ଭୁବନେଶ୍ୱର :- ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା 26 ଓ 27 ତାରିଖ ସନ୍ଧ୍ୟା ଯାଏଁ ଓଡିଶାର ବିଭିନ୍ନ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷାର ଆଶଙ୍କା କରି ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେବା ସହ ଜଳସମ୍ପଦ ଓ ଡ୍ରେନେଜ ବିଭାଗଙ୍କୁ ସତର୍କ କରିଛନ୍ତି । ଏଥି ସହ ବିଭିନ୍ନ ଜିଲ୍ଲାକୁ ରେଡ, ଅରେଞ୍ଜ ଓ ୟେଲୋ ୱାର୍ଣ୍ଣି ଜାରି କରିଛନ୍ତି ।
ଲଘୁଚାପ ପ୍ରଭାବରେ 26 ତାରିଖ ସନ୍ଧ୍ୟା ସୁଦ୍ଧା ଓଡିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ ଜିଲ୍ଲା ମାନଙ୍କରେ ରେଡ ୱାର୍ଣ୍ଣି ଜାରି କରାହୋଇଛି ।
ସେହିପରି ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ଜିଲ୍ଲା ମାନଙ୍କୁ ଅରେଞ୍ଜ ୱାର୍ଣ୍ଣି ଜାରି କରାହେଇଛି , ଏଥିସହ ଝାରସୁଗୁଡା, ବରଗଡ଼, ନୟାଗଡ, ଗଞ୍ଜାମ, ନୂଆପଡା, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ୟେଲୋ ୱାର୍ଣ୍ଣି jari କରାହୋଇଛି ।
ଏହି ଲଗୁଚାପ ୨୭ ତାରିଖ ସନ୍ଧ୍ୟା ସୁଦ୍ଧା ଆଭ୍ୟନ୍ତରୀଣ ଓଡ଼ିଶା, ଉତ୍ତର ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ଉପକୂଳ ଓଡିଶାର ଅନେକ ସ୍ଥାନରେ ହାଲୁକା ଏବଂ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି। ତେବେ, ସମ୍ବଲପୁର, ସୋନପୁର, ବରଗଡ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡା, ସୁନ୍ଦରଗଡ, ଏବଂ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହଥିବାରୁ ଏଡି ସମସ୍ତ ଜିଲ୍ଲା ପାଇଁ ରେଡ୍ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
ଅନ୍ୟପକ୍ଷରେ ନବରଙ୍ଗପୁର, ଅନୁଗୁଳ, ନୂଆପଡା, ଙ୍କୋନାଳ, ମୟୂରଭଞ୍ଜ, କନ୍ଧମାଳ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା ରହଥିବାରୁ ଏହି ସମସ୍ତ ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ମାଲକାନଗିରି, କୋରାପୁଟ, କଟକ ଏବଂ ଯାଜପୁର ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏଥିଯୋଗୁଁ ତଳିଆ ଅଂଚଳରେ ପାଣି ଜମିବା ସହ କିଛି ସ୍ଥାନରେ ଥିବା କଚ୍ଚା ଘର କ୍ଷତି ମଧ୍ୟ ହୋଇପାରେ ।