ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିଲେ ରିୟା, ୮ଜଣ ଲୋକଙ୍କ ଷଡ଼ଯନ୍ତ୍ର ଉପରୁ ପରଦା ହଟାଇଲା ୭ଟି ଚାଟ!

ସୁଶାନ୍ତଙ୍କ ସହିତ କଣ ହୋଇଥିଲା ସମସ୍ତେ ଜାଣିବାକୁ ଚାହୁଁଥିବା ବେଳେ ବର୍ତ୍ତମାନ ସିବିଆଇ ଦ୍ୱାରା ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ଚା’, କଫି ସହିତ ପାଣିରେ ମଧ୍ୟ ପ୍ରତ୍ୟେକ ଦିନ ୪ ବୁନ୍ଦା ଲେଖାଏ ଡ୍ରଗ୍ସ ମିଶାଇ ଦିଆଯାଉଥିଲା।ଏସବୁ ବିଷୟରେ ସୁଶାନ୍ତଙ୍କୁ କିଛି ହେଲେ ଜଣା ନଥିଲା। ଏପରି କିଛି ଖୁଲାସା ହୋଇଛି ରିୟାଙ୍କ ଡିଲିଟ କରଦେଇଥିବା ଚାଟ ମାଧ୍ୟମରେ, ଯେଉଁ ଚାଟକୁ ବର୍ତ୍ତମାନ ସିବିଆଇ ରିକଭରି କରିସାରିଛି। ଏହି ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ରରେ ୮ ଜଣ ଲୋକଙ୍କ ନାମ ସାମ୍ନାକୁ ଆସୁଛି।

ସୁଶାନ୍ତଙ୍କୁ ନଜଣାଇ ତାଙ୍କୁ ଲଗାତର ଭାବରେ ବହୁତ ପ୍ରଭାବଶାଳୀ ଏମଡି ଡ୍ରଗ୍ସ ଦିଆଯାଉଥିଲା। ଏହି କାର୍ଯ୍ୟରେ ରିୟାଙ୍କ ସହିତ ସୁଶାନ୍ତଙ୍କ ମ୍ୟାନେଜର ସୃତି ମୋଦୀ, ଜୟା ଶାହା, ଘରର ମ୍ୟାନେଜର ସାମୁଏଲ ମିରାଣ୍ଡା, ଦିପେଶ ସାୱନ୍ତ, ସିଦ୍ଧାର୍ଥ ପୀଠନି ଶାମିଲ ରହିଥିଲେ। ଏସବୁର ସବୁଠୁ ବଡ଼ ପ୍ରମାଣ ହୋଇଛି ରିୟାଙ୍କ ଫୋନ। ସିବିଆଇ ବର୍ତ୍ତମାନ ରିୟାଙ୍କ ୱାଟସଆପ ଚାଟ ରିକଭରି କରି ନେଇଛି ଯାହାକୁ ରିୟା ଡିଲିଟ କରିଦେଇଥିଲେ।

ରିୟା ପ୍ରଥମ ଚାଟ ଗୌରବ ଆରିୟନ ନାମକ ବ୍ୟକ୍ତିଙ୍କ ସହିତ କରିଥିଲେ, ଯିଏ ଡ୍ରଗ୍ସ ପରି ଜିନିଷ ବିକ୍ରି କରିବାରେ ବହୁତ ବଡ଼ ଡିଲର ଅଟନ୍ତି। ରିୟା ନିଜ ଚାଟରେ କହିଛନ୍ତି ଯେ,”ମୋତେ ଅଧିକ ମାତ୍ରାରେ ଡୋଜ ବିଷୟରେ ବିଶେଷ କିଛି ଜଣା ନାହିଁ ମୋତେ ଏବିଷୟରେ ଅଧିକ ସୂଚନା ଦିଅ। ଗୌରବ ଏବଂ ରିୟାଙ୍କ ଦ୍ଵିତୀୟ ଚାଟରେ ରିୟା ଗୌରବଙ୍କୁ ପଚାରୁଛନ୍ତି,”ତୁମ ପାଖରେ MD ଅଛି କି?” ତେବେ MD ଅର୍ଥ MDMA ହୋଇଥାଏ ଯାହା ସବୁଠୁ ଭୟାଙ୍କର ଅଧିକ ମାତ୍ରାର ଡ୍ରଗ୍ସ ଅଟେ। ଏହାକୁ ଗ୍ରହଣ କରିବା ଦ୍ୱାରା ମସ୍ତିଷ୍କ କାର୍ଯ୍ୟ କରିବା ବନ୍ଦ କରିଦେଇଥାଏ।

