ଏହି ଗମ୍ଭୀର ସମସ୍ୟାରୁ ମୁକ୍ତିଦେବା ପାଇଁ ଡାକ୍ତର ଗ୍ଲୁକୋଜ ଛଡା ଆଣ୍ଟିବାୟୋଟିକ ଏବଂ ଏସିଡିଟିର ଇଞ୍ଜେକ୍ସନ ଲଗାଇଦେଇଥାନ୍ତି।
ମାତ୍ର କେତେକ ଘରୋଇ ଉପଚାର ଦ୍ୱାରା ମଧ୍ୟ ରୋଗୀର ପ୍ଲେଟଲେଟ ବଢ଼ାଇ ଦିଆଯାଇ ପାରିବ। ଜଣେ ବ୍ୟକ୍ତିଙ୍କ ଶରୀରରେ ସାମାନ୍ୟତଃ ୧.୫ ଲକ୍ଷରୁ ନେଇ ୪ ଲକ୍ଷ ପର୍ଯ୍ୟନ୍ତ ପ୍ଲେଟଲେଟ ରହିଥାଏ। ଏହାର ସଂଖ୍ୟା ୫୦ ହଜାର ତଳକୁ ଯିବା ମାତ୍ରେ ହିଁ ରୋଗୀର ଜୀବନ ପ୍ରତି ବିପଦ ହୋଇପାରେ। ଆପଣ କିଛି ଘରୋଇ ଉପଚାର ଦ୍ୱାରା ଏହି ପ୍ଲେଟଲେଟ ରିକଭର କରି ପାରିବେ।
ରକ୍ତର ନିର୍ମାଣ ପାଇଁ ଶରୀରରେ ପାଣିର ପର୍ଯ୍ୟାପ୍ତ ମାତ୍ର ରହିବା ବହୁତ ଆବଶ୍ୟକ ହୋଇଥାଏ। ନଡ଼ିଆ ପାଣି ଶରୀରରେ ପାଣିର ଅଭାବକୁ ଶୀଘ୍ରତାର ସହିତ ପୁରା କରିପାରେ। ଡେଙ୍ଗୁ ଜ୍ୱରରେ ନଡ଼ିଆ ପାଣି ଦ୍ୱାରା ମଣିଷର ପ୍ଲେଟଲେଟ (platelet count) ବହୁତ ଶୀଘ୍ର ରିକଭରି କରିଥାଏ। ଏହି ରୋଗରେ ଡାକ୍ତର ସର୍ବପ୍ରଥମେ ଏହି ଘରୋଇ ଉପାୟ କହିବେ।
ଗିଲୋଇ ପତ୍ରର ଜୁସ ବା ପାଣି (Giloy juice) ନିୟମିତ ରୂପରେ ପିଇବା ଦ୍ୱାରା ମଧ୍ୟ ଡେଙ୍ଗୁ ଜ୍ୱର ସଙ୍କଟ ଟଳିଯାଇଥାଏ। ୧୦ ଗିଲୋଇ ଖଣ୍ଡ ଭାଙ୍ଗି ତାକୁ ୨ ଲିଟର ପାଣିରେ ଅଳ୍ପ ଅଦା ଏବଂ ଜୁଆଣି ସହିତ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ଫୁଟାଇ ଦିଅନ୍ତୁ। ଏହାକୁ ଉଷୁମ ଥିବା ବେଳେ ଖାଲି ପେଟରେ ରୋଗୀକୁ ପିଇବାକୁ ଦେଲେ ଏହା ଚମତ୍କାର ଭାବରେ ଲାଭଦାୟୀ ହୋଇଥାଏ।
ପ୍ଲେଟଲେଟକୁ ବଢାଇବା ପାଇଁ ଅମୃତଭଣ୍ଡା ପତ୍ରର ରସ ରାମବାଣ ପରି କାର୍ଯ୍ୟ କରିଥାଏ। ୨୦୦୯ରେ ମାଲେସିଆରେ ହୋଇଥିବା ଏକ ଅନୁସନ୍ଧାନରେ ଜଣା ପଡିଥିଲା ଯେ, ଡେଙ୍ଗୁ ଜ୍ଵରରେ ଅମୃତଭଣ୍ଡା ପତ୍ର ଏକ ଅବ୍ୟର୍ଥ ଔଷଧ ଅଟେ। ଆପଣଙ୍କୁ ୧୦ ରୁ ୨୦ ମିଲି ଲିଟର ଅମୃତଭଣ୍ଡାର ରସ ପିଇବା ଆବଶ୍ୟକ ରହିଥାଏ।
