ପାକିସ୍ତାନର ଏକ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ତା’ର ଆଶାକୁ ଭାଙ୍ଗି ଦେଇଛି ଜର୍ମାନୀ। ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ମୁତାବକ, ଜର୍ମାନୀ ପାଖରେ ନିଜର ଏକ ବୁଡା ଜାହାଜକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଏୟାର ଇଣ୍ଡିପେଡେଣ୍ଟ ପ୍ରୋପଲ୍ସନ(ଏଆଇପି)ସିଷ୍ଟମ ଦେବା ପାଇଁ ଅନୁରୋଧ କରିଥିଲା ପାକିସ୍ତାନ କିନ୍ତୁ ଜର୍ମାନୀ ମନା କରିଦେଇଥିଲା। ଜର୍ମାନୀର ଚାନ୍ସଲର ଏଗେଂଲା ମର୍କେଲର ଅଧ୍ୟକ୍ଷତା ୱାଲେ ସିକ୍ୟୁରିଟି ପେନଲ ଏହି ନିଷ୍ପତ୍ତି ନେଇଛି।
ମାମଲା ସହିତ ଜଡିତ ଲୋକମାନେ କହିଥିଲେ, ଜର୍ମାନୀର ସିକ୍ୟୁରିଟି କାଉଁସିଲିଂ ନିଜର ନିଷ୍ପତ୍ତି ବିଷୟରେ ପାକିସ୍ତାନୀ ଦୂତାବାସକୁ ୬ ଅଗଷ୍ଟରେ ହିଁ ଅବଗତ କରାଇଦେଇଥିଲା। ଜର୍ମାନୀ ଠାରୁ ପାକିସ୍ତାନ ଏୟାର ଇଣ୍ଡିପେଡେଣ୍ଟ ପ୍ରୋପଲ୍ସନ ସିଷ୍ଟମ(AIP) ମାଗିଥିଲା, ଯାହାଦ୍ୱାରା ସେ ନିଜର ବୁଡା ଜାହାଜକୁ ରିଚାର୍ଜ କରି ପାରିବ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ଭିତରେ ରହି ପାରିବ। ପାକିସ୍ତାନ ନିଜର ବୁଡାଜାହାଜକୁ ଅପଗ୍ରେଡ କରିବା ପାଇଁ କାମ କରୁଛି। ଚୀନ-ପାକିସ୍ତାନର ପରିଯୋଜନା ଅଧୀନରେ ୟୁଆନ ସ୍ତରର ବୁଡା ଜାହାଜ ମଧ୍ୟ ପ୍ରସ୍ତୁତ କରାଯାଉଛି।
ଯଦି ପାକିସ୍ତାନକୁ AIP ସିଷ୍ଟମ ମିଳିଯାଇଥାନ୍ତା ତେବେ ଏହାର ବୁଡାଜାହାଜର କ୍ଷମତା ବୃଦ୍ଧି ପାଇଥାନ୍ତା ଏବଂ ଡିଜେଲ ଇଞ୍ଜିନ ବିନା ବାୟୁମଣ୍ଡଳର ପବନରେ ଏକ ସପ୍ତାହ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ଚାଲିପାରିଥାନ୍ତା। କିନ୍ତୁ ଜର୍ମାନୀର ଚାନ୍ସଲର ତାଙ୍କ ଅନୁରୋଧକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
ପାରମ୍ପରିକ ବୁଡା ଜାହାଜକୁ ପ୍ରତ୍ୟେକ ଦ୍ଵିତୀୟ ଦିନ କୂଳରେ ସ୍ଥଳ ଭାଗକୁ ଆସିବାକୁ ପଡିଥାଏ ଯାହାଦ୍ୱାରା ତାଙ୍କର ଡିଜେଲ ଇଞ୍ଜିନକୁ ପବନ ମିଳି ପାରିବ କିନ୍ତୁ ଏହାଦ୍ବାରା ବୁଡାଜାହାଜ ନଜର ଆସିବାର ବିପଦ ବଢିଯାଇଥାଏ।
ଏକ ଭାରତୀୟ ଅଧିକାରୀ ହିନ୍ଦୁସ୍ତାନ ଟାଇମ୍ସ ସହିତ କଥାବାର୍ତ୍ତାରେ କହିଥିଲେ ଯେ, ଜର୍ମାନୀରେ ପାକିସ୍ତାନର ସରକାରଙ୍କୁ ଟେକ୍ନୋଲୋଜି ସାହାଯ୍ୟ କରିବାକୁ ମନା କରିବା କାରଣରୁ ତାଙ୍କର ବୁଡାଜାହାଜ ଗୁଡିକର କ୍ଷମତା ବହୁତ ଖରାପ ଭାବରେ ପ୍ରଭାବିତ ହେବ।
ଅନ୍ୟ ପକ୍ଷରେ, ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ସ୍ବଦେଶୀ ରୂପରେ ନୌବାହିନୀର ବୁଡାଜାହାଜ ପାଇଁ ଏହି ସିଷ୍ଟମର ବିକାଶ କରୁଛି। ଗତ ବର୍ଷ DRDO ଭୂମି ଉପରେ ଆଧାରିତ ପ୍ରୋଟୋଟାଇପର ସଫଳତା ପୁର୍ବକ ପରୀକ୍ଷଣ ମଧ୍ୟ କରିଥିଲା। ଭାରତ ଘୋଷଣା କରିଥିଲା ଯେ, ଏହାଦ୍ୱାରା ଡିଜେଲ ଇଲେକ୍ଟ୍ରିକ ବୁଡାଜାହାଜ ଏବଂ ଘାତକ ଶୈଳୀରେ ଆକ୍ରମଣ କରିବାରେ ସକ୍ଷମ ହୋଇଯିବ।
ଏହି ମାମଲା ଉପରେ ନିଜର ଦୃଷ୍ଟି ବନାଇ ରଖିଥିବା ଲୋକଙ୍କ କହିବା କଥା ଯେ, ପାକିସ୍ତାନ ବିରୁଦ୍ଧରେ ଜର୍ମାନୀ ଏଥିପାଇଁ ଶକ୍ତ ନିଷ୍ପତ୍ତି ଆପଣେଇ ଥିଲା କାରଣ ଆତଙ୍କବାଦୀକୁ ନେଇ ସର୍ବଦା ପାକିସ୍ତାନର ଭୂମିକା ସନ୍ଦିଗ୍ଧ ରହି ଆସିଛି। ମଇ ମାସ ୨୦୧୭ ମସିହାରେ କାବୁଲର ଥିବା ଜର୍ମାନୀ ଦୂତାବାସ ପାଖରେ ହୋଇଥିବା ଟ୍ରକ ବମ ଆକ୍ରମଣର ଦୋଷୀ ମାନଙ୍କୁ ଚିହ୍ନଟ କରିବାରେ ମଧ୍ୟ ପାକିସ୍ତାନ ସରକାର ବିଫଳ ହୋଇଥିଲା।
ଏହି ଆକ୍ରମଣରେ ହୋଇଥିବା ବିସ୍ପୋରଣ ଦ୍ୱାରା ପାଖାପାଖି ୧୫୦ ଲୋକ ମୃତ୍ୟୁବରଣ କରିଥିଲେ। ଏହି ଆତଙ୍କି ଆକ୍ରମଣ ପଛରେ ହକ୍କାନୀ ନେଟୱର୍କର ହାତ ରହିଥିବାର କୁହାଯାଇଥିଲା ଯାହାକୁ ପାକିସ୍ତାନ ସଂରକ୍ଷଣ ଦେଇ ଆସୁଛି। ଆଫଗାନିସ୍ତାନ ନ୍ୟାସନାଲ ଡାଇରେକ୍ଟୋରେଟ ଅଫ ସିକ୍ୟୁରିଟି ଆଧିକାରୀକ କ୍ଷେତ୍ରରେ ଏହି ଆତଙ୍କି ଆକ୍ରମଣ ପାଇଁ ପଡୋଶୀ ଦେଶ ପାକିସ୍ତାନରେ ସ୍ଥିତ ହକ୍କାନୀ ନେଟୱର୍କକୁ ଦୋଷୀ କରିଥିଲା ଏବଂ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ISI ଉପରେ ଆକ୍ରମଣର ଯୋଜନା ପ୍ରସ୍ତୁତ କରିବାର ଆରୋପ ଲଗାଇଥିଲେ। ଜର୍ମାନୀର ଅଧିକାରୀଙ୍କ କହିବା କଥା ଯେ, ପାକିସ୍ତାନ ଏହି ଆତଙ୍କି ଆକ୍ରମଣର ଯାଞ୍ଚକୁ ଗମ୍ଭୀରତା ସହିତ ନେଉ ନାହିଁ।