ରିୟା ତୃତୀୟ ଚାଟ ଜୟା ଶାହାଙ୍କ ସହିତ କରିଥିଲେ, ଜୟା ଟ୍ୟାଲେଣ୍ଟ ଏଜେନ୍ସି ସହିତ ଜଡିତ ଅଟନ୍ତି। ୨୫ ନଭେମ୍ବର ୨୦୧୯ ଦିନର ଚାଟରେ ଜୟାଙ୍କୁ ରିୟା କହିଛନ୍ତି ଯେ,” ମୁଁ ତାଙ୍କୁ(ଗୌରବ ଆରୟା) ସୃତି ମୋଦୀଙ୍କ ସହିତ କୋଡିନେଟ କରିବାକୁ କହିଛି। ରିୟାଙ୍କର ଚତୁର୍ଥ ଚାଟ ମଧ୍ୟ ଜୟା ଶାହାଙ୍କ ସହିତ ରହିଛି ଯେଉଁଥିରେ ଜୟାଙ୍କୁ ରିୟା “ଥାଙ୍କ ୟୁ ସୋ ମଚ” ବୋଲି କହିଛନ୍ତି। ଉତ୍ତରରେ ଜୟା ଲେଖିଛନ୍ତି, “ନୋ ପ୍ରବ୍ଲେମ, ଆଶା ରହିଛି ଯେ ସେ ଆମକୁ ସାହାଯ୍ୟ କରିବେ।”

ରିୟାଙ୍କ ପଞ୍ଚମ ଚାଟ ମଧ୍ୟ ୨୫ ନଭେମ୍ବର ୨୦୧୯ର ଥିଲା ଯେଉଁଥିରେ ଜୟା ଶାହା ରିୟାଙ୍କୁ କହୁଛନ୍ତି,”ଚା’, କଫି କିମ୍ବା ପାଣିରେ ୪ ବୁନ୍ଦା ମିଶାଇ ଦେଇ ତାଙ୍କୁ ପିଇବାକୁ ଦିଅ। ୩୦/୪୦ ମିନିଟ ଭିତରେ ଏହାର ପ୍ରଭାବ ଦେଖାଇବ।” ତେବେ ସୁଶାନ୍ତ ନିଜ ଉପରେ ନିୟନ୍ତ୍ରଣ ରଖି ନପାରିବାର କାରଣ ଏହି ଡ୍ରଗ୍ସ ଥିଲା। ଏହାପରେ ଷଷ୍ଠ ଚାଟ ସୁଶାନ୍ତଙ୍କ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡା ଏବଂ ରିୟାଙ୍କ ମଧ୍ୟରେ ହୋଇଥିଲା। ଅପ୍ରେଲ ୨୦୨୦ ଚାଟରେ ରିୟାଙ୍କୁ ମିରାଣ୍ଡା କହିଛନ୍ତି ଯେ,”ସ୍ଟକ ପାଖାପାଖି ସମ୍ପୂର୍ଣ୍ଣ ସାରିଯାଇଛି,

ବର୍ତ୍ତମାନ କଣ କରାଯିବ?” ନିଜର ସପ୍ତମ ଚାଟରେ ରିୟାଙ୍କୁ ମିରାଣ୍ଡା ପଚାରିଥିଲେ,”ସୋବିକଙ୍କ ବନ୍ଧୁଙ୍କ ଠାରୁ ନେଇ ପାରିବା କି? କିନ୍ତୁ ତାଙ୍କ ପାଖରେ କେବଳ ହର୍ଷ ଏବଂ ବଡ ରହିଛି।” ହର୍ଷ ଏବଂ ବଡ ବହୁତ ହାଲକା ଡ୍ରଗ୍ସ ହୋଇଥିବା ବେଳେ ସୁଶାନ୍ତଙ୍କୁ ବହୁତ ପ୍ରଭାବଶାଳୀ ଡ୍ରଗ୍ସ ଦିଆଯାଉଥିଲା। ଏଥିରେ ସୋବିକ ଚକ୍ରବର୍ତ୍ତୀଙ୍କ ସହିତ ସିଦ୍ଧାର୍ଥ ପୀଠନି ମଧ୍ୟ ଶାମିଲ ରହିଥିଲେ। ସୋବିକ ବ୍ୟସ୍ତ ଭିତରେ ଡ୍ରଗ୍ସ ଆଣି ଦେଉଥିବା ବେଳେ ସୁଶାନ୍ତଙ୍କ ଫ୍ଲାଟରେ ସୁଶାନ୍ତଙ୍କ ଉପରେ ନଜର ରଖିବା ସହିତ ତାଙ୍କୁ ଡ୍ରଗ୍ସ ଦେବାରେ ସାହାଯ୍ୟ କରୁଥିଲେ ସିଦ୍ଧାର୍ଥ।

ସୁଶାନ୍ତ ସିଂ ରାଜପୁତ ଏବଂ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ଅନେକ ପ୍ରକାରର ବଡ଼ ଖୁଲାସା ହେଉଛି। ସବୁଠୁ ଅଧିକ ଗଡ଼ବଡ଼ ଅକ୍ଟୋବର ୨୦୧୯ ୟୁରୋପ ଟ୍ରିପରେ ଥିବାର ଦେଖିବାକୁ ମିଳିଛି, ଯାହା ବାହାରକୁ ଆସି ଯାଇଛି। ଏହାକୁ ନେଇ ବର୍ତ୍ତମାନ ଆଉ କେହି ନୁହନ୍ତି ନିଜେ ରିୟାଙ୍କ CA ରିତେଶ ଶାହା ସବୁକିଛି ରହସ୍ୟ ଖୋଲି ଦେଇଛନ୍ତି। ସୁଶାନ୍ତଙ୍କ ସମସ୍ତ ନିକଟବର୍ତ୍ତୀ ଲୋକ କହିଥିଲେ ଯେ ସୁଶାନ୍ତ ୟୁରୋପ ଯିବା ପୂର୍ବରୁ ସମ୍ପୂର୍ଣ୍ଣ ସୁସ୍ଥ ରହିଥିଲେ ମାତ୍ର ସେଠାରୁ ଫେରିବା ପରେ ସେ ଅସୁସ୍ଥ ହୋଇଯାଇଥିଲେ ତାଙ୍କୁ ଔଷଧ ଦିଆଯାଉଥିଲା ଏଥିସହିତ ସେ ଦିନରେ ୨୧/୨୨ ଘଣ୍ଟା ଶୋଇ ରହୁଥିଲେ। ସେଠାରୁ ଆସିବା ପରେ ତାଙ୍କୁ ଡେଙ୍ଗୁ ହେବା ସହିତ ମାନସିକ କ୍ଷେତ୍ରରେ ଅସୁସ୍ଥ ରହିଥିଲେ |

ଆଗରୁ ୭ ଅଗଷ୍ଟ ବେଳକୁ ମଧ୍ୟ ରିୟାଙ୍କୁ ସାମ୍ନାରେ ବସାଇ ରିତେଶ ଶାହାଙ୍କର ପଚରା ଉଚରା କରାଯାଇଥିବା। କିନ୍ତୁ ଏହାପରେ ଦ୍ଵିତୀୟ ଥର ମଧ୍ୟ ED ରିତେଶ ଶାହାଙ୍କୁ ଅଫିସ ଡକାଇଥିଲେ ଏଥର ନିଜ ସାଥିରେ ସବୁକିଛି ଦସ୍ତାବିଜ ଆଣିବାକୁ ମଧ୍ୟ କହିଥିଲା। ଏଥର ଯେତେବେଳେ ପଚରା ଉଚରା କରାଯାଇଥିଲା ED ସାମ୍ନାରେ ରିତେଶ ଶାହା ବହୁତ କିଛି ଖୁଲାସା କରିଥିଲେ।

ରିୟାଙ୍କ CA ରୋତେଶ ଶାହାଙ୍କୁ ପଚରା ଗଲା ୟୁରୋପ ଟ୍ରିପ କାହା ତରଫରୁ ସ୍ପୋନ୍ସର ଥିଲା। କଣ ସୁଶାନ୍ତଙ୍କ ଟଙ୍କା ଖର୍ଚ୍ଚ କରାଯାଇଥିଲା ନା ରିୟାଙ୍କ ଟଙ୍କା ଲାଗିଥିଲା। ଏହା ଉତ୍ତରରେ ରିତେଶ କହିଥିଲେ, ସମ୍ପୂର୍ଣ୍ଣ ଟ୍ରିପ ସୁଶାନ୍ତଙ୍କ ତରଫରୁ ଥିଲା ଏବଂ ଏଥିରେ ପାଖାପାଖି ସୁଶାନ୍ତଙ୍କର ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ଟ୍ରିପର ସମସ୍ତ ଖର୍ଚ୍ଚ ସୁଶାନ୍ତ ଉଠାଇଥିଲେ।

ପୁଣି ED ପଚାରିଥିଲା ଯେ, ୟୁରୋପ ଟ୍ରିପ ଯୋଜନା କିଏ କରିଥିଲେ ଏବଂ କେଉଁଥିପାଇଁ? ଏହାର ଉତ୍ତରରେ ରିତେଶ କହିଥିଲେ, ରିୟା ହିଁ ଚାହୁଁଥିଲେ ପୁରା ୟୁରୋପ ଯାଇ ବୁଲାଯାଉ, ଏବଂ ରିୟାଙ୍କ କହିବାରୁ ୟୁରୋପ ଟ୍ରିପ ଯୋଜନ କରାଯାଇଥିଲା। ରିତେଶ ଏହା ମଧ୍ୟ କହିଥିଲେ ଯେ ୟୁରୋପ ଯିବା ପାଇଁ ରିୟା ଏକ ବହୁତ ବଡ଼ ଫିଲ୍ମ ଛାଡିଦେଇଥିଲେ। ତେବେ ଯେଉଁ ଫିଲ୍ମ କ୍ୟାରିୟରକୁ ନେଇ ରିୟା ବହୁତ ସିରିୟସ ଥିଲେ ସେହି ରିୟା ବହୁତ ବଡ଼ ବ୍ୟାନରର ବହୁତ ବଡ଼ ଫିଲ୍ମ ଛାଡି ଦେଇଥିଲେ।

ରିୟାଙ୍କ CA ରିତେଶ କହିଥିଲେ ଯେ, ୟୁରୋପରେ ରିୟା ଏକ ବହୁତ ବଡ଼ ବ୍ୟବସାୟୀଙ୍କୁ ମଧ୍ୟ ଭେଟ କରିଥିଲେ। ଯେଉଁ ବିଷୟରେ ରିୟା ତାଙ୍କ CAଙ୍କୁ ମଧ୍ୟ ଜଣାଇଥିଲେ, କିନ୍ତୁ ବ୍ୟବସାୟୀଙ୍କ ସହିତ ହୋଇଥିବା ଭେଟ ସମୟରେ ରିୟାଙ୍କ ସହିତ ସୁଶାନ୍ତ ନଥିଲେ। ସୁଶାନ୍ତ ହୋଟେଲରେ ଥିଲେ ରିୟା ଏକୁଟିଆ ଯାଇ ବ୍ୟବସାୟୀ ଜଣକୁ ଦେଖା କରିଥିଲେ। ଏହି ବ୍ୟବସାୟୀଙ୍କୁ ନେଇ ଅନେକ ଥର ରିୟା ଏବଂ ସୁଶାନ୍ତଙ୍କର ଝଗଡା ମଧ୍ୟ ହୋଇଥିଲା। ତେବେ ସେ ବ୍ୟବସାୟୀଙ୍କ ବିଷୟରେ ଏମିତି କଣ ରହିଥିଲା ଯେ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡା ହୋଇଥିଲା।

ରିତେଶ କହିଥିଲେ ଯେ, ଟ୍ରିପ ସମ୍ପୂର୍ଣ୍ଣ ୨୫ ଦିନର ଥିଲା। ସୁଶାନ୍ତ ଏବଂ ରିୟାଙ୍କୁ ୨୯ ଅକ୍ଟୋବରକୁ ଭାରତ ଫେରିବାର ଥିଲା କିନ୍ତୁ ୫ ନଭେମ୍ବରକୁ ନୁହେଁ। ସୁଶାନ୍ତ ଏବଂ ରିୟାଙ୍କ ସହିତ ରିୟାଙ୍କ ଭାଇ ସୋବିକ ମଧ୍ୟ ଯାଇଥିଲେ। ED ୟୁରୋପ ବିଷୟରେ ପଚରା ଉଚରା କରୁଥିବା ବେଳେ ବର୍ତ୍ତମାନ ସିବିଆଇ ମଧ୍ୟ ୟୁରୋପ ଟ୍ରିପକୁ ନେଇ ତଦନ୍ତ କରିବାକୁ ଯାଉଛି।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *