ମୃତ୍ୟୁ ପୂର୍ବରୁ ନିଜ ପୁଅର ଜୀବନ ବଞ୍ଚାଇ ଦେଇଗଲେ ମାଆ, ୧୦ ମାସର ଶିଶୁକୁ କୋଳରୁ ଓଲ୍ହାଇବା ମାତ୍ରେ ଆଖିବୁଜିଦେଲେ ମହିଳା।

କଥାରେ ଅଛି ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ। ମାଆ ମମତାର ସ୍ବରୂପ ଅଟେ। କୁହାଯାଏ ମାଆ ନିଜର ଜୀବନ ଦେଇ ଦେଇ ମଧ୍ୟ ପିଲାର ଜୀବନ ବଞ୍ଚାଇଥାଏ। ଏମିତି ଏକ ମାତୃତ୍ୱର ଜ୍ୱଳନ୍ତ ଉଦାହରଣ ହିମାଚଳ ପ୍ରଦେଶରେ ଦେଖିବାକୁ ମିଳିଛି। ହିମାଚଳ ପ୍ରଦେଶରେ ଜଣେ ମହିଳା ନିଜର ୧୦ ମାସର ଶିଶୁକୁ କୋଳରେ ଧରି ଶିଶୁଟିର ଚିକିତ୍ସା କରାଇବା ପାଇଁ ନେଇ ଯାଉଥିଲେ। ସେହିସମୟରେ ତାଙ୍କ ଉପରେ ପାହାଡ଼ରୁ ଏକ ପଥର ଆସି ଖସିପଡିଥିଲା ଏବଂ ତାଙ୍କ ମୃତ୍ୟୁ ହୋଇଯାଇଥିଲା, କିନ୍ତୁ ସେ ମରିବା ପୂର୍ବରୁ ନିଜ ସନ୍ତାନକୁ ବଞ୍ଚାଇଦେଇ ଯାଇଥିଲେ।

ଗୋଟିଏ ନିମିଷକ ମଧ୍ୟରେ ଖସିଆସିଲା ପଥର:

ବାସ୍ତବରେ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲା ଅନ୍ତର୍ଗତ ସୁନ୍ଦରନଗର ଅଞ୍ଚଳରେ ବାଢୁ ଗାଁର ପାଞ୍ଚ ଜଣ ମହିଳା ନିଜ ନିଜର ଶିଶୁ ମାନଙ୍କର ଚିକିତ୍ସା କରାଇବା ପାଇଁ ପାଦରେ ଚାଲି ଚାଲି ହସ୍ପିଟାଲ ନେଇଯାଉଥିଲେ। ହସ୍ପିଟାଲ ଯାଉଥିବା ବାଟରେ ହିଁ ପାହାଡ଼ର ପଥର ସାଜିଥିଲା ସ୍ୱୟଂ ମୃତ୍ୟୁର ଦେବତା ଯମ।

ଶିଶୁ ମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେଇଯାଉଥିବା ବାଟରେ ଜଣେ ମହିଳା ପାଣି ପିଇବା ପାଇଁ ନଇଁ ପଡ଼ିଥିଲେ। କିନ୍ତୁ ଏହାପୂର୍ବରୁ ସେ ନିଜର ପୁତ୍ର ସନ୍ତାନଟିକୁ ଜଣେ ବାନ୍ଧବୀଙ୍କ ହାତରେ ଧରାଇ ଦେଇଥିଲେ। ଏହାପରେ ମାତ୍ର କିଛି ନିମିଷ ମଧ୍ୟରେ ପାହାଡ଼ ଉପରୁ ଏକ ପଥର ଖସିଆସି ତାଙ୍କ ଉପରେ ପଡିଥିଲା ଏବଂ ସେ ଗଭୀର ଗାତରେ ଥିବା ଏକ କଣ୍ଟା ବୁଦା ଭିତରେ ଫଶି ରହିଯାଇଥିଲେ।

ମହିଳାଙ୍କ ମୃତ୍ୟୁ ପରେ ଲୋକମାନେ କହି ପକାଇଲେ, ଏମିତି ହୋଇଥାନ୍ତି ମାଆ:

ସ୍ଥାନୀୟ ଲୋକମାନେ ବହୁତ ପ୍ରୟାସ କରିବା ପରେ ମହିଳା ଜଣଙ୍କୁ ସେହି ଗଭୀର ଖାଲର କଣ୍ଟା ବୁଦା ଭିତରୁ ବାହାର କରିଆଣି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେତେବେଳକୁ ସେ ଏହି ଦୁନିଆ ଛାଡି ଆଖିବୁଜି ଦେଇଥିଲେ। ସେଥିପାଇଁ ହସ୍ପିଟାଲର ଡାକ୍ତର ମାନେ ତାଙ୍କୁ ଦେଖିବା ତୁରନ୍ତ ପରେ ହିଁ ମୃତ ଘୋଷିତ କରିଦେଇଥିଲେ।

ଏହି ଜ୍ୱଳନ୍ତ ଘଟଣା ଦେଖିବା ପରେ ପ୍ରତ୍ୟେକ ଲୋକ କହି ପକାଇଥିଲେ ଯେ, ଦେଖ ଏମିତି ହୋଇଥାନ୍ତି ମାଆ, ଦୁର୍ଘଟଣା ପୂର୍ବରୁ ହିଁ କୌଣସି ପ୍ରକାରରେ ନିଜର ସନ୍ତାନର ପ୍ରାଣ ବଞ୍ଚାଇଦେଇଗଲେ। ସତରେ ମାଆର ଋଣ କେହି କେବେ ପରିଶୋଧ କରି ପାରିବ ନାହିଁ। ନିଜ ଜୀବନ ଦେଇ ମଧ୍ୟ ସାନ୍ତାନର ମୃତ୍ୟୁକୁ ବରଣ କରିନେଇଥାଏ ଜଣେ ମାଆ। ଯଦି ମହିଳା ଜଣକ ପିଲାଟିକୁ ଧରି ପାଣି ପିଇଥାନ୍ତେ ତେବେ ତାଙ୍କ ସହିତ ଆଜି ପିଲାଟିର ମଧ୍ୟ ଜୀବନ ଚାଲିଯାଇଥାନ୍ତା।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *