ଟେଲିକମ କମ୍ପାନୀ ରିଲାୟନ୍ସ ଜିଓ କ୍ରିକେଟ ଧନ ଧନା ଧନ ପ୍ଲାନର ଲଞ୍ଚ କରିଛି। ଏହି ପ୍ଲାନ ଅଧୀନରେ ସମସ୍ତ କ୍ରିକେଟ ମ୍ୟାଚ ସିଧା ପ୍ରସାରଣ ଦେଖି ପାରିବେ। ଏହି ପ୍ଲାନକୁ କ୍ରିକେଟ ପ୍ରଶଂସକ ମାନଙ୍କୁ ଲକ୍ଷ୍ୟ ରଖି ଆରମ୍ଭ କରାଯାଇଛି ଏବଂ ଏଥିସହିତ ଡାଟା ମଧ୍ୟ ଦିଆଯିବ।
୪୯୯ ଟଙ୍କାର ପ୍ଲାନ:
୪୯୯ ଟଙ୍କାର କ୍ରିକେଟ ପ୍ଲାନରେ ଏକ ବର୍ଷ ପର୍ଯ୍ୟନ୍ତ Disney+Hotstarର ସବସ୍କ୍ରିପସନ ଦିଆଯିବ। ଏହାଛଡା ଏହି ପ୍ୟାକରେ ପ୍ରତ୍ୟେକ ଦିନ ୧.୫ ଜିବି ଡାଟା ପ୍ରତ୍ୟେକ ଦିନ ଦିଆଯିବ। ଏହି ପୁରା କ୍ରିକେଟ ସିଜନ ଅର୍ଥାତ ୫୬ ଦିନ ପାଇଁ ଭେଲିଡ ରହିବ।
୭୭୭ ଟଙ୍କାର ପ୍ଲାନ:
ଏହି ପ୍ଲାନ ସହିତ Disney+Hotstar VIPର ସବସ୍କ୍ରିପସନ ଦିଆଯିବ। ଏହା ଏକ କ୍ୱାଟରଲି ପ୍ଲାନ ଅଟେ ଏବଂ ଏହାର ବୈଧତା ୮୪ ଦିନ ପର୍ଯ୍ୟନ୍ତ ରହିବ।
୭୭୭ ଟଙ୍କାର ଏହି ଯୋଜନା ବା ପ୍ଲାନରେ ମୋଟ ୧୩୧ ଜିବି ଡାଟା ଉପଲବ୍ଧ ହେବ। ଏଥିସହିତ ଅନଲିମିଟେଡ ଭଏସ କଲିଂର ସୁବିଧା ମଧ୍ୟ ଦିଆଯିବ। କମ୍ପାନୀ କହିଛି ଯେ, ଏହି ପ୍ଲାନ ସହିତ ଜିଓ ଆପର ଭି ଭି ଏକ୍ସେସ ମିଳିବ। ଏହାର ବୈଧତା ୮୪ ଦିନ ପର୍ଯ୍ୟନ୍ତ ରହିବ।
ଏହି ଦୁଇଟି ପ୍ଲାନ ଛଡା ଜିଓ ଜିଓର ଏହି ପ୍ଲାନ ମଧ୍ୟ କ୍ରିକେଟ ପାଇଁ ଉପଲବ୍ଧ କରାଯାଇଛି:
୪୦୧ ଟଙ୍କାର ପ୍ଲାନ, ଏହାର ବୈଧତା ଏକ ମାସର ଅଟେ ଏବଂ ଏଥିରେ ୯୦ ଜିବି ଡାଟା ଦିଆଯିବ। ୪୯୯ ଟଙ୍କାର ପ୍ଲାନରେ କଲିଂ ନାହିଁ। ଏହିପରି ଭାବରେ ୨୫୯୯ ଟଙ୍କାର ମଧ୍ୟ ପ୍ଲାନ ରହିଛି ଯାହାର ବୈଧତା ୮୪ ଦିନର। ଡାଟା ୭୪୦ ଜିବି ରହିଛି ଏବଂ ଏହାର ବୈଧତା ଏକ ବର୍ଷର ଅଟେ।
୬୧୨ ଟଙ୍କାର ଡାଟା ପ୍ଲାନ ସହିତ ୭୨ ଜିବି ଡାଟା ଏବଂ ୬୦୦୦ ମିନିଟ ଜିଓ ରୁ ନନ ଜିଓ କଲିଂ ମିଳିବ। ଏହାଛଡା ୧,୦୦୪ ଟଙ୍କାର ଡାଟା ଏବଂ ଆଁନ ପ୍ୟାକ ରହିଛି ଯେଉଁଥିରେ ୨୦୦ ଜିବି ଡାଟା ଏବଂ ୧୮୦ ଦିନର ବୈଧତା ରହିଛି।