ମହାରାଷ୍ଟ୍ରରେ ଏକ ବଡ଼ ଧରଣର ଦୁର୍ଘଟଣା ହୋଇଯାଇଛି। ସୋମବାର ଦିନ ସନ୍ଧ୍ୟାରେ ମହାରାଷ୍ଟ୍ର ସ୍ଥିତ ରାୟଗଢ଼ ଜିଲ୍ଲାର ମହାଡ଼ରେ ଏକ ପାଞ୍ଚ ମହଲା ବିଶିଷ୍ଟ କୋଠା ଭୁଷୁଡି ପଡିଛି। କୋଠାର ଭାଙ୍ଗିଥିବା ଅଂଶ ଗୁଡିକ ମଧ୍ୟରେ ୫୦ ଲୋକଙ୍କର ଫସି ରହିଥିବାର ଆଶଙ୍କା ଜାହିର କରାଯାଇଛି। ତେବେ ବାସ୍ତବିକ ସଂଖ୍ୟା ଜଣା ନଥିବା ବେଳେ ଏହି ଘଟଣାଟି କାଜଲପୁରା ଅଞ୍ଚଳର ବୋଲି କୁହାଯାଉଛି। ବର୍ତ୍ତମାନ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଇଛି। କୋଠାର ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ବାହାର କରିବା ପାଇଁ ଚେଷ୍ଟା କରାଯାଉଛି।
ପ୍ରାରମ୍ଭିକ ସୂଚନା ମୁତାବକ ରାୟଗଢ଼ ଜିଲ୍ଲାରେ ମହାଡ଼ ସହରର ତାରିକ ଗାର୍ଡେନ ନାମକ ଏହି ପାଞ୍ଚ ମହଲା ବିଶିଷ୍ଟ କୋଠା ଭୁଷୁଡି ପଡିବାରୁ ପାଖାପାଖି ୫୦ ଲୋକଙ୍କର ପୋତି ହୋଇଯାଇଥିବାର ଆଶଙ୍କା ଜାହିର କରାଯାଉଛି। ତେବେ ପୋତି ହୋଇଥିବା ଲୋକଙ୍କ ବସ୍ତାବିକ ସଂଖ୍ୟା ଜଣା ପଡିନଥିବା ବେଳେ ଏହାର ସଂଖ୍ୟା ଅଧିକ ହୋଇଥାଇ ପାରେ ବୋଲି ଅନୁମାନ କରାଯାଇଛି। ବର୍ତ୍ତମାନ ସମୟରେ ଘଟଣାସ୍ଥଳରେ ପର୍ଯ୍ୟାପ୍ତ ଉଦ୍ଧାରକାରୀ ଦଳ ସହିତ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ମଧ୍ୟ ପହଞ୍ଚି ଯାଇଛନ୍ତି।
CM Uddhav Balasaheb Thackeray spoke to MLA @BharatGogawale and Collector Nidhi Chaudhary to inquire about the building collapse in Mahad. He has assured them that all possible support will be extended for speedy rescue & relief works.
— CMO Maharashtra (@CMOMaharashtra) August 24, 2020
ଘଟଣାର ଗମ୍ଭୀରତାକୁ ଲକ୍ଷ୍ୟ କରି ପୁନେରୁ The National Disaster Response Force (NDRF)ର ତିନି ଗୋଟି ଦଳ ଆସି ଘଟଣାସ୍ଥଳରେ ପହଞ୍ଚି ଯାଇଛନ୍ତି। ଏହି ପାଞ୍ଚ ମହଲା କୋଠାରେ ପୋତି ରହିଥିବା ଲୋକଙ୍କ ମଧ୍ୟରୁ ୨୨ ଜଣଙ୍କୁ ଉଦ୍ଧାର କରାଯାଇ ସାରିଛି। ତେବେ ପ୍ରଶ୍ନ ଉଠୁଛି ଯେ, କୋଠାଟି ନୂତନ ହୋଇଥିବା ବେଳେ ଏଥିରେ କେବଳ ୪/୫ ମହଲା ତିଆରି କରାଯାଇଥିଲା ତେବେ ଏହା କିପରି ଅଚାନକ ଭୁଷୁଡି ପଡିଲା।
The collapse of a building in Raigad, Maharashtra is very tragic. Have spoken to DG @NDRFHQ to provide all possible assistance, teams are on the way and will be assisting with the rescue operations as soon as possible. Praying for everyone’s safety.
— Amit Shah (@AmitShah) August 24, 2020
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |