ସୁଶାନ୍ତଙ୍କ ପାଳିତ କୁକୁର ଫଜ ବର୍ତ୍ତମାନ ସମୟରେ ସୁଶାନ୍ତଙ୍କ ଘର ବିହାରରେ ଅଛନ୍ତି। ସେୟାର କରାଯାଇଥିବା ଭିଡ଼ିଓରେ ଫଜ , ସୁଶାନ୍ତଙ୍କ ବାଇକ ଆଖପାଖରେ ଚକ୍କର ଲଗାଉଥିବାର ନଜର ଆସୁଛନ୍ତି।
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇମାସ ବିତିଯାଇଥିଲେ ମଧ୍ୟ ତାଙ୍କ ଚାଲି ଯିବାର ଦୁଃଖ ଏପର୍ଯ୍ୟନ୍ତ କମ ହୋଇନାହିଁ। ସୁଶାନ୍ତଙ୍କ ପରିବାର ଲୋକ ଏବଂ ପ୍ରଶଂସକ ମାନେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ନ୍ୟାୟ ଦେବା ପାଇଁ ଲଢେ଼ଇ ଜାରି ରଖିଛନ୍ତି। ଏଥିମଧ୍ୟରେ ଅନେକଥର ସୁଶାନ୍ତ ଏବଂ ତାଙ୍କ ଡଗି ଫଜର ପୂର୍ବ ଭିଡ଼ିଓ ଏବଂ ଫୋଟୋ ସାମ୍ନାକୁ ଆସିଥିଲା। ଏମିତି ହିଁ ଆଉ ଏକ ଭିଡିଓ ଟ୍ୱିଟରରେ ସେୟାର କରାଯାଇଛି ଯେଉଁଥିରେ ଫଜ ସୁଶାନ୍ତଙ୍କ ମୋଟର ବାଇକ ଆଖପାଖରେ ବୁଲୁଥିବାର ନଜର ଆସୁଛନ୍ତି।
#Fudge looking for @itsSSR near his bike. The two used to share a ride quite often. #unitedforjustice pic.twitter.com/jMn2VEwsEt
— United For Justice (@sushantf3) August 22, 2020
ସୁଶାନ୍ତଙ୍କ ପାଳିତ କୁକୁର ଫଜ ବର୍ତ୍ତମାନ ସମୟରେ ସୁଶାନ୍ତଙ୍କ ଜନ୍ମସ୍ଥାନ ବିହାର ଘରେ ରହିଛନ୍ତି। ସେୟାର କରାଯାଇଥିବା ଭିଡିଓରେ ସୁଶାନ୍ତଙ୍କ ବାଇକ ଆଖପାଖରେ ଚକ୍କର ଲଗାଇବାର ନଜର ଆସିଛନ୍ତି ଫଜ। ସୁଶାନ୍ତଙ୍କ ଫେନପେଜ ଦ୍ୱାରା ସେୟାର କରାଯାଇଥିବା ଟ୍ୱିଟରରେ ଲେଖା ଯାଇଥିଲା ଯେ, “ସୁଶାନ୍ତଙ୍କୁ ତାଙ୍କ ବାଇକ ପାଖରେ ଖୋଜନ୍ତି ଫଜ। କାରଣ ଏହି ବାଇକ ରେ ଦୁଇଜଣ ଏକା ସାଙ୍ଗରେ ବୁଲିବାକୁ ଯାଉଥିଲେ।” ଫଜର ଏପରି ବିଚଳିତ ହୋଇ ସୁଶାନ୍ତଙ୍କୁ ଖୋଜିବା ଏକ ସାଧାରଣ କଥା।
ଅଭିନେତାଙ୍କ ମୃତ୍ୟୁ ପରେ ଫଜ ବହୁତ ଦୁଃଖିତ ଏବଂ ସମସ୍ୟାରେ ଥିବା ପରି ମୁମ୍ବାଇ ସ୍ଥିତ ଘର ବାହାରେ ନଜର ଆସିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ସମୟରେ ଫଜ ତାଙ୍କ ସହିତ ନଥିଲେ। ତେବେ ଫଜ ସେହି ଫ୍ଲାଟରେ ଥିଲେ କିନ୍ତୁ କୌଣସି ଅନ୍ୟ ରୁମରେ ରହିଥିଲେ। ପରେ ସୁଶାନ୍ତଙ୍କ ପରିବାର ଲୋକ ନିଜ ସହିତ ଫଜକୁ ବିହାର ସ୍ଥିତ ଘରକୁ ନେଇଯାଇଥିଲେ।
ସେହିପରି ସୁଶାନ୍ତଙ୍କ କେସ ବିଷୟରେ କହିବାକୁ ଗଲେ ବର୍ତ୍ତମାନ ସିବିଆଇ କେସର ତଦନ୍ତ କରିବାରେ ଲାଗି ପଡିଛି। ଶନିବାର ଦିନ ସୁଶାନ୍ତଙ୍କ ହାଉସକିପର ନୀରଜ, ବନ୍ଧୁ ସିଦ୍ଧାର୍ଥ ପୀଠନି, ଦୀପେଶଙ୍କୁ ସିବିଆଇ ପଚରା ଉଚରା କରିଛନ୍ତି। ଅଭିନେତାଙ୍କ ଘରେ ସିବିଆଇ ଟିମ ସମସ୍ତ ଦୃଶ୍ୟକୁ ପୁନରାବୃତ୍ତି କରିଛନ୍ତି। ଏହି ଅବସରରେ ସୁଶାନ୍ତଙ୍କ ପରିବାର ଲୋକ ମାନେ ମଧ୍ୟ ଉପସ୍ଥିତ ରହିଛନ୍ତି। ପାଖାପାଖି ୬ ଘଣ୍ଟା ପରେ ସିବିଆଇ ଟିମ ଘରୁ ବାହାରକୁ ବାହାରିଥିଲେ।
ସୁଶାନ୍ତଙ୍କ ଡୋପ ନେବାର ଦାବି:
ପଚରା ଉଚରା ସମୟରେ ସୁଶାନ୍ତଙ୍କ ହାଉସକିପର ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ ସୁଶାନ୍ତଙ୍କ ଡୋପ୍(ବିଡ଼ର ସିଗାରେଟ) ନେଉଥିବାର ଦାବି କରିଛନ୍ତି। ମୁମ୍ବାଇ ପୋଲିସଙ୍କୁ ଦେଇଥିବା ବୟାନରେ ନୀରଜ କହିଛନ୍ତି ଯେ, ଆଭିନେତାଙ୍କ ମୃତ୍ୟୁ କିଛିଦିନ ପୂର୍ବରୁ ସେ ସୁଶାନ୍ତଙ୍କ ପାଇଁ ମରିଜୁଆନାର ସିଗାରେଟ ରୋଲ କରିଥିଲେ। ତେବେ ବର୍ତ୍ତମାନ ପାଇଁ ସମସ୍ତ ଦୃଶ୍ୟର ପୁନରାବୃତ୍ତି ପରେ ସିବିଆଇ ତିନିଜଣ ସାକ୍ଷୀଙ୍କୁ ନେଇ DRDO ଗେଷ୍ଟ ହାଉସ ଯାଇଥିଲେ ଯେଉଁଠାରେ ତାଙ୍କର ପଚରା ଉଚରା ଜାରି ରହିଥିଲା।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।