ସୁଶାନ୍ତଙ୍କ କେସରେ ଲଗାତର ନୂତନ ଖୁଲାସା ହେଉଥିବା ବେଳେ ବର୍ତ୍ତମାନ ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ବଡ଼ ଖୁଲାସା ଆସୁଛି। ସେହି ପ୍ରତକ୍ଷ୍ୟଦର୍ଶୀ ହେଉଛନ୍ତି ସୁରଜିତ ସିଂ ରାଠୋର ଯିଏକି କୁପର ହସ୍ପିଟାଲରେ ରିୟାଙ୍କ ସହିତ ଏବଂ ସନ୍ଦିପଙ୍କ ସହିତ ମଧ୍ୟ ଦେଖାଯାଇଥିଲେ। ଏଥିସହିତ ସନ୍ଦିପ ସିଂଙ୍କୁ ନେଇ ମଧ୍ୟ ବହୁତ ବଡ଼ ଖୁଲାସା କରିଛନ୍ତି। ସୁରଜିତ କହିଥିଲେ ଯେ, ସେ ନିଜେ ସେଦିନ କୁପର ହସ୍ପିଟାଲ ଭିତରେ ଥିଲେ। ୧୫ ଜୁନ ସକାଳୁ ସେ ନିଜେ ସୁଶାନ୍ତଙ୍କ ମୁହଁରୁ କପଡା ହଟାଇଥିଲେ। ସୁରଜିତ କହିଛନ୍ତି ଯେ, ସୁଶାନ୍ତଙ୍କ ଶରୀରର ରଙ୍ଗ ସମ୍ପୂର୍ଣ୍ଣ ହଳଦିଆ ପଡି ଯାଇଥିଲା ଏବଂ ବେକରେ ଯେଉଁ ଚିହ୍ନ ରହିଥିଲା ସେଥିରେ ରଙ୍ଗ ଲଗାଯାଇଥିଲା। ମୁହଁର ବାମ ପାର୍ଶ୍ୱରେ ଅନେକ ଚିହ୍ନ ରହିଥିଲା।
ସୁରଜିତ ଯେତେବେଳେ ହସ୍ପିଟାଲରେ ସୁଶାନ୍ତଙ୍କୁ ଦେଖୁଥିଲେ ସେତେବେଳେ ରିୟା ଚକ୍ରବର୍ତ୍ତୀ ମଧ୍ୟ ତାଙ୍କ ସହିତ ଥିଲେ। ୧୫ ଜୁନ ସକାଳୁ ରିୟା କୁପର ପହଞ୍ଚିଥିଲେ ଏବଂ ସୁରଜିତ, ସୁଶାନ୍ତଙ୍କ ମୁହଁ ଦେଖୁଥିବା ସମୟରେ ମଧ୍ୟ ସୁଶାନ୍ତଙ୍କୁ କ୍ଷମା ମାଗିଥିଲେ ରିୟା। ସୁଶାନ୍ତଙ୍କୁ ଦେଖି ରିୟା କହିଥିଲେ “SORRY ବାବୁ”। ତେବେ ଏମିତି କେଉଁ ଭୁଲର କ୍ଷମା ମଗୁଥିଲେ ରିୟା।
ସୁରଜିତ ସିଂ ରାଠୋରଙ୍କ ମୁତାବକ ୧୫ ଜୁନ ସକାଳୁ ତାଙ୍କ ସହିତ ସନ୍ଦିପ ମଧ୍ୟ କୁପର ହସ୍ପିଟାଲରେ ଉପସ୍ଥିତ ଥିଲେ। ସୁରଜିତ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଖେଳର ମାଷ୍ଟରମାଇଣ୍ଡ ହେଉଛନ୍ତି ସନ୍ଦିପ ସିଂ। ସନ୍ଦିପ ସେଦିନ ଲଗାତର ପୋଲିସଙ୍କ ସହିତ କଥା ହେଉଥିଲେ ଏବଂ ତାଙ୍କ ମୁହଁରୁ ବାରମ୍ବାର ଦୁବାଇର ନାମ ଆସୁଥିଲା। ସନ୍ଦିପ କହୁଥିଲେ ରାତିରେ ଦୁବାଇରୁ କଲ ଆସିଥିଲା। ତେବେ ଏନକେ ସୁଦଙ୍କ ଦୁବାଇ ସମ୍ବନ୍ଧୀୟ ଥିଓରୀ ସ୍ପଷ୍ଟ ହେବା ପରି ଲାଗୁଛି। କିଛି ସମୟ ପରେ ସନ୍ଦିପ ପୋଲିସଙ୍କୁ ଇଶାରା କରିଥିଲେ ସୁରଜିତଙ୍କୁ ବାହାରକୁ କାଢି ଦେବା ପାଇଁ।
ସୁରଜିତ କହିଛନ୍ତି, ସେ ନିଜେ ସୁଶାନ୍ତଙ୍କ କେସରେ ଯାଞ୍ଚ କରୁଥିବା ବାନ୍ଦ୍ରା ଡିସିପିଙ୍କ ପାଖକୁ ଯାଇଥିଲେ ଏବଂ ତାଙ୍କୁ ସନ୍ଦିପ ସିଂଙ୍କ ବିଷୟରେ ସବୁକିଛି ଜଣାଇଥିଲେ। ବାନ୍ଦ୍ରା ଡିସିପି ତାଙ୍କୁ ସବୁକିଛି ଲିଖିତରେ ଦେବାକୁ କହିଥିଲେ କିନ୍ତୁ ଯେତେବେଳେ ସୁରଜିତ ଲିଖିତରେ ଦେଲେ ମୁମ୍ବାଇ ପୋଲିସ ଏହି ଲିଖିତ ଆବେଦନକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ।
ରିୟା ଚକ୍ରବର୍ତ୍ତୀ ୮ ଜୁନକୁ ସୁଶାନ୍ତଙ୍କ ସହିତ ସବୁ ସମ୍ପର୍କ ଶେଷ କରି ତାଙ୍କ ଘର ଛାଡ଼ି ଚାଲି ଯାଇଥିଲେ। କିନ୍ତୁ ଯେତେବେଳେ ୧୪ ଜୁନକୁ ସୁଶାନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା ସେତେବେଳେ ରାତିରେ କୁପର ହସ୍ପିଟାଲକୁ ରିୟା ଚକ୍ରବର୍ତ୍ତୀ ଯାଇ ପହଞ୍ଚିଥିଲେ। ଏକ ବଡ଼ ଚ୍ୟାନେଲ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି ଯେ, ରିୟାଙ୍କୁ କୁପର ହସ୍ପିଟାଲରେ ଏଣ୍ଟ୍ରି ଦିଆଯାଇଥିଲା। ସେଠାରେ ସେ ୪୫ ମିନିଟ ପର୍ଯ୍ୟନ୍ତ ରହିଥିଲେ।
ରିୟାଙ୍କ ଇଶାରାରେ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ବଦଳାଇ ଦିଆଯାଇଥିଲା। ଏମିତିକି ଶବ ବ୍ୟବଚ୍ଛେଦ ରିପୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁ ସମୟ ମଧ୍ୟ ଲେଖା ଯାଇ ନଥିଲା। ରିୟାଙ୍କ ସହିତ ସୁଶାନ୍ତଙ୍କର କୌଣସି ଆଇନଗତ ସମ୍ପର୍କ ନଥାଇ ମଧ୍ୟ ସେଠାରେ ତାଙ୍କୁ ଏଣ୍ଟ୍ରି ଦିଆଯାଇଥିଲା ଯେଉଁଠାରେ ପରିବାର ଲୋକଙ୍କୁ ମଧ୍ୟ ଏଣ୍ଟ୍ରି ଦିଆଯାଇ ନଥିଲା। ରିୟାଙ୍କ ହସ୍ପିଟାଲରୁ ବାହାରୁଥିବା ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଯାଇଛି। ଏଥରେ ରିୟାଙ୍କ ପଛରେ ଠିଆ ହୋଇଛନ୍ତି ମହେଶ ଭଟ୍ଟ।
ପ୍ରଥମ ଦିନରୁ ରିୟାଙ୍କ ସହିତ ମହେଶଙ୍କୁ ସନ୍ଦେହ କରାଯାଉଥିବା ବେଳେ ବର୍ତ୍ତମାନ ଦୁଇଜଣଙ୍କ ଚାଟ ମଧ୍ୟ ସାମ୍ନାକୁ ଆସି ଯାଇଛି। ଚାଟରେ ଯାହା ଲେଖା ଅଛି ତାହା ସବୁକିଛି ସ୍ପଷ୍ଟ କରିବା ପାଇଁ ପର୍ଯ୍ୟାପ୍ତ ଅଟେ। ୮ ଜୁନକୁ ଯେତେବେଳେ ସୁଶାନ୍ତଙ୍କ ଘର ଛାଡ଼ି ଯାଇଥିଲେ ରିୟା ସେତେବେଳେ ସର୍ବପ୍ରଥମେ ମହେଶଙ୍କୁ “ଆଇଶା ମୁଭ ଅନ” ବୋଲି ମେସେଜ କରିଥିଲେ ରିୟା ଚକ୍ରବର୍ତ୍ତୀ। ରିୟାଙ୍କ ଜଲେବି ଫିଲ୍ମ ଯାହାକୁ ଭଟ୍ଟ କ୍ୟାମ୍ପ ବନାଇଥିଲେ ସେଥିରେ ରିୟାଙ୍କ ନାମ ଆଇଶା ରହିଥିଲା। ତେବେ ସନ୍ଦେହ କରାଯାଉଛି ଯେ, ରିୟାଙ୍କୁ ଆଇଶା ବୋଲି ଡାକିଥାଇ ପାରନ୍ତି ମହେଶ ଭଟ୍ଟ। ଏହାପୂର୍ବ ମେସେଜରେ ମଧ୍ୟ ସୁଶାନ୍ତଙ୍କ ଠାରୁ ରିୟାଙ୍କୁ ଅଲଗା ହୋଇଯିବାକୁ କହିଥିଲେ ମହେଶ ଭଟ୍ଟ।
ମହେଶ ଭଟ୍ଟ ଆଗକୁ କହିଥିଲେ ଆଉ ପଛକୁ ମୋଡି ଦେଖିବ ନାହିଁ, ତୁମ ପିତା ଏହି ନିଷ୍ପତ୍ତିରେ ଖୁସି ହେବେ। ଏଥିରୁ ଜଣା ପଡୁଛି ଯେ ରିୟାଙ୍କ ପିତା ସୁଶାନ୍ତଙ୍କ ସହିତ ତାଙ୍କ ସମ୍ପର୍କକୁ ନେଇ ଖୁସି ନଥିଲେ। ଏହାପରେ ରିୟା ଲେଖନ୍ତି ଯେ, ଭାଗ୍ୟର ବହୁତ ବହୁତ ଶୁଭେଚ୍ଛା ଯେ ଆପଣ ମୋତେ ମିଳିଯାଇଛନ୍ତି।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।