ଯଅ ଅର୍ଥାତ ହ୍ବିଟ ଗ୍ରାସ। ଗହମର ତାଜା ଘାସରୁ ତିଆରି ଜୁସର ସେବନ କରିବା ଦ୍ୱାରା ମଧ୍ୟ ରୋଗୀର ପ୍ଲେଟଲେଟକୁ ନିୟନ୍ତ୍ରଣ କରାଯାଇ ପାରିବ। ୧୫୦ ଏମଏଲ ଘାସର ଜୁସ ପିଇବା ଦ୍ୱାରା ରୋଗୀର ଅବସ୍ଥାରେ ଶୀଘ୍ର ସୁଧାର ଆସିଯାଇଥାଏ।
ଡିମ୍ବିରି ଫଳରେ ଭିଟାମିନ-ସି, ଭିଟାମିନ-ଇ ଏବଂ ପଲିଫେନୋଏଲ ରହିଥାଏ। ନିୟମିତ ଏକ ଡିମ୍ବିରି ସକାଳୁ ଏବଂ ସନ୍ଧ୍ୟାରେ ଖାଇବା ଦ୍ୱାରା ପ୍ଲେଟଲେଟର ସଂଖ୍ୟା ଶୀଘ୍ରତାରେ ବଢିବା ଆରମ୍ଭ ହୋଇଯାଇଥାଏ। ଏହି ଫଳ ଦ୍ୱାରା କଲେଷ୍ଟ୍ରଲ ମଧ୍ୟ ନିୟନ୍ତ୍ରଣ ହୋଇଯାଇଥାଏ।
ବେଦନା ମଧ୍ୟ ଏକ ପୌଷ୍ଟିକ ଫଳ ଅଟେ। ଏଥିରେ ପ୍ରଚୁର ମାତ୍ରାରେ ଆଇରନ ରହିଥାଏ। ଏହା ହୀମୋଗ୍ଲୋବିନ ଏବଂ ପ୍ଲେଟଲେଟର ମାତ୍ରା ବଢାଇବା ପାଇଁ ବହୁତ ସହାୟକ ହୋଇଥାଏ। ବେଦନା ରସ ଘରେ ପ୍ରସ୍ତୁତ କରନ୍ତୁ ଏବଂ ନିୟମିତ ଭାବରେ ରୋଗୀକୁ ପିଇବାକୁ ଦିଅନ୍ତୁ।
ବିଟ୍ରୁଟରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ। ଏହାର ନିୟମିତ ରୂପରେ ସେବନ କରିବା ଦ୍ୱାରା ହୀମୋଗ୍ଲୋବିନ ଏବଂ ପ୍ଲେଟଲେଟର ମାତ୍ରାରେ ସୁଧାର ହୋଇଥାଏ। ଆପଣ ଚାହିଁଲେ ରୋଗୀଙ୍କୁ ଏହାର ସ୍ୱାଦିଷ୍ଟ ପରିବା ମଧ୍ୟ ବନାଇ ଖୁଆଇ ପାରିବେ। ଏହାର ୨୦ ଏମଏଲ ତାଜା ଜୁସ ମଧ୍ୟ ରୋଗୀକୁ ଫାଇଦା ପହଞ୍ଚାଇଥାଏ।
ବୋଇତାଳୁରେ ପ୍ରଚୁର ମାତ୍ରାରେ ଭିଟାମିନ-କେ ରହିଥାଏ। ଭିଟାମିନର ପ୍ଲେଟଲେଟ ପରି ରକ୍ତକୁ ଜମାଟ କରିବାର କାମ କରିଥାଏ। ନିୟମିତ ୧୫୦ ଏମଏଲ ବୋଇତାଳୁର ରସରେ ମହୁ ମିଶାଇ ପିଇବା ଦ୍ୱାରା ପ୍ଲେଟଲେଟ ବଢ଼ିଥାଏ।