ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ସରକାରଙ୍କ ପକ୍ଷରୁ ସ୍କୁଲ ଏବଂ କଲେଜ ଖୋଲିବାକୁ ନେଇ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ଅନଲକ୍ ସମ୍ପର୍କରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ନିୟମାବଳୀରେ ସ୍କୁଲ ଏବଂ କଲେଜ ଖୋଲିବାର କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ।
ସେପ୍ଟେମ୍ବର ମାସ ପହିଲାରୁ ଦେଶରେ ଅନଲକ୍-୪ ଆରମ୍ଭ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ସ୍କୁଲ ଏବଂ କଲେଜ ଖୋଲିବାକୁ ନେଇ ସରକାରଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କର ଦୃଷ୍ଟି ରହିଛି। ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହେବାକୁ ଥିବା ନିୟମାବଳୀ ପୂର୍ବରୁ ହିଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଙ୍ଗଳବାର ଦିନ ସ୍ପଷ୍ଟ କରିଦେଇଥିଲେ ଯେ, ସରକାରଙ୍କ ପକ୍ଷରୁ ସ୍କୁଲ ଏବଂ କଲେଜ ଖୋଲିବାକୁ ନେଇ କୌଣସି ନିର୍ଦ୍ଦେଶ ରହି ନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ଅନଲକ୍ ସମ୍ପର୍କରେ ଗୃହ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ନିୟମାବଳୀରେ ସ୍କୁଲ ଏବଂ କଲେଜ ଖୋଲିବା ବିଷୟରେ କୌଣସି ନିର୍ଦ୍ଦେଶ ନାହିଁ।
ରାଜେଶ ଭୂଷଣ ଏହାମଧ୍ୟ କହିଛନ୍ତି ଯେ, ଦେଶରେ ଯେଉଁ ସବୁ ଗତିବିଧି ଖୋଲା ଯାଉଛି ସେଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏସଓପି ଜାରି କରିଥାଏ। ଯେତେବେଳେ ସ୍କୁଲ ଏବଂ କଲେଜ ଖୋଲାଯିବାର ନିର୍ଣ୍ଣୟ ହେବ ସେତେବେଳେ ଏହା ଏସଓପି ପ୍ରଭାବରେ ରହିବ ଏବଂ ତାକୁ ଲାଗୁ କରାଯିବ।
କରାଯାଇ ସାରିଛି ୩ କୋଟିରୁ ଅଧିକ ଟେଷ୍ଟ:
ଦେଶରେ କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ପ୍ରେସ କନଫେରେନ୍ସ କରାଇଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଦେଶରେ ବର୍ତ୍ତମାନ ସୁଦ୍ଧା ୩ କୋଟି ୬୦ ଲକ୍ଷରୁ ଅଧିକ ଟେଷ୍ଟ କରାଯାଇ ସାରିଛି। ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ଦେଶରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ସକ୍ରିୟ ଥିବା ରୋଗୀଙ୍କ ସଂଖ୍ୟା ଠାରୁ ତିନି ଗୁଣା ଅଧିକ ରହିଛି। ସେ ଏହା ମଧ୍ୟ କହିଲେ ଯେ, ଦେଶରେ ଲ୍ୟାବର ସଂଖ୍ୟାରେ ମଧ୍ୟ ବୃଦ୍ଧି ପାଇଛି। ଏଥିରେ ଘରୋଇ ଏବଂ ସରକାରୀ ଲ୍ୟାବ ଉଭୟ ଶାମିଲ ରହିଛି। ଯାହା କାରଣରୁ ଟେଷ୍ଟିଙ୍ଗ ସଂଖ୍ୟା ଅଧିକ ରହିଛି।
ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ସମୁଦାୟ ମାମଲାର ୨୨.୨ ପ୍ରତିଶତ କେସ ସକ୍ରିୟ ରହିଛି। ଆରୋଗ୍ୟ ହାର ୭୫ ପ୍ରତିଶତରୁ ଅଧିକ ହୋଇଯାଇଛି। ଦେଶରେ କରୋନା ମୃତ୍ୟୁହାର ୧.୫୮ ପ୍ରତିଶତ ରହିଛି ଯାହା ଦୁନିଆର ସବୁଠୁ କମ ପରିମାଣରେ ଶାମିଲ ଅଟେ। ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ କେସ ସଂଖ୍ୟାରେ ୬,୪୦୦ ହ୍ରାସ ଫାଇଲ କରାଯାଇଛି। ଏପରି ହ୍ରାସ ପ୍ରଥମଥର ପାଇଁ ହୋଇଥିବାର ଦେଖିବାକୁ ମିଳିଛି।
ଆଇସିଏମଆରର ମହାନିର୍ଦେଶକ ପ୍ରଫେସର ଡା.ବଳରାମ ଭାର୍ଗବ କହିଛନ୍ତି ଯେ, ଭାରତରେ କରୋନାର ତିନୋଟି ଟିକା ପରୀକ୍ଷଣ ଚାଲିଛି। ସୀରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ଟିକାର ଦ୍ଵିତୀୟ ପର୍ଯ୍ୟାୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି। ଭାରତ ବାୟୋଟେକ ଏବଂ ଜେଡସ୍ କ୍ୟାଡିଲାର ପ୍ରସ୍ତୁତ ଟିକା ପ୍ରଥମ ପର୍ଯ୍ୟାୟର ପରୀକ୍ଷଣ ସମ୍ପୂର୍ଣ୍ଣ କରି ସାରିଛି।