ସୁଶାନ୍ତଙ୍କ ମାମଲାରେ ନୂତନ ମୋଡ଼ ଆଣିଲା କଲ ରେକର୍ଡ, ଆମ୍ବୁଲାନ୍ସ ଡ୍ରାଇଭର ଏବଂ ସନ୍ଦିପ ସିଂଙ୍କ ମିଳିତ ଷଡ଼ଯନ୍ତ୍ର।

ସୁଶାନ୍ତଙ୍କ ମାମଲାରେ ପ୍ରତ୍ୟେକ ଦିନ ନୂତନ ଖୁଲାସା, ନୂତନ କଥା ସାମ୍ନାକୁ ଆସୁଛି। ବର୍ତ୍ତମାନ ସମୟରେ ନିଜକୁ ସୁଶାନ୍ତ ସିଂ ରାଜପୁତଙ୍କର ସବୁଠୁ ଘନିଷ୍ଠ ବନ୍ଧୁ କହୁଥିବା ସନ୍ଦିପ ସିଂଙ୍କୁ ନେଇ ବହୁତ ବଡ଼ ରହସ୍ୟ ସାମ୍ନାକୁ ଆସିଛି। ୧୪ ଜୁନକୁ ସୁଶାନ୍ତଙ୍କ ମର ଶରୀର ନେବା ପାଇଁ ଆସିଥିବା ଆମ୍ବୁଲାନ୍ସର ଡ୍ରାଇଭରଙ୍କ ସହିତ ସନ୍ଦିପ ସିଂ ଲଗାତର ସମ୍ପର୍କରେ ରହିଥିଲେ। ଗୋଟିଏ କି ଦୁଇଥର ନୁହେଁ ଚାରିଥର ଆମ୍ବୁଲାନ୍ସ ଡ୍ରାଇଭର ଅକ୍ଷୟଙ୍କୁ କଲ କରିଥିଲେ ସନ୍ଦିପ। ସୁଶାନ୍ତଙ୍କ ଯିବାର ଦୁଇଦିନ ପରେ ୧୬ ଜୁନ କୁ ମଧ୍ୟ କଲ କରି ଅକ୍ଷୟଙ୍କ ସହିତ କଥା ହୋଇଥିଲେ ସନ୍ଦିପ।

ସନ୍ଦିପ ସିଂ, ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ଦୀର୍ଘ ୧୦ ମାସ ତାଙ୍କ ସହିତ କୌଣସି ପ୍ରକାରର ସମ୍ପର୍କରେ ନଥିଲେ। ୧୦ ମାସ ପୂର୍ବରୁ ସୁଶାନ୍ତ ଏବଂ ସନ୍ଦିପଙ୍କ ମଧ୍ୟରେ ବିବାଦ ହୋଇଥିଲା ଏବଂ ଏହାପରେ ସନ୍ଦିପ ସହିତ ୧୦ ମାସ କେବେହେଲେ କଥା ହୋଇ ନଥିଲେ ସୁଶାନ୍ତ। ୧୪ ଜୁନକୁ ଅଚାନକ ପହଞ୍ଚି ନିଜକୁ ସୁଶାନ୍ତଙ୍କ ସବୁଠୁ ଘନିଷ୍ଠ ବନ୍ଧୁ ସହିତ ସବୁକିଛି କାର୍ଯ୍ୟର ନେତୃତ୍ୱ କରିବାକୁ ଲାଗିଲେ ସନ୍ଦିପ। କୁପର ହସ୍ପିଟାଲ ନେବାର ନିଷ୍ପତ୍ତି ମଧ୍ୟ ସନ୍ଦିପ ସିଂଙ୍କର ଥିଲା।

ଏହାଛଡା ସନ୍ଦିପ ପ୍ରଥମରୁ କହି ଆସିଛନ୍ତି ସୁଶାନ୍ତଙ୍କ ମାନସିକ ସ୍ଥିତି ଠିକ ନଥିଲା ସେଥିପାଇଁ ସେ ସବୁକିଛି ନିଜ ଇଚ୍ଛାରେ କରିଛନ୍ତି। ତେବେ କଣ ସନ୍ଦିପ ଏସବୁ ଷଡ଼ଯନ୍ତ୍ରରେ ଶାମିଲ ଥିଲେ ଏବଂ ୧୪ ଜୁନ ଦିନ ସେଠାରେ ପହଞ୍ଚି ଅପରାଧୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ? ଅଥବା ସୁଶାନ୍ତଙ୍କ ସହିତ ହୋଇଥିବା ବିବାଦର ପ୍ରତିଶୋଧ ନେବା ପାଇଁ ସୁଶାନ୍ତଙ୍କ ଶତ୍ରୁ ମାନଙ୍କ ସହିତ ହାତ ମିଳାଇଥିଲେ। ସନ୍ଦିପ ଏତେ ଥର ଏବଂ ସୁଶାନ୍ତଙ୍କ ମୃତ୍ୟୁର ଦୁଇଦିନ ପରେ ମଧ୍ୟ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ଅକ୍ଷୟଙ୍କ ସହିତ ଏପରି କଣ କଥା ହେଉଥିଲେ?

ସନ୍ଦିପଙ୍କ କଲ ରେକର୍ଡରୁ କିଛି ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ୧୪ ଜୁନ ଦିନ ସୁଶାନ୍ତଙ୍କୁ ନେବା ପାଇଁ ଆସିଥିବା ଆମ୍ବୁଲାନ୍ସର ଡ୍ରାଇଭର ଅକ୍ଷୟ ସହିତ ତିନି ଥର କଥା ହୋଇଥିଲେ ସନ୍ଦିପ। ଆମ୍ବୁଲାନ୍ସ ଡ୍ରାଇଭର ଅକ୍ଷୟଙ୍କ ପାଖରେ ସନ୍ଦିପଙ୍କର ବ୍ୟକ୍ତିଗତ ନମ୍ବର ମଧ୍ୟ ରହିଥିଲା। ତେବେ ଆମ୍ବୁଲାନ୍ସ ଡ୍ରାଇଭର ମୁମ୍ବାଇ ପୋଲିସ କର୍ମଚାରୀଙ୍କର ଡାକିବା ପରେ ସୁଶାନ୍ତଙ୍କ ଘରକୁ ଆସିଥିବା ବେଳେ ସନ୍ଦିପଙ୍କ ପାଖରେ ତାଙ୍କ ନମ୍ବର ଆସିଲା କେଉଁଠୁ। ଯଦିଓ କୌଣସି ସୂତ୍ରରୁ ନମ୍ବର ମିଳିଯାଇଥିଲା ତେବେ ସନ୍ଦିପ କେଉଁ କାରଣରୁ ଅକ୍ଷୟଙ୍କୁ କଲ କରିଥିଲେ ସେ ବି ଥରେ ନୁହେଁ ତିନି ଥର କଲ କରିଥିଲେ। ତେବେ ୧୪ ଜୁନକୁ ଯଦିଓ କଥା ହବାର କୌଣସି କାରଣ ରହିଥାଇ ପାରେ କିନ୍ତୁ ୧୬ ଜୁନକୁ ଅକ୍ଷୟଙ୍କୁ କଲ କରିବାର କୌଣସି କାରଣ ହିଁ ନଥିଲା। ୧୬ ଜୁନକୁ ଅକ୍ଷୟ ମଧ୍ୟ ସନ୍ଦିପଙ୍କୁ କଲ କରିଥିଲେ।

ସୁଶାନ୍ତଙ୍କ କେସରେ ଲଗାତର ନୂତନ ଖୁଲାସା ହେଉଥିବା ବେଳେ ବର୍ତ୍ତମାନ ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ବଡ଼ ଖୁଲାସା ଆସୁଛି। ସେହି ପ୍ରତକ୍ଷ୍ୟଦର୍ଶୀ ହେଉଛନ୍ତି ସୁରଜିତ ସିଂ ରାଠୋର ଯିଏକି କୁପର ହସ୍ପିଟାଲରେ ରିୟାଙ୍କ ସହିତ ଏବଂ ସନ୍ଦିପଙ୍କ ସହିତ ମଧ୍ୟ ଦେଖାଯାଇଥିଲେ। ଏଥିସହିତ ସନ୍ଦିପ ସିଂଙ୍କୁ ନେଇ ମଧ୍ୟ ବହୁତ ବଡ଼ ଖୁଲାସା କରିଛନ୍ତି। ସୁରଜିତ କହିଥିଲେ ଯେ, ସେ ନିଜେ ସେଦିନ କୁପର ହସ୍ପିଟାଲ ଭିତରେ ଥିଲେ। ୧୫ ଜୁନ ସକାଳୁ ସେ ନିଜେ ସୁଶାନ୍ତଙ୍କ ମୁହଁରୁ କପଡା ହଟାଇଥିଲେ। ସୁରଜିତ କହିଛନ୍ତି ଯେ, ସୁଶାନ୍ତଙ୍କ ଶରୀରର ରଙ୍ଗ ସମ୍ପୂର୍ଣ୍ଣ ହଳଦିଆ ପଡି ଯାଇଥିଲା ଏବଂ ବେକରେ ଯେଉଁ ଚିହ୍ନ ରହିଥିଲା ସେଥିରେ ରଙ୍ଗ ଲଗାଯାଇଥିଲା। ମୁହଁର ବାମ ପାର୍ଶ୍ୱରେ ଅନେକ ଚିହ୍ନ ରହିଥିଲା।

ସୁରଜିତ ଯେତେବେଳେ ହସ୍ପିଟାଲରେ ସୁଶାନ୍ତଙ୍କୁ ଦେଖୁଥିଲେ ସେତେବେଳେ ରିୟା ଚକ୍ରବର୍ତ୍ତୀ ମଧ୍ୟ ତାଙ୍କ ସହିତ ଥିଲେ। ୧୫ ଜୁନ ସକାଳୁ ରିୟା କୁପର ପହଞ୍ଚିଥିଲେ ଏବଂ ସୁରଜିତ, ସୁଶାନ୍ତଙ୍କ ମୁହଁ ଦେଖୁଥିବା ସମୟରେ ମଧ୍ୟ ସୁଶାନ୍ତଙ୍କୁ କ୍ଷମା ମାଗିଥିଲେ ରିୟା। ସୁଶାନ୍ତଙ୍କୁ ଦେଖି ରିୟା କହିଥିଲେ “SORRY ବାବୁ”। ତେବେ ଏମିତି କେଉଁ ଭୁଲର କ୍ଷମା ମଗୁଥିଲେ ରିୟା।

ସୁରଜିତ ସିଂ ରାଠୋରଙ୍କ ମୁତାବକ ୧୫ ଜୁନ ସକାଳୁ ତାଙ୍କ ସହିତ ସନ୍ଦିପ ମଧ୍ୟ କୁପର ହସ୍ପିଟାଲରେ ଉପସ୍ଥିତ ଥିଲେ। ସୁରଜିତ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଖେଳର ମାଷ୍ଟରମାଇଣ୍ଡ ହେଉଛନ୍ତି ସନ୍ଦିପ ସିଂ। ସନ୍ଦିପ ସେଦିନ ଲଗାତର ପୋଲିସଙ୍କ ସହିତ କଥା ହେଉଥିଲେ ଏବଂ ତାଙ୍କ ମୁହଁରୁ ବାରମ୍ବାର ଦୁବାଇର ନାମ ଆସୁଥିଲା। ସନ୍ଦିପ କହୁଥିଲେ ରାତିରେ ଦୁବାଇରୁ କଲ ଆସିଥିଲା। ତେବେ ଏନକେ ସୁଦଙ୍କ ଦୁବାଇ ସମ୍ବନ୍ଧୀୟ ଥିଓରୀ ସ୍ପଷ୍ଟ ହେବା ପରି ଲାଗୁଛି। କିଛି ସମୟ ପରେ ସନ୍ଦିପ ପୋଲିସଙ୍କୁ ଇଶାରା କରିଥିଲେ ସୁରଜିତଙ୍କୁ ବାହାରକୁ କାଢି ଦେବା ପାଇଁ।

ସୁରଜିତ କହିଛନ୍ତି, ସେ ନିଜେ ସୁଶାନ୍ତଙ୍କ କେସରେ ଯାଞ୍ଚ କରୁଥିବା ବାନ୍ଦ୍ରା ଡିସିପିଙ୍କ ପାଖକୁ ଯାଇଥିଲେ ଏବଂ ତାଙ୍କୁ ସନ୍ଦିପ ସିଂଙ୍କ ବିଷୟରେ ସବୁକିଛି ଜଣାଇଥିଲେ। ବାନ୍ଦ୍ରା ଡିସିପି ତାଙ୍କୁ ସବୁକିଛି ଲିଖିତରେ ଦେବାକୁ କହିଥିଲେ କିନ୍ତୁ ଯେତେବେଳେ ସୁରଜିତ ଲିଖିତରେ ଦେଲେ ମୁମ୍ବାଇ ପୋଲିସ ଏହି ଲିଖିତ ଆବେଦନକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *