ସିବ୍ବଲଙ୍କ ପରେ ବର୍ତ୍ତମାନ ପଲଟିଗଲେ ଆଜାଦ, କହିଲେ- ରାହୁଲ ଗାନ୍ଧୀ କହିନାହାନ୍ତି ଯେ ଚିଠି ବିଜେପି ସହିତ ମିଶି ଲେଖା ଯାଇଛି।

କଂଗ୍ରେସର ଶୀର୍ଷ ନେତୃତ୍ୱରେ ପରିବର୍ତ୍ତନର ଦାବି ମଧ ସୋମବାର ଦିନ କାର୍ଯ୍ୟକାରୀ କମିଟିର ବୈଠକ ହୋଇଛି। ବୈଠକରେ ରାହୁଲ ଗାନ୍ଧୀ ୨୩ ଜଣ ନେତାଙ୍କ ଦ୍ୱାରା ଲିଖିତ ଚିଠିକୁ ନେଇ ବହୁତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାହୁଲ ଗାନ୍ଧୀ ଏହି ଚିଠିର ସମୟକୁ ନେଇ କିଛି ପ୍ରଶ୍ନ ଉଠାଇଥିଲେ। ରାହୁଲ କହିଥିଲେ, ନେତୃତ୍ୱରେ ପରିବର୍ତ୍ତନର ଦାବି ଏମିତି ସମୟରେ କାହିଁକି କରାଗଲା, ଯେତେବେଳେ ସୋନିଆ ଗାନ୍ଧୀଙ୍କୁ ଏମ୍ସ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।

ରାହୁଲ କହିଲେ ଏମିତି ସମୟକୁ ହିଁ ବିଶେଷ ଭାବରେ ଚୟନ କରାଗଲା ଯେତେବେଳେ ପାର୍ଟି ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଯୁଦ୍ଧ ଲଢ଼ୁଥିଲା। ରାହୁଲ ଗାନ୍ଧୀ କହିଲେ, ଯେଉପରି ଭାବରେ ଚିଠିଟିକୁ ପ୍ରଘଟ କରାଗଲା ସେଥିରେ ସେ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି। କେବଳ ଏତିକି ନୁହେଁ ସେ ଚିଠି ଲେଖିଥିବା ନେତା ମାନଙ୍କ ଉପରେ ବିଜେପି ସହିତ ହାତ ମିଳାଇଥିବାର ଆରୋପ ମଧ୍ୟ ଲଗାଇଥିଲେ। ଏହା ଉପରେ ଗୁଲାମ ନବୀ ଆଜାଦ ଏବଂ କପିଲ ସିବ୍ବଲ ନିଜ ନିଜର ପ୍ରତିକ୍ରିୟା ପ୍ରଦର୍ଶନ କରି ଉତ୍ତର ଦେଇଥିଲେ।

ଆରୋପ ସଠିକ ପ୍ରମାଣିତ ହେଲେ ଇସ୍ତଫା ଦେଇ ଦେବି-ଆଜାଦ:

ରାହୁଲଙ୍କ ଆରୋପ ଗୁଡିକ ଉପରେ ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ କହିଥିଲେ, ଯଦି ବିଜେପି ସହିତ ହାତ ମିଶାଇବାର ଆରୋପ ସଠିକ ପ୍ରମଣିତ ହୋଇଯାଏ ତେବେ ସେ ନିଜର ସମସ୍ତ ପଦବୀରୁ ଇସ୍ତଫା ଦେଇ ଦେବେ। ମାତ୍ର କିଛି ସମୟ ପରେ ଗୁଲାମ ନବୀ ନିଜର କଥାରୁ ମୁକୁଳି ଯାଇ କହିଲେ, ରାହୁଲ ବୈଠକରେ କିମ୍ବା ବାହାରେ ଏହା କହି ନାହାନ୍ତି ଯେ ଚିଠି ବିଜେପି ସହିତ ମିଶିକରି ଲେଖାଯାଇଛି।

କପିଲ ସିବ୍ବଲ ଉଠାଇଥିଲେ ପ୍ରଶ୍ନ, ପୁଣି ଫେରାଇ ନେଲେ ଟ୍ୱିଟ:

କପିଲ ସିବ୍ବଲ ଟ୍ୱିଟ କରି କହିଥିଲେ, ରାହୁଲ ଗାନ୍ଧୀ କହୁଛନ୍ତି ଯେ ଆମେ ସମସ୍ତେ ବିଜେପି ସହିତ ମିଳିତ ହୋଇ ଯାଇଛୁ। ସେ ଆଗକୁ ଲେଖିଥିଲେ, ରାଜସ୍ଥାନ ଉଚ୍ଚ ନ୍ୟାୟାଳୟରେ କଂଗ୍ରେସର ପକ୍ଷ ରଖାଯାଇଥିଲା। ମଣିପୁରରେ ପକ୍ଷ ରଖାଗଲା। ୩୦ ବର୍ଷର ରାଜନୀତିରେ କେବେହେଲେ ସେ ବିଜେପି ପକ୍ଷରେ ଏକ ବୟାନ ଦେଇ ନାହାନ୍ତି। ଏତେ ପରେ ମଧ୍ୟ କୁହାଯାଉଛି ଆମେ ବିଜେପି ସହିତ ହାତ ମିଳାଇଛୁ।

ରାହୁଲଙ୍କ ସହିତ ମୋର କଥା ହୋଇଛି- ସିବ୍ବଲ:

କପିଲ ସିବ୍ବଲ ଆଉ ଏକ ଟ୍ୱିଟ କରି କହଥିଲେ, “ରାହୁଲ ଗାନ୍ଧୀ ବ୍ୟକ୍ତିଗତ ଭାବରେ ସୂଚିତ କରିଛନ୍ତି ଯେ, ସେ ସେପରି କଥା ( ବିଜେପି ସହିତ ହାତ ମିଳାଇବା କଥା) କେବେହେଲେ କହି ନାହାନ୍ତି, ଯେଉଁଥିପାଇଁ ତାଙ୍କୁ ଦାୟୀ କରାଯାଉଛି। ଏଥିପାଇଁ ମୁଁ ମୋର ଟ୍ୱିଟ ଫେରାଇ ନେଉଛି”।

ନିଜ ପଦବୀ ଛାଡିବାର ପ୍ରସ୍ତାବ ଦେଲେ ସୋନିଆ:

ନ୍ୟୁଜ ଏଜେନ୍ସି ପିଟିଆଇ ମୁତାବକ, ସୋନିଆ ଗାନ୍ଧୀ ବୈଠକରେ ଅନ୍ତରିମ ଅଧ୍ୟକ୍ଷ ପଦବୀ ଛାଡିବାର ପ୍ରସ୍ତାବ ରଖିଥିଲେ। ସୋନିଆ ପାର୍ଟିରୁ ନୂତନ ଅଧ୍ୟକ୍ଷ ଚୟନ କରିବାର ପ୍ରକ୍ରିୟା ଆରମ୍ଭ କରିବାକୁ କହିଛନ୍ତି। ସେହିପରି ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ତାଙ୍କ ପଦରେ ରହିବାକୁ ନିବେଦନ କରିଥିଲେ।

୨୩ ଜଣ ନେତା ପତ୍ର ଲେଖି ନେତୃତ୍ବ ପରିବର୍ତ୍ତନ କରିବାର କଥା କହିଥିଲେ:

କୁହାଯାଉଛି ଯେ, ରାଜ୍ୟସଭାରେ ନେତା ପ୍ରତିପକ୍ଷ ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ପୂର୍ବ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡା, ପୃଥ୍ଵୀରାଜ ଚହ୍ୱାନ, ରାଜିନ୍ଦର କୌର ଭଟ୍ଟଲ, ପୂର୍ବ ମନ୍ତ୍ରୀ ମୁକୁଲ ବାସନିକ, କପିଲ ସିବ୍ବଲ, ଏମ ବୀରପ୍ପା ମୋଇଲି, ଶଶି ଥରୁର, ସାଂସଦ ମନୀଷ ତିୱାରୀ, ପୂର୍ବ ସାଂସଦ ମିଳିନ୍ଦ ଦେୱଡ଼ା, ଜିତିନ ପ୍ରସାଦ, ସନ୍ଦିପ ଦୀକ୍ଷିତ ଯେମିତି ୨୩ ଜଣ ନେତା ଏକ ପତ୍ର ଉପରେ ହସ୍ତାକ୍ଷର କରିଛନ୍ତି। ଏହି ପତ୍ରରେ କୁହାଯାଇଛି ଯେ, କଂଗ୍ରେସକୁ ଏକ ପୂର୍ଣ୍ଣକାଲିକ ଅଧ୍ୟକ୍ଷ ମିଳିବା ଆବଶ୍ୟକ ଯିଏ ଭୂମି ଉପରେ ସକ୍ରିୟ ରହିବ। ଏଥିରେ କୁହାଯାଇଛି ଯେ, ଅଧ୍ୟକ୍ଷ କଂଗ୍ରେସ ମୁଖ୍ୟାଳୟ ଏବଂ ପ୍ରଦେଶ କମିଟି କାର୍ଯ୍ୟାଳୟରେ ଉପଲବ୍ଧ ହୋଇପାରିବ।

ଦୁଇ ଭାଗରେ ବିଭଜିତ ହେଲା କଂଗ୍ରେସ:

ପାର୍ଟି ନେତୃତ୍ୱ ଏବଂ ସଂଗଠନ ପରିବର୍ତ୍ତନର ମୁଦ୍ଦା ଉପରେ କଂଗ୍ରେସ ବିଭଜିତ ହେଉଥିବାର ନଜର ଆସୁଛି। ଯେଉଁଠାରେ ଆଉ ଗୋଟିଏ ପାର୍ଟିର କେତେକ ନେତା ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କୁ ନେତୃତ୍ୱ ଦେବାକୁ ଦାବି କରିଛନ୍ତି। ସେପଟେ ୫ ପୂର୍ବ ମୁଖ୍ୟମନ୍ତ୍ରୀ ମାନଙ୍କ ସମେତ ୨୩ ଜଣ ନେତା ପତ୍ର ଲେଖି ସ୍ଥାନୀୟ ନେତୃତ୍ୱର ଦାବି କରିଛନ୍ତି। ସେହିପରି ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏବଂ ପାର୍ଟିର କେତେକ ନେତା ଖୋଲାଖୋଲି ଭାବରେ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ନେତୃତ୍ୱ ଉପରେ ବିଶ୍ୱାସ ଦେଖାଇଛନ୍ତି।

Leave a Reply

Your email address will not be published. Required fields are marked *