ମୁସଲିମ ଝିଅକୁ ଅନ୍ୟ ଧର୍ମର ପୁଅ ସହିତ ହୋଇଗଲା ପ୍ରେମ, ପିଉସୀ ଓ କକା ମିଶି ଦେଲେ ଭୟଙ୍କର ଶାସ୍ତି।

ପ୍ରେମରେ ମଣିଷ ଜାତି ଧର୍ମ ଦେଖିନଥାଏ। ବିଶେଷ କରି ଯୁବ ପିଢିରେ ହୋଇଥିବା ପ୍ରେମ କେବଳ ସାମ୍ନା ଲୋକର ପ୍ରେମପୂର୍ଣ୍ଣ କଥା ଶୁଣି ହିଁ ଆକର୍ଷିତ ହୋଇଯାଇଥାନ୍ତି। କିନ୍ତୁ ଯେତେବେଳେ ପରିବାରର ବଡ଼ ଲୋକଙ୍କ ଦୃଷ୍ଟିରୁ ଏହି ପ୍ରେମକୁ ଦେଖାଯାଇଥାଏ ସେତେବେଳେ ଏଥିରେ ଅନେକ ପ୍ରକାରର ପ୍ରତିବନ୍ଧକ ଶାମିଲ ରହିଥାଏ। ଏଥିରେ ସବୁଠୁ ବଡ଼ ପ୍ରତିବନ୍ଧ ହୋଇଥାଏ ଧର୍ମ। ଯଦି ଆପଣଙ୍କୁ ଲାଗୁଥାଏ କେବଳ ଭାରତରେ ହିଁ ପ୍ରେମ ସମ୍ପର୍କ ଉପରେ ଧର୍ମର ତରବାରୀ ଝୁଲୁଥାଏ ତେବେ ଆପଣ ସମ୍ପୂର୍ଣ୍ଣ ଭୁଲ ଅଟନ୍ତି।

ନିକଟରେ ହିଁ ଏମିତି ଏକ ଘଟଣା ଫ୍ରାନ୍ସରୁ ସାମ୍ନାକୁ ଆସିଛି, ଯେଉଁଠାରେ ଏକ ୧୭ ବର୍ଷୀୟ ଝିଅକୁ ତାଙ୍କ ପରିବାର ଲୋକ ଅନ୍ୟ ଧର୍ମର ପୁଅକୁ ପ୍ରେମ କରିବାର ଏମିତି ଏକ ଶାସ୍ତି ଦେଇଛନ୍ତି ଯେ ଯାହା ଏକ ଝିଅ ପାଇଁ ବହୁତ ବଡ଼ ଅଟେ। ଝିଅଟିର ଭୁଲ କେବଳ ଏତିକି ଥିଲା ଯେ, ସେ ମୁସଲିମ ହୋଇ ଅନ୍ୟ ଧର୍ମର ପିଲାକୁ ପ୍ରେମ କରି ବସିଥିଲେ। ଦୁଇଜଣଙ୍କ ଉପରେ ପ୍ରତିବନ୍ଧ ଲଗାଯାଇଥିଲା ମଧ୍ୟ ଦୁଇଜଣଙ୍କ ପ୍ରେମ ଶେଷ ହୋଇ ନଥିଲା। ଏହାପରେ ଝିଅଟିକୁ ଦିଆଗଲା ଏପରି ଭୟଙ୍କର ଶାସ୍ତି।

ଘଟଣାଟି ଫ୍ରାନ୍ସର ବେସନକୋଂ ସହରରୁ ସାମ୍ନାକୁ ଆସିଛି। ଏଠାରେ ଏକ ଵିଲଡିଂରେ ରହୁଥିବା ୧୭ ବର୍ଷର ମୁସଲିମ ଝିଅକୁ ନିଜ ଆପାର୍ଟମେଂଟରେ ରହୁଥିବା ଇସାଇ ପୁଅ ସହିତ ପ୍ରେମ ହୋଇଯାଇଥିଲା। ଦୁଇଜଣ ବହୁତ ସମୟରୁ କଥାବାର୍ତ୍ତା କରୁଥିଲେ। ସବୁକିଛି ଠିକ ଚାଲୁଥିଲା ଅଚାନକ ଝିଅର ପରିବାର ଲୋକଙ୍କୁ ଏବିଷୟରେ ଖବର ମିଳିଗଲା।

ଘରଲୋକ ଝିଅର ମୋବାଇଲ ଛଡାଇ ନେଇଥିଲେ। ଯାହାଦ୍ୱାରା ଦୁଇଜଣ ଆଉ କଥା ହୋଇପାରିବେ ନାହିଁ। ମାତ୍ର ଏହା ହୋଇନଥିଲା, ଦୁଇଜଣ ଚାରି ଦିନ ପାଇଁ ଘରୁ ପଳାଇ ଯାଇଥିଲେ। କିନ୍ତୁ ୪ ଦିନ ପରେ ସେମାନେ ଘରକୁ ଫେରି ଆସିଥିଲେ। ଯାହାପରେ ଘର ଲୋକ ଝିଅକୁ ବହୁତ ପିଟି ଥିଲେ।

ଝିଅଟିକୁ ଦୟନୀୟ ଭାବରେ ମାଡ଼ ମାରିବା ପରେ ଘରଲୋକ ମାନେ ସମସ୍ତ ସୀମା ଟପି ଯାଇଥିଲେ। ଝିଅଟିକକା ଏବଂ ପିଉସୀ ଝିଅର ମୁଣ୍ଡରୁ ସମସ୍ତ ବାଳ କାଟି ତାଙ୍କୁ ନଣ୍ଡା କରିଦେଇଥିଲେ। ପ୍ରେମର ଶାସ୍ତି ଘର ଲିକ ମାନେ ଝିଅକୁ ନଣ୍ଡା କରି ଦେଇଥିଲେ।

ଘଟଣାଟି ପୋଲିସ ପର୍ଯ୍ୟନ୍ତ ପହଞ୍ଚିଥିଲା ଏବଂ ଏହାପରେ ନ୍ୟୁଜ, ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା। ଫ୍ରାନ୍ସର ଇଣ୍ଟେରୀୟର ମିନିସ୍ଟର ଗେରାଲ୍ଡ ଦରମାନୀ ଟ୍ୱିଟରରେ ଏବିଷୟରେ ଚର୍ଚ୍ଚା କରିଥିଲେ। ପ୍ରେମର ଏପରି ଶାସ୍ତି ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଅଟେ।

ପୋଲିସ ଏହି ଘଟଣାରେ ଝିଅର ମାତାପିତା, କକା ଏବଂ ପିଉସୀଙ୍କୁ ଗିରଫ କରି ନେଇଛି। ମନ୍ତ୍ରୀଙ୍କ ଟ୍ୱିଟ ପରେ ପୋଲିସ ଏହି ଘଟଣାକୁ ନେଇ ଅଧିକ ଗମ୍ଭୀର ହୋଇଯାଇଛି। ଏଥିସହିତ ଖୁବଶୀଘ୍ର ଆରୋପିଙ୍କୁ ଶାସ୍ତି ଦେବା ପାଇଁ ଚେଷ୍ଟାରେ ଲାଗି ପଡିଛି।

ଝିଅକୁ ବର୍ତ୍ତମାନ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଝିଅର ଶରୀରରେ ଅନେକ କ୍ଷତ ଚିହ୍ନ ମିଳିଛି। ଯେତେବେଳେ ପୋଲିସ ତାଙ୍କ ଘରେ ପହଞ୍ଚିଥିଲା ଝିଅର ଖୁଡି ତାଙ୍କୁ ଗୋଟିଏ ରୁମରେ ଲୁଚାଇ ଦେଇଥିଲେ। କିନ୍ତୁ ପୋଲିସ ତାଙ୍କୁ ଖୋଜି ବାହାର କରିବା ପରେ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।

ସୂଚନାଯୋଗ୍ୟ ଯେ, ଫ୍ରାନ୍ସରେ ଝିଅ ମାନଙ୍କୁ ନଣ୍ଡା କରାଯିବାର ଶାସ୍ତି ବହୁ ଆଗରୁ ଦିଆଯାଇ ଆସୁଛି। ଏଠାରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରୁ ହିଁ ଏମିତି ମହିଳା ଯେଉଁମାନେ ନାଜି ମାନଙ୍କ ସହିତ ସମ୍ବନ୍ଧ ରଖୁଥିଲେ ସେମାନଙ୍କୁ ନଣ୍ଡା କରିଦିଆ ଯାଉଥିଲା।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *