ଏପରି ଏକ ପ୍ରାକୃତିକ ଘରୋଇ ଉପଚାର ରହିଛି ଯାହାଦ୍ୱାରା ଆପଣଙ୍କ କେଶ ଜନିତ ଅନେକ ସମସ୍ୟାକୁ ଦୂର କରିଦେବ। ଏହାର ପ୍ରୟୋଗ ଦ୍ୱାରା ଆପଣଙ୍କ କେଶ ସବୁଦିନ ପାଇଁ କଳା ହୋଇଯିବା ସହିତ ଝଡ଼ିବା ବନ୍ଦ ହୋଇଯାଇଥାଏ ଏବଂ କେଶରେ ଚମକ ଆସିଯାଇଥାଏ। କେଶକୁ କଳା କରିବା ସହିତ କେଶର ମୂଳକୁ ଶକ୍ତିଶାଳୀ କରିଥାଏ ଏହି ଉପଚାର।
ପ୍ରସ୍ତୁତ ପ୍ରଣାଳୀ:
ଏହି ଉପଚାରକୁ ବନାଇବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ଆବଶ୍ୟକ ଏକ କପ ବା ୧୦୦ ରୁ ୨୦୦ ଗ୍ରାମ ସୋରିଷ ତେଲ। ସୋରିଷ ତେଲ ବହୁ ପୁରାତନ କାଳରୁ କେଶ ଜନିତ ସମସ୍ୟାକୁ ଦୂର କରିବା ପାଇଁ ବ୍ୟବହାର କରାଯାଇ ଆସୁଛି। ଆପଣ ସୋରିଷ ତେଲର ପ୍ରୟୋଗ ଆପଣଙ୍କ କେଶ ପାଇଁ ନିଶ୍ଚିତ ଭାବରେ କରନ୍ତୁ। ଏକ କପ ସୋରିଷ ତେଲ ନେଇ କଡେଇରେ ଗରମ ହେବାକୁ ଛାଡି ଦିଅନ୍ତୁ।
ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଦ୍ଵିତୀୟ ସାମଗ୍ରୀ ଆବଶ୍ୟକ କଳା ଜିରା। କଳାଜିରା ଆପଣଙ୍କ ପାଖ ବଜାରର ତେଜରାତି ଦୋକାନରୁ ସହଜରେ ମିଳିଯିବ। ଯଦି ନମିଳେ ତେବେ ଆପଣ ଏହାକୁ ଅନଲାଇନ ଅର୍ଡର କରି ମଧ୍ୟ ମଗାଇ ପାରିବେ। କଳା ଜିରା ଆମ କେଶ ପାଇଁ ବହୁତ ଅଧିକ ଉପକାରୀ ହୋଇଥାଏ। କଳା ଜିରା କେଶକୁ ଶକ୍ତିଶାଳୀ କରିବା ସହିତ କେଶ ଝଡ଼ିବା ରୋକିଥାଏ। ଏଥିସହିତ ଧଳା କେଶକୁ କଳା କରିବାରେ ବହୁତ ଲାଭଦାୟକ ହୋଇଥାଏ। ଏହି ଉପଚାର ତିଆରି କରିବା ପାଇଁ ଆପଣ ଏଥିରେ ଦୁଇ ଚାମଚ କଳା ଜିରା ପ୍ରୟୋଗ କରନ୍ତୁ।
ଏହି ଉପଚାର ପାଇଁ ତୃତୀୟ ସାମଗ୍ରୀ ଆବଶ୍ୟକ ମେଥି ଦାନା। ମେଥିଦାନା ଆପଣଙ୍କ ରୋଷେଇ ଘରୁ ସହଜରେ ମିଳିଯିବ। ମେଥିଦାନା ମଧ୍ୟ ଆପଣଙ୍କ କେଶ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ। ଏଠାରେ ମେଥିଦାନାର ପ୍ରୟୋଗ ଏଥିପାଇଁ କରାଯାଇଥାଏ କାରଣ ଏହା ଆମର କେଶର ମୂଳକୁ ଶକ୍ତିଶାଳୀ କରିଥାଏ। ଏହାଛଡା କେଶ ଝଡ଼ିବା ବନ୍ଦ କରିବା ଏବଂ ଧଳା କେଶକୁ କଳା କରିବାରେ ସାହାଯ୍ୟ କରିଥାଏ। ଏହି ଉପଚାର ପ୍ରସ୍ତୁତ ପାଇଁ ଏଥିରେ ଆପଣ ଦୁଇ ଚାମଚ ମେଥି ଦାନାର ପ୍ରୟୋଗ କରି ପାରିବେ।
ବର୍ତ୍ତମାନ ଦୁଇଟି ସାମଗ୍ରୀକୁ ଏକ ମିନିଟ ପର୍ଯ୍ୟନ୍ତ ସୋରିଷ ତେଲରେ ଭଲ ଭାବରେ ମିଶାଇ ଦିଅନ୍ତୁ। ଏହା ହାଲକା ଗରମ ହୋଇଯିବା ପରେ ଏଥିପାଇଁ ଆପଣଙ୍କୁ ଆବଶ୍ୟକ ଚତୁର୍ଥ ଏବଂ ଶେଷ ସାମଗ୍ରୀ ହେଉଛି ମେହେନ୍ଦୀ ଗୁଣ୍ଡ। ମେହେନ୍ଦୀ ଗୁଣ୍ଡ ସ୍ଥାନରେ ଆପଣ ଚାହିଁଲେ ମେହେନ୍ଦୀ ପତ୍ରର ପ୍ରୟୋଗ କରି ପାରିବେ। ଯଦି ଆପଣଙ୍କ ବାଡ଼ି ଘରରେ ମେହେନ୍ଦୀ ଗୁଣ୍ଡ ଅଛି ତେବେ ଆପଣ ଏହି ଉପଚାର ପାଇଁ ମେହେନ୍ଦୀ ପତ୍ରର ପ୍ରୟୋଗ କରନ୍ତୁ। ମେହେନ୍ଦୀ ଆମର ଧଳା କେଶକୁ କଳା କରିବା ପାଇଁ କେତେ ଲାଭଦାୟକ ଏହା ଆପଣ ସମସ୍ତେ ଜାଣନ୍ତି। ଏହାଛଡା ଏହା ଆମ କେଶର ମୂଳକୁ ଶକ୍ତ କରିଥାଏ ଏବଂ କେଶରେ ଚମକ ଆଣିଦେଇଥାଏ।ଏହି ଉପଚାରକୁ ବାନାଇବା ପାଇଁ ଆପଣ ଏଥିରେ ଦୁଇ ଚାମଚ ମେହେନ୍ଦିର ପ୍ରୟୋଗ କରନ୍ତୁ।
ବର୍ତ୍ତମାନ ଆପଣଙ୍କ ଗ୍ୟାସକୁ ମଧ୍ୟମ ଫ୍ଲେମ କରି ଏହି ମିଶ୍ରଣକୁ ୫ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଗରମ କରି ନିଅନ୍ତୁ। ସମସ୍ତ ସାମଗ୍ରୀକୁ ତେଲରେ ମିଶି ଯିବାକୁ ଛାଡି ଦିଅନ୍ତୁ। ପାଞ୍ଚ ମିନିଟ ପର୍ଯ୍ୟନ୍ତ ଏହାକୁ ଭଲ ଭାବରେ ଗୋଲାଇବା ଜାରି ରଖନ୍ତୁ। ପାଞ୍ଚ ମିନିଟ ଫୁଟିବା ପରେ ଆପଣ ଏହି ତେଲରେ ଯେଉଁ ସମସ୍ତ ସାମଗ୍ରୀ ମିଶାଇ ଥିଲେ ସେସବୁର ପୋଷକ ତତ୍ତ୍ୱ ଏହି ଭଲ ଭାବରେ ମିଶି ଯାଇଥିବ। ବର୍ତ୍ତମାନ ଏହାକୁ ଘୋଡାଇ ଦେଇ ଏକ ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ। ଏକ ଘଣ୍ଟା ପରେ ଏକ ଛାଂକିଣି ସାହାଯ୍ୟରେ ଏହି ତେଲକୁ ଗୋଟିଏ ପତ୍ରକୁ ଛାଣି ନିଅନ୍ତୁ। ରହିଯାଇଥିବା ଖଦଡ଼ାକୁ ମଧ୍ୟ ଆପଣ ପେଷ୍ଟ ତିଆରି କରି ଆପଣଙ୍କ କେଶରେ ପ୍ରୟୋଗ କରି ପାରିବେ। ଆପଣ ଏହି ତେଲକୁ କୌଣସି କାଚ ପାତ୍ରରେ ଭରି ଦୁଇରୁ ତିନି ମାସ ରଖି ପାରିବେ।
ପ୍ରୟୋଗ ବିଧି:
ଏହାର ପ୍ରୟୋଗ ପୂର୍ବରୁ ଆପଣ ଏହାକୁ ହାଲକା ଗୋଳାଇ ଦିଅନ୍ତୁ। ଆପଣଙ୍କ କେଶ ଅନୁପାତରେ ତେଲ ନେଇ ନିଜ କେଶ ମୂଳରେ ଭଲ ଭାବରେ ୫ ମିନିଟ ପର୍ଯ୍ୟନ୍ତ ମାଲିଶ କରି ନିଅନ୍ତୁ। ରାତିରେ ଏହି ତେଲକୁ ଲଗାଇ ସକାଳୁ କୌଣସି ଆୟୁର୍ବେଦ ସେମ୍ପୁ ସାହାଯ୍ୟରେ ଏହି କେଶକୁ ଧୋଇ ପାରିବେ। ନହେଲେ ଆପଣ ଏହାକୁ ଲଗାଇ ଦୁଇଘଣ୍ଟା ପରେ ସାମ୍ପୁ ସାହାଯ୍ୟରେ ମୁଣ୍ଡ ଧୋଇ ପାରିବେ। ସପ୍ତାହରେ ତିନି ଥର ଏହି ତେଲର ପ୍ରୟୋଗ କରି ପାରିବେ। ଯଦି ଆପଣଙ୍କ କେଶ ଧଳା ଅଛି ତେବେ ଆପଣ ଏହାକୁ ପ୍ରତିଦିନ ପ୍ରୟୋଗ କରି ପାରିବେ।