ବଡ଼ ଖୁଲାସା, ସୁଶାନ୍ତଙ୍କ ସହିତ ହତ୍ୟା କରାଯାଇଥିଲା ଆଉଜଣେ ନାବାଳିକାଙ୍କୁ, ରିୟାଙ୍କ ପର୍ଦାଫାସ।

ସୁଶାନ୍ତଙ୍କ ଘରେ ଆଉଜଣେ କିଏ ଥିଲେ ତାହା ବର୍ତ୍ତମାନ ସାମ୍ନାକୁ ଆସିଯାଇଛି। ସେ ଜଣେ ନାବାଳିକା ଯୁବତୀ ଥିଲେ। ଏନେଇ ଏକ ପୋଷ୍ଟ ଭାଇରାଲ ହୋଇଛି ଯେଉଁଥିରେ କୁହାଯାଇଛି ଯେ, ଦିଶା ସାଲିୟାନ ଯେଉଁ ପାର୍ଟିକୁ ଯାଇଥିଲେ ତାହା ଏକ ବଡ଼ ପାର୍ଟି ଥିଲା ଯେଉଁଥିରେ ବଲିଉଡର ବଡ଼ ତାରକାଙ୍କ ଠାରୁ ଆରମ୍ଭ କରି ବଲିଉଡ ମାଫିଆ ଆସିଥାନ୍ତି। ଏମାନଙ୍କୁ ମନୋରଞ୍ଜନ କରିବା ପାଇଁ ୧୮ ବର୍ଷରୁ କମ ନାବାଳିକା ଯୁବତୀ ମାନଙ୍କୁ ଡ଼କାଯାଇଥାଏ।

ଯେତେବେଳେ ଦିଶା ଜାଣିବାକୁ ପାଇଥିଲେ ଏହି ଝିଅ ମାନେ ନାବାଳିକା ଅଟନ୍ତି କିମ୍ବା ସୁଶାନ୍ତଙ୍କ ଏନଜିଓରୁ ଅଟନ୍ତି ସେତେବେଳେ ସେ ତାଙ୍କୁ ବଞ୍ଚାଇବାକୁ ଯାଇ ସୁଶାନ୍ତଙ୍କ ଘରେ ଲୁଚାଇ ଦିଅନ୍ତି। ଦିଶାଙ୍କ ଏସବୁ ଜାଣିଯିବା ଏବଂ ସୁଶାନ୍ତଙ୍କୁ ଜଣାଇବା ବିଷୟରେ ସେମାନଙ୍କୁ ସୂଚନା ମିଳିବା ପରେ ଦିଶାଙ୍କୁ ରାସ୍ତାରୁ ହଟାଇ ଦିଆଯାଇଥିଲା। ଏହାପରେ ସୁଶାନ୍ତ ଏବଂ ତାଙ୍କ ଘରେ ଲୁଚି ରହିଥିବା ନାବାଳିକାଙ୍କ ସହିତ ମଧ୍ୟ ହୋଇଥିଲା। ନାବାଳିକା ଜଣକ ସୁଶାନ୍ତ ଚଳାଇଥିଲେ। ଝିଅଟିର ବୟସ ୧୫/୧୬ ବର୍ଷ ହେବ। ମୁମ୍ବାଇର ଏକ ସ୍ଥାନରୁ ତାଙ୍କ ଶବ ମଧ୍ୟ ଉଦ୍ଧାର କରାଯାଇଛି। ଏହି ନାବାଳିକା ଜଣକ ସୁଶାନ୍ତଙ୍କ NGOରେ କାମ କରୁଥିଲେ।

ତେବେ ଏକ ୨୮ ସେକେଣ୍ଡର ଭାଇରାଲ ଭିଡ଼ିଓ ସବୁକିଛି ସ୍ପଷ୍ଟ କରିଦେଇଥିଲା ଯେଉଁଥିରେ ସୁଶାନ୍ତଙ୍କ ଶରୀରରକୁ ବ୍ୟସ୍ତତାର ସହିତ ହସ୍ପିଟାଲ ଭିତରକୁ ଶବ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା ଯେଉଁଠାରେ ତାଙ୍କ ମୃତଦେହ ବହୁତ ଲମ୍ବା ଦେଖା ଯାଉଥିଲା। ସୁଶାନ୍ତଙ୍କୁ ହସ୍ପିଟାଲ ନେଇଯିବା ପାଇଁ ଷ୍ଟ୍ରେଚର ଅଣାଯାଇଥିଲା ଯେଉଁ ଷ୍ଟ୍ରେଚରର ଲମ୍ବା ୭ ଫୁଟ ରହିଥିଲା। ସୁଶାନ୍ତଙ୍କ ଉଚ୍ଚତା ୫ ଫୁଟ ୧୧ ଇଞ୍ଚ ହୋଇଥିଲେ ମଧ୍ୟ ଷ୍ଟ୍ରେଚରରେ ସୁଶାନ୍ତଙ୍କ ଗୋଡ଼ ପାଖାପାଖି ୨ ଫୁଟ ବାହାରକୁ ରହିଥିଲା। ୭ ଫୁଟ ଲମ୍ବ ଷ୍ଟ୍ରେଚରରେ ସୁଶାନ୍ତଙ୍କ ଗୋଡ଼ ଦୁଇ ଫୁଟ ବାହାରିଥିଲା ତାହେଲେ କଣ ସୁଶାନ୍ତଙ୍କ ଉଚ୍ଚତା ୯ ଫୁଟ ଥିଲା!

ସେହି ଭିଡ଼ିଓରେ ଅଚାନକ ସୁଶାନ୍ତଙ୍କ ଉଚ୍ଚତା ବଢିଯିବା ସହିତ ତାଙ୍କୁ ଉଠାଇବା ପାଇଁ ୭ ଜଣ ଲୋକଙ୍କ ସହାୟତାର ନିଆଯାଇଥିବାର ଦୃଶ୍ୟ ମଧ୍ୟ ନଜରକୁ ଆସିଥିଲେ। ମୁଣ୍ଡ ଏବଂ ଗୋଡ଼ ସହିତ ମଝିରୁ ସୁଶାନ୍ତଙ୍କୁ ଅନେକ ଲୋକ ଧରି ରଖିଥିଲେ ଯେମିତି ଧଳା କପଡା ଭିତରୁ କିଛି ବାହାରି ପଡି ନଯାଉ। ତେବେ ଷ୍ଟ୍ରେଚରରେ ନିଆଯାଉଥିବା ସମୟରେ ସୁଶାନ୍ତଙ୍କ ଚାକର ଦିପେଶ ସାୱନ୍ତ ମଧ୍ୟ ନଜର ଆସିଥିଲେ ଯିଏ ପ୍ରଥମ ଦିନରୁ ହିଁ ସନ୍ଦେହ ଘେରରେ ରହିଛନ୍ତି। ଏହାଛଡା କୁପର ହସ୍ପିଟାଲରେ ଷ୍ଟ୍ରେଚରରେ ଯେଉଁ ହାତ ଦେଖା ଯାଉଥିଲା ତାହା ବହୁତ ଗୋରା ଏବଂ ଲୋମ ବିହୀନ ଦେଖାଯାଉଥିଲା। ପ୍ରଥମେ ଏହି ହାତ ସାମୁଏଲଙ୍କର ବୋଲି କୁହାଯାଉଥିଲା କାରଣ ସେ ନେପାଳୀ ଅଟନ୍ତି କିନ୍ତୁ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଯାଇଛି ଯେ ଏହା ଜଣେ ଝିଅର ହାତ ଥିଲା, ଯିଏକି ସୁଶାନ୍ତଙ୍କ NGOରେ କାମ କରି ଆସୁଥିଲେ।

ଏଥିସହିତ ରିୟା ଚକ୍ରବର୍ତ୍ତୀ ୧୪ ତାରିଖ ଦିନ ସୁଶାନ୍ତଙ୍କ ଟଙ୍କା ଥିବା ବ୍ୟାଙ୍କର ମ୍ୟାନେଜର ରାଧିକା ମେହେତାକୁ କଲ କରିଥିଲେ। ରାଧିକାଙ୍କ ସହିତ ଏକ ରୁ ଦେଢ଼ ଘଣ୍ଟା କଥା ହୋଇଥିଲେ ରିୟା। ବୋଧହୁଏ ରିୟା ଜାଣି ସାରିଥିଲେ ସୁଶାନ୍ତ ଆଉ ନାହାନ୍ତି ସେଥିପାଇଁ ଆଗରୁ ରାଧିକା ମେହେତାଙ୍କ ସହିତ କଥା ହୋଇଯାଇଥିଲେ ଏବଂ ସୁଶାନ୍ତଙ୍କ ଟଙ୍କା ଉଠାଇବାରେ ମଧ୍ୟ ରିୟାଙ୍କୁ ରାଧିକା ସାହାଯ୍ୟ କରିଥିବାର ସନ୍ଦେହ କରାଯାଉଛି। କେବଳ ରିୟା ନୁହନ୍ତି ଦିପେଶ ଏବଂ ସାମୁଏଲଙ୍କ ସହିତ ମଧ୍ୟ ରାଧିକାଙ୍କ କଣ୍ଟାକ୍ଟ ରହିଥିଲା।

ଯେଉଁ କାମ ମୁମ୍ବାଇ ପୋଲିସ ୨ ମାସରେ କରିପାରି ନଥିଲା ତାହା ସିବିଆଇ ୨ ଦିନରେ କରି ଦେଖାଇଛି। ସିବିଆଇ ପ୍ରଥମେ ନୀରଜଙ୍କୁ ୧୩ ଜୁନ ଦିନ କଣ ହୋଇଥିଲା ବୋଲି ପଚାରିଥିଲେ। ନୀରଜ ସେ ସମୟରେ କହିଥିଲେ ଯେ, ୧୩ ଜୁନ ଅପରାହ୍ନରେ ସୁଶାନ୍ତ ଖିଛୁଡ଼ି ଖାଇଥିଲେ, ରାତିରେ କେବଳ ଆମ୍ବ ଜୁସ ପିଇଥିଲେ। ପରଦିନ ୧୪ ଜୁନ ସକାଳୁ ଜଲଦି ଉଠି ଯାଇଥିଲେ ସୁଶାନ୍ତ ଏବଂ ନୀରଜ ଡଗି ଫଜକୁ ବାହାରୁ ବୁଲାଇ ଆଣିବା ପରେ ଥଣ୍ଡା ପାଣି ମାଗିଥିଲେ। ଏହାପରେ ସୁଶାନ୍ତ ନଡ଼ିଆ ପାଣି ଓ ଅନାର ଜୁସ ମଧ୍ୟ ପିଇଥିଲେ ପରେ ରୁମ ଭିତରକୁ ଯାଇ କବାଟ ବନ୍ଦ କରିଦେଇଥିଲେ। ଯେତେବେଳେ ସୁଶାନ୍ତ ନଡ଼ିଆ ପାଣି ଏବଂ ଜୁସ ନେଉଥିଲେ ସେତେବେଳେ ନୀରଜ ଓ ସୁଶାନ୍ତଙ୍କ ରୋଷେଆ କେଶବ ତଳ ଫ୍ଲୋରରେ ଥିଲେ। ସେମାନେ ତଳ ଫ୍ଲୋରରେ ଜଳଖିଆ କରୁଥିଲେ। ଉପର ଫ୍ଲୋରରେ ଦିପେଶ ଓ ସିଦ୍ଧାର୍ଥ ପୀଠନି ସୁଶାନ୍ତଙ୍କ ସାମ୍ନା ରୁମରେ ଥିଲେ।

ନୀରଜ ଏହା ମଧ୍ୟ କହିଛନ୍ତି ଯେ, ସେ ସିଦ୍ଧାର୍ଥଙ୍କୁ କହିଥିଲେ ସୁଶାନ୍ତ ସାର କବାଟ ଖୋଲୁ ନାହାନ୍ତି ତୁମେ ତାଙ୍କୁ କଲ କର। ନୀରଜଙ୍କ ବହୁତ ଥର କହିବା ପରେ ହିଁ ସିଦ୍ଧାର୍ଥ ତାଙ୍କୁ କଲ ଲଗାଇଥିଲେ। ସୁଶାନ୍ତ ଫୋନ ନଉଠାଇବାରୁ ତାଙ୍କୁ ଦ୍ଵିତୀୟ ଥର ପାଇଁ କଲ ମଧ୍ୟ କରି ନଥିଲେ ସିଦ୍ଧାର୍ଥ।

ସେପଟେ ସିଦ୍ଧାର୍ଥ ପୀଠନି ସିବିଆଇ ପଚରା ଉଚରା ସମୟରେ କହିଥିଲେ ଯେ, ଯେତେବେଳେ ସୁଶାନ୍ତ ତାଙ୍କ କବାଟ ବନ୍ଦ କରି ନେଇଥିଲେ ସେତେବେଳେ ସେ ତଳ ଫ୍ଲୋରରେ ଥିଲେ କିନ୍ତୁ ସେହି ସ୍ଥିତିରେ ଚାକର ନୀରଜଙ୍କ ବୟାନ ଠିକ ଏହାର ଓଲଟା ଥିଲା। ସିଦ୍ଧାର୍ଥ ଏହାମଧ୍ୟ କହିଥିଲେ ଯେତେବେଳେ ସୁଶାନ୍ତ କଲ ଉଠାଇ ନଥିଲେ ସେତେବେଳେ ସୁଦ୍ଧାର୍ଥ ତୁରନ୍ତ ତାଙ୍କୁ କଲ ଲଗାଇଥିଲେ। ସୁଶାନ୍ତଙ୍କ ଫୋନ ନଉଠାଇବାରୁ ସେ ସଙ୍ଗେ ସଙ୍ଗେ ସୁଶାନ୍ତଙ୍କ ଭଉଣୀ ନୀରଜଙ୍କୁ କଲ କରିଥିଲେ। ଏଥିରେ ମଧ୍ୟ ନୀରଜ ଏବଂ ସିଦ୍ଧାର୍ଥଙ୍କ ବୟାନରେ ସମ୍ପୂର୍ଣ୍ଣ ଅନ୍ତର ଦେଖୁବାକୁ ମିଳିଥିଲା।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *