ସୀମା ପାଖରେ ଭାରତ ବନାଇବ ସବୁଠୁ ଲମ୍ବା ସୁଡ଼ଙ୍ଗ, PAK-ଚୀନ ନେବ ଭୟର ନିଶ୍ୱାସ।

ଲଦାଖ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଜୋଜିଲ ପାଖରେ ଏକ ବହୁତ ମହତ୍ୱପୂର୍ଣ୍ଣ ମାର୍ଗ ଅଛି। ବର୍ତ୍ତମାନ କାଶ୍ମୀର-ଲଦାଖ ହାହବେ ଉପରେ ୧୪.୨ କିଲୋମିଟର ଲମ୍ବା ଜୋଜିଲ ପାଖରେ ଏକ ସୁଡ଼ଙ୍ଗ ବନାଯିବ। ଏହି ସୁଡ଼ଙ୍ଗ ବନାଇବା ଦ୍ୱାରା ବିପରିତ ପାଣିପାଗରେ ମଧ୍ୟ ଯାତାୟାତ ବାଧା ପ୍ରାପ୍ତ ହେବ ନାହିଁ। ଏଥିସହିତ ସୀମାରେ ମୁତୟନ ସୈନିକଙ୍କ ପାଇଁ ରାସନ ଏବଂ ହତିଆରର ପରିବହନ ମଧ୍ୟ ଅଟକି ରହିବ ନାହିଁ।

ଏହି ସୁଡ଼ଙ୍ଗ ବନାଇବାର ଦାୟିତ୍ୱ ମେଘା ଇଂଜିନିୟରିଙ୍ଗ କମ୍ପାନୀକୁ ମିଳିଛି। ଏହି ସୁଡ଼ଙ୍ଗକୁ ବନାଇବା ପାଇଁ ପାଖାପାଖି ୪୫୦୯.୫୦ କୋଟି ଟଙ୍କାର ଖର୍ଚ୍ଚ ହେବ। ଥରେ ଏହି ସୁଡ଼ଙ୍ଗ ତିଆରି ହୋଇଗଲେ ଏହାପରେ ଭାରତୀୟ ସେନା ଏବଂ ଅମରନାଥ ଯାତ୍ରୀ ମାନଙ୍କୁ ଛାଡିଲେ ଶ୍ରୀନଗର ଏବଂ ଲଦାଖ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ସୁବିଧା ବଢିଯିବ।

ଏଥିସହିତ ପାକିସ୍ତାନ ଏବଂ ଚୀନର ପରିସ୍ଥିତି ମଧ୍ୟ ଖରାପ ହୋଇଯିବ। କାରଣ ଥଣ୍ଡା ଏବଂ ଖରାପ ପାଣିପାଗରେ ଯେଉଁ ସମୟରେ ସେମାନେ ଲାଭ ଉଠାଇଥାନ୍ତି ଆଉ ଉଠାଇ ପାରିବେ ନାହିଁ। ରାଷ୍ଟ୍ରୀୟ ରାଜପଥ ଏବଂ ଔଦ୍ୟଗିକ ବିକାଶ କର୍ପୋରେଶନ ଦ୍ୱାରା ଶୁକ୍ରବାର ଦିନକୁ ଜୋଜିଲା ପାଖରେ ସୁଡ଼ଙ୍ଗ ବନାଇବାର ଟେଣ୍ଡର ହାଇଦ୍ରାବାଦର କମ୍ପାନୀ ମେଘା ଇଂଜିନିୟରିଙ୍ଗକୁ ଦିଆଯାଇଛି।

ଜମ୍ମୁ-କାଶ୍ମୀରରୁ କାରଗିଲ ହୋଇ ଲେହ ପର୍ଯ୍ୟନ୍ତ ପାଖାପାଖି ୩୩ କିଲୋମିଟରର ଏହି ପ୍ରୋଜେକ୍ଟକୁ ଦୁଇ ଭାଗରେ ବଣ୍ଟନ କରାଯାଉଛି। ପ୍ରଥମେ ୧୮.୫୦ କିଲୋମିଟରର ସଡକ ତିଆରି କରାଯିବ। ଦ୍ଵିତୀୟ ପର୍ଯ୍ୟାୟରେ ପାଖାପାଖି ୧୪.୧୫ କିଲୋମିଟରର ଜୋଜିଲା ପାଖରେ ସୁଡ଼ଙ୍ଗ ବନାଯିବ। ଏହା ୯.୫ ମିଟର ଚଉଡା, ୭.୫୭ ମିଟର ଉଚ୍ଚତା ଏବଂ ୨ଟି ଲେନ ବିଶିଷ୍ଟ ରହିବ।

ଶୀତ ଋତୁରେ ବରଫ ବର୍ଷା କାରଣରୁ ଶ୍ରୀନଗର-ଲଦାଖ ହାଇୱେ ୪-୬ ମାସ ବନ୍ଦ ରହିଥାଏ। ଏହାଦ୍ବାରା ଗମନାଗମନ ବହୁତ ସମସ୍ୟା ହୋଇଥାଏ। ଭାରତୀୟ ସେନାକୁ ସବୁଠୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଏଥିପାଇଁ ଭାରତ ସରକାର ଜୋଜିଲା ପାଖରେ ସୁଡ଼ଙ୍ଗ ବନାଇବାର ପ୍ରସ୍ତାବ ପାରିତ କରିଛନ୍ତି।

ଏହି ସୁଡ଼ଙ୍ଗ ଭୂମିରୁ ପାଖାପାଖି ୭୦୦ ମିଟର ଭିତରକୁ ବନାଯିବ। ସୁଡ଼ଙ୍ଗ ସିଙ୍ଗଲ ଟ୍ୟୁବ ଟନେଲ ରହିବ। ଏହି ପ୍ରୋଜେକ୍ଟକୁ ପୂର୍ଣ୍ଣ ହେବା ପାଇଁ ପାଖାପାଖି ୭୨ ମାସ ଲାଗିବ।

ଥରେ ଏହି ସୁଡ଼ଙ୍ଗ ପ୍ରସ୍ତୁତ ହୋଇଗଲେ ଲଦାଖ ପହଞ୍ଚିବା ପାଇଁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ଏହାପରେ ସବୁଠୁ ଅଧିକ ସହଜ ହେବ ଭାରତୀୟ ସେନାକୁ ଯାହାଦ୍ୱାରା ସେନା କୌଣସି ପାଗରେ ମଧ୍ୟ ନିଜର ହତିଆର, ଯବାନ ଏବଂ ରାସନ ସୀମା ପର୍ଯ୍ୟନ୍ତ ପହଞ୍ଚାଇ ପାରିବ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *