ମୋଦୀ ସରକାରଙ୍କୁ ଜଣାନ୍ତୁ ଆପଣଙ୍କ ବେରୋଜଗାରର କଥା, କେବଳ ୧୫ ଦିନ ମଧ୍ୟରେ ମିଳିବାକୁ ଲାଗିବ ଟଙ୍କା

କରୋନା ମହାମରୀ ସମୟରେ ଅନେକ ଲୋକଙ୍କର ଚାକିରୀରୁ ଛଟେଇ ହୋଇଯାଇଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ନରେନ୍ଦ୍ର ମୋଦୀଙ୍କ ସରକାର ନିକଟରେ ହିଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ମୁତାବକ ଯଦି ଆପଣ ବେରୋଜଗାର ହୋଇଯାଇଛନ୍ତି ତେବେ ୧୫ ଦିନ ଭିତରେ ସରକାର ଆପଣଙ୍କ ଖାତାକୁ ଟଙ୍କା ପଠାଇବେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ମାମଲା କଣ?

ବାସ୍ତବରେ, କେନ୍ଦ୍ରୀୟ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସଆଇସି)ର ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନାକୁ ନେଇ ବିଶେଷ ଆଦେଶ ଦେଇଛନ୍ତି। ସେ କହିଛନ୍ତି, ଏହି ଯୋଜନା ଅଧୀନରେ ବେରୋଜଗାରୀ ଲାଭ ପାଇଁ ଦାବି କରୁଥିବା ଆବେଦନକୁ ୧୫ ଦିନ ରେ ସମାଧାନ କରିନିଆଯିବ।

ସନ୍ତୋଷ ଗଙ୍ଗୱାର କହିଛନ୍ତି ଯେ, “ବେରୋଜଗରୀ ଲାଭ ପାଇଁ ଇଏସଆଇ ଯୋଜନା ଅଧୀନରେ ଦାବି ୧୫ ଦିନ ମଧ୍ୟରେ ସମାଧାନ କରିଦିଆଯିବ। ଏହି ଯୋଜନାର ଇଏସଆଇ ସହିତ ଜଡିତ ସେହି ଲୋକ ମାନଙ୍କୁ ଆଶ୍ୱସ୍ତି ମିଳିବ, ଯେଉଁମାନେ କୋଭିଡ-୧୯ ମହାମାରୀ ଅବସର ନିଜର ଚାକିରୀ ହରାଇ ଦେଇଛନ୍ତି। ଏହି ଯୋଜନା ଅଧୀନରେ ୨୪ ମାର୍ଚ୍ଚ ୨୦୨୦ ରୁ ୩୧ ଡିସେମ୍ବର ୨୦୨୦ ଅବଧି ସମୟରେ ତିନି ମାସର ପାଉଥିବା ବେତନର ୫୦ ପ୍ରତିଶତ ବରାବର ଲାଭ ଦିଆଯିବ ଯାହା ଆଗରୁ ୨୫ ପ୍ରତିଶତ ଦିଆଯାଉଥିଲା।”

ସନ୍ତୋଷ ଗଙ୍ଗୱାର କହିଛନ୍ତି ଯେ,”ବର୍ତ୍ତମାନ ରୋଜଗାର ଯିବାର ୩୦ ଦିନ ପରେ ଲାଭର ଦାବି କରାଯାଇ ପାରିବ। ପ୍ରଥମେ ଏହା ୯୦ ଦିନ ପାଇବା ସମ୍ଭବ ଥିଲା। ବର୍ତ୍ତମାନ କର୍ମଚାରୀ ନିଜେ ଦାବି କରି ପାରିବେ, ଯେତେବେଳେ ଆଗରୁ ନିଯୁକ୍ତି ଦେଇଥିବା ମଧ୍ୟମ ଦ୍ୱାରା ଆବେଦନ କରାଯାଉଥିଲା।”

ସୂଚନାଯୋଗ୍ୟ ଯେ, ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଇଏସଆଇସି ବୋର୍ଡ ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ସେ ଏହି ଯୋଜନା ଅନ୍ତର୍ଗତ ଆସୁଥିବା ଲୋକଙ୍କୁ ଏହାର ଲାଭ ଉଠାଇବା ପାଇଁ ନିବେଦନ କରିଛନ୍ତି। ଏହି ନିଷ୍ପତ୍ତିରେ ପାଖାପାଖି ୪୦ ଲକ୍ଷ ଔଦ୍ୟୋଗିକ ଶ୍ରମିକ ମାନଙ୍କୁ ଲାଭ ହେବାର ଆଶା ରଖାଯାଇଛି।

ଯଦି ଆପଣ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣ ସର୍ବପ୍ରଥମେ ESICର ୱେବସାଇଟକୁ ଯାଇ ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା ପାଇଁ ରେଜିଷ୍ଟ୍ରେସନ କରିବାକୁ ପଡିବ। ଯୋଜନା ବିଷୟରେ ବିସ୍ତାର ବିବରଣୀ ପାଇଁ- https://www.esic.nic.in/attachments/circularfile/ ଲିଙ୍କ ଉପରେ କ୍ଲିକ କରି ପାରିବେ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *