ସୁଶାନ୍ତ ସିଂ ରାଜପୁତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସହିତ ସେହି ସମୟର ଯେଉଁ ଭିଡ଼ିଓ ଏବଂ ଫୋଟୋ ଚିତ୍ର ଉଠାଯାଇଥିଲା ସେସବୁକୁ ଏମ୍ସର ଚେୟାରମ୍ୟାନ ମାଗିଛନ୍ତି। ଏମ୍ସର ଡାକ୍ତର ଏବଂ ଚେୟାରମ୍ୟାନଙ୍କ ଦ୍ଵାରା ଶବ ବ୍ୟବଚ୍ଛେଦ ରିପୋର୍ଟର ପୁନଃ ପରୀକ୍ଷଣ କରାଯିବ। ଏହି ପରୀକ୍ଷଣ ସମୟରେ ରିପୋର୍ଟ ଠାରୁ ଆରମ୍ଭ କରି ଭିଡ଼ିଓ ଏବଂ ଫୋଟୋ ପର୍ଯ୍ୟନ୍ତ ସମସ୍ତ ପ୍ରମାଣର ଆବଶ୍ୟକ ପଡିବ। ଏହି ପରୀକ୍ଷଣ ସମୟରେ ଯଦି କୌଣସି ଗଡ଼ବଡ଼ ରହିଥିବ ତେବେ ଏହା ସାମ୍ନାକୁ ଆସିଯିବ।
ସନ୍ଦିପ ସିଂ ପ୍ରତ୍ୟେକ ଦିନ କିଛି ନୂତନ ତଥ୍ୟକୁ ନେଇ ସନ୍ଦେହ ଘେରରେ ଆସି ଯାଉଛନ୍ତି। ଗୋଟିଏ ଦିନ ପୂର୍ବରୁ ଆଙ୍ଗୁଠି ଦେଖାଇବାକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଗତକାଲି ଜଣା ପଡିଥିଲା ସୁଶାନ୍ତଙ୍କ ଆଧାର କାର୍ଡ ଏବଂ PAN କାର୍ଡ ସନ୍ଦିପଙ୍କ ପାଖରେ ରହିଛି। ଆଗରୁ ଖବର ଏହା ରହିଥିଲା ଯେ, ସନ୍ଦିପ ଏକ ବର୍ଷ ହେବ ସୁଶାନ୍ତଙ୍କ ସହିତ ଭେଟ କରି ନଥିଲେ, ଏବଂ ସେହିଦିନ ସୁଶାନ୍ତଙ୍କ ଘରକୁ ଆସିଥିଲେ ଯେଉଦିନ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା। ତେବେ ଯଦି ଏକ ବର୍ଷ ହେବ ସୁଶାନ୍ତଙ୍କୁ ଭେଟ ହିଁ କରି ନଥିଲେ ସନ୍ଦିପ ତେବେ ତାଙ୍କ ପାଖରେ ସୁଶାନ୍ତଙ୍କ ଆଧାର କାର୍ଡ PAN କାର୍ଡ଼ ମିଳିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି।
ବର୍ତ୍ତମାନ ସିବିଆଇ ଖାଦ୍ୟ ପ୍ରସ୍ତୁତ କରୁଥିବା ଚାକର, ନିରଜ ଏବଂ କୁପର ହସ୍ପିଟାଲର ଡାକ୍ତରଙ୍କୁ ମଧ୍ୟ ପଚରା ଉଚରା କରିବା ଆରମ୍ଭ କରିଦେଇଛନ୍ତି। ତେବେ ମିଷ୍ଟ୍ରି ଗାର୍ଲଙ୍କ ବିଷୟରେ ଆଉ ଏକ ରହସ୍ୟ ଖୋଲିଯାଇଛି। ମିଷ୍ଟ୍ରି ଗାର୍ଲଙ୍କୁ ନେଇ କେତେବେଳେ ସେ ସୋବିକଙ୍କ ଗାର୍ଲଫ୍ରେଣ୍ଡ ଜମିଲା ବୋଲି କଥା ଉଠିଥିଲା ତ କେତେବେଳେ ସେ ରିୟା ଚକ୍ରବର୍ତ୍ତୀ ବୋଲି କୁହାଯାଉଥିଲା। ବର୍ତ୍ତମାନ କୁହାଯାଉଛି ଯେ ମିଷ୍ଟ୍ରି ଗାର୍ଲ ଜଣକ ଦୁବାଇର ସିମୋନ ଖମ୍ବତା ଅଟନ୍ତି। ସେ ରିୟାଙ୍କ ବହୁତ ଘନିଷ୍ଠ ବନ୍ଧୁ। ରିୟାଙ୍କ ସହିତ ତାଙ୍କର ଫୋଟୋ ମଧ୍ୟ ଭାଇରାଲ ହୋଇଛି। ସୁଶାନ୍ତଙ୍କ ମୃତ୍ୟୁ ଦିନ ସିମୋନଙ୍କୁ କଲ ମଧ୍ୟ କରିଥିଲେ ରିୟା।
ସୁଶାନ୍ତ ସିଂ ରାଜପୁତଙ୍କ ଫ୍ଲାଟରେ ୧୩ ଜୁନକୁ ହୋଇଥିଲା ଏକ ବଡ଼ ଘଟଣା। ଏନେଇ ସୁଶାନ୍ତଙ୍କ ପଡୋଶୀ ଏକ ବଡ଼ ଖୁଲାସା କରିଛନ୍ତି। ସୁଶାନ୍ତଙ୍କ ପଡୋଶୀ ମହିଳା କହିଛନ୍ତି ଯେ, ସାଧାରଣତଃ ସୁଶାନ୍ତ ରାତି ୩/୪ ପର୍ଯ୍ୟନ୍ତ ଶୋଇ ନଥାନ୍ତି। ଏତେ ସମୟ ସେ ପଢୁଥାନ୍ତି, ଚାନ୍ଦ ତାରା ଦେଖୁଥାନ୍ତି କିଛି ନା କିଛି କାର୍ଯ୍ୟ କରୁଥାନ୍ତି। କିନ୍ତୁ ୧୩ ଜୁନ ଦିନ ତାଙ୍କ ଘରର ଲାଇଟ ରାତି ୧୦:୩୦ ମିନିଟରୁ ବନ୍ଦ ହୋଇଯାଇଥିଲା।